ଘର ସାମ୍ନାରେ ଏହି ଗଛ ଥିଲେ ହୋଇଥାଏ ଅକାଳ ମୃତ୍ୟୁ ଓ ଗ୍ରାସ କରିଥାଏ ଦାରିଦ୍ର୍ୟତା।
ବନ୍ଧୁଗଣ କଥାରେ ଅଛି ବୃକ୍ଷ ହିଁ ଜୀବନ। ଗଛ ରହିବା ଦ୍ୱାରା ପରିବେଶ ସକାରାତ୍ମକତାରେ ଭରି ଯାଇଥାଏ। କିନ୍ତୁ ଯଦି ଘର ସାମ୍ନାରେ ଗଛ ବାସ୍ତୁ ଅନୁସାରେ ରହି ନଥାଏ, ତାହେଲେ ଏହା ଘର ପାଇଁ ବହୁତ ଅଶୁଭ ହେବା ସହିତ ଘରକୁ ଦାରିଦ୍ର୍ୟତା ଓ ସଙ୍କଟ ଆସିଥାଏ। ଆଉକିଛି ଏଭଳି ଗଛ ଗୁଡ଼ିକ ରହିଛି, ଯାହା ଭଗବାନଙ୍କ ସଦୃଶ ହୋଇଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁ ଗଛ ଗୁଡ଼ିକ ଆମ ଘର ପାଇଁ ଅଶୁଭ ସାବ୍ୟସ୍ତ ହୋଇଥାଏ। ହିନ୍ଦୁଧର୍ମ ଶାସ୍ତ୍ରରେ କିଛି ଏଭଳି ଗଛ ଗୁଡ଼ିକ ରହିଛି ଯାହା ଘର ପାଇଁ ଶୁଭ ଓ ପବିତ୍ର ବୋଲି ମାନା ଯାଇଛି।
ସେହି ଗଛ ଗୁଡ଼ିକ ଘର ପାଖରେ ରହିଲେ ଘରେ ସକାରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ। ଏହାଦ୍ବାରା ଦେବୀ ଲକ୍ଷ୍ମୀ ମଧ୍ୟ ଘରେ ବାସ କରିଥାନ୍ତି। ସେହି ଗଛ ଗୁଡ଼ିକ ହେଉଛି ଗଙ୍ଗଶିଉଳି ଗଛ, ବେକ ଗଛ, ଭୃଷଙ୍ଗ ଗଛ, ଡାଳିମ୍ବ ଗଛ, ଅଁଳା ଗଛ, ତୁଳସୀ ଗଛ ଇତ୍ୟାଦି। କିନ୍ତୁ ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ କିଛି ଏଭଳି ଗଛ ଗୁଡ଼ିକ ରହିଛି, ଯାହା ଘର ପାଇଁ ଅତ୍ୟନ୍ତ ଅଶୁଭ ହୋଇଥାଏ।
ପ୍ରାଚୀନ ଗ୍ରନ୍ଥ ଅନୁସାରେ ଏହି ଗଛ ଗୁଡ଼ିକ ମଧ୍ୟରେ ଭୂତ, ପିଶାଚ ଆଦି ବାସ କରିଥାନ୍ତି। ଯଦି ଏହି ଗଛ ଗୁଡ଼ିକ ଆପଣଙ୍କ ଘର ସାମ୍ନାରେ ରହେ, ତାହେଲେ ଘରେ ଆର୍ଥିକ ସଙ୍କଟ ଦେଖା ଯିବା ସହିତ ପରିବାର ଲୋକଙ୍କର ମାନସିକ ଚାପ ମଧ୍ୟ ବଢ଼ିଥାଏ। ଏହାସହିତ ଘରେ ଆସନ୍ତି ବାତାବରଣ ମଧ୍ୟ ଦେଖା ଦେଇଥାଏ।
୧/ କଣ୍ଟା ଜାତୀୟ ଗଛ :- ଘରର ଆଖପାଖରେ କୌଣସି କଣ୍ଟା ଜାତୀୟ ଗଛ ରହିଲେ, ଏହା ଘର ପ୍ରତି ଅଶୁଭ ହୋଇଥାଏ ଏବଂ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇ ଥାଏ। କୁହାଯାଏ କି ଏହି କଣ୍ଟା ଜାତୀୟ ଗଛ ଘରେ ରହିବା ଦ୍ଵାରା ଘରେ କଳହ ଓ ବିବାଦ ଲାଗି ରହେ। ଏଥିପାଇଁ ଏହି କଣ୍ଟା ଜାତୀୟ ଗଛ ଭୁଲରେ ମଧ୍ୟ ରଖନ୍ତୁ ନାହିଁ।
୨/ ବବୁଲ କଣ୍ଟା ଗଛ :- ଏହି ଗଛ ଘର ପାଇଁ ବହୁତ ହାନିକାରକ ଅଟେ। ଏହା ଘରେ ରହିଲେ, ଘରର ପରିବେଶ ନକାରାତ୍ମକ ହୋଇଯାଏ। ଏହାସହିତ ଘରେ ଆର୍ଥିକ ସମସ୍ୟା ମଧ୍ୟ ଦେଖା ଦେଇଥାଏ।
୩/ ଖଜୁରୀ ଗଛ :- ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଗଛ ଘରର ଆଖପାଖରେ ରହିଲେ, ବହୁର ଅଶୁଭ ମାନା ଯାଇଥାଏ। ଏହାସହିତ ଏହି ଗଛ ରହିଥିବା ଘରେ ସର୍ବଦା ଦାରିଦ୍ର୍ୟତା ଲାଗି ଏହିଥର। ଏହି ଘରେ ଯେତେ ରୋଜଗାର କଲେ ମଧ୍ୟ ଧନର ଅଭାବ ଲାଗି ରହିଥାଏ। ଘର ଆଗରେ ଏହି ଗଛ ରହିବା ଦ୍ୱାରା ଘର ଉପରକୁ ସର୍ବଦା ବିପଦ ମାଡ଼ି ଆସିଥାଏ।
୪/ ବାଉଁଶ ଗଛ :- ଏହି ବାଉଁଶ ଗଛ ପ୍ରାୟତଃ ଅଧିକାଂଶ ଶୁଭ କାର୍ଯ୍ୟରେ ପ୍ରୟୋଗ କରାଯାଇଥାଏ। କିନ୍ତୁ ଏହା ଘର ସାମ୍ନାରେ ରହିବା ଅତ୍ୟନ୍ତ ଅଶୁଭ ମାନା ଯାଇଥାଏ। ଏହି ଗଛରେ ଭୂତ ପିଶାଚ ଆଦି ବାସ କରିବାକୁ ଭଲ ପାଇଥାନ୍ତି। ତେଣୁ ଏହି ଗଛ ଘର ପାଇଁ ଅଶୁଭ ହୋଇଥାଏ। କିନ୍ତୁ ଛୋଟ ଛୋଟ ବାଉଁଶ ଗଛକୁ ଆପଣ ଘର ଭିତରେ ଲଗାଇ ପାରିବେ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ।
୫/ ତେନ୍ତୁଳି ଗଛ :- ଏହି ଗଛର ଫଳ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ ଅଟେ। କିନ୍ତୁ ତେନ୍ତୁଳି ଗଛ ଯେଉଁ ଘରେ ରହିଥାଏ, ସେଠାରେ ସର୍ବଦା କଳହ ଝଗଡ଼ା ଲାଗି ରହିଥାଏ। ଏହାସହିତ ଆର୍ଥିକ ହାନି ମଧ୍ୟ ହୋଇଥାଏ।
୬/ ବରଗଛ :- କୁହାଯାଏ କି ବରଗଛର ଛାଇ ଘରେ ପଡ଼ିବା ଦ୍ୱାରା ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ। ତେବେ କେବେବି ଘରର ଆଖପାଖରେ ବରଗଛ ରଖିବା ଉଚିତ ନୁହେଁ। କହିବାକୁ ଗଲେ ଏହି ବରଗଛ ଉପରେ ଅନେକ ପିଶାଚ ଓ ଭୂତ, ନକାରାତ୍ମକ ଶକ୍ତିର ବାସ ହୋଇଥାଏ। ଯଦି ଘରର ଆଖପାଖରେ ବରଗଛ ଏହି, ତାହେଲେ ଘରେ କେବେବି ସୁଖ ସମୃଦ୍ଧି ବୃଦ୍ଧି ହୋଇ ନଥାଏ। ଏହାସହିତ ଅନେକ ଦୁଃଖ କଷ୍ଟ ଲାଗି ରହିଥାଏ।