Excuse Me Odisha

ଯାହା କହିବୁ ସତ କହିବୁ

ଗରିବ କିପରି ଧନୀ ହୁଏ, ଏହି ପୋଷ୍ଟ ପଢିବା ପରେ ଆପଣଙ୍କୁ ସଫଳତା ପାଇବାର କେହି ଅଟକି ପାରିବେ ନାହିଁ

ସେୟାର୍ କରନ୍ତୁ

ବନ୍ଧୁଗଣ କିଏ ବି ଚାହାଁନ୍ତି ନାହିଁ ଗରିବ ହୋଇ ରହିବା ପାଇଁ। କେହି ଚାହାନ୍ତି ନାହିଁ ଭଙ୍ଗା ଘରେ ରହିବା ପାଇଁ।କେହି ବି ଚାହାନ୍ତି ନାହିଁ ଭଙ୍ଗା ଗାଡି ଚଲେଇବା ପାଇଁ। କିଏ ବି ଚାହାନ୍ତି ନାହିଁ ଚିରା ବସ୍ତ୍ର ପିନ୍ଧିବା ପାଇଁ। ସମସ୍ତେ ଚାହାନ୍ତି ଭଲ ଟଙ୍କା ରୋଜଗାର କରିବା ପାଇଁ।ଭଲ ଘର ତିଆରି କରିବା ପାଇଁ। ସମସ୍ତେ ଚାହାନ୍ତି ଦାମୀ ଗାଡ଼ିରେ ବୁଲିବା ପାଇଁ। ସମସ୍ତେ ଚାହାନ୍ତି ନୂଆ ନୂଆ ପୋଷାକ ପିନ୍ଧିବା ପାଇଁ। କିନ୍ତୁ କାହିଁକି ସମସ୍ତେ ଭଲ ଘର କରିପାରନ୍ତି ନାହିଁ। କାହିଁକି ସମସ୍ତେ ଦାମୀ ଗାଡ଼ିରେ ବୁଲି ପାରନ୍ତି ନାହିଁ। କାହିଁକି ସମସ୍ତେ ନୂଆ ନୂଆ ପୋଷାକ ପିନ୍ଧି ପାରନ୍ତି ନାହିଁ। କଣ ଆପଣ ଜାଣିଛନ୍ତି କି ଏମିତି ଆପଣଙ୍କ ସହିତ କଣ ପାଇଁ ହେଉଛି। ଜାଣନ୍ତୁ ଏହି ସୁନ୍ଦର କାହାଣୀ। ଯେଉଁ କାହାଣୀ ଆପଣଙ୍କର ଜୀବନ ରେଖାକୁ ଆପଣଙ୍କର ଭାଗ୍ୟକୁ ନିଶ୍ଚିୟ ବଦଳେଇ ଦେବ ବୋଲି ଆମର ଆଶା ଓ ବିଶ୍ୱାସ।

ଥରେ ଗୋଟିଏ ଗରିବ ବାପା ମାର ଗୋଟିଏ ବୋଲି ପୁଅ ଥିଲା। ଯେଉଁ ପୁଅ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଚାକିରୀ ପାଇବା ଆଶାରେ ଏଣେ ତେଣେ ଘୁରୁ ଥାଏ। ଦିନେ ସହରରୁ ଖବର ଆସିଲା ଆଜି ତୁମର ଇଣ୍ଟରଭ୍ୟୁ ଅଛି।ତୁମେ ଇଣ୍ଟରଭ୍ୟୁ ଦେବା ପାଇଁ ଆସ। ସେହି ଗାଁରେ ଗୋଟିଏ ଛୋଟ ଆଶ୍ରମଟେ ଥିଲା। ସେହି ଆଶ୍ରମରେ ପିଲାଟି ପହଁଚି ବାବାଙ୍କୁ ପଚାରିଲା ବାବା ମୁଁ ଯେତେ ଇଣ୍ଟରଭ୍ୟୁ ଦେଲେ ମଧ୍ୟ ଚାକିରିଟିଏ ମିଳୁ ନାହିଁ।ବନ୍ଧୁଗଣ ବାବା କଣ କହିଲେ ଜାଣନ୍ତୁ। ବାବା କହିଲେ ମଣିଷ ଯଦି ବିଶ୍ୱାସର ସହିତ ଶ୍ରଦ୍ଧାର ସହିତ ଯେଉଁ କର୍ମକୁ କରେ ସେ ନିଶ୍ଚୟ ତାର ଜୀବନରେ ସଫଳତା ପାଏ। ମଣିଷ ହୃଦୟର ସହିତ ଯେଉଁ କଥାକୁ ଚିନ୍ତା କରେ ଆଉ ସେହି କାର୍ଯ୍ୟକୁ ରୂପାନ୍ତରିତ କରେ ନିଶ୍ଚୟ ସେହି ଲୋକ ସଫଳତାର ଶୀର୍ଷରେ ପହଂଚିଥାଏ। ସେହି ଲୋକ ସଫଳତା ପାଏ ଯାହା ପାଖରେ ଏହି ୬ ଟି ଗୁଣ ଥାଏ। ପିଲାଟି ବାବାଙ୍କୁ ପଚାରିଲା କଣ ସେହି ୬ଟି ଗୁଣ। ଯାହା ମଣିଷ ଜୀବନର ରେଖାକୁ ବଦଳାଇଦେଇଥାଏ। ବାବା କହିଲେ ଭଗବାନ ତାଙ୍କୁ ସାହାର୍ଯ୍ୟ କରନ୍ତି ଯାହା ପାଖରେ ଉଦ୍ୟମ,ସାହସ,ଧର୍ଯ୍ୟ,ବୁଦ୍ଧି,ଶକ୍ତି, ପରାକ୍ରମ ଅଛି। ପ୍ରଥମେ ତୁମକୁ ଉଦ୍ୟମ କରିବାକୁ ପଡିବ। ତାପରେ ତୁମକୁ ସାହସର ସହିତ ଅପେକ୍ଷା କରିବାକୁ ହେବ। ତାପରେ ତୁମକୁ ଧର୍ଯ୍ୟ ଧରି ରହିବାକୁ ହେବ। ବିନା ଧର୍ଯ୍ୟରେ ତୁମେ କେବେବି ସଫଳ ମଣିଷ ହୋଇ ପାରିବ ନାହିଁ। ଏହା ପରେ ତୁମକୁ ବୁଦ୍ଧି ଖଟେଇବାକୁ ହେବ। ବିନା ବୁଦ୍ଧିରେ ତୁମେ ସଫଳତାର ଶୀର୍ଷରେ ପହଁଚି ପାରିବ ନାହିଁ। ଏହା ପରେ ତୁମର ଶରୀରରେ ଶକ୍ତି ରହିବା ଆବଶ୍ୟକତା ଅଛି। ଆଉ ଶେଷରେ ହେଉଛି ପରାକ୍ରମ। ଏହି ପରାକ୍ରମ କଣ। କାର୍ଯ୍ୟ କରିବାର ସମ୍ପୂର୍ଣ ରଣନୀତି।ଏହିସବୁ କଥା ପିଲାଟି ଶୁଣିବା ପରେ ବାବାଙ୍କୁ ପ୍ରଣାମ କରି କହିଲା ମୁଁ ଆପଣଙ୍କର କଥା ନିଶ୍ଚୟ ମନେ ରଖିବି। ଗରିବ ବାପା ପୁଅ ହାତରେ ୧୦୦ ଟଙ୍କା ଦେଇ କହିଲେ ପୁଅରେ ମୋ ପାଖରେ ଆଉ ଟଙ୍କା ନାହିଁ। ତୁ ସହରକୁ ଯାଉଛୁ ଏହି ଟଙ୍କା ରଖିଥା। ଗାଡି ଖର୍ଚ୍ଚ କରିବୁ ଆଉ ତୁ କିଛି ଖାଇବୁ। ପିଲାଟି ସେହି ୧୦୦ ଟଙ୍କାକୁ ପକେଟରେ ଭରି ସହରରେ ପହଁଚିଲା। ଇଣ୍ଟରଭ୍ୟୁରେ ଯେତେବେଳେ ସମୟ ଆସିଲା ଇଣ୍ଟରଭ୍ୟୁ ରୁମରେ ପ୍ରବେଶ କରିଲା।ପିଲାଟି ସବୁ ପ୍ରଶ୍ନର ଉତ୍ତର ଠିକ ଠିକ ଦେଲା। ଶେଷରେ ଇଣ୍ଟରଭ୍ୟୁ ନେଉଥିବା ଲୋକ ଜଣଙ୍କ ପଚାରିଲେ ଆପଣଙ୍କର ଇମେଲ ଆଇଡି ଅଛି କି? ପିଲାଟି କହିଲା ଆଜ୍ଞା ମୁଁ ଗାଁରେ ରହେ ମୋର ଇମେଲ ଆଇଡି ନାହିଁ। ଇଣ୍ଟରଭ୍ୟୁ ନେଉଥିବା ଲୋକଟି ବହୁତ ଜୋରରେ ହସିଲା ଆଉ କହିଲା ଆଜିର ଏହି ଆଧୁନିକ ଯୁଗରେ ତୁମର ଇମେଲ ଆଇଡି ନାହିଁ ତୁମର ଏହି ଚାକିରୀ କରିବାର ଯୋଗ୍ୟତା ନାହିଁ।ପିଲାଟି ମନ ଦୁଃଖରେ ଚାଲି ଆସିଲା। ଭାବିଲା ଭୁକ ହେଉଛି ବସରେ ତ ୫୦ ଟଙ୍କା ଦେଇ ଦେଇଛି ଆଉ ପାଖରେ ୫୦ ଟଙ୍କା ଅଛି କଣ କରିବି ଏହି କଥା ଚିନ୍ତା କରି କରି ଗୋଟେ ଦୁକାନ ପାଖରେ ପହଁଚିଲା ସେହି ଦୋକାନରୁ ୧୦ ଟଙ୍କାର ଗୋଟିଏ ବିସ୍କୁଟ ପକେଟ ଆଣିଲା ଯେତେବେଳେ ସେହି ବିସ୍କୁଟ ପକେଟକୁ ଖଲୁଥାଏ ସେତେବେଳେ ପାଖରେ ଦେଖିଲା ଛୋଟ ଭିକାରୀ ପିଲାଟିଏ ହାତ ବଢ଼େଇ ମାଗୁଛି ବିସ୍କୁଟ ଖାଇବା ପାଇଁ। ପିଲାଟି ଅତି ବନମ୍ରତାର ସହିତ ବିସ୍କୁଟଟିକୁ ସେହି ଛୋଟ ଭିକାରୀ ଛୁଆଟିକୁ ବଢ଼େଇଲା। ପିଲାଟି ଭାବିଲା ପାଣି ଟିକେ ପିଇଦେଇ ଘରକୁ ଚାଲିଯିବି। ଗାଁରେ ପହଁଚି କଣ ଟିକେ ଖାଇଦେବି। ଏହି ସମୟରେ ପିଲାଟି ଦେଖିଲା ପାଖରେ ନଳକୂପ ଅଛି ସେଠାକୁ ପିଲାଟି ଚାଲିଗଲା। ପିଲାଟି ନଳକୂଅ ପାଖରେ ପହଁଚି ଦେଖିଲା ଗୋଟେ ମନୀପର୍ସ ଟିଏ ପଡିଛି। ସେଠି ମନୀପର୍ସଟିକୁ ଖୋଲି ଦେଖିଲା ସେଥିରେ ୧୦,୦୦ଟଙ୍କା ଅଛି। ଚିନ୍ତା କରିଲା କଣ କରିବ। ସେହି ଟଙ୍କା ଘରକୁ ନେଇ ଚାଲିଯିବ ନାଁ କାହାକୁ ଦେଇଦେବ। ଏହି କଥା ଚିନ୍ତା କରୁ କରୁ ଦେଖିଲା ସେହି ମନୀପର୍ସ ଭିତରେ ଗୋଟେ ଆଧାର କାର୍ଡ ଏବଂ ମୋବାଇଲ ନମ୍ବର ଲେଖା ଅଛି। ପିଲାଟି ଜଣେ ଲୋକଙ୍କୁ ବିନମ୍ରତାର ସହିତ ମୋବାଇଲ ମାଗିଲା। ଲୋକଟି ପିଲାଟି ହାତକୁ ମୋବାଇଲ ବଢ଼େଇ ଦେଲେ ମନୀପର୍ସରେ ଥିବା ମୋବାଇଲ ନମ୍ବରଟିକୁ କାଢି କରି କହିଲେ ହେଲା ଆପଣ ଏହି ଲୋକ କହୁଛନ୍ତି ତ ଲୋକ ଜଣଙ୍କ କହିଲେ ଆଜ୍ଞା। ପିଲାଟି କହିଲା ଆପଣଙ୍କର ଗୋଟେ ମନୀପର୍ସଟେ ପାଇଲି। ଲୋକଟି ଏହା ଶୁଣି ଖୁସିଲେ କହିଲା ଆପଣ ଥାନ୍ତୁ ମୁଁ ୧୦ ମିନିଟରେ ଯାଇ ଆପଣଙ୍କ ପାଖରେ ପହଁଚୁଛି। ସେହି ଲୋକଟି ୧୦ ମିନିଟ ଭିତରେ ପହଁଚିଲା। ସେହି ନଳକୂଅ ପାଖରେ। ଲୋକଟି ଖୁସିରେ ପିଲାଟିକୁ କୁଣ୍ଢେଇ ପକେଇ କହିଲା ତମେ ମୋ ଜୀବନ ବଞ୍ଚେଇ ଦେଲ ମୋ ସ୍ତ୍ରୀର ଅପରେସନ ପାଇଁ ୧୦,୦୦ ଟଙ୍କା ନେଇଯାଉଥିଲି ତମ ପାଇଁ ଆଜି ମୋ ସ୍ତ୍ରୀର ଜୀବନ ବଞ୍ଚିଗଲା। ଖୁସିରେ ୫୦୦ ଟଙ୍କା ସେହି ପିଲାଟି ହାତକୁ ବଢ଼େଇ ଦେଲା। ପିଲାଟି ଯେତେ ମନା କରୁଥାଏ ସେହି ପଇସାର ଅଧିକାର ତମେ ଲୋକଟି ବାଧ୍ୟ କଲା ୫୦୦ ଟଙ୍କା ରଖିବା ପାଇଁ। ପିଲାଟି ୫୦୦ ଟଙ୍କା ନେଇ ଚିନ୍ତା କଲା ଏହି ୫୦୦ ଟଙ୍କା ନେଇ କରିବି କଣ। ଗାଁକୁ ଯିବି ନାଁ କଣ କରିବି। ଶେଷରେ ସେ ଡିସିସନ ନେଲା ଆହି ଗାଁକୁ ଯିବିନି। ସେ ଚିନ୍ତା କରିବାରେ ଲାଗିଲା ଏହି ୫୦୦ ଟଙ୍କାରେ କଣ କରିବି। ହଠାତ ଫଳ ବିକୁଥିବା ଭାଇ ମାନଙ୍କୁ ଦେଖିଲା। ସେ ମନେ ମନେ ଭାବିଲା ଯଦି ମୁଁ ୫୦୦ ଟଙ୍କାର ଫଳ କିଣି ବିକ୍ରି କରିବି ତାହେଲେ କିଛି ତ ଗୋଟିଏ କରିପାରିବି। ସେତେବେଳେ ପିଲାଟିର ମନେ ପଡିଗଲା ବାବା କହିଥିବା କଥା। ବାବା କହିଥିଲେ ପ୍ରଥମେ ଉଦ୍ୟମ କରିବାକୁ ପଡିବ। ପିଲାଟି ଫଳ ମଣ୍ଡିକୁ ଯାଇ ୫୦୦ ଟଙ୍କାର ୧୦କେଜି ଫଳ କିଣି ଆଣିଲା। ଆଉ ସେ ୫୦୦ ଟଙ୍କାର ଫଳକୁ ୮୦୦ ଟଙ୍କାର ବିକ୍ରି କରି ସନ୍ଧ୍ୟାରେ ଘରକୁ ଫେରିଲା। ଆଉ ବାପାଙ୍କୁ ମିଛ କଥା କହିଲା। ବାପା ମୋର ଚାକିରୀ ହୋଇଯାଇଛି। କାଲି ସକାଳେ ମୋତେ ପୁଣି ଯିବାକୁ ପଡ଼ିବ। ପୁଣି ଆସି ସହରରେ ପହଁଚି ଗଲା। ଆଉ ୮୦୦ ଟଙ୍କାର ଫଳ କିଣିଲା। ଆଉ ତାକୁ ୧୨୦୦ ଟଙ୍କାରେ ବିକ୍ରି କରିଲା। ତାପର ଦିନ ୧୨୦୦ ଟଙ୍କାର ଫଳ କିଣି ୧୫୦୦ ଟଙ୍କାରେ ବିକ୍ରି କଲା। ଗୋଟେ ମାସ ଭିତରେ ତାର ରୋଜଗାର ୫୦୦୦ ଟଙ୍କାରେ ପହଁଚି ଗଲା। ଆଉ ସେ ଗୋଟେ ମାସ ଭିତରେ ଗୋଟେ ଫଳ ଦୁକାନ କରିଲା। ଆପଣ ଏହି କଥାକୁ ବିଶ୍ୱାସ କରିବେ କି ନାହିଁ ସେ ଏହି ବର୍ଷ ଭିତରେ ୪ଟି ଫଳ ଦୁକାନ ସେହି ସହରରେ କରିଲା। ଆଉ ୫ ବର୍ଷ ଭିତରେ ସେ ସହରର ଗୋଟିଏ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ପରିଚିତ ହୋଇପାରିଲା।ଯେତେବେଳେ ସଫଳ ବ୍ୟବସାୟର ଇଣ୍ଟରଭ୍ୟୁ ନେବା ପାଇଁ ମିଡିଆ ବାଲା ମାନେ ଆସି ପହଁଚିଲେ ଆଉ ସମସ୍ତେ ପଚାରିଲେ ଆପଣ ଜଣେ ଗରିବ ପିଲା ଥିଲେ ଜଣେ ମେଧାବୀ ଛାତ୍ର ଥିଲେ ଆପଣ ଚାକିରି ନକରି କଣ ପାଇଁ ବ୍ୟବସାୟ କରିଲେ ଆଉ ଏହି ବ୍ୟବସାୟରେ ସଫଳତା ପାଇବାର ରାଜ କଣ। ଆଉ ସେହି ଲୋକଟି କହିଲା ସବୁ ମଣିଷ ଗରିବ ହୋଇ ଜନ୍ମ ହୋଇନଥାନ୍ତି ଆଉ ବହୁତ ଲୋକ ଗରିବ ହୋଇ ଗରିବରେ ହିଁ ମରିଯାନ୍ତି। କାରଣ ସେମାନେ କେବେ ଚେଷ୍ଟା କରନ୍ତି ନାହିଁ। ସଫଳ ମଣିଷ ଟିଏ ହେବା ପାଇଁ ଯିଏ ହୃଦୟର ସହ ଚେଷ୍ଟା କରିଛି ସେ ନିଶ୍ଚୟ ତାର ଜୀବନରେ ସଫଳ ହୋଇଛି। ଅନେକ ଲୋକ ଚିନ୍ତା କରନ୍ତି ବଡ଼ ଲୋକ ହେବା ପାଇଁ। ଧନୀ ଲୋକ ହେବା ପାଇଁ କିନ୍ତୁ କାର୍ଯ୍ୟରେ ରୂପାନ୍ତରିତ କରନ୍ତି ନାହିଁ। ଅନେକ ଲୋକ କାର୍ଯ୍ୟ କରନ୍ତି ବଡ଼ ଲୋକ ହେବା ପାଇଁ କିନ୍ତୁ ସେମାନଙ୍କ ଭିତରେ ଧର୍ଯ୍ୟ ନଥାଏ। ଯେଉଁ ଲୋକ କାର୍ଯ୍ୟ କରେ ଧର୍ଯ୍ୟ ଧରେ ଓ ଚିନ୍ତା କରେ ସେ ତାର ଜୀବନରେ ସଫଳତାର ଶୀର୍ଷରେ ପହଁଚେ। ଏହି ଇଣ୍ଟରଭ୍ୟୁ ସରିଲା ପରେ ମିଡିଆ ବାଲା ପଚାରିଲେ ଆଜ୍ଞା ଆପଣଙ୍କର ମେଲ ଆଇଡି ଅଛି କି ଆପଣଙ୍କର ମେଲ ଆଇଡି ଦେଇପାରିବେ କି ଯଦି ଆପଣ ମେଲ ଆଇଡି ଦେବେ ତେବେ ଆପଣଙ୍କର ଇଣ୍ଟରଭ୍ୟୁ ଆମେ ଆପଣଙ୍କ ପାଖକୁ ପଠାଇ ପାରିବୁ। ଲୋକଟି ହସି ହସି କହିଲା ଯଦି ମୋ ପାଖରେ ମେଲ ଆଇଡି ଥାନ୍ତା ତାହେଲେ ଆଜି ମୁଁ ଏହି ଜାଗାରେ ପହଁଚି ପାରିନଥାନ୍ତି ମୁଁ ଗୋତେ ଘୋରେଇ କମ୍ପାନୀରେ ଗୋଟେ ଚତୁର୍ଥ ଶ୍ରେଣୀର କର୍ମଚାରି ଭାବେ ଚାକିରି କରୁଥାନ୍ତି।

ସେଥିପାଇଁ ବନ୍ଧୁଗଣ ଆପଣଙ୍କୁ କହିବାର ମୂଳ ଉଦେଶ୍ୟ ଯଦି ଆପଣ ଯେଉଁ ବାପା ମା ପାଇଛନ୍ତି ଯେଉଁ ଭଲ ପାଇଛନ୍ତି ଯଦି ଆପଣ ପରିଶ୍ରମ କରିବେ ଧର୍ଯ୍ୟ ଧରିବେ ଜୀବନକୁ ସାକାର କରିବାର ରାସ୍ତାକୁ ଯିବେ ଆପଣ ନିଶ୍ଚୟ ଦିନେ ସଫଳ ମଣିଷ ହୋଇ ଏହି ସମାଜରେ ଠିଆ ହୋଇପାରିବେ। ଆପଣ ନିଜକୁ ଏମିତି କରନ୍ତୁ ସମସ୍ତେ ମଧ୍ୟ ଆପଣଙ୍କୁ ସେଲ୍ୟୁଟ କରିବେ।ଏବଂ ଆପଣ ଆଜି ଠାରୁ ନିଷ୍ପତି ନିଅନ୍ତୁ ଆପଣ ଆପଣଙ୍କର ଲକ୍ଷ ସ୍ଥଳରେ ପହଁଚିବା ପାଇଁ।ପରିଶ୍ରମ କରିବେ ଆଉ ଧର୍ଯ୍ୟ ଧରିବେ। ଆପଣ ଯେତେ ପର୍ଯ୍ୟନ୍ତ ଆପଣଙ୍କ ଜୀବନରେ ସଫଳତା ପାଇନଥାନ୍ତି ସେତେ ଦିନ ପର୍ଯ୍ୟନ୍ତ ଆପଣଙ୍କୁ ସଙ୍ଘର୍ଷ ଜାରି ରଖିବାକୁ ପଡିବ। ଯେଉଁଦିନ ଆପଣ ସଫଳତା ପାଇଯିବେ ସେହିଦିନ ଏହି ସମାଜ ଆପଣଙ୍କୁ ସେଲ୍ୟୁଟ କରିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *