ସ୍ବାମୀଙ୍କ ଅଇଁଠା ଖାଇବା ଭଲ ନା ଖରାପ | ସ୍ତ୍ରୀମାନେ ନିଶ୍ଚିତ ଭାବରେ ଥରେ ଏହାକୁ ପଢନ୍ତୁ !
ବନ୍ଧୁଗଣ ଗୁରୁଜନ ମାନେ କୁହନ୍ତି କି ମନୁଷ୍ୟକୁ ଶହେ କାମ ଛାଡି ସ୍ନାନ କରିବା ଉଚିତ। ହଜାରେ କାମ ଛାଡି ଭୋଜନ କରିବା ଉଚିତ। ମନୁଷ୍ୟ ଜୀବନ ଭୋଜନ ଉପରେ ନିର୍ଭର କରିଥାଏ। ଅନ୍ୟଥା ଜୀବନ ସମ୍ଭବ ନାହିଁ। ଶାସ୍ତ୍ରରେ କିଛି ଏପରି ନିୟମ କୁହାଯାଇଛି ଯାହାର ପାଳନ ପ୍ରତ୍ୟକ ମହିଳାଙ୍କୁ କରିବା ଉଚିତ। ଯଦି ଆପଣ ଶାସ୍ତ୍ରରେ ବର୍ଣ୍ଣିତ ନିୟମକୁ ପାଳନ କରୁନାହାନ୍ତି ତ ଆପଣଙ୍କ ଜୀବନରେ ବହୁତ ସମସ୍ୟା ଆସିପାରେ ଆଉ ଆପଣଙ୍କୁ ଜଣା ମଧ୍ୟ ପଡିବନି। ଆଜି ଆମେ ଏହି ପୋଷ୍ଟରେ ଜଣେଇବୁ କି ଏପରି କେଉଁ ନିୟମ ଯାହାକୁ ପ୍ରତ୍ୟକ ମନୁଷ୍ୟ ପାଳନ କରିବା ଉଚିତ।
ହିନ୍ଦୁ ଧର୍ମ ଅନୁସାରେ ଭୋଜନ କରିବା ସମୟରେ ଭୋଜନ କରିବା ଆଗରୁ ପାଦ ହାତ ମୁଖକୁ ଭଲ ଭାବରେ ଧୋଇକି ଭୋଜନ କରିବା ଉଚିତ। ଶାସ୍ତ୍ରରେ କୁହାଯାଇଛି କି ଅପରିଷ୍କାର ଗୋଡ଼ରେ ଭୋଜନ କରୁଥିବା ମନୁଷ୍ୟ ଦୁଃଖ କଷ୍ଟ ପ୍ରାପ୍ତ କରିଥାଏ। ସଫା ପାଦରେ ଭୋଜନ କରୁଥିବା ମନୁଷ୍ୟକୁ ଲମ୍ବା ଆୟୁ ହୋଇଥାଏ। ପ୍ରତ୍ୟକ ମନୁଷ୍ୟକୁ ୨ ଥର ଭୋଜନ କରିବା ଉଚିତ। ସକାଳେ ଏବଂ ସନ୍ଧ୍ୟାରେ। ମଝିରେ ଭୋଜନ କରିବାର ବିଧି ଲେଖା ଯାଇନାହିଁ। ଯିଏ ଏହି ନିୟମର ପାଳନ କରିଥାଏ ତାକୁ ଉପବାସ କରିବାର ପୁନଃ ଫଳ ପ୍ରାପ୍ତ ହୋଇଥାଏ।
ଭୋଜନ ସବୁବେଳେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି କରିବା ଉଚିତ। ପୂର୍ବ ଦିଗକୁ ମୁହଁ କରି ଭୋଜନ କରିବା ଦ୍ୱାରା ଆୟୁ ବଢିଥାଏ। ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କରିବା ଦ୍ୱାରା ଏହା ପ୍ରେତ ପ୍ରାପ୍ତ କରିଥାଏ। ପଶ୍ଚିମ ଦିଗକୁ ମୁଖ କରି ଭୋଜନ କରିବା ଦ୍ୱାରା ରୋଗ ସୃଷ୍ଟି ହୋଇଥାଏ। ଉତ୍ତର ଦିଗକୁ ମୁହଁ କରି ଭୋଜନ କଲେ ଆଉ ତଥା ଧନର ବୃଦ୍ଧି ହୋଇଥାଏ।
ଯଦି ଆପଣ ନିୟମର ସହିତ ଭୋଜନ କରୁଛନ୍ତି ତ ଆପଣଙ୍କୁ କୌଣସି ସମସ୍ୟା ଦେଖିବାକୁ ମିଳିନଥାଏ କିନ୍ତୁ ଏହି କଥାର ଧ୍ୟାନ ରଖନ୍ତୁ ଶାସ୍ତ୍ରରେ ଏହା ଲେଖା ଅଛି କି କୌଣସି ବ୍ୟକ୍ତିର ଅଇଁଠା ଭୋଜନକୁ ଗ୍ରହଣ କରିବା ଉଚିତ ନୁହେଁ। ଏହାକୁ ବହୁତ ବଡ଼ ନିଷେଧ ମାନାଯାଏ।
ଅଧିକାଂଶ ଥର ଦେଖିବାକୁ ମିଳେ କି ସ୍ୱାମୀର ଛଡା ଯାଇଥିବା ଅଇଁଠାକୁ ସ୍ତ୍ରୀ ଖାଇଦିଏ। ଆମେ ମାନେ ଭାବୁ କି ସ୍ୱାମୀଙ୍କର ଅଇଁଠା ଖାଇଲେ ପ୍ରେମ ବଢିଥାଏ। ଏପରି କରିବା ଶାସ୍ତ୍ର ଅନୁସାରେ ଭଲ ମାନାଯାଏ ନାହିଁ। ସ୍ୱାମୀ ସ୍ତ୍ରୀଙ୍କୁ କେବେବି ଏକା ସାଙ୍ଗରେ ଗୋଟିଏ ଥାଳିରେ ଭୋଜନ କରିବା ଉଚିତ ନୁହେଁ। ସ୍ୱାମୀ ସ୍ତ୍ରୀଙ୍କୁ ସବୁବେଳେ ଅଲଗା ଭୋଜନ କରିବା ଉଚିତ କାରଣ ଯଦି ଆପଣ ଶାସ୍ତ୍ର ଅନୁସାରେ ଜୀବନ ବଞ୍ଚିବେ ତ ଆପଣଙ୍କ ଜୀବନରେ ସମସ୍ୟା ଆସିବ ନାହିଁ।
ଏବେ ଆସନ୍ତୁ ଜାଣିବା ସ୍ୱାମୀଙ୍କ ସହିତ ଭୋଜନ କରିବା ଠିକ ନାଁ ଭୁଲ।
ଭଗବାନ ଶ୍ରୀକୃଷ୍ଣ ତାଙ୍କର ଉପଦେଶରେ ମନୁଷ୍ୟଙ୍କୁ ଭୋଜନ କରିବା ସମୟରେ କେଉଁ କଥାର ଧ୍ୟାନ ରଖିବା ଉଚିତ ଏହି ବିଷୟରେ ବହୁତ ମହତ୍ୱପୂର୍ଣ୍ଣ ଜ୍ଞାନ ଦେଇଛନ୍ତି। କେଉଁ ପ୍ରକାରର ଭୋଜନ ମନୁଷ୍ୟକୁ କଷ୍ଟକାରକ ଦେଇଥାଏ କେଉଁ ଦିଗକୁ ମୁଖ କରି ଭୋଜନ କଲେ ମନୁଷ୍ୟର ଆୟୁ କମ ହୋଇଥାଏ ଏବଂ କେଉଁ ପ୍ରକାରର ଭୋଜନ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତି କରାଇଥାଏ ଏହା ସହିତ ବାସ୍ତୁଶାସ୍ତ୍ରରେ ମଧ୍ୟ ଭୋଜନ କରିବା ସମୟରେ ନିୟମ ବିଷୟରେ କୁହାଯାଇଛି।
ଯାହାର ପାଳନ କରିବ ଆବଶ୍ୟକ। ବାସ୍ତୁଶାସ୍ତ୍ରରେ କୁହାଯାଇଛି କି ମନୁଷ୍ୟକୁ ଭୋଜନ କରିବା ସମୟରେ ନିଜର ମୁହଁ ଉଚିତ ଦିଗକୁ ରଖିବା ଉଚିତ। ଭୁଲ ଦିଗକୁ ମୁହଁ କରି ଭୋଜନ କଲେ ମନୁଷ୍ୟ ଶରୀରରେ ଖରାପ ପ୍ରଭାବ ପଡିଥାଏ। ଏହା ସହିତ ଭୋଜନ ଆରମ୍ଭ କରିବା ପୂର୍ବରୁ ମନୁଷ୍ୟକୁ କିଛି ମନ୍ତ୍ର ବୋଲିବା ଆବଶ୍ୟକ। କାରଣ ସକରାତ୍ମକ ଉର୍ଜାର ପ୍ରଭାବ ଅଧିକ ହେବ ଏବଂ ଏହା ଆମ ଶରୀର ଉପରେ ଭଲ ପ୍ରଭାବ ପକାଇବ।
ଯଦି ଭୋଜନ କରିବ ସମୟରେ ପରିବାରର ସବୁ ସଦସ୍ୟ ଠିକ ଦିଗରେ ଧ୍ୟାନ ରଖନ୍ତି ତ ଘରୁ କ୍ଳେଶ ନକରାତ୍ମକତା ଦାରିଦ୍ର୍ୟତା ଦୂର ହୋଇଯାଏ ଏବଂ ମା ଲକ୍ଷ୍ମୀଙ୍କ କୃପାରୁ ଘରକୁ ସୁଖ ସମୃଦ୍ଧି ଆସିଥାଏ ତା ସହିତ ପରିବାରର ସଦସ୍ୟଙ୍କ ଦେହ ମଧ୍ୟ ଭଲ ରହିଥାଏ। ଏଥିପାଇଁ ମନୁଷ୍ୟଙ୍କୁ ବାସ୍ତରଶାସ୍ତ୍ରର ନିୟମ ପାଳନ କରିବା ଉଚିତ। ତ ଆସନ୍ତୁ ଜାଣିନେବା ମନୁଷ୍ୟକୁ ଭୋଜନ କରିବା ସମୟରେ କେଉଁ କଥାକୁ ଧ୍ୟାନ ରଖିବା ଉଚିତ।
ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ମନୁଷ୍ୟକୁ କେବେବି ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଭୋକିଲା ରଖି ନିଜେ ଭୋଜନ ଗ୍ରହଣ କରିବା ଉଚିତ ନୁହେଁ। ଯେମିତି ସୁଦାମା ନିଜ ମିତ୍ରଙ୍କୁ ଭୋକିଲା ରଖି ନିଜେ ହିଁ ଖାଇ ଦେଇଥିଲେ ଏହି କାରଣରୁ ସେ ଦାରିଦ୍ର୍ୟତାର ସାମ୍ନା କରିଥିଲେ। ସେହିପରି ମନୁଷ୍ୟକୁ କେବେବି ଅନ୍ୟକୁ ଭୋକିଲା ରଖି ନିଜେ ଭୋଜନ ଗ୍ରହଣ କରିବା ଉଚିତ ନୁହେଁ। ଆପଣଙ୍କ ପାଖକୁ ଆସିଥିବା ପଶୁପକ୍ଷୀ ଏବଂ ମନୁଷ୍ୟକୁ ମଧ୍ୟ ଭୋଜନ କରେଇବା ସହିତ ନିଜେ ଭୋଜନ କରିବା ଉଚିତ। ସମସ୍ତଙ୍କୁ ବାଣ୍ଟି କରି ଭୋଜନ କଲେ ହିଁ ବ୍ୟକ୍ତିକୁ ତାର ପୁଣ୍ୟ ମିଳିଥାଏ ଏବଂ ଏଥିରେ ହିଁ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।
ବାସ୍ତୁଶାସ୍ତ୍ର ଅନୁସାରେ ଭଙ୍ଗା ରୁଜା ବାସନରେ ଭୋଜନ କରିବା ଅଶୁଭ ମାନାଯାଏ। ଏହା ଦୁର୍ଭାଗ୍ୟକୁ ନିମନ୍ତ୍ରଣ କରିଥାଏ। ଭୋଜନ ସବୁବେଳେ ସ୍ୱଚ୍ଛ ଥାଳିରେ କରିବା ଉଚିତ। ଦୂଷିତ ଥାଳିରେ ଭୋଜନ କଲେ ଦୁଃଖ ଦାରିଦ୍ର୍ୟତା ଇତ୍ୟାଦି ବ୍ୟକ୍ତିର ଜୀବନରେ ଆସିଥାଏ। ଏକାଦଶୀ ଦିନ ତାମସିକ ଭୋଜନ କରନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ମନୁଷ୍ୟକୁ ଏକାଦଶୀ ଦିନ ମଦ ମାଂସର ସେବନ କରିବା ଉଚିତ ନୁହେଁ ଏବଂ କେବଳ ସାକାହାର ଆହାର ଭୋଜନ କରିବା ଉଚିତ।
ଭୋଜନର ଅପବ୍ୟବହାର କରିବା ଅଥବା ଭୋଜନକୁ ଖରାପ କରିବା ଶାସ୍ତ୍ରରେ ଅନୁଚିତ ମାନାଯାଏ। ଏହା ଅନର୍ଥର କାରଣ ବନିଥାଏ। ଏଥିପାଇଁ ଆପଣଙ୍କୁ ଥାଳିରେ ଯେତିକି ଆବଶ୍ୟକ ସେତିକି ହିଁ ଭୋଜନ ନିଅନ୍ତୁ। ଯଦି କୌଣସି ବ୍ୟକ୍ତି ସାଥିରେ ଭୋଜନ କରୁଛି ତ ତାହାର ଭୋଜନ ସମାପ୍ତ ହେବା ପର୍ଯ୍ୟନ୍ତ ଉଠିବା ଉଚିତ ନୁହେଁ। ଏହା ନକଲେ ପିତୃପୁରୁଷ ଦୁଃଖୀ ହୋଇଯାନ୍ତି ଏବଂ ପିତୃଦୋଷ ଲାଗିଥାଏ।
ଭୋଜନ ସରିବା ପରେ ଥାଳିରେ ହାତ ଧୋଇବା ଉଚିତ ନୁହେଁ। ଥାଳିରେ ହାତ ଧୋଇଲେ ଅନ୍ନର ଅପମାନ ହୋଇଥାଏ। ଏହା ନୀଚ ଶ୍ରେଣୀର ଲୋକଙ୍କ ଲକ୍ଷଣ ହୋଇଥାଏ। ଏହାକୁ ଭୁଲରେ ମଧ୍ୟ କରନ୍ତୁ ନାହିଁ।
ଭୋଜନ ଆରମ୍ଭ କରିବା ପୂର୍ବରୁ ଏହି ମନ୍ତ୍ରର ଜପ କରନ୍ତୁ। “ଓମ ସହ ନବବତୁ ସହ ନୌ ଭୁନକତୁ ସହ ବିରୟଂ କରବବାହୈ ତେଜସ୍ୱୀ ନବଧିତମସ୍ତୁ ମା ବିଦାସାବହୈ ଓମ ଶାନ୍ତି ଶାନ୍ତି ଶାନ୍ତି”। ଏହି ମନ୍ତ୍ରର ଜପରେ ଦେବୀ ଦେବତା ମାନେ ସନ୍ତୁଷ୍ଟ ହୋଇଥାନ୍ତି। ଏହି ସମସ୍ତଙ୍କ ଆଜ୍ଞା ନେଇ ମନୁଷ୍ୟକୁ ଭୋଜନ କରିବା ଉଚିତ ଏବଂ ଏହା ପାର୍ଥନା କରିବା ଉଚିତ କି ସବୁ ଭୋକିଲା ପ୍ରାଣୀକୁ ଅନ୍ନର ପ୍ରାପ୍ତି ହେଉ। ଏହି ପ୍ରକାରରେ ଭୋଜନ ଆରମ୍ଭ କଲେ ପରମାତ୍ମା ଅତ୍ୟନ୍ତ ସନ୍ତୁଷ୍ଟ ହୋଇଥାନ୍ତି ଏବଂ ବ୍ୟକ୍ତିକୁ ଦୀର୍ଘାୟୁ ପ୍ରଦାନ କରିଥାନ୍ତି।
ଏହି କଥାର ମଧ୍ୟ ଧ୍ୟାନ ରଖନ୍ତୁ କି ଖଟରେ ବସି କେବେବି ଭୋଜନ କରିବା ଉଚିତ ନୁହେଁ। ଏପରି କଲେ ବ୍ୟକ୍ତିକୁ କେତେ ପ୍ରକରର ରୋଗ ହୋଇଥାଏ। ଭୋଜନ କେବଳ ଭୂମି ଉପରେ ବସି କରିବା ଉଚିତ। ଭୋଜନ କରିବା ସମୟରେ ଅନ୍ୟକୁ ଅପମାନ କରିବା ଉଚିତ ନୁହେଁ। ଏପରି କଲେ ବ୍ୟକ୍ତିର ଜୀବନରେ ଦୁର୍ଭାଗ୍ୟ ଆସିଥାଏ ଏବଂ ଦୁହିଁଙ୍କ ମଧ୍ୟରେ କ୍ଳେଶ ମଧ୍ୟ ଉତ୍ପନ ହୋଇଥାଏ।
ଏବେ ଆସନ୍ତୁ ଜାଣିବା ଭୋଜନ କରିବାର ଠିକ ଦିଗ ବିଷୟରେ।
ବାସ୍ତୁଶାସ୍ତ୍ର ଅନୁସାରେ ପୂର୍ବ ଦିଗକୁ ମୁହଁ କରି ଭୋଜନ କଲେ ବ୍ୟକ୍ତି ରୋଗ ଏବଂ ମାନସିକ ଚିନ୍ତାରୁ ମୁକ୍ତ ହୋଇଯାଏ। ବୀମାର ଲୋକଙ୍କୁ ପୂର୍ବ ଦିଗକୁ ମୁଖ କରି ଭୋଜନ କରାନ୍ତୁ ଏହା ଦ୍ବାରା ସ୍ବାସ୍ଥ୍ୟରେ ସୁଧାର ଆସିଥାଏ। କାରଣ ପୂର୍ବ ଦିଗକୁ ଉଦୟ ହେଉଥିବା ଭଗବାନ ସୂର୍ଯ୍ୟଦେବଙ୍କର ଦିଗ ମାନାଯାଏ। ଏହା ଦ୍ବାରା ଶରୀରର ସବୁ ରୋଗ ନାଶ ହୋଇଥାଏ।
ଯଦି ବ୍ୟକ୍ତି ବ୍ୟବସାୟରେ ଉନ୍ନତି ଚାହୁଁଥାଏ କିମ୍ବା କୌଣସି ବ୍ୟକ୍ତି ଚାକିରୀ ଖୋଜୁଥାଏ ତ ତାକୁ ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଉଚିତ। ଉତ୍ତର ଦିଗ ମା ସ୍ୱରସ୍ୱତୀଙ୍କର ଦିଗ ମାନାଯାଏ।
ଧ୍ୟାନ ରଖନ୍ତୁ ଦକ୍ଷିଣକୁ ମୁହଁ କରି ଭୋଜନ କରିବା ଉଚିତ ନୁହେଁ। ଏହାକୁ ମୃତ୍ୟୁର ଦିଗ ମାନାଯାଏ। ଏହି ଦିଗକୁ ମୁଖ କରି ଭୋଜନ କଲେ ବ୍ୟକ୍ତିର କମ ବୟସରୁ ହିଁ ମୃତ୍ୟୁ ହୋଇଯାଏ। ଏଥିପାଇଁ ଦକ୍ଷିଣ ଦିଗକୁ କେବେବି ମୁଖ କରି ଭୋଜନ କରନ୍ତୁ ନାହିଁ।
ପଶ୍ଚିମ ଦିଗକୁ ମୁଖ କରି ଭୋଜନ କରିବା ଉଚିତ। ଧନ ଧାନ୍ୟ ସୁଖ ସମୃଦ୍ଧି ପାଇଁ ଏହାକୁ ଉଚିତ ମାନାଯାଏ। ତେଣୁ ମନୁଷ୍ୟକୁ ପଶ୍ଚିମ ଦିଗରେ ମୁହଁ କରି ଭୋଜନ କରିବା ଉଚିତ।