Excuse Me Odisha

ଯାହା କହିବୁ ସତ କହିବୁ

ଶଙ୍ଖ ଘରେ ରଖିଛନ୍ତି ଯଦି ଏହି ଆର୍ଟିକିଲଟି ନିଶ୍ଚିତ ପଢନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଜାଣିବା ଘରେ ଯଦି ଶଙ୍ଖ ରଖିଛନ୍ତି ତାହେଲେ କରନ୍ତୁ ନାହିଁ ଏହିସବୁ ଭୁଲ। ଆମର ହିନ୍ଦୁଧର୍ମରେ ଶଙ୍ଖର ବହୁତ ବଡ଼ ମହତ୍ୱ ରହିଛି। ପ୍ରତ୍ୟେକ ଘରର ଠାକୁର ଘରେ ଶଙ୍ଖଟିଏ ରହିଥିବ। କିନ୍ତୁ ଶଙ୍ଖ ରଖିବାର ଅନେକ ନିୟମ ମଧ୍ୟ ରହିଛି। ଯଦି ଆପଣ ସେହି ନିୟମ ପାଳନ କରୁ ନଥିବେ ତାହେଲେ ହୁଏତ ଆପଣଙ୍କ ଘରର ଅମଙ୍ଗଳ ହୋଇଥାଏ। ଯେମିତି ଆପଣମାନେ ସମସ୍ତେ ଜାଣିଥିବେ କି ଭଗବାନ ବିଷ୍ଣୁଙ୍କର ପ୍ରିୟ ବସ୍ତୁ ହେଲା ଶଙ୍ଖ। ଭଗବାନ ବିଷ୍ଣୁଙ୍କ ହାତରେ ଶଙ୍ଖ ଶୋଭା ପାଇଥାଏ। ଯେକୌଣସି ପୂଜାର୍ଚ୍ଚନାରେ ଯଦି ଶଙ୍ଖ ବଜାଇ ନଥିଲେ, ଆପଣଙ୍କ ପୂଜା ଅସଫଳ ମାନା ଯାଇଥାଏ ଏବଂ ଶଙ୍ଖ ବଜାଇବା ଘରର ସବୁ ନକାରାତ୍ମକ ଉର୍ଜା ବାହାରକୁ ଚାଲି ଯାଇଥାଏ। ଆପଣମାନେ ଜାଣିଥିବେ ସନ୍ଧ୍ୟାବେଳେ ନକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହିଥାଏ। ସେଥିପାଇଁ ପ୍ରତ୍ୟେକ ଘରର ତୁଳସୀ ଗଛରେ ସଞ୍ଜ ଦିଆଯାଇ ଶଙ୍ଖ ବଜାଇବା ହୋଇଥାଏ। ଶଙ୍ଖକୁ ଯେତେବେଳେ ଆପଣମାନେ ବଜାଉଛନ୍ତି ତିନିଥର ଓ ଅଧା ବଜାଇବେ। ସବୁବେଳେ ମନେରଖନ୍ତୁ ତିନିଥର ଓ ଅଧା ବଜାଇଲେ ଶୁଭ ମାନା ଯାଇଥାଏ। କିନ୍ତୁ ତିନିଥରକୁ ଅଶୁଭ ମାନା ଯାଇଥାଏ। ସେଥିପାଇଁ ତିନିଥର ଅଧା ବା ଯାହାକୁ ସାଢେ଼ ତିନିଥର କୁହାଯାଏ, ଏପରି ଶଙ୍ଖ ବଜାଇବା ଶୁଭ ହୋଇଥାଏ। ଧ୍ୟାନ ଦେବେ ଶଙ୍ଖ ବଜାଇବା ସମୟରେ ଅଧା ଖାଣ୍ଡିଆ ଶଙ୍ଖ ବଜାନ୍ତୁ ନାହିଁ। କିନ୍ତୁ ଆପଣ ସନ୍ଧ୍ୟା ସମୟରେ ଏଭଳି ଭୁଲ କେବେ କରିବେ ନାହିଁ। ଯଦି ସନ୍ଧ୍ୟା ସମୟରେ ଏପରି ଭୁଲ କରିବେ ତାହେଲେ ହୁଏତ ମାଆ ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିବେ ନାହିଁ । ଯେଉଁ ଘରେ ଶଙ୍ଖ ନଥାଏ, ସେହିଘରେ ମା ଲକ୍ଷ୍ମୀଙ୍କ କୃପା କେବେ ରହି ନଥାଏ । ସେହି ଘରେ ସବୁବେଳେ ଧନର ଅଭାବ ଦେଖା ଦେଇଥାଏ। ଶଙ୍ଖକୁ ସବୁବେଳେ ଉଚ୍ଚ ସ୍ଥାନରେ, ଠାକୁର ଘରେ ରଖିବେ। ଏହାକୁ କେବେବି ତଳେ ରଖିବେ ନାହିଁ। ଯଦି ଆପଣଙ୍କର ହୃଦରୋଗ ବା ପେଟ ରୋଗ ଥାଏ ତାହେଲେ ଆପଣଙ୍କୁ ନିଶ୍ଚିତ ଶଙ୍ଖ ବଜାଇବା ଉଚିତ। ଯଦି ଆପଣ ଶଙ୍ଖ ବଜାଇବେ ତାହେଲେ ଆପଣଙ୍କର ଗ୍ୟାସ ଜନିତ ସମସ୍ୟା , ପେଟ ଜନିତ ସମସ୍ତ ନିଶ୍ଚିତ ଦୂର ହୋଇଯିବ। ଶଙ୍ଖକୁ ଧରିବା ମାତ୍ରେ ଆପଣ ପବିତ୍ର ହୋଇଥାନ୍ତି। ଶଙ୍ଖ ହେଉଛି ପବିତ୍ରତାର ପ୍ରତୀକ। ଶଙ୍ଖକୁ ସେତେବେଳେ ଧରିବା ଉଚିତ ଯେତେବେଳେ ଆପଣ ସ୍ନାନ କରିଥିବେ କିମ୍ବା ପବିତ୍ର ହୋଇଥିବା ଦରକାର। ଯଦି ଦେବୀ ଲକ୍ଷ୍ମୀଙ୍କ କୃପା ଆପଣ ପାଇବାକୁ ଚାହୁଁଛନ୍ତି ତାହେଲେ ଘରେ ଦୁଇଟି ଶଙ୍ଖ ରଖନ୍ତୁ। ଗୋଟିଏ ଠାକୁର ଘରେ ରଖନ୍ତୁ। ଆଉ ଗୋଟେ ଦକ୍ଷିଣବର୍ତୀ ଶଙ୍ଖ । ଏହା ମାର୍କେଟରେ ସୁବିଧାରେ ମିଳି ଯାଇଥାଏ। ଏହା ରଖିଲେ ଘର ସବୁବେଳେ ଧନଧାନ୍ୟରେ ଭରପୁର ହୋଇଯାଏ। ଯେଉଁଠାରେ ଏହି ଶଙ୍ଖ ରହିଥାଏ, ସେହି ଘରେ କେବେବି ଅଶୁଭ ହୁଏ ନାହିଁ, ସେଥିପାଇଁ ଏହି ଶଙ୍ଖକୁ ନିଶ୍ଚିତ ଘରେ ରଖନ୍ତୁ ଏବଂ ସବୁବେଳେ ମନେ ରଖନ୍ତୁ ଯଦି ଘରେ କୌଣସି ଭୂତପ୍ରେତ ବାସ କରିବାର ସଂକେତ ଥାଏ, ତାହେଲେ ଶଙ୍ଖ ବଜାନ୍ତୁ, ଦେଖିବେ ଘରେ କୌଣସି ଖରାପ ଶକ୍ତି ବାସ କରିବ ନାହିଁ । ଆଉଗୋଟେ କଥା ମନେ ରଖନ୍ତୁ, ଶଙ୍ଖ ମଧ୍ୟରେ ପାଣି ନେଇ ଯଦି ସେହି ପାଣିକୁ ପାଦୁକା ଭଳି ସେବନ କରିବେ ତେବେ ଆପଣଙ୍କର ଯେକୌଣସି ରୋଗ ଭଲ ହୋଇଯିବ। ତେଣୁ ଚେଷ୍ଟା କରନ୍ତୁ ଶଙ୍ଖର ପାଣି ସବୁଦିନ ପିଇବା ପାଇଁ। ଶେଷରେ ଗୋଟେ କଥା ମନେ ରଖନ୍ତୁ ଶଙ୍ଖ ଘରେ ଆଣି ରଖିଦେଲେ ହେବ ନାହିଁ। ପ୍ରତ୍ୟେକ ଦିନ ଶଙ୍ଖ ବଜାଇବା ଦରକାର ଏବଂ ଶଙ୍ଖରେ କେବେ ପାଦ ବାଜିବା ଉଚିତ ନୁହେଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ|

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *