Excuse Me Odisha

ଯାହା କହିବୁ ସତ କହିବୁ

ଏହି ମହିଳାଙ୍କ ଘରେ ସବୁବେଳେ ମା ଲକ୍ଷ୍ମୀ ବାସ କରିଥାନ୍ତି। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ଆମର ହିନ୍ଦୁଧର୍ମରେ ମହିଳା ମାନଙ୍କୁ ଦେବୀଙ୍କ ରୂପରେ ଦେଖାଯାଇଥାଏ। ମହିଳା ମାନଙ୍କୁ ମା ଲକ୍ଷ୍ମୀ, ମା ସ୍ୱରସ୍ୱତୀ, ମା ପାର୍ବତୀଙ୍କ ରୂପରେ ମାନାଯାଇଥାଏ। ପ୍ରତ୍ୟକ ପୁରୁଷର ଅର୍ଦ୍ଧାଙ୍ଗିନୀ ତାଙ୍କ ସ୍ତ୍ରୀ ହିଁ ହୋଇଥାନ୍ତି। ପୁରୁଷର ଜୀବନର ଉନ୍ନତିର କାରଣ ତାଙ୍କର ସ୍ତ୍ରୀଙ୍କୁ ହିଁ ମାନା ଯାଇଥାଏ। ଗରୁଡ଼ ପୁରାଣରେ ଶ୍ରେଷ୍ଠ ସ୍ତ୍ରୀଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଯେଉଁ ମହିଳାଙ୍କ ଭିତରେ ଏହି ୭ ଟି ଲକ୍ଷଣ ରହିଥାଏ ସେ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଇଛି। ଏମିତି ମହିଳାଙ୍କ ପାଦ ଯେଉଁ ଘରେ ପ୍ରବେଶ କରିଥାଏ ସେହି ଘରେ ସବୁ ଦୁଃଖର ନାଶ ହୋଇଯାଏ। ଏହିପରି ମହିଳା ଘରକୁ ପ୍ରବେଶ କରିବା ମାତ୍ରେ ସେହି ଘରୁ ସବୁ ନକରାତ୍ମକ ଶକ୍ତି, ଦୁଷ୍ଟ ଶକ୍ତି ସବୁ ନଷ୍ଟ ହୋଇଯାଇଥାଏ। ଏବଂ ଘରେ ସୁଖ, ସମୃଦ୍ଧି,ବୈଭବରେ ଭରି ଯାଇଥାଏ। ସେହି ଘରେ ରହିଥିବା ଲୋକଙ୍କ ଶୋଇଥିବା ଭାଗ୍ୟ ଚମକି ଉଠେ। ଗରୁଡ଼ ପୁରାଣ ଅନୁସାରେ ମା ଲକ୍ଷ୍ମୀରୂପୀ ଏହି ଭଳି ମହିଳାଙ୍କ ଆଗମନରେ ସକାରାତ୍ମକ ଶକ୍ତିର ସଂଚାର ହୋଇଯାଇଥାଏ। ଏହା ଦେଖାଯାଇଛି ଅତ୍ୟନ୍ତ ଦୁଃଖୀ, ଦରିଦ୍ର,ଅସହାୟ ଏବଂ ମୃ-ତ୍ୟୁର ଦ୍ୱାରରେ ଛିଡା ହୋଇଥିବା ଭିକାରୀକୁ ଲକ୍ଷ୍ମୀରୂପୀ ସ୍ତ୍ରୀକୁ ପାଇ ଚକ୍ରବର୍ତ୍ତୀ ରାଜାର ପଦ ପ୍ରାପ୍ତି କରିନେଇଥାଆନ୍ତି। ଏହା ମହାଲକ୍ଷ୍ମୀଙ୍କ ମାୟା ହୋଇଥାଏ। ନିଜର ପ୍ରିୟ ଭକ୍ତଙ୍କ ଉପରେ କୃପା ବର୍ଷା କରିଥାନ୍ତି। ଏଥିପାଇଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଗରୁଡ଼ ପୁରାଣରେ କୁହାଯାଇଥିବା ଏମିତି ମହିଳାଙ୍କ ଲକ୍ଷଣ ବିଷୟରେ ଯେଉଁମାନଙ୍କର ସ୍ଵର୍ଣ ଲକ୍ଷଣ ତାଙ୍କର ସ୍ୱାମୀ ପରିବାରରେ ପାଇଥାନ୍ତି। ଘରେ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟର ପ୍ରାପ୍ତି ହୋଇଥାଏ।ଏମିତି ମହିଳା ତାଙ୍କର ଗୁଣରୁ ହିଁ ଐଶ୍ୱର୍ୟାସାଳିନୀ ହୋଇଥାନ୍ତି। ଆସନ୍ତୁ ଜାଣିନେବା ଲକ୍ଷ୍ମୀରୂପୀ ମହିଳାଙ୍କ ୭ଟି ଲକ୍ଷଣ। ତା ସହିତ କିଛି ମହିଳାଙ୍କ ବିଷୟରେ ଜାଣିବା। ଯେଉଁମାନଙ୍କ କାରଣରୁ ଘରକୁ ଗରିବ ଏବଂ ଦରିଦ୍ରତା ଆସିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ୭ଟି କାମ କରିବା ଉଚିତ ନୁହେଁ।

Google

ସୂର୍ଯ୍ୟ ଉଦୟ ପୂର୍ବରୁ ଉଠୁଥିବା ମହିଳା:-

ଗରୁଡ଼ ପୁରାଣ ଅନୁସାରେ ଯେଉଁ ମହିଳା ବ୍ରହ୍ମ ମୁହୂର୍ତ୍ତରେ ଉଠିଥାନ୍ତି ତାଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ। ଯେଉଁ ମହିଳା ସୂର୍ଯ୍ୟ ଉଦୟ ପରେବି ଶୋଇଥାନ୍ତି ସେମାନେ ପାପ କର୍ମ କରିବା ଭଳି ହୋଇଥାଏ। ସ୍ଵର୍ଯ୍ୟ ଉଦୟ ପୂର୍ବରୁ ଉଠୁଥିବା ମହିଳା ସମସ୍ତ ଦେବୀ ଦେବତାଙ୍କ କୃପା ପ୍ରାପ୍ତ କରିଥାନ୍ତି। ଏବଂ ସେମାନଙ୍କର ଏହି ଅଭ୍ୟାସ ଯୋଗୁ ଘରେ ସୁଖ ସମୃଦ୍ଧି ବାସ କରିଥାଏ।

ଦେବ ପୂଜା କରୁଥିବା ମହିଳା:-

ଯେଉଁ ମହିଳା ନିତ୍ୟ କର୍ମ କରି ସ୍ୱଚ୍ଛ ବସ୍ତ୍ର ପିନ୍ଧି ଦେବୀ ଦେବତା ମାନଙ୍କର ବିଧି ପୂର୍ବକ ପୂଜା ଅରୋଧନା କରିଥାନ୍ତି ଏବଂ ଆରତୀ କରି ଦୀପ ଧୂପ ଲଗାଇ ଥାନ୍ତି ଏମିତି ମହିଳାଙ୍କ ପାଇଁ ଘରେ ସୁଖ ଶାନ୍ତି ବାସ କରିଥାଏ। ଯେଉଁ ମହିଳା ନିତ୍ୟ ସ୍ନାନ କରନ୍ତି ନାହିଁ, ଦେବ ପୂଜା କରନ୍ତି ନାହିଁ ଏବଂ ଦେବୀ ଦେବତାଙ୍କୁ ମାନନ୍ତି ନାହିଁ ସେମାନଙ୍କୁ ପାପ କରୁଥିବା ମହିଳାଙ୍କ ସମେତ ସମାନ ହୋଇଥାନ୍ତି।

Google

ସଫା ସୁତରା ରଖିବା:-

ମା ଲକ୍ଷ୍ମୀ କୃପା ପ୍ରାପ୍ତ ମହିଳା ସ୍ୱଚ୍ଛତା ପ୍ରିୟ ହୋଇଥାନ୍ତି। ଯେଉଁ ସ୍ତ୍ରୀଙ୍କ ଘରେ ସର୍ବଦା ସଫା ସୁତରା ରହେ ନାହିଁ ଘରେ ସବୁବେଳେ ଅଳିଆ ରହିଥାଏ। ଘରର ଜିନିଷ ଏପଟେ ସେପଟେ ଫୋପାଡ଼ି ଥାନ୍ତି ସେହି ମହିଳା ଦୁର୍ଭାଗ୍ୟ ଆଣିବାର କୁହାଯାଇଛି। ଏମିତି ମହିଳା ଘରେ ରହିବା ଦ୍ୱାରା ଦୁଃଖ ଓ କଷ୍ଟ ଘରେ ପ୍ରବେଶ କରିଥାଏ। ଯେଉଁ ମହିଳା ସବୁବେଳେ ଘରକୁ ସଫା ରଖିଥାନ୍ତି ଘରେ ରଙ୍ଗ ବେରଙ୍ଗରେ ରଙ୍ଗଲି ବା ଝୁଣ୍ଟି ପକେଇ ଦେବୀ ଦେବତାଙ୍କୁ ଆମନ୍ତ୍ରଣ କରିଥାନ୍ତି ସେହି ମହିଳା ସୌଭାଗ୍ୟବତୀ ହୋଇଥାନ୍ତି।

ଦେବତାଙ୍କୁ ଜଳ ଅର୍ପଣ କରୁଥିବା ମହିଳା:-

ଯେଉଁ ମହିଳା ପ୍ରତିଦିନ ଦେବୀ ଦେବତାଙ୍କୁ ଜଳ ଅର୍ପଣ କରିଥାନ୍ତି ଏବଂ ତୁଳସୀ ଗଛରେ ଜଳ ଦେଇ ତାଙ୍କୁ ନମସ୍କାର କରିଥାନ୍ତି ସେହି ମହିଳାଙ୍କୁ ମା ଲକ୍ଷ୍ମୀରୂପୀ କୁହାଯାଏ। ଏମିତି ମହିଳାଙ୍କ ଘରେ ରୋଗ, ଦୁଃଖ, କଷ୍ଟ ପ୍ରବେଶ କରିପାରିନଥାଏ।

ସ୍ୱାମୀର ସେବା କରିବା:-

ଯେଉଁ ସ୍ତ୍ରୀ ପ୍ରତିଦିନ ସ୍ୱାମୀର ଚରଣ ଛୁଇଁ ଆଶୀର୍ବାଦ ନେଇଥାନ୍ତି। ଶୋଇବା ପୂର୍ବରୁ ଗୋଡ଼ ଚିପିଥାନ୍ତି ଏହି ଭଳି ସ୍ତ୍ରୀ ମା ଲକ୍ଷ୍ମୀଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି। ସମସ୍ତ ସଂସାରର ମା ଲକ୍ଷ୍ମୀ ସ୍ୱାମୀ ଭଗବାନ ବିଷ୍ଣୁଙ୍କ ଚରଣକୁ ଚିପିଥାନ୍ତି।କିନ୍ତୁ ଯେଉଁ ସ୍ତ୍ରୀ ସାଧାରଣ ମଣିଷ ହୋଇ ମଧ୍ୟ ମା ଲକ୍ଷ୍ମୀଙ୍କୁ ଅନୁସରଣ କରନ୍ତି ନାହିଁ ସେମାନେ ଦୁର୍ଭାଗ୍ୟଶାଳୀ ହୋଇଥାନ୍ତି। ସେଥିପାଇଁ ସ୍ତ୍ରୀ ମାନଙ୍କୁ ନିଜ ସ୍ୱାମୀଙ୍କର ସେବା କରି ପୁଣ୍ୟ ପ୍ରାପ୍ତ କରିବା ଉଚିତ।

Google

ମିଠା କଥା କହୁଥିବା ମହିଳା:-

ଯେଉଁ ମହିଳା ସବୁବେଳେ ମିଠା ବାଣୀ କୁହନ୍ତି କେବେବି ଅନ୍ୟକୁ କଟୁ ଶବ୍ଦ କୁହନ୍ତି ନାହିଁ ସେମାନେ ମା ଲକ୍ଷ୍ମୀଙ୍କୁ ପ୍ରିୟ ହୋଇଥାନ୍ତି। ଯେଉଁ ମହିଳା କଟୁ କଥା କହିଥାନ୍ତି, କପଟ କରିଥାନ୍ତି ଏବଂ ସର୍ବଦା ଅନ୍ୟକୁ ଗାଳି କରିଥାନ୍ତି ଏମିତି ମହିଳାଙ୍କ ଘରେ ମା ଲକ୍ଷ୍ମୀଙ୍କ ବାସ ହୋଇନଥାଏ।

ସ୍ୱାଦିଷ୍ଟ ଭୋଜନ:-

ଯେଉଁ ମହିଳାଙ୍କ ହାତରେ ସ୍ୱାଦିଷ୍ଟ ଭୋଜନ ହୋଇଥାଏ ସେମାନେ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି କରିଥାନ୍ତି। ଯେଉଁ ସ୍ତ୍ରୀଙ୍କ ଦ୍ୱାରା ରୋଷେଇ ହୋଇଥିବା ଅନ୍ନର ସବୁବେଳେ ପ୍ରଶଂସା କରାଯାଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି। ଏମିତି ମହିଳାଙ୍କ ଘରେ ସ୍ୱୟଂ ଦେବତା ମାନେ ଅନ୍ନ ଗ୍ରହଣ କରିବାକୁ ଆସିଥାନ୍ତି। କିନ୍ତୁ ଯେଉଁ ସ୍ତ୍ରୀଙ୍କ ଖାଦ୍ୟରେ ସ୍ୱାଦ ନଥାଏ,ଯେଉଁ ମହିଳା ଖାଦ୍ୟରେ ଥୁକନ୍ତି ବା ଜାଣିଶୁଣି ଅପବିତ୍ର ଭୋଜନ କରିଥାନ୍ତି ଏମିତି ମହିଳା ଘରକୁ ଦୁର୍ଭାଗ୍ୟ ଆଣିଥାନ୍ତି। ଏହା ଥିଲା ବନ୍ଧୁଗଣ ସେହି ୭ ଟି ଲକ୍ଷଣ।

ଏବେ ଆସନ୍ତୁ ଜାଣିବା କେଉଁ ମହିଳାଙ୍କ ପାଇଁ ଘରକୁ ଗରିବ,ଦରିଦ୍ରତା, ଦୁଃଖ ଓ କଷ୍ଟ ଆସିଥାଏ।

ଯେଉଁ ଘରର ମହିଳା ଝାଡୁକୁ ଲାତ ମାରନ୍ତି, ଚକୁଡ଼ନ୍ତି ସେଠାରେ କେବେବି ମା ଲକ୍ଷ୍ମୀଙ୍କ ବାସ ହୋଇନଥାଏ। ଏମିତି ଘରେ ସବୁବେଳେ ଦରିଦ୍ରତା ଛାଇ ପରି ରହିଥାଏ। କୁହାଯାଏ ଝାଡୁରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ। ସେଥିପାଇଁ କେବେବି ଭୁଲରେ ଝାଡୁକୁ ଗୋଡ଼ ଲଗାନ୍ତୁ ନାହିଁ।

ଯଦି ଘରର ମହିଳା ଚୁଲିରେ କିମ୍ବା ଗ୍ୟାସ ଚୁଲାରେ ଅଇଁଠା ବାସନକୁ ରଖି ଶୋଇଯାନ୍ତି ଏମିତି ଘରକୁ ମା ଲକ୍ଷ୍ମୀ କେବେବି ଘରକୁ ଆସନ୍ତି ନାହିଁ। ଏହା ଗରିବ ଏବଂ ଦୁଃଖର କାରଣ ହୋଇଥାଏ। ସେଥିପାଇଁ ଦିନ ବେଳା ହେଉ କିମ୍ବା ରାତିରେ ଚୁଲି ଉପରେ ଅଇଁଠା ବାସନ ରଖନ୍ତୁ ନାହିଁ।

ଯେଉଁ ଘରର ମହିଳାମାନେ ଲାତ ମାରି ଘରର କବାଟ ଖୋଲିଥାନ୍ତି କିମ୍ବା ବନ୍ଦ କରିଥାନ୍ତି ସେଠାରେ ଧନର ଦେବୀ ମା ଲକ୍ଷ୍ମୀ ରାଗି ଯାଇଥାନ୍ତି। ଯଦି ଆପଣଙ୍କ ଘରେ ଏମିତି ହୋଇଥାଏ ତାହେଲେ ଏମିତି କରନ୍ତୁ ନାହିଁ।

Google

ଯେଉଁ ଘରର ମହିଳା ରାତିରେ ଅଇଁଠା ବାସନ ଧୁଅନ୍ତି ନାହିଁ ରାତି ସାରା ବାସନକୁ ରୋଷେଇ ଘରେ ଛାଡ଼ି ଦିଅନ୍ତି ତାହେଲେ ଏହା ଗରିବକୁ ନିମନ୍ତ୍ରଣ କରିବା ଭଳି କାମ କରିଥାଏ। ଏମିତି ଘରେ ହେବାକୁ ଦିଅନ୍ତୁ ନାହିଁ।

ଯେଉଁ ଘରର ମହିଳା ସନ୍ଧ୍ୟା ସମୟରେ ଘରେ ଝାଡୁ ଲଗାଇଥାନ୍ତି ସେହି ଘରେ ଦରିଦ୍ରତା ଆସିଥାଏ। ଏଥିପାଇଁ ଏମିତି କରିବା ଠାରୁ ଦୂରେଇ ରୁହନ୍ତୁ।

ଯେଉଁ ଘରର ମହିଳାଙ୍କ ଡେରିରେ ଉଠିବାର ଅଭ୍ୟାସ ରହିଛି ତାହେଲେ ସେହି ଘର ପାଇଁ ଅଶୁଭର କାରଣ ହୋଇଥାଏ। ଡେରିରେ ଉଠୁଥିବା ମହିଳା ତାଙ୍କର ସ୍ୱାମୀ ଏବଂ ପରିବାରର ପାଇଁ ଅସଫଳତାର କାରଣ ହୋଇଥାନ୍ତି।

Google

ଯେଉଁ ମହିଳା ସକାଳୁ ଜଲଦି ଉଠି ଘର ଦ୍ୱାର ସଫା କରନ୍ତି ନାହିଁ ଏମିତି ଘରେ ମା ଲକ୍ଷ୍ମୀ କେବେବି ପ୍ରବେଶ କରନ୍ତି ନାହିଁ। ସେଥିପାଇଁ ଘରର ମହିଳା ମାନଙ୍କୁ ସକାଳୁ ଉଠିବା ପରେ ଘରକୁ ଝାଡୁ କରି ପୋଛା କରି ଘରର ପିଣ୍ଡାରେ ଝୋଟି ବା ରଙ୍ଗଲି ବନେଇ ମା ଲକ୍ଷ୍ମୀଙ୍କର ସ୍ୱାଗତ କରିବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *