ଦୁଃଖରେ ରହୁଥିଲେ,ଚିନ୍ତାରେ ରହୁଥିଲେ,ସବୁବେଳେ ଭାବୁଥିଲେ,ଏହାକୁ ନିଶ୍ଚୟ ଥରେ ପଢ଼ନ୍ତୁ।
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯଦି କେହି ବ୍ୟକ୍ତି ଆପଣଙ୍କୁ ବାରମ୍ବାର ଦୁଃଖ ଦେଉଛି, ଅପମାନ କରୁଛି ତାହେଲେ କଣ କରିବେ।ଆସନ୍ତୁ ଜାଣିବା।
ବନ୍ଧୁଗଣ ଜଣେ ବ୍ୟକ୍ତି ମହାତ୍ମା ବୁଦ୍ଧଙ୍କୁ ପିଚାରିଲା କି ମୋ ଜୀବନରେ ଏତେ ଦୁଃଖ ସମସ୍ୟା କଣ ପାଇଁ ଅଛି? ତ ମହାତ୍ମା ବୁଦ୍ଧ ତାକୁ ପଚାରିଲେ କି କୁହନା ତୁମର ଦୁଃଖ କଣ ଅଛି। ସେ କହିଲା ମୁଁ ଆପଣଙ୍କୁ ମୋର କେତେ ଦୁଃଖ କଥା କହିବି ମୋର ପୁରା ଜୀବନଟା ଦୁଃଖରେ ଭରା। ମୋର ଶରୀରବି ପୁରା ବିମାରିରେ ଭରି ଯାଇଛି। ଏମିତି ଗୋଟିଏ ପରେ ଗୋଟିଏ ଦୁଃଖ ଲାଗି ରହିଛି। ସେ ବ୍ୟକ୍ତିଟି କହିଲା ନାଁ ମୁଁ ମୋ ସମ୍ପର୍କରେ ଖୁସି ଅଛି ନାଁ ପରିବାରରେ ନାଁ ମନରେ ନାଁ ମୋ ଜୀବନରେ ମୁଁ ଖୁସି ନାହିଁ। ଲାଗୁଛି ଏମିତି ଜୀବନ ବଞ୍ଚିବା ଅପେକ୍ଷା ମରିଯିବା ଭଲ। କୌଣସି କାରଣ ନାହିଁ ଜିଇଁବାର ତ ମହାତ୍ମା ବୁଦ୍ଧ କହିଲେ ସେ ବ୍ୟକ୍ତିକୁ କି କୁହ ତୁମର ଏହି ଦୁଃଖର କାରଣ କଣ?
ସେହି ବ୍ୟକ୍ତି ମହାତ୍ମା ବୁଦ୍ଧଙ୍କୁ କହିଲା ମୁଁ ଆପଣଙ୍କ ପାଖକୁ ଏଥିପାଇଁ ଆସିଛି କି ଆପଣ ହିଁ କୁହନ୍ତୁ ମୋ ମନରେ ଏତେ ଦୁଃଖ କଣ ପାଇଁ। ଏସବୁର କାରଣ କଣ। ମହାତ୍ମା ବୁଦ୍ଧ ସେହି ବ୍ୟକ୍ତିକୁ କହିଲେ ଭଲ ଭାବରେ ଚିନ୍ତା କର ବିଚାର କର ଦେଖ ତୁମର ଦୁଃଖ କଣ ଏହି ଦୁଃଖର କାରଣ ଅଟେ। ସେହି ବ୍ୟକ୍ତି ବହୁତ ଭାବିଲା କି ସେ ଦୁଃଖର କାରଣ କଣ? ସେ କିଛି ବୁଝିପାରିଲା ନାହିଁ। ବୁଦ୍ଧ ତାଙ୍କୁ ଉତ୍ତର ଦେଲେ ତୁମ ଦୁଃଖର କାରଣ ତୁମେ ନିଜେ ଅଟ। ତୁମ ମନର ଆଶା। ସେ ବ୍ୟକ୍ତି ବୁଦ୍ଧଙ୍କୁ କହିଲାକି ବୁଝି ପାରିଲି ନାହିଁ। ଏହା ମୋ ମନର ମୋହ ଆଉ ଏହାହିଁ ମୋ ମନର ସବୁ ଦୁଃଖର କାରଣ। କିପରି। ତ ବୁଦ୍ଧ ତାଙ୍କୁ ୩ ଟି ଛୋଟ ଛୋଟ କାହାଣୀ ଶୁଣେଇଲେ।
ପ୍ରଥମ କାହାଣୀ। ଜଣେ ବ୍ୟକ୍ତି ଗଛକୁ ଧରି ଚିତ୍କାର କରୁଥିଲାକି ମତେ ବଞ୍ଚାଅ। କିଏ ମତେ ଏହି ଗଛ ଠାରୁ ନିଅ। ତ ସେଠାରେ ଜଣେ ଗୁରୁ ଏବଂ ଶିଷ୍ୟ ପହଁଚିଲେ। ସେ ଶିଷ୍ୟ ଜଣଙ୍କ ଗୁରୁଙ୍କୁ କହିଲେ କି ଗୁରୁଦେବ ଏହି ବ୍ୟକ୍ତିକୁ ସାହାର୍ଯ୍ୟ କରିବା ଉଚିତ। ସେ ଏହି ଗଛରେ ଫସି ଯାଇଛନ୍ତି। ଗୁରୁ ଜଣଙ୍କ ନିଜର ଶିଷ୍ୟଙ୍କୁ କହିଲେ କି ଏହାକୁ ସାହାର୍ଯ୍ୟ କିଏବି କରିବେ ନାହିଁ। ତ ଶିଷ୍ୟ ଜଣଙ୍କ ପଚାରିଲେ କଣ ହୋଇଛି ଏହାକୁ କେହିବି ସାହାର୍ଯ୍ୟ କରିବେ ନାହିଁ। ତ ଗୁରୁ କହିଲେ ସେବ୍ୟକ୍ତି ନିଜେହିଁ ଗଛକୁ ଧରିଛି। ଯିଏ ଯେଉଁ ଜିନିଷକୁ ଧରିଛି ତାକୁ କିଏ ଛଡେଇ ପାରିବ। ତାକୁ କିଏ ବଞ୍ଚେଇ ପାରିବ। ଏମିତି ହିଁ ବୁଦ୍ଧ କହିଲେ ତମେ ନିଜେ ହିଁ ସବୁ ଦୁଃଖକୁ ଧରିଛ। ଏହା ମୋର, ଏହା ମୋଠୁ ଦୁରେଇ ନଯାଉ। ଏହା ସବୁ ମତେ ମିଳିଯାଉ। ଏହି ସବୁ ଦୁଃଖର କାରଣ ଏହାର ମୋର ଆଉ ମୋ ଅଧିନର।
ଦ୍ୱିତୀୟ କାହାଣୀ। ଗୋଟେ ବୁଢିଆଣି ନିଜେ ହିଁ ଜାଲ ତିଆରି କରେ ଜାଲ ବୁଣି ବୁଣି ନିଜେ ହିଁ ସେହି ଜାଲରେ ଫସିଯାଏ। ଚାହିଁଲେ ବି ସେ ଜାଲରୁ ମୁକ୍ତି ପାଇପାରେ ନାହିଁ। ସେମିତି ତୁମ ଜୀବନରେ କେତେ ସମ୍ପର୍କ ତିଆରି କରିଛ। କେତେକଙ୍କୁ ମୋହ ଲଗାଇଛ। କେତେକଙ୍କୁ ନିଜର ଭାବୁଛ। ମୋହ ରଖିବା କାରଣରୁ ହିଁ ତମେ ଆଜି ଦୁଃଖ ପାଉଛ। ସରାଦୁନିଆରେ ଦୁଃଖ ସୁଖ ରହିଛି। ଆମକୁ କେତେବେଳେ ଦୁଃଖ ହୁଏ ଯେତେବେଳେ ଆମର ନିଜର ଲୋକ ଆମ ସହିତ କିଛି ଖରାପ କରନ୍ତି।
ତୃତୀୟ କାହାଣୀ। ରସ ଭରା ଏକ ପାତ୍ରରେ ଉଡୁଥିବା ମହୁମାଛି ଟିଏ ସେଥିରେ ପଡିଗଲା ପରେ ତାକୁ ଆନନ୍ଦ ଆସେ। ସେ ବହୁତ ପ୍ରସନ୍ନ ହୋଇଯାଏ। ସେ ଚାହେଁ କି ସେ କିଛି ରସ ନେଇ ଉଡିଯିବ। କିନ୍ତୁ ସେ ସେହି ରସରେ ଏତେ ବୁଡି ଯାଏ କି ସେ ନିଜେ ହିଁ ଉଡି ପାରେନାହିଁ। ସେ ରସକୁ ପିଇ ପିଇ ତାର ଡେଣା ସେଥିରେ ଲାଗିଯାଏ। ପେଟ ପୁରି ଗଲା ପରେ ସେ ସେଥିରେ ବୁଡିଯାଏ। ବାହାରିବାକୁ ବହୁତ ଚେଷ୍ଟା କରେ। ଆଗକୁ ଯାଏ ପଛକୁ ଯାଏ। ବାମକୁ ଯାଏ, ଡାହାଣକୁ ଯାଏ। କିନ୍ତୁ ସେଥିରେ ସେ ଉଡି ପାରେ ନାହିଁ। ସେଥିରେ ହିଁ ସେ ଫସିଯାଏ।
ଯେମିତି ଦୁଃଖ ବି ନିଜ ଜୀବନରେ ଯେଉଁ ସମ୍ପର୍କରେ ଆନନ୍ଦ ପାଇଲ, ସୁଖ ପାଇଲ, ଆରମ୍ଭରୁ ତ ବହୁତ ସୁଖ ପାଇଲ ଆଉ ଆଜି ସେ ସମ୍ପର୍କ ତତେ ଦୁଃଖ ଦେଉଛି। ଯେଉଁ ବ୍ୟକ୍ତି ସ୍ୱାସ୍ଥ୍ୟର ଚିନ୍ତା ନକରି ସ୍ୱାଦିଷ୍ଟ ଖାଦ୍ୟ ପଛରେ ପଡି କିଛି ବି ଖାଇବାକୁ ଲାଗିଯାଏ ଆଗକୁ ତାର ଶରୀର ଖରାପ ହିଁ ହୋଇଥାଏ। ସେହି ଶରୀରରେ ରୋଗ ଆସିଥାଏ। ଏହିପରି ମନ ସଂସାରର ଆଶା, ତୃଷ୍ନା, ବାସ୍ନା ରଖେ ସେତେବେଳେ ତାକୁ ଧନର ଲୋଭ ଦେଖାଯାଇଥାଏ। କେତେବି ଧନ ପାଇଲେ ସେ ସେଥିରେ ଖୁସି ହୋଇନଥାଏ। ଧନକୁ ନେଇ ଅତୃତ୍ୱ ରହେ। ଏହିପରି ତାର ମନରେ ଦୁଃଖ ଜନ୍ମ ହୁଏ। ତାପରେ ସେ ବ୍ୟକ୍ତି ଜଣଙ୍କୁ ଅନୁଭବ ହେଲା କି ମହାତ୍ମା ବୁଦ୍ଧ ଠିକ କହୁଛନ୍ତି। ଏହି କାରଣରୁ ମୋର ସବୁ ଦୁଃଖ ଆଶାରୁ ହିଁ ସୃଷ୍ଟି ହେଉଛି।
ମୋର ମନର ମୋହରୁ ହିଁ ଜନ୍ମ ହୋଇଛି। ପୁଣି ସେ ମହାତ୍ମା ବୁଦ୍ଧଙ୍କୁ ଦ୍ୱିତୀୟ ପ୍ରଶ୍ନ ପଚାରିଲା। ଆପଣତ ମତେ କାରଣ ବତେଇଲେ ଏବେ ମତେ ଏହାର ଉପାୟ ମଧ୍ୟ ବତାନ୍ତୁ। ମହାତ୍ମା ବୁଦ୍ଧ କହିଲେ ତୁମେ ସବୁ ଦୁଃଖ ରୁ ପାର ହେବା ପାଇଁ ଚାହୁଁଛ ତ ନିଜର ମନକୁ ମୋହ ଏବଂ ବାସ୍ତବ ଠାରୁ ବାହାରକୁ ନେଇ ମନକୁ ପ୍ରେମ ଏବଂ ସନ୍ତୋଷରେ ଭରି ଦିଅ। କାରଣ ଯାହାର ହୃଦୟ ପ୍ରେମ ଏବଂ ସନ୍ତୋଷ ରହେ ତାର ମନରେ ମୋହ ବାସ୍ନା ଜନ୍ମ ନଷ୍ଟ ହୋଇଯାଏ। ଏହି କଥା କହିବା ବହୁତ ସହଜ କିନ୍ତୁ କରିବା ବହୁତ କଷ୍ଟ।
ଯେଉଁବି ବ୍ୟକ୍ତି ମହାତ୍ମା ବୁଦ୍ଧଙ୍କର ଏହି ଉଦେଶ୍ୟକୁ ବୁଝିପାରିଲା ସେସବୁ ଦୁଃଖରୁ ପାର ହୋଇଯିବ। ଏହି କାହାଣୀ ଆମ ଜୀବନର ମସ୍ୟ। ଆମେ ମାନେ ମଧ୍ୟ ସମ୍ପର୍କ ଯୋଡି ଥାଉ। ପରେ ନିଜେ ହିଁ ଦୁଃଖ ପାଇଥାଉ। ନିଜେ ପ୍ରେମ କରିଥାଉ, ନିଜେ ହିଁ ପରେ ଦୁଃଖ ପାଇଥାଉ। ଆମେ ଯାହାର ପଛରେ ମୋର ମୋର କହିକି ମରିଥାଉ ସେହି ଲୋକ ଆମକୁ ସବୁଠୁ ଅଧିକ ଦୁଃଖ ଦେଇଥାନ୍ତି। ଆମର ହୃଦୟକୁ ଭାଙ୍ଗି ଦେଇଥାନ୍ତି। ଯାହାର ଖୁସି ପାଇଁ ଆମେ ସବୁକିଛି କରିବା ପାଇଁ ପ୍ରସ୍ତୁତ ଥାଉ,ଯାର ଖୁସି ପାଇଁ ଆମେ ଆମ ଜୀବନକୁ ଦେଇଥାଉ ସିଏ ହିଁ ଆମ ଜୀବନରେ ଦୁଃଖର ଅଦ୍ଧକାର ଭରି ଦେଇଥାଏ।
ପରିବାର,ମିତ୍ର, ସନ୍ତାନ ଏବଂ ଯେକୌଣସିବି ସମ୍ପର୍କ ହେଉ ଆମର ମନର ମୋହ ପାଇଁ ଆସକ୍ତି ପାଇଁ ଆମେ ଦୁଃଖ ପାଇଥାଉ। ଯେଉଁ ଉପାୟ ମହାତ୍ମା ବୁଦ୍ଧ ସେହି ବ୍ୟକ୍ତିକୁ କହିଲେ ମୋହ ଏବଂ ବାସ୍ନାକୁ ତ୍ୟାଗ କରି ଆମ ହୃଦୟରେ ସ୍ନେହ,ପ୍ରେମ ସନ୍ତୋଷ ଭରି ଦେଲେ ଆମେ ଆମ ଜୀବନର ସବୁ ଦୁଃଖର ମୁକ୍ତି ପାଇଯିବା।