Excuse Me Odisha

ଯାହା କହିବୁ ସତ କହିବୁ

୧୬ ଫେବୃଆରୀ ମାଘ ପୂର୍ଣ୍ଣିମାରେ ଦୁର୍ଲଭ ସଂଯୋଗ। ପୁରୁଣା ଝାଡୁକୁ ନେଇ କରନ୍ତୁ ଏହି ଉପାୟ,ମିଳିବ ଅଜସ୍ର ଟଙ୍କା ପଇସା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୬ ଫେବୃଆରୀ ମାଘ ପୂର୍ଣ୍ଣିମା ଦୁର୍ଲଭ ସଂଯୋଗ। ବୁଧବାର ମହା ପୂର୍ଣ୍ଣିମା। ପୁରୁଣା ଝାଡୁରେ କରନ୍ତୁ ଉପାୟ। ଆପଣଙ୍କ ପିତୃପୁରୁଷ କରିବେ ଆପଣଙ୍କୁ ମାଲାମାଲ। ଗରିବୀ ଦୂର ହେବ। ଶତ୍ରୁର ନାଶ ହେବ।

ଝାଡୁରେ ଘର ଦ୍ୱାର ପ୍ରତିଦିନ ସଫା ସୁତରା କରାଯାଏ। ଆଉ ଝାଡୁର ଛୋଟ ଉପାୟ ଆପଣଙ୍କ ଜୀବନର ସମସ୍ୟାବି ଦୂର କରିଥାଏ। କୁହାଯାଏ ଯେଉଁ ଘରେ କୋଣ ଅନୁକୋଣରେ ସଫା ହୋଇଥାଏ ସେଠାକାର ବାତାବରଣ ପଜିଟିଭ ହୋଇଥାଏ ସକରାତ୍ମକ ରହିଥାଏ ଆଉ ଦୋଷ ବି ରହିନଥାଏ। ଝାଡୁ ଲଗେଇବାର ବି ବିଶେଷ ନିୟମ ରହିଛି। ଯଦି ଆପଣ ନିୟମର ପାଳନ ନକରିବେ ତ କୌଣସି ଅସୁବିଧା ନାହିଁ। କେବଳ ରାତିରେ ଏହି ଛୋଟ ଉପାୟ କରନ୍ତୁ। ତେବେ ଆସନ୍ତୁ ଜାଣିବା।

ଘରେ ଝାଡୁ ଲଗେଇଲେ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ। ଆଉ ଝାଡୁ ମା ଲକ୍ଷ୍ମୀଙ୍କ ପ୍ରତୀକ ମାନାଯାଏ। ଏମିତି କୁହାଯାଏ କୌଣସି ଏକାଦଶୀ ତିଥି ଦିନ ପାଖରେ କୌଣସି ମନ୍ଦିରରେ ୩ ଟି ଝାଡୁର ଦାନ କରନ୍ତୁ। ଏହାକୁ ଗୁପ୍ତ ଦାନ କୁହାଯାଏ। ଏହି ଉପାୟ ପ୍ରାତଃ ସମୟରେ କରିବେ। ଯେମିତି ଏହା କେହି ନଦେଖିବେ।

ଯଦି ପୁରୁଣା ଝାଡ଼ ଆପଣଙ୍କ ଘରେ ବହୁତ ଦିନରୁ ଅଛି ବ୍ୟବହାର କରିଛନ୍ତି ତ ଏମିତି କରିବା ଉଚିତ ନୁହେଁ। ଏହା ଦ୍ବାରା ବାସ୍ତୁଦୋଷ ଉତ୍ପନ ହୋଇଥାଏ। ଯେବେ ଝାଡୁ ଖଣ୍ଡ ଖଣ୍ଡ ହୋଇ ପଡିବାକୁ ଲାଗେ ତ ତାହାକୁ ତୁରନ୍ତ ଫୋପାଡ଼ି ଦେବା ଉଚିତ। ଆଉ ମନ୍ଦିରରେ ଝାଡୁ କୌଣସି ପର୍ବରେ କୌଣସି ଶୁଭ ଦିନରେ ଦାନ କରିବେ। ଶାସ୍ତ୍ର ଅନୁସାରେ ଏହା ଗୁପ୍ତ ଦାନ କରାଯାଏ।

ଯେଉଁ ଝାଡୁ ଘରେ ବ୍ୟବହାର କରୁଛନ୍ତି ତାହାକୁ କାହାରିକୁ ଦେବେ ନାହିଁ। ନଚେତ ମା ଲକ୍ଷ୍ମୀ ଘର ଛାଡ଼ି ଚାଲିଯିବେ।

ଯେବେବି ଘରେ ଝାଡୁ ପୋଛା ଲଗାଉଛନ୍ତି ତ ଅଇଁଠା ଅପରିଷ୍କାର ପଡିଥାଏ ତ ଝାଡୁ କେବେବି ଲଗେଇବେ ନାହିଁ। ପାଣି ପକେଇ କପଡାରେ ପୋଛା ମାରି ଝାଡୁ ଲଗେଇବେ। ଅଇଁଠା ଅପରିଷ୍କାରରେ ଝାଡୁ ଲଗେଇବା ଦ୍ୱାରା ବାସ୍ତୁଦୋଷ ଲାଗିଥାଏ।

ଯେବେବି ଆପଣ ଘରେ ପୋଛା ଲଗେଇବେ ତ ସେହି ପାଣିରେ ଅଳ୍ପ ଫିଟିକିରି ଲୁଣ ପକେଇ ହିଁ ପୋଛା ମାରିବେ। ଏହା ଦ୍ବାରା ବାତାବରଣ ଭଲ ରହିଥାଏ ଆଉ ଘରେ ପବିତ୍ରତା ବନି ରହିଥାଏ। ଯେଉଁଠି ପବିତ୍ରତା ଥାଏ ସେଠାରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଘରେ ସୁଖ ଶାନ୍ତି ବନି ରହିଥାଏ।

ମାନ୍ୟତା ଅଛି ଗୁରୁବାର ଦିନ ପୋଛା ଲଗେଇବା ଉଚିତ ନୁହେଁ। ଏମିତି କଲେ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି। ଯଦି ଅତି ଆବଶ୍ୟକ ପଡେ ତ ଗୁରୁବାର ଦିନ ପୋଛା ପାଣିରେ ଅଳ୍ପ ହଳଦୀ ପକେଇ ପୋଛା ଲଗାନ୍ତୁ। ତ ଏହା ଦ୍ବାରା ଦୋଷ ଦୂର ହୋଇଥାଏ।

ଝାଡୁକୁ ଭୁଲରେ ବି ଖୋଲା ଆକାଶ ତଳେ ରଖିବେ ନାହିଁ। ଅଗଣାରେ ଝାଡୁ ଲଗେଇବା ପରେ ଉଚିତ ସ୍ଥାନରେ ରଖିଦିଅନ୍ତୁ। ଖୋଲା ଆକାଶ ତଳେ କେବେବି ଝାଡୁ ରଖିବେ ନାହିଁ। ଚେଷ୍ଟା କରିବେ ଝାଡୁକୁ ଏମିତି ଜାଗାରେ ରଖିବେ ଯେମିତି କେହି ନଦେଖି ପାରିବେ। ନଚେତ ଏହା ଅଶୁଭ ହୋଇଥାଏ।

ଯେଉଁଠି ଖାଦ୍ୟ ଖାଆନ୍ତି ସେହି ଜାଗାରେ ଝାଡୁ କେବେବି ରଖନ୍ତୁ ନାହିଁ। ଏହା ଦ୍ବାରା ଘରର ସମସ୍ୟା ସୃଷ୍ଟି ହୋଇଥାଏ।

ଝାଡୁ ଯେବେବି ନୂଆ କିଣିକି ଆଣୁଛନ୍ତି ତ ତୁରନ୍ତ ସେହି ଝାଡୁରେ ଝାଡୁ ଲଗାନ୍ତୁ ନାହିଁ। ନୂତନ ଝାଡୁରେ ପ୍ରଥମେ ଧଳା କପଡା ବାନ୍ଧିଦିଅନ୍ତୁ ଏହା ପରେ ଝାଡୁକୁ ବ୍ୟବହାର କରନ୍ତୁ। ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ।

ରାତିରେ ଶୋଇବା ପୂର୍ବରୁ ଝାଡୁର ଛୋଟ ପ୍ରୟୋଗ କରନ୍ତୁ। ରାତିରେ ଶୋଇବା ପୂର୍ବରୁ ନିଜ ଘରର ଦ୍ୱାର ସାମ୍ନାରେ ଭିତର ପଟେ ଝାଡୁ ଶୁଆଇ ରଖିଦିଅନ୍ତୁ ଏବଂ ଝାଡୁ ତଳେ ୧ ରୁ ୨ ଟି ଦାନା ଜିରା ରଖିଦିଅନ୍ତୁ ଆଉ ସକାଳେ ଝାଡୁ ଲଗେଇବା ସମୟରେ ସେହି ଜିରାକୁ ବି ବାହାରକୁ ଫୋପାଡ଼ି ଦିଅନ୍ତୁ।

ଯଦି ଘରେ ଛୋଟ ପିଲା ଝାଡୁ ଲଗାଇଥାଏ ତ ବନ୍ଧୁଙ୍କ ଆଗମନର ସଂକେତ ଦେଇଥାଏ। ହଠାତ କୌଣସି ବନ୍ଧୁ ଆପଣଙ୍କ ଘରକୁ ଆସିପାରନ୍ତି।

କେବେ କେବେ ଝାଡୁରେ ଭୁଲରେ ଗୋଡ଼ ବାଜିଯାଏ ତ ଏହାକୁ ଅଶୁଭ ମାନାଯାଏ। ଆଉ ଝାଡୁକୁ କ୍ଷମା ମାଗିନିଅନ୍ତୁ।

ଝାଡୁରେ କାହାରିକୁ ମାରିବା ଉଚିତ ନୁହେଁ।

ଯଦି ଘରର କୌଣସି ସଦସ୍ୟ ଖାସ କାମରେ ଘରୁ ବାହାରକୁ ଯାଉଛନ୍ତି ତ ତୁରନ୍ତ ଘରୁ ବାହାରିବା ପରେ ଝାଡୁ ଲଗାନ୍ତୁ ନାହିଁ। ଏମିତି କଲେ ଯେଉଁ ବ୍ୟକ୍ତି କୌଣସି କାମରେ ଯାଇଥିବେ ସେହି କାମରେ ସଫଳତା ମିଳିନଥାଏ। ସେଥିପାଇଁ ତୁରନ୍ତ ଝାଡୁ ଲଗାନ୍ତୁ ନାହିଁ କିଛି ସମୟ ପରେ ଝାଡୁ ଲଗାନ୍ତୁ।

ଝାଡୁକୁ କେବେବି ଛିଡା କରି ରଖନ୍ତୁ ନାହିଁ ଏହାକୁ ଅଶୁଭ ମାନାଯାଏ। ଆଉ ଦୁଇଟି ଝାଡୁ ଏକା ସହିତ ରଖନ୍ତୁ ନାହିଁ। ଅଲଗା ଅଲଗା ରଖନ୍ତୁ ନଚେତ ଘରେ ଝଗଡା ହୋଇଥାଏ।

ଅନେକ ଥର ଏମିତି ହୋଇଥାଏ ନୂଆ ଘରକୁ ସିଫ୍ଟ କରିଥାନ୍ତି ତ ସେଠାକୁ ନୂଆ ଝାଡୁ ନେଇ ଯାଆନ୍ତୁ। ଏହାପରେ ପୁରୁଣା ଝାଡୁବି ନେଇକି ଯାଆନ୍ତୁ। ପୁରୁଣା ଝାଡୁକୁ ପୁରୁଣା ଘରେ ଛାଡିବା ଉଚିତ ନୁହେଁ। ଯେବେବି ଆପଣ ନୂତନ ଘରକୁ ପ୍ରବେଶ କରିବେ ଗୋଟେ ହାତରେ ତୁଳସୀ ଗଛ ଆଉ ଗୋଟେ ହାତରେ ଝାଡୁ ନେଇକି ପ୍ରବେଶ କରନ୍ତୁ। ଆଉ ଗୋଟେ ଘଟିରେ ଜଳ ଭର୍ତି କରି ନେଇ ଯାଆନ୍ତୁ। ତ ଏହା ବହୁତ ଶୁଭ ହୋଇଥାଏ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

ଜିରାର ଏହି ବିଶେଷ ପ୍ରୟୋଗ ନିଶ୍ଚୟ କରିବା ଉଚିତ।

ରାତିରେ ଝାଡୁ ତଳେ ୧ ରୁ ୨ ଟି ଦାନା ଜିରା ରଖିଦିଅନ୍ତୁ ଆଉ ସକାଳେ ବାହାର କରିଦିଅନ୍ତୁ ଏହା ଦ୍ବାରା ଘରର ଉନ୍ନତି ହୋଇଥାଏ ଆଉ ସମସ୍ୟା ଦୂର ହୋଇଥାଏ।

ଅମାବାସ୍ୟା ତିଥି ଦିନ ଝାଡୁରେ ସଫା କରି ଯଦି ଘରର ଅପରିଷ୍କାରକୁ ପୁରୁଣା ଝାଡୁ ସହିତ ବାହାରକୁ ଫୋପାଡ଼ି ଦେଉଛନ୍ତି ତ ଏହା ଦ୍ବାରା ଘରର ସମସ୍ୟା ଦୂର ହୋଇଥାଏ। ଆର୍ଥିକ ସମସ୍ୟା ଦୂର ହୋଇଥାଏ। ରାହୁ କେତୁ ଦୋଷ ପିତୃଦୋଷ ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *