Excuse Me Odisha

ଯାହା କହିବୁ ସତ କହିବୁ

ମଙ୍ଗଳବାର ରାତିରେ ଚୁପଚାପ ଏହିଠାରେ ରଖିଦିଅନ୍ତୁ ଗୋଟିଏ ଲବଙ୍ଗ,ଦେଖିବେ ହନୁମାନଙ୍କ କୃପାରୁ ସବୁ ଦୁଃଖ କଷ୍ଟ କ୍ଷଣିକେ ଦୁରେଇ ଯିବ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମଙ୍ଗଳବାର ରାତିରେ ଚୁପଚାପ ଏହିଠାରେ ରଖିଦିଅନ୍ତୁ ୧ ଲବଙ୍ଗ। ହନୁମାନଙ୍କ କୃପାରୁ ମିଳିବ ସବୁ କଷ୍ଟରୁ ମୁକ୍ତି।

କେବେ କେବେ ଜୀବନରେ ଏମିତି କଷ୍ଟ ଆସେ କି ଆମେ ଭାଙ୍ଗି ପଡୁ ସବୁକିଛି ବେକାର ଲାଗିଥାଏ। ବଞ୍ଚିବା ଆମ ପାଇଁ କଷ୍ଟକର ହୋଇପଡେ ତେବେ ଏମିତିରେ ଗୋଟିଏ ଛୋଟ ପ୍ରୟୋଗ ଲବଙ୍ଗର ଯାହା ମଙ୍ଗଳବାର ଦିନ କରିବେ। ଏହି ପ୍ରୟୋଗ ଆପଣଙ୍କ ଜୀବନରେ ସଫଳତାର ଦ୍ୱାର ଖୋଲିଥାଏ। ଆପଣଙ୍କର ସମସ୍ୟାକୁ କମ କରିଦେବ। ଆଜି ଆମେ ଲବଙ୍ଗର ପ୍ରୟୋଗ ବିଷୟରେ କଥା ହେବା। ଜୀବନରେ କେବେ କେବେ ଏମିତି ହୋଇଥାଏ କି ଗ୍ରହ ମାନଙ୍କର ଚଳନ ଏମିତି ହୋଇଯାଏ କି ଆମେ ସମସ୍ୟା ଭିତରେ ଘେରିଯାଉ। ସନାନ୍ତନ ଧର୍ମରେ ଲବଙ୍ଗକୁ ବହୁତ ପବିତ୍ର ମାନାଯାଏ। ପୂଜାପାଠ ଠାରୁ ଆରମ୍ଭ କରି ଖାଦ୍ୟ ପର୍ଯ୍ୟନ୍ତ ସବୁଥିରେ ବ୍ୟବହୃତ ହୋଇଥାଏ ଲବଙ୍ଗ। ଲବଙ୍ଗର ପ୍ରୟୋଗ ପୂଜା ସହ ତାନ୍ତ୍ରିକ କ୍ରିୟାରେ ବି ହୋଇଥାଏ। ଯଦି ଆପଣଙ୍କୁ ନିଜର ଭାଗ୍ୟ ବଦଳାଇବାକୁ ଇଛା ଅଛି ସ୍ୱପ୍ନକୁ ପୁରା କରିବାରେ ଇଛା ଅଛି ତେବେ ଲବଙ୍ଗର ଏକ ଛୋଟ ପ୍ରୟୋଗ ଆପଣଙ୍କ ସବୁ ସ୍ୱପ୍ନକୁ ପୁରା କରିବ। ଯଦି ଆପଣଙ୍କୁ ଲାଗୁଛି ରାହୁ କେତୁ କାରଣରୁ ଜୀବନରେ ବହୁତ ସମସ୍ୟା ଆସୁଛି ତେବେ ଏକ ସହଜ ଉପାୟ କରନ୍ତୁ। କଣ କରିବେ? ଏହି ଉପାୟକୁ ଶନିବାର କିମ୍ବା ମଙ୍ଗଳବାର ଦିନ କରିବେ। ୭ ଟି ଲବଙ୍ଗ ନେବେ। ବାମ ହାତରେ ଲବଙ୍ଗକୁ ରଖିବେ ଏହା ପରେ ନିଜ ଶତ୍ରୁର ନାମ ନେଇ ସେହି ଲବଙ୍ଗକୁ ୨୧ ଥର ଫୁଙ୍କନ୍ତୁ। ତାହା ପରେ ଏହାକୁ ଜଳେଇଦେବେ। ତାପର ଦିନ ସକାଳେ ଏହି ପାଉଁଶକୁ କୌଣସି ଜାଗାରେ ଯାଇକି ମାଟି ତଳେ ପୋତି ଦେବେ। ଏହି ପ୍ରୟୋଗ ଲଗାତାର ୩ ମଙ୍ଗଳବାର ବା ୩ ଶନିବାର କରନ୍ତୁ। ଯଦି ଆପଣଙ୍କର କୌଣସି କାମରେ ବାରମ୍ବାର ଅସଫଳତା ମିଳୁଛି କାର୍ଯ୍ୟ ହେଉନାହିଁ ଜବରେ ପ୍ରୋମସନ ହେଉନାହିଁ ବା କୌଣସି କାମରେ ଯାଉଛନ୍ତି କିନ୍ତୁ ତାହା ପୁରା ହେଉନାହିଁ। ତେବେ ଏମତିରେ ଏକ ଛୋଟ ପ୍ରୟୋଗ କରନ୍ତୁ। କୌଣସି ମଙ୍ଗଳବାର ଦିନ ଗୋଟେ ଲେମ୍ବୁ ଏବଂ ୪ ଟି ଲବଙ୍ଗ ନେଇକି ହନୁମାନ ମନ୍ଦିର ଯାଆନ୍ତୁ। ସେଠାରେ ବସି କରି ହନୁମାନ ଚାଳିସାର ପାଠ କରନ୍ତୁ ପଢିବା ସମୟରେ ଏହି ୪ ଟି ଲବଙ୍ଗକୁ ଲେମ୍ବୁର ଚାରିପଟେ ଲଗେଇ ଦିଅନ୍ତୁ ଏବେ ଏହାକୁ ହନୁମାନଙ୍କ ଚରଣରେ ରଖନ୍ତୁ ଏବଂ ପ୍ରଣାମ କରନ୍ତୁ। ଏହା ପରେ ଲେମ୍ବୁକୁ ଆଣି ପାଖରେ ରଖନ୍ତୁ। ଏହା ଦ୍ବାରା କାର୍ଯ୍ୟରେ ସଫଳତା ମିଳିବ। କାର୍ଯ୍ୟରେ ସଫଳତା ମିଳିବା ପରେ ଏହି ଲେମ୍ବୁକୁ ମାଟିରେ ପୋତି ଦେବେ ବା ଜଳରେ ଭସେଇ ଦେବେ। ଏହା ଅଛୁକ ପ୍ରୟୋଗ ଅଟେ। କେବେ କେବେ ଲୋକେ ଘରେ ହଠାତ ରୋଗରେ ପଡିଯାନ୍ତି ବା ଘରେ କଳହ ଝଗଡା ହୋଇଥାଏ। ବିଭିନ୍ନ ପ୍ରକାରର ସମସ୍ୟା ଆସିଥାଏ ତେବେ ଏକ ଛୋଟ ଉପାୟ କରନ୍ତୁ। ରାତିରେ ଶୋଇବା ପୂର୍ବରୁ ନିଜର ହାତରେ ଦୁଇଟି ଲବଙ୍ଗ ନେବେ ଏବଂ ମୁଣ୍ଡ ଉପରେ ଦେଇ ୩ ଥର ଓଲଟା ବୁଲେଇକି ଘରର ମୁଖ୍ୟ ଦ୍ୱାର ବାହାରକୁ ଯାଇ ଉତ୍ତର ଦିଗ ଆଡ଼କୁ ଫିଙ୍ଗି ଦେବେ। ଯଦି ଶତ୍ରୁ ବହୁତ ଅଧିକ ହୋଇଛନ୍ତି ତେବେ ଏହି ଉପାୟ ଶନିବାର ଦିନ କରିବେ। ପ୍ରତ୍ୟକ ଶନିବାର ହନୁମାନ ମନ୍ଦିର ବା ଅସ୍ତଗଛ ପାଖକୁ ଯାଆନ୍ତୁ। ସୋରିଷ ତେଲ ଦୀପରେ ଦୁଇଟି ଲବଙ୍ଗ ପକେଇ ଜଳାନ୍ତୁ। ଏହିପରି କରିକି ଦେଖନ୍ତୁ ସବୁ ସମସ୍ୟାରୁ ମୁକ୍ତି ମିଳିବ। ଘରେ କର୍ପୂର ଜାଳିବା ସମୟରେ ସେଥିରେ ଦୁଇଟି ଲବଙ୍ଗ ଏବଂ ୩ ଟି ଗୁଜୁରାତି ପକେଇକି ଜାଳନ୍ତୁ ଏବଂ ପୂରା ଘରେ ଏହାକୁ ବୁଲାନ୍ତୁ। ଏହା ଦ୍ବାରା ନକରାତ୍ମକତା ଦୂର ହୋଇଥାଏ। ଶନିବାର ବା ବୁଧବାର ଦିନ ମା ଦୁର୍ଗାଙ୍କୁ ୨ ଟି ଲବଙ୍ଗ ଅର୍ପଣ କରନ୍ତୁ। ଏହା ଦ୍ୱାରା ଧୀରେ ଧୀରେ ସମସ୍ୟା ଦୂର ହୋଇ ଭାଗ୍ୟ ଉଦୟ ହୋଇଥାଏ।

ତେବେ ଏହିସବୁ ଛୋଟ ଛୋଟ ପ୍ରୟୋଗ ନିଶ୍ଚୟ କରନ୍ତୁ ଏବଂ ଦେଖନ୍ତୁ ତାର ଉପକାରୀତା ବିଷୟରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *