Excuse Me Odisha

ଯାହା କହିବୁ ସତ କହିବୁ

କୋଟିପତି ହେବାକୁ ଚାହୁଁଥିଲେ ବୁଧବାର ଦିନ କରନ୍ତୁ ଏହି ଗୋଟିଏ କାମ ! ଶ୍ରୀ ଗଣେଶ ହେବେ ଆପଣଙ୍କ ଉପରେ ପ୍ରସନ୍ନ,ଗରିବୀ ହୋଇଯିବ ଦୂର !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କୋଟିପତି ହେବାକୁ ଚାହୁଁଥିଲେ ବୁଧବାର ଦିନ କରନ୍ତୁ ଏହି ଗୋଟିଏ କାମ।

ବନ୍ଧୁଗଣ ବୁଧବାର ଦିନ ସପ୍ତାହର ଚତୁର୍ଥ ଦିନ ହୋଇଥାଏ ଏବଂ ଏହି ଦିନର ଅଧିପତି ବୁଧ ଗ୍ରହଙ୍କୁ ମାନାଯାଇଛି। ଯାହାଙ୍କୁ ଭାଗ୍ୟ ବିଧାତା ବି ମାନାଯାଏ। ବୁଧବାର ବିଶେଷ ରୂପରେ ଭଗବାନ ଗଣେଶଙ୍କୁ ସମର୍ପିତ ହୋଇଥାଏ। ଏହି ଦିନ ବୁଦ୍ଧିର ଦାତା ଏବଂ ବିଘ୍ନ ହର୍ତା ଭଗବାନ ଶ୍ରୀଗଣେଶଙ୍କ ଉପାସନା କରାଯାଇଥାଏ ଲମ୍ବୁଧର ବିନାୟକ ମଙ୍ଗଳ ମୂର୍ତି ବକ୍ରତୁଣ୍ଡ ଆଦି ଅନେକ ନାମରେ ପ୍ରସିଦ୍ଧ ଭଗବାନ ଶ୍ରୀଗଣେଶ ଆମ ସମସ୍ତଙ୍କର ଅତିପ୍ରିୟ ଦେବତା ଅଟନ୍ତି। ନିଜର ମୁହଁ ଏବଂ ଛବି ଏବଂ ତାଙ୍କର ରୂପରେ ସମସ୍ତଙ୍କ ମନ ଲୋଭା କରୁଥିବା ଭଗବାନ ଶ୍ରୀଗଣେଶ ଭଗବାନ ଶିବ ଏବଂ ମା ପାର୍ବତୀଙ୍କ ସୁପୁତ୍ର ଅଟନ୍ତି।

ଥରେ ଭଗବାନ ଶ୍ରୀଗଣେଶଙ୍କୁ ମାତା ପାର୍ବତୀ ଆଶୀର୍ବାଦ ସ୍ୱରୂପ ବରଦାନ ଦେଇଥିଲେ କି ସର୍ବଦା ସେ ସବୁ ଦେବତା ମାନଙ୍କ ଠାରୁ ପୂଜନୀୟ ରହିବେ। ଆଉ ସେବେଠାରୁ ପ୍ରତ୍ୟକ ଶୁଭ କାର୍ଯ୍ୟରେ ସବୁଠାରୁ ପ୍ରଥମେ ଭଗବାନ ଗଣେଶଙ୍କୁ ସ୍ମରଣ କରିବା ଉଚିତ। ଆଉ ସବୁଠାରୁ ପ୍ରଥମେ ତାଙ୍କୁ ପୂଜା କରାଯାଏ। ଭଗବାନ ଗଣେଶ ଦଶ ଦିଗର ସ୍ୱାମୀ ଅଟନ୍ତି। ଏଥିପାଇଁ ତାଙ୍କ ଆଜ୍ଞା ବିନା ଯେତେ ପର୍ଯ୍ୟନ୍ତ ସେ ଦିଗକୁ ଖୋଲନ୍ତି ନାହିଁ କୌଣସି ବି ଦେବତା ପୂଜା ସ୍ଥଳକୁ ଆସି ପାରନ୍ତି ନାହିଁ। ଭଗବାନ ଶ୍ରୀଗଣେଶଙ୍କର ଅତିପ୍ରିୟ ଦିନ ବୁଧବାର ଦିନକୁ ଲୋକେ ତାଙ୍କର ଆରୋଧନା ତ କରିଥାନ୍ତି ତା ସହିତ ପୁରା ବର୍ଷରେ ଏମିତି ଅନେକ ଦିନ ଆସିଥାଏ

ଯେଉଁଥିରେ ଆମେ ଭଗବାନ ଗଣେଶଙ୍କର ପୂଜା କରିଥାଉ। ଆଜି ଆମେ ଭଗବାନ ଗଣେଶଙ୍କର ପୁଜାଅର୍ଚ୍ଚନାର ସମ୍ବଦ୍ଧିତ କିଛି ମହତ୍ୱପୂର୍ଣ୍ଣ କଥା ଜାଣିବା। ଏହା ସହିତ ଏହାବି ଜାଣିବା ବୁଧବାର ଦିନ ଆମକୁ କଣ କରିବା ଉଚିତ ଆଉ କଣ କରିବା ଉଚିତ ନୁହେଁ। ଏହା ସହିତ ଏକ ଚମତ୍କାରୀ ଉପାୟ ବିଷୟରେ ଜାଣିବା ଯାହା ଅତ୍ୟନ୍ତ ପ୍ରଭାବଶାଳୀ ଅଟେ।

ଯାହା ଦ୍ୱାରା ଭଗବାନ ଗଣେଶ ଆମ ଉପରେ ପ୍ରସନ୍ନ ହୋଇଯାନ୍ତି ଆଉ ଆମର ସବୁ ସଙ୍କଟ ଦୂର କରି ନେଇଥାନ୍ତି। ଏହି କଥା ବିଲକୁଲ ଠିକ ଅଟେ ଯଦି ଭଗବାନ ଶ୍ରୀଗଣେଶ ଆମ ଉପରେ କୃପା ବର୍ଷା କରିଥାନ୍ତି ତ ଆମ ଜୀବନରେ ସବୁ ସଙ୍କଟ ତଥା ବିଘ୍ନ ଦୂର ହୋଇଥାଏ। ଧନ ଲାଭ ହୋଇଥାଏ ଆଉ ଜୀବନରେ ଭରପୁର ଖୁସି ଆସିଥାଏ ତେବେ ଆସନ୍ତୁ ଜାଣିନେବା କଣ ସେହି ମହତ୍ୱପୂର୍ଣ୍ଣ କଥା।

ପ୍ରଥମ କଥା। ଭଗବାନ ଗଣେଶ ବହୁତ ଶାନ୍ତ ଆଉ ସୌମ୍ୟ ସ୍ୱଭାବର ଭଗବାନ ବୋଲି ମାନାଯାଏ। ତାଙ୍କୁ ଛୋଟ ଛୋଟ କଥାରେ ପ୍ରସନ୍ନ କରାଯାଇପାରିବ। ଭଗବାନ ଗଣେଶଙ୍କୁ ପୁରା ଶ୍ରଦ୍ଧା ଏବଂ ଭକ୍ତିରେ ପୁଜାଅର୍ଚ୍ଚନା କଲେ ସେ ଆମ ଉପରେ ନିଜର କୃପା ବର୍ଷା କରିଥାନ୍ତି

ଦ୍ୱିତୀୟ କଥା। ଭଗବାନ ଗଣେଶଙ୍କର ପୂଜା କରିବା ସମୟରେ ପୂଜା ସାମଗ୍ରୀରେ ଅନ୍ୟ ବସ୍ତୁ ସହିତ କିଛି ପ୍ରିୟ ଜିନିଷ ରହିବା ବହୁତ ଆବଶ୍ୟକ ଅଟେ। ଯେମିତି ଚନ୍ଦନ ସିନ୍ଦୁର ଲାଲ ରଙ୍ଗର କୌଣସି ବି ଫୁଲ ଲାଲ ବସ୍ତ୍ର ତଥା ଦୁବ। ଭଗବାନ ଶ୍ରୀଗଣେଶଙ୍କୁ ଲାଲ ରଙ୍ଗ ଅତ୍ୟନ୍ତ ପ୍ରିୟ ହୋଇଥାଏ।

ତୃତୀୟ କଥା। ଭଗବାନ ଶ୍ରୀଗଣେଶଙ୍କୁ ଘିଅର ଦୀପ ଜଳେଇ ଏହିସବୁ ବସ୍ତୁ ଅର୍ପଣ କରନ୍ତୁ। ଭଗବାନ ଗଣେଶଙ୍କୁ ଦୁବ ଅତ୍ୟନ୍ତ ପ୍ରିୟ ଅଟେ ଏବଂ ଦୁବ ଅର୍ପଣ କରିବା ବିନା ଆମକୁ ପୂଜାର କୌଣସି ପୁଣ୍ୟ ପ୍ରାପ୍ତି ହୋଇନଥାଏ ଆଉ ଆମର ପୂଜା ବି ଅଧୁରା ମାନାଯାଏ। ଶାସ୍ତ୍ରରେ ଦୁବର ମହତ୍ୱ କୁବେରଙ୍କର ଧନ ସହିତ ସମାନ ମାନାଯାଏ। ଦୁବର ସୁଗଦ୍ଧରେ ପରିବେଶରେ ପବିତ୍ରତା ବଢି ଯାଇଥାଏ। ଏଥିପାଇଁ ଭଗବାନ ଗଣେଶଙ୍କର କୌଣସି ବିଶେଷ ଅବସର ଉପରେ କିମ୍ବା ପୂଜା ଦିନ ତାଙ୍କୁ ଦିନରେ ଅନେକ ଥର ଦୁବ ଅର୍ପଣ କରିବା ଉଚିତ।

ଚତୁର୍ଥ କଥା। ଭଗବାନ ଶ୍ରୀଗଣେଶଙ୍କୁ ଶନିଙ୍କ ପତ୍ର କିମ୍ବା ମନ୍ଦାର ଫୁଲର ପତ୍ର ବି ନିଶ୍ଚୟ ଅର୍ପଣ କରନ୍ତୁ ଏହାବି ଭଗବାନ ଶ୍ରୀଗଣେଶଙ୍କୁ ବହୁତ ପ୍ରିୟ ଅଟେ। ବୁଧବାର ଦିନ ଭଗବାନ ଶ୍ରୀଗଣେଶଙ୍କୁ ଶନି ପତ୍ର କିମ୍ବା ମନ୍ଦାର ପତ୍ର ଅର୍ପଣ କରିଲେ ମନୁଷ୍ୟଙ୍କର ଧନ ସମ୍ବଦ୍ଧିତ ସମସ୍ୟା ଆପେ ଆପେ ସମାପ୍ତ ହୋଇଯାଏ ଆଉ ଆମର ସବୁ କଷ୍ଟ ଦୂର ହୋଇଯାଏ। ଏହା ଧ୍ୟାନ ରଖିବେ ଭଗବାନ ଶ୍ରୀଗଣେଶଙ୍କର ପୂଜାରେ ତୁଳସୀ ପତ୍ର କେବେବି ଲଗେଇବେ ନାହିଁ। ଏହା ବର୍ଜିତ ଅଟେ।

ପଞ୍ଚମ କଥା। ଭଗବାନ ଶ୍ରୀଗଣେଶଙ୍କୁ ମଦକ ଏବଂ ଲଡୁ ଅତି ପ୍ରିୟ ଅଟେ ଏଥିପାଇଁ ଭଗବାନ ଶ୍ରୀଗଣେଶଙ୍କ ଭୋଗରେ ମଦକ ଏବଂ ଲଡୁ ନିଶ୍ଚୟ ଲଗେଇବା ଉଚିତ। ମଦକ ଆନନ୍ଦ ଏବଂ ଜ୍ଞାନର ପ୍ରତୀକ ଅଟେ। ଏହି କାରଣରୁ ଆମକୁ ବୁଦ୍ଧି ଏବଂ ଆନନ୍ଦର ଦେବତା ଭଗବାନ ଶ୍ରୀଗଣେଶଙ୍କ ମୂର୍ତିରେ ହାତରେ ମଦକ ଥିବା ଦେଖାଯାଏ।

ଷଷ୍ଠ କଥା। ବୁଧବାର ଦିନ ଓମ ଶ୍ରୀ ଗଣେସାୟ ନମଃ ଏହି ମନ୍ତ୍ରର ଉଚାରଣ କରିବା ଉଚିତ। ଏହା ଦ୍ବାରା ଆପଣଙ୍କ କାର୍ଯ୍ୟ ନିଶ୍ଚୟ ସଫଳ ହେବ।

ସପ୍ତମ କଥା। ସର୍ବଦା ଭଗବାନ ଶ୍ରୀଗଣେଶଙ୍କର ଦର୍ଶନ ତାଙ୍କ ସମୁଖରେ ଛିଡା ହୋଇ ମୁଣ୍ଡ ନୁଆଁଇ କରିବା ଉଚିତ। କେବେବି ପଛ ପଟରୁ ଅର୍ଥାତ ଭଗବାନ ଗଣେଶଙ୍କର ପିଠି ପଟରୁ ଦର୍ଶନ କରିବେ ନାହିଁ। ଏମିତି କଲେ ଜୀବନ କଷ୍ଟକର ହୋଇପଡେ।

ଆସନ୍ତୁ ଜାଣିବା ବୁଧବାର ଦିନ କେଉଁ ଚମତ୍କାରୀ ଉପାୟ କରିଲେ ମନସ୍କାମନା ପୂରଣ ହୋଇଥାଏ।

ଯଦି ଆପଣଙ୍କୁ ବହୁତ ଦିନରୁ କୌଣସି କଥାକୁ ନେଇ ଚିନ୍ତା ଅଛି କୌଣସି ସମସ୍ୟା ଅଛି କୌଣସି ବି ପ୍ରକାରର ସଙ୍କଟ ଅଛି କିମ୍ବା ଦୁଃଖ ଅଛି ଏହା ପାଇଁ ଏହି ଉପାୟ ନିଶ୍ଚୟ କରନ୍ତୁ।

ତାଜା ଏବଂ ସତେଜ ଦୁବକୁ ପାଣିରେ ଧୋଇ ସଫା କରି ନିଅନ୍ତୁ। ଆଉ ଏହି ଦୁବର ଚୟନ କରନ୍ତୁ ଯେଉଁଥିରେ ଏହି ଦୁବର ୩ ଟି ପତ୍ର ପରସ୍ପର ସହିତ ଜଡ଼ିତ ହୋଇଥିବ। ଏମିତି ୭ ଟି ଦୁବକୁ ଏକା ସହିତ ସୂତାରେ ବାନ୍ଧି ନିଅନ୍ତୁ। ଆଉ ଏକ ବିଡା କରିନିଅନ୍ତୁ। ଆଉ ପ୍ରତ୍ୟକ ବୁଧବାର ଦିନ ଭଗବାନ ଶ୍ରୀଗଣେଶଙ୍କୁ ୨୧ ଟି ବିଡା ଅର୍ପଣ କରିବା ସମୟରେ ତାଙ୍କୁ ନିଜର ଚିନ୍ତା ସମସ୍ୟା ଦୁଃଖ ସଙ୍କଟ ଦୂର କରିବାର ପ୍ରାର୍ଥନା କରନ୍ତୁ।

ଦୁବ ଅର୍ପଣ କରିବା ସମୟରେ ଓମ ଗଣ ଗଣପତେୟ ନମଃ ଏହି ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ। ଏମିତି ସେତେ ଦିନ ପର୍ଯ୍ୟନ୍ତ କରନ୍ତୁ ଯେତେ ଦିନ ପର୍ଯ୍ୟନ୍ତ ଆପଣଙ୍କ ମନସ୍କାମନା ପୂରଣ ନହୋଇଥିବ। ଏହା କରନ୍ତୁ ଏହାର ରେଜଲ୍ଟ ନିଶ୍ଚୟ ଦେଖିବାକୁ ପାଇବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *