Excuse Me Odisha

ଯାହା କହିବୁ ସତ କହିବୁ

ପୁଅ ହୁଅନ୍ତୁ କି ଝିଅ ! ଆପଣଙ୍କ ହାତ ପାପୁଲିରେ ଏମିତି M ଚିହ୍ନ ଅଛି କି ? ଜାଣନ୍ତୁ ଏହି ବ୍ୟକ୍ତି ବିଶେଷଙ୍କ ବିଷୟରେ କିଛି ଅଜଣା କଥା

ସେୟାର୍ କରନ୍ତୁ

ବନ୍ଧୁଗଣ, ଆମର ହାତରେଖା ମଧ୍ୟରେ ଅନେକ ରହସ୍ୟ ଲୁଚି ରହିଥାଏ, ଯାହା ଆମେ ଜାଣି ନଥାଉ । କିନ୍ତୁ ଆମ ଜୀବନରେ ସେଗୁଡିକର ମହତ୍ଵ ଖୁବ ଅଧିକ ରହିଥାଏ। କିଛି ହାତରେଖାର ସଂଯୋଗ ଆମକୁ କୌଣସି ଅକ୍ଷର ପରି ଦେଖାଯାଏ। ଅନେକ ଲୋକଙ୍କ ହାତରେ ହୃଦୟ ରେଖା, ଜୀବନ ରେଖା, ଭାଗ୍ୟ ରେଖା ଓ ମସ୍ତିଷ୍କ ରେଖା ମିଶି ଇଂରାଜୀ ଅକ୍ଷର ଏମ(M) ଭଳି ଏକ ଚିହ୍ନ ତିଆରି କରିଥାନ୍ତି। ଯଦି ଆପଣଙ୍କ ହାତରେ ମଧ୍ୟ ଏହିଭଳି ଚିହ୍ନ ରହିଛି ତେବେ ଆଜି ଆମେ ଆପଣଙ୍କୁ ଏହାର କିଛି ରହସ୍ୟ କହିବାକୁ ଯାଉଛୁ।

ଯେଉଁ ଲୋକଙ୍କ ହାତରେଖାରେ ଏହି ଏମ(M) ଚିହ୍ନ ରହିଥାଏ, ସେମାନେ ବହୁତ ବୁଦ୍ଧିମାନ ହେବା ସହିତ ବ୍ୟବସାୟରେ ଉତ୍ତମ ପାର୍ଟନର ମଧ୍ୟ ସାବ୍ୟସ୍ତ ହୁଅନ୍ତି। ଯଦି ଆପଣଙ୍କ ହାତରେ ଏହି ଚିହ୍ନ ରହିଛି ତେବେ ଆପଣ କେବେ ମଧ୍ୟ ନିଜ ସାଥୀଙ୍କୁ ମିଛ କହିପାରିବେ ନାହିଁ। କାରଣ ଏଭଳି ଲୋକମାନେ ଯେକୌଣସି ମିଛକୁ ସହଜରେ ଧରି ନିଅନ୍ତି। ଏହି ଲୋକଙ୍କର ଷଷ୍ଠ ଇନ୍ଦ୍ରିୟ ଖୁବ ଶକ୍ତିଶାଳୀ ହୋଇଥାଏ ଓ ମନର କଥାକୁ ଏମାନେ ସହଜରେ ଜାଣି ନିଅନ୍ତି।

ସ୍ତ୍ରୀ ଓ ପୁରୁଷ ଉଭୟଙ୍କ ହାତରେ ଏହି ରେଖା ଥିଲେ ଦୁହେଁ ଖୁବ ଉତ୍ତମ ଜୀବନସାଥୀ ସାବ୍ୟସ୍ତ ହୁଅନ୍ତି ଓ ସେମାନଙ୍କ ବୈବାହିକ ଜୀବନ ସୁଖମୟ ରହିଥାଏ । ଆପଣଙ୍କ ହାତରେ ଏହି ଚିହ୍ନ ଥିଲେ ଆପଣ ବହୁତ ଭାଗ୍ୟଶାଳୀ ଓ ସାହାସୀ ହୋଇଥାନ୍ତି। ଏମାନେ ଜୀବନର ଯେକୌଣସି ସମସ୍ଯାକୁ ଅଦ୍ଭୁତ ଭାବରେ ସମାଧାନ କରିବାର କ୍ଷମତା ରଖିଥାନ୍ତି। ପୌରାଣିକ ମାନ୍ୟତା ଅନୁସାରେ ଏଭଳି ଲୋକଙ୍କୁ ଭଗବାନଙ୍କର ବିଶେଷ ଆଶୀର୍ବାଦ ମିଳିଥାଏ। ଏହାସହିତ ପ୍ରାୟତଃ ସବୁ କାର୍ଯ୍ୟରେ ଏମାନେ ସଫଳ ହୋଇଥାନ୍ତି ।

ଏଭଳି ମାନ୍ୟତା ରହିଛି କି ହାତରେଖାରେ ଏହି ଚିହ୍ନ ଥିବା ବ୍ୟକ୍ତି ଭଗବାନଙ୍କର ଖୁବ ପ୍ରିୟ ହୋଇଥାନ୍ତି। ଏମାନଙ୍କର ପ୍ରାର୍ଥନା ଭଗବାନ ଖୁବ ଶୀଘ୍ର ଶୁଣିଥାନ୍ତି। ଯଦି ଏମାନଙ୍କ ମୁହଁରୁ କାହା ପାଇଁ ଅଭିଶାପ ବାହାରିଥାଏ, ତେବେ ତାହା ଘଟିବାର ସମ୍ଭାବନା ମଧ୍ୟ ରହିଥାଏ। ଏଭଳି ଲୋକଙ୍କର ଆଉ ଏକ ଦୁର୍ଲଭ ଗୁଣ ହେଉଛି, ଏମାନଙ୍କ ସହ ମିତ୍ରତା ରଖିଥିବା ବ୍ୟକ୍ତିଙ୍କ ଭାଗ୍ୟ ମଧ୍ୟ ଚମକି ଉଠେ। ଯଦି ଆପଣଙ୍କ ପ୍ରେମୀ ବା ପ୍ରେମିକା, ସ୍ଵାମୀ ବା ସ୍ତ୍ରୀ, କାହାର ହାତରେ ଏହି ଚିହ୍ନ ରହିଥିଲେ, ଏମାନଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଯିବ।

ଆପଣ ଯଦି ଡାହାଣ ହାତରେ ସମସ୍ତ କାର୍ଯ୍ୟ କରୁଛନ୍ତି ତେବେ ବାମ ହାତରେ ଏହି ଚିହ୍ନ ଦେଖା ଗଲେ, ଆପଣଙ୍କୁ ନିଶ୍ଚିତ ଭାବରେ ଉତ୍ତମ ଫଳ ମିଳେ । ସେହିପରି ଆପଣ ଯଦି ବାମ ହାତରେ ସମସ୍ତ କାମ କରନ୍ତି, ତାହେଲେ ଡାହାଣ ହାତରେ ଚିହ୍ନ ଥିଲେ, ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭଫଳ ମିଳିବ।ଯଦି ଆପଣଙ୍କର ଦୁଇଟି ଯାକ ହାତରେ ଏହି ଚିହ୍ନ ରହିଥାଏ, ତେବେ ଆପଣ ସବୁଠୁ ଅଧିକ ଭାଗ୍ୟଶାଳୀ ବ୍ୟକ୍ତି ଅଟନ୍ତି। କାରଣ ଏଭଳି ଚିହ୍ନ ବହୁତ କମ ଲୋକଙ୍କ ହାତରେ ଦେଖିବାକୁ ମିଳିଥାଏ। ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଏବଂ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *