Excuse Me Odisha

ଯାହା କହିବୁ ସତ କହିବୁ

ଜାଣନ୍ତୁ କେବେ ରାକ୍ଷୀ ବନ୍ଧନ? ଭଉଣୀ ମାନେ ଭୁଲରେ ମଧ୍ୟ ଭାଇ ମାନଙ୍କ ହାତରେ ବାନ୍ଧନ୍ତୁ ନାହିଁ ଏଭଳି ରାକ୍ଷୀ !

ସେୟାର୍ କରନ୍ତୁ

ହିନ୍ଦୁଧର୍ମରେ ରାକ୍ଷୀ ବନ୍ଧନକୁ ଅତୁଷ୍ତ ଗୁରୁତ୍ୱପୂର୍ଣ୍ଣ ମାନା ଯାଇଥାଏ। ପଞ୍ଚାଙ୍ଗ ଅନୁସାରେ ପ୍ରତ୍ୟେକ ବର୍ଷ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ରାକ୍ଷୀ ପର୍ବ ପାଳନ କରାଯାଇଥାଏ। ରାକ୍ଷୀ ପୂର୍ଣ୍ଣିମା ଭାଇଭଉଣୀ ମାନଙ୍କ ପାଇଁ ପ୍ରତୀକ ମାନା ଯାଇଥାଏ।ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ମଙ୍ଗଳ କାମନା କରିଥାଏ ଏବଂ ସୁଖୀ ଜୀବନର କାମନା କରିଥାଏ।ଏହାସହିତ ଭାଇ ଠାରୁ ନିଜର ସୁରକ୍ଷାର ବଚନ ନେଇଥାଏ।

ଆଜିକାଲି ବଜାରରେ ରଙ୍ଗବେରଙ୍ଗର ରାକ୍ଷୀ ବିକ୍ରି ହେଉଛି। କିନ୍ତୁ ଭଉଣୀ ମାନଙ୍କୁ ରାକ୍ଷୀ କିଣିବା ସମୟରେ ବିଶେଷ କଥା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ନଚେତ ଅଶୁଭ ପରିଣାମ ଭୋଗ କରିବାକୁ ପଡ଼ିଥାଏ।

ଜାଣନ୍ତୁ କେବେ ରହିଛି ରାକ୍ଷୀ ବନ୍ଧନ :-

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଶ୍ରାବଣ ମାସ ପୂର୍ଣ୍ଣିମା ତିଥି ଅଗଷ୍ଟ ୧୧ ତାରିଖ ଦିନ ୧୦:୩୮ ଘଟିକାରୁ ଆରମ୍ଭ ହୋଇ ପରଦିନ ଅଗଷ୍ଟ ୧୨ ତାରିଖ ସକାଳ ୭:୦୫ ଘଟିକାରେ ସମାପ୍ତ ହେବ। କିନ୍ତୁ ପ୍ରଶ୍ନ ଏହା ଉଠୁଛି କି ରାକ୍ଷୀ ବନ୍ଧନ କେଉଁ ଦିନ ଅଟେ? ଆପଣଙ୍କୁ କହି ରଖୁଛୁ କି ଅଗଷ୍ଟ ୧୧ ତାରିଖ ଦିନ ପୂର୍ଣ୍ଣିମା ପଡୁଛି। ମାନ୍ୟତା ଅନୁସାରେ ରାକ୍ଷୀ ବନ୍ଧନର ପର୍ବ ପାଇଁ ଶୁଭ ସମୟ ଦ୍ୱିପ୍ରହର ପରେ ବୋଲି କୁହାଯାଇଛି।

ଶାସ୍ତ୍ର ଅନୁସାରେ ଅପରାହ୍ନ ସମୟରେ ରାକ୍ଷୀ ବାନ୍ଧିବାର ଉପଯୁକ୍ତ ସମୟ ବୋଲି କୁହାଯାଇଛି।ଦ୍ୱିପ୍ରହର ପରେ ଭଦ୍ରା ନକ୍ଷତ୍ର ଆରମ୍ଭ ହୋଇ ଯିବ। ଏହା ଅତ୍ୟନ୍ତ ଅଶୁଭ ଅଟେ। ଅଗଷ୍ଟ ୧୧ ତାରିଖ ଦିନ ପ୍ରଦୋଷ କାଳ ଭଦ୍ରା ୫:୧୮ ଘଟିକାରୁ ଆରମ୍ଭ ହୋଇ ୬:୧୮ ଘଟିକା ପର୍ଯ୍ୟନ୍ତ ରହିବ।କହିବାକୁ ଗଲେ ସୂର୍ଯ୍ୟାସ୍ତ ପରେ ରାକ୍ଷୀ ବାନ୍ଧିବା ଅତ୍ୟନ୍ତ ଅଶୁଭ ହୋଇଥାଏ। ଯଦି ଆପଣ ଅଗଷ୍ଟ ୧୧ ତାରିଖ ଦିନ ରାକ୍ଷୀ ବାନ୍ଧୁ ନାହାନ୍ତି, ତାହେଲେ ଅଗଷ୍ଟ ୧୨ ତାରିଖ ଦିନ ରାକ୍ଷୀ ବାନ୍ଧି ପାରିବେ।

ଏହି କଥା ଉପରେ ରଖନ୍ତୁ ଧ୍ୟାନ :-

ଯଦି ଆପଣ ରାକ୍ଷୀ କିଣୁଛନ୍ତି, ତାହେଲେ ଏହି କଥା ଉପରେ ଆପଣଙ୍କୁ ବିଶେଷ ରୂପରେ ଧ୍ୟାନ ଦେବା ଆବଶ୍ୟକ ଯେ ରାକ୍ଷୀରେ କୌଣସି ଅଶୁଭ ଚିହ୍ନ ନଥିବ ଏବଂ ଦେବୀ ଦେବତା ଥିବା ରାକ୍ଷୀ ବାନ୍ଧିବା ଉଚିତ ନୁହେଁ। କାରଣ ଅଧିକାଂଶ ଲୋକେ ଅଧିକ ସମୟ ପର୍ଯ୍ୟନ୍ତ ରାକ୍ଷୀ ପିନ୍ଧନ୍ତି ନାହିଁ। ତେଣୁ ହୁଏତ ରାକ୍ଷୀ ହାତରୁ ପଡି ଯାଇପାରେ। ଏହାଦ୍ୱାରା ଭଗବାନଙ୍କର ଅପମାନ ହୋଇଥାଏ ଏବଂ ଅଶୁଭ ପରିଣାମ ଭୋଗ କରିବାକୁ ପଡେ।

ଖଣ୍ଡିତ ଓ କଳା ରଙ୍ଗର ରାକ୍ଷୀ ବାନ୍ଧିବା ଅନୁଚିତ :-

ଯଦି ଆପଣ ନିଜ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧୁଛନ୍ତି ଏବଂ ତାଙ୍କୁ ସୁଖୀ ଦେଖିବାକୁ ଚାହୁଁଛନ୍ତି, ତାହେଲେ କେବେବି ଖଣ୍ଡିତ ହୋଇଥିବା ଓ କଳା ରଙ୍ଗ ଥିବା ରାକ୍ଷୀ ନିଜ ଭାଇଙ୍କ ହାତରେ ବାନ୍ଧନ୍ତୁ ନାହିଁ। ନଚେତ ଆପଣଙ୍କ ଭାଇଙ୍କ ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡିପାରେ।ଏହାସହିତ ତାଙ୍କର ସବୁ ସୁଖସମୃଦ୍ଧି ନଷ୍ଟ ହୋଇପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *