ବେଶ୍ୟା ପାଇଁ ଅଟକିଥିଲା ରଥଯାତ୍ରା, କିଏ ସେହି ବେ-ଶ୍ୟା। ଆସନ୍ତୁ ଜାଣିବା।
ବନ୍ଧୁଗଣ ଏହି ଦିବ୍ୟ ଧାମ ପୁରୀରେ ଏହି ନନ୍ଦିଘୋଷ ରଥ ଅଟକି ଯାଇଥିଲା ଲକ୍ଷ୍ୟ ଲକ୍ଷ୍ୟ ଭକ୍ତଙ୍କ ମେଳରେ ଜଣେ ବେ-ଶ୍ୟା ପାଇଁ। ଆପଣ ମାନେ କଣ ଜାଣିଛନ୍ତି କି ରୂପଜିବି ଯମୁନାର କଥା। ରୂପଜିବି ଯମୁନା ଜଡ଼ଙ୍ଗ ସାହିରେ ତାର ଘର। ଦିନେ ତାର ମନରେ ଜାଗ୍ରତ ହେଲା ଲୋକମାନେ ପାପ ମୋଚନ ପାଇଁ ପୁରୁ ଆସୁଛନ୍ତି। ଅତଃ ମୁଁ ଏହି ଦିବ୍ୟ ଧାମରେ ରହି ଲୋକମାନଙ୍କୁ ପାପୀ କରାଉଛି। ମୋ ଜୀବନରେ କଣ ମୁକ୍ତି ନାହିଁ। ମୁଁ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବା ପାଇଁ ନିଶ୍ଚୟ ଯିବି। ହେଲେ ଭାଗ୍ୟର ବିଡ଼ମ୍ବନା ଗରୁଡ଼ ସ୍ତମ୍ବ ପାଖରେ ସେ ପହଁଚିଛି କି ନାହିଁ ପଣ୍ଡାମାନେ ଘେରି ଗଲେ। ବହୁତ ତିରସ୍କାର କଲେ। କହିଲେ ତୋ ଭଳି ଅପବିତ୍ର ପାପିନୀ ଯଦି ଶ୍ରୀମନ୍ଦିର ଯିବ ରାଜା ଶୁଣିଲେ ଆମ ମୁଣ୍ଡ ରହିବ ତ ତୁରନ୍ତ ଏଠୁ ଚାଲିଯା। ଭକ୍ତ ପ୍ରାଣ କାନ୍ଦି ଉଠିଲା। ଏତେ ଦିନର ଆଶା ସବୁ ମୌଳି ଗଲା। କିନ୍ତୁ ପ୍ରଭୁ ଜଗନ୍ନାଥ ସେ ହେଉଛନ୍ତି ସମର୍ପଣର ଠାକୁର। ଏ କଥା ବୁଝିବାକୁ ସମୟ ହିଁ ବାକି ନଥିଲା। ଯମୁନା ଫେରୁଥାଏ ସେତେବେଳେ ସେହି ବାଟ ଦେଇ ଯାଉଥାନ୍ତି ବଳରାମ ମହାପାତ୍ର। କ୍ଷତ୍ରିୟ ଯୁବକ ରୂପ ଗୁଣ ବଳବିଯ୍ୟରେ ପରିପୂର୍ଣ ଆସିଥିଲେ କାଳିଆ ପାଖକୁ। ଯମୁନାକୁ ଦେଖିବା ପରେ ଆଉ କେ କାଳିଆ ସିଧା ତା ପଛେ ପଛେ ଧାଇଁଲେ। ପ୍ରେମରେ ଉବୁଟୁବୁ। ଚାରି ଆଖିର ମିଳନ। ଭାବ ଦିଆନିଆ ଚାଲିଲା। ବାଇଶି ପାହାଚ ଚଢ଼ିବାକୁ ଆସିଥିବା ପାଦ ସିଧା ଜଡ଼ଙ୍ଗ ସାହିକୁ ଚାଲିଗଲା। ବେଶ୍ୟାଳୟ ଆକର୍ଷଣ ହୋଇଗଲା କି ସେ ଘରକୁ ଫେରିବା ପରିବର୍ତେ ଯମୁନା ପାଖରେ ରହିବାକୁ ପସନ୍ଦ କଲେ। ତୁଣ୍ଡବାଇଦ ସହସ୍ରକୋଷ ପରି ଏହି କଥା ସାରା ପୁରୀ ଅଞ୍ଚଳରେ ବ୍ୟାପି ଯାଇଥିଲା। ସେଦିନ ଥିଲା ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି। ଯମୁନାର କୋଳରେ ଥିଲେ ବଳରାମ। ଭାବ ଦିଆନିଆ ଚାଲିଥାଏ ଶୃଙ୍ଗାର ରସରେ ଦୁଇ ପ୍ରାଣୀ ଜଡସଡ଼। ଠିକ ସେହି ସମୟରେ କାଳିଆଙ୍କ କାନରେ ପଡିଲା ଘଣ୍ଟ ମର୍ଦନ ହରିବୋଲ। ହୁଳହୁଳିର ଶବ୍ଦ।;ପୁରୀ ଦାଣ୍ଡରୁ ଏହି ସ୍ୱର ଯାଇ ବଳରାମ କାନରେ ଗୁଞ୍ଜରୀ ଉଠିଲା। ଯମୁନାକୁ ପଚାରିଲା ଯେ ସଖୀ ଏ ଘଣ୍ଟ ମର୍ଦନ କାହିଁକି। ହରିବୋଲ ହୁଳହୁଳି କାହିଁକି। ଯମୁନା କହିଲା ଏ କାଳିଆ ସାନ୍ତଙ୍କର ଲୀଳା। ଆଜି ପରା ସେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବଡ଼ ଦାଣ୍ଡକୁ ଓଲ୍ହାଇ ଆସିଛନ୍ତି। ଏତକ ଶୁଣି ଶୁଚିମନ୍ତ ନହୋଇ ବଳରାମ ଧାଇଁଲେ ରଥ ପାଖକୁ। ଯିଏ କାଳିଆର ତାକୁ କିଏ ଅଟକାଇ ପାରିବ। କାମଦେବ ସିନା ଦୃଷ୍ଟତା କଲେ ହେଲେ କାଳିଆ ସିଏ ଯାହାକୁ ଆକର୍ଷଣ କରନ୍ତି ସେଠି କାମଦେବ ମଧ୍ୟ ଫିକା ପଡିଯାନ୍ତି। ବଳରାମ ମନେ ମନେ ଖୁସି ହୋଇଗଲେ। ଭାବିଲେ କାଳିଆର ରଥ ଦୌଡିକୁ ଟିକେ ଟାଣିଦେବି। କିନ୍ତୁ ସେଇଠି ଘଟି ଗଲା ଅଲଗା କିଛି। ବଳରାମଙ୍କୁ ଦେଖି ପଣ୍ଡା ପରିହାରି ମାନେ ହସିବାକୁ ଲାଗିଲେ। ଅନେକ ଟାହି ଟାପରା କଲେ। ଆଉ କହିଲେ ଆରେ ତୋର ଗାଲରେ ବେଶ୍ୟାର ଚୁମ୍ବନ ଚିହ୍ନ।ତା ସହିତ ପୁଣି ଅଶୌଚ ଅପବିତ୍ର ଅଶୁଦ୍ଧ ଅନେକ ଗୁଞ୍ଜଣ ଦେଲେ। ରଥ ଦୌଡ଼ି ଛୁଇଁବାକୁ ଦେଲେ ନାହିଁ। ଶେଷରେ ବଳରାମ ଦୁଃଖ ଅପମାନ ଜ୍ବାଳାରେ ଜଳି ଜଳି ଧାଇଁଗଲେ ମୋହଦଧି ଆଡ଼କୁ। ବାଙ୍କୀମୁହାଣର ପଠାରେ ତୋଳି ଦେଲେ ବାଲିର ତିନି ରଥ। ଭକ୍ତିରେ ପରିପୂର୍ଣ ବଳରାମ କାଳିଆ ସାନ୍ତଙ୍କ ସହିତ ବଳରାମ ଏବଂ ମା ସୁଭଦ୍ରାଙ୍କୁ ଭକ୍ତିରେ ବସାଇ ଦେଲେ ସେହି ବାଲୀ ରଥରେ। ତେବେ ବଡ଼ ଦାଣ୍ଡରେ ଅଟକି ଗଲା ୩ ରଥ। ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଆଙ୍ଗୁଳିଏ ବି ଘୁଞ୍ଚାଇ ପାରିଲେ ନାହିଁ କାଳିଆ ସାନ୍ତଙ୍କୁ। ଯାହାର ଇଛାରେ ଚାଲେ ଏହି ସାରା ବିଶ୍ୱ। ତାକୁ କିଏ ବା ଚଲାଇ ପାରିବ। ପଣ୍ଡା ପରିହାରି ମାନେ ଛାନିଆ। ରାଜାବି ଛାନିଆ। ଭକ୍ତ ମାନଙ୍କର ବୁଦ୍ଧି ହଜି ଗଲାଣି। ସେଦିନ ରାତିରେ ଅଟକି ରହିଲା ବଡ଼ ଦାଣ୍ଡରେ ୩ ରଥ। ମହା ପ୍ରଭୁ ରାଜାଙ୍କ ସାମ୍ନାରେ ଆଦେଶ ଦେଲେ ମୁଁ ଅଟକି ଯାଇଛି ବାଙ୍କୀମୁହାଣରେ ବଳିଆର ବାଲି ରଥରେ। ତାକୁ ଅପବିତ୍ର କହି ଘଉଡ଼ାଇ ଦେଇଥିଲେ। ହେଲେ ମୁଁ ତା ପାଖରେ ଅଟକି ଯାଇଛି। ସେ ଅପବିତ୍ର ଭକ୍ତର ହାତ ବାଜିଲେ ନନ୍ଦିଘୋଷ ଗଡିବ। ରାଜା ସମ୍ମାନର ସହକାରେ ପାଲିଙ୍କିରେ ବସାଇ ବଳିଆଙ୍କୁ ଆଣିଲେ। ସେ ହାତ ଲଗେଇବାରୁ ରଥ ଗଡ଼ିଲା। କାଳିଆ ସାନ୍ତ ହେଉଛନ୍ତି ପବିତ୍ର ଅପବିତ୍ର ଠାରୁ ଉର୍ଦ୍ଧରେ। ଜାତି ଅଜାତିର ଉର୍ଦ୍ଧରେ ସେ ଚାହାନ୍ତି ଭାବ ଭକ୍ତି ଏବଂ ସମର୍ପଣ। ସେବେଠାରୁ ସେ ହୋଇଗଲେ ବଳରାମ ମହାପତ୍ରରୁ ସଙ୍ଘ ବଳରାମ ଦାସ। ହରି ଅନନ୍ତ ହରି କଥା ଅନନ୍ତ।ଜୟ ଜଗନ୍ନାଥ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।