Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସ ଶେଷ ମଙ୍ଗଳବାର ଦିନ ଏହି ତିନୋଟି ରାଶିର ଲୋକଙ୍କ ଉପରେ ପ୍ରଭୁ ହନୁମାନଙ୍କର କୃପା ଦୃଷ୍ଟି ପଡ଼ିବାକୁ ଯାଉଛି।

ସେୟାର୍ କରନ୍ତୁ

ଶ୍ରାବଣ ମାସ ଶେଷ ହେବାକୁ ଯାଉଛି। ଜୁଲାଇ ୧୪ ତାରିଖ ଠାରୁ ଶ୍ରାବଣ ମାସ ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖରେ ଶେଷ ହେବ। ଶ୍ରାବଣ ମାସର ଶେଷ ସୋମବାର ଓ ମଙ୍ଗଳବାର ଅତ୍ୟନ୍ତ ଖାସ ଅଟେ। ଏହିଦିନ ପ୍ରଭୁ ହନୁମାନଙ୍କର ବିଶେଷ କୃପା ଦୃଷ୍ଟି ରହିଥାଏ। ଶ୍ରାବଣ ମାସର ଶେଷ ମଙ୍ଗଳବାର ଦିନ ବିଧି ବିଧାନ ଅନୁସାରେ ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ଖାସ ତିନୋଟି ରାଶିର ଲୋକଙ୍କ ଉପରେ ପ୍ରଭୁ ହନୁମାନଙ୍କର ବିଶେଷ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି। ଏମାନଙ୍କ ଜୀବନରେ ସବୁ ଦୁଃଖକଷ୍ଟ ଦୂର ହୋଇଯିବ। କ୍ୟାରିୟରରେ ଅଗ୍ରଗତି କରିବେ। ତେବେ ଆସନ୍ତୁ ସେହି ତିନୋଟି ଭାଗ୍ୟଶାଳୀ ରାଶିର ଲୋକଙ୍କ ବିଷୟରେ ଜାଣିବା।

ମେଷ ରାଶି :-

ଏହି ରାଶିର ଲୋକଙ୍କ ଉପରେ ପ୍ରଭୁ ହନୁମାନଙ୍କର କୃପା ଦୃଷ୍ଟି ରହିବ।ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କର କୌଣସି କାର୍ଯ୍ୟରେ ବାଧା ଉତ୍ପନ୍ନ ହେବ ନାହିଁ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଆପଣଙ୍କୁ କେବେବି ଅର୍ଥର ଅଭାବ ହେବ ନାହିଁ। ଶ୍ରାବଣ ମାସ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚନା କରନ୍ତୁ। ଦେଖିବେ ଆପଣଙ୍କର ସବୁ ଅଭିଳାଷା ପୂରଣ ହେବ ଏବଂ ସବୁ ସମସ୍ୟା ଦୂର ହୋଇଯିବ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ଯୋଗ ରହିଛି। ବ୍ୟବସାୟରେ ଅଧିକ ଲାଭବାନ ହେବେ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ।

କୁମ୍ଭ ରାଶି :-

ଏହି ରାଶିର ଲୋକଙ୍କ ଭାଗ୍ୟ ପ୍ରଭୁ ହନୁମାନଙ୍କ କୃପାରୁ ବଦଳିବ। ଆପଣ ନିଜ କ୍ୟାରିୟରରେ ଅଗ୍ରଗତି କରିବେ। ଆର୍ଥିକ ରୂପରେ ଆପଣ ସୁଦୃଢ ରହିବେ। ସାମାଜିକ ସ୍ତରରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ।ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ନୂତନ ବାହନ କ୍ରୟ କରି ପାରନ୍ତି। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ।

କୌଣସି ଶୁଭ କାର୍ଯ୍ୟ ପାଇଁ ଆପଣ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ଶ୍ରାବଣ ମାସରେ ଆପଣ ମାଙ୍କଡ ମାନଙ୍କୁ ଖାଇବାକୁ ଦିଅନ୍ତୁ ଏବଂ ମଙ୍ଗଳବାର ଦିନ ଅସହାୟ ଲୋକଙ୍କୁ ଦାନ କରନ୍ତୁ। ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରାପ୍ତି ହେବ।ଆପଣଙ୍କର ବିଗିଡି ଯାଇଥିବା କାର୍ଯ୍ୟ ସମ୍ପନ୍ନ ହେବ।

ସିଂହ ରାଶି :-

ପ୍ରଭୁ ହନୁମାନଙ୍କ କୃପାରୁ ଏହି ରାଶିର ଲୋକଙ୍କର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଆପଣଙ୍କ ଜୀବନରେ ସବୁ ସମସ୍ୟା ଦୂର ହୋଇଯିବ।ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। କୌଣସି ଶୁଭ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରି ପାରନ୍ତି। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟରେ କୌଣସି ବଡ଼ ଡିଲ ଫାଇନାଲ ହୋଇପାରେ। ଶ୍ରାବଣ ମାସ ମଙ୍ଗଳବାର ଦିନ ବ୍ରତ କରନ୍ତୁ, ଆପଣଙ୍କ ଜୀବନ ସୁଖମୟ ରହିବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ଦେଖି ସନ୍ତୁଷ୍ଟ ହେବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *