Excuse Me Odisha

ଯାହା କହିବୁ ସତ କହିବୁ

ତୋଟକା ନୁହେଁ ବୈଜ୍ଞାନିକ କଥା, ଶୋଇବା ପୂର୍ବରୁ ତକିଆ ତଳେ ରଖନ୍ତୁ ଲେମ୍ବୁ, ମିଳିବ ଲାଭ

ସେୟାର୍ କରନ୍ତୁ

ଲେମ୍ବୁରେ ଭିଟାମିନ-ସି ଅଧିକ ମାତ୍ରାରେ ଥାଏ। ଏଥିରେ ଭିଟାମିନ-ବି, କ୍ୟାଲସିୟମ, ଫସଫରସ, ମ୍ୟାଗ୍ନେସିୟମ, ପ୍ରୋଟିନ ଏବଂ କାର୍ବୋହାଇଡ୍ରେଟ ଭଳି ପୋଷକ ତତ୍ତ୍ୱ ମଧ୍ୟ ଭରପୂର ଥାଏ। ଏହି ଗୁଣ ଥିବା ଯୋଗୁଁ ଅନେକ ଲୋକ ଲେମ୍ବୁ ଖାଇଥା’ନ୍ତି। କିନ୍ତୁ ଆପଣ କଣ ଜାଣନ୍ତିକି, ଲେମ୍ବୁକୁ ରାତିରେ ତକିଆ ପାଖରେ ନେଇ ଶୋଇଲେ ମଧ୍ୟ ଅନେକ ଲାଭ ହୋଇଥାଏ।

ସାଧାରଣତ ଲେମ୍ବୁକୁ ପାଖରେ ନେଇ ଶୋଇବାକୁ ଅନ୍ଧବିଶ୍ୱାସ କିମ୍ବା ତନ୍ତ୍ର ସହିତ ଯୋଡ଼ା ଯାଏ। କିନ୍ତୁ ଏହା ସେପରି ନୁହେଁ। ଏହାର ଅନେକ ବୌଜ୍ଞାନିକ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧ ଉପକାର ମଧ୍ୟ ଅଛି। ଆଜି ଆମେ ଏହି ଲାଭଗୁଡ଼ିକ ଉପରେ ଦୃଷ୍ଟି ଦେବାକୁ ଯାଉଛୁ।

ରକ୍ତଚାପକୁ ନିୟନ୍ତ୍ରଣ କରନ୍ତୁ:-

ନିମ୍ନ ରକ୍ତଚାପ ରୋଗୀମାନେ ତକିଆ ନିକଟରେ ଲେମ୍ବୁର ଦୁଇଟି ଖଣ୍ଡ ରଖି ରାତିରେ ଶୋଇଯାଆନ୍ତୁ। ଏପରି କରିଲେ ସକାଳେ ସେମାନଙ୍କୁ ସତେଜ ଅନୁଭବ ହେବ। ବାସ୍ତବରେ, ଲେମ୍ବୁର ସୁଗନ୍ଧ ଦ୍ୱାରା ଶରୀରରେ ସେରୋଟିନର ସ୍ତର ବଢ଼ିଥାଏ, ଯାହାକି ନିମ୍ନ ରକ୍ତଚାପ ରୋଗୀଙ୍କ ପାଇଁ ଲାଭଦାୟକ ଅଟେ।

Google

ନିଜ ମନକୁ ଶାନ୍ତ ରଖନ୍ତୁ:-

ଯଦି ଆପଣଙ୍କର ମନ ସର୍ବଦା ଅସ୍ଥିର ରୁହେ, ଥକାପଣ କିମ୍ବା ଟେନସନ କାରଣରୁ ନିଦ ହୁଏ ନାହିଁ, ତେବେ ଲେମ୍ବୁକୁ ଦୁଇଗଡ କାଟି ଶୋଇବା ପୂର୍ବରୁ ତକିଆ ପାଖରେ ରଖନ୍ତୁ। ଏଥିରେ ଉପସ୍ଥିତ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଉପାଦାନଗୁଡ଼ିକ ଆପଣଙ୍କ ମନକୁ ଶାନ୍ତି ଦେବାରେ ସାହାଯ୍ୟ କରିବ। ଏଥିରେ ଆପଣଙ୍କୁ ଭଲ ନିଦ ଆସିବ।

Google

ଶ୍ୱାସକ୍ରିୟା ଅସୁବିଧାରୁ ମୁକ୍ତି:-

ନାକ ବନ୍ଦ ହୋଇଯିବା କିମ୍ବା ନିଶ୍ୱାସ ନେବାରେ ଅସୁବିଧା ଏକ ସାଧାରଣ ସମସ୍ୟା ଅଟେ। ଏଥିରୁ ମୁକ୍ତି ପାଇବା ପାଇଁ ଆପଣଙ୍କ ତକିଆ ପାଖରେ ଲେମ୍ବୁର ଖଣ୍ଡ ରଖି ଶୋଇଯାଆନ୍ତି। ଏହାର ସୁଗନ୍ଧରେ ଶ୍ୱାସକ୍ରିୟା ସମସ୍ୟାରୁ ଆରାମ ମିଳିବ। ଏହାସହିତ, ଆପଣଙ୍କୁ ଗଭୀର ଏବଂ ମଧୁର ନିଦ ମଧ୍ୟ ଆସିବ।

Google

ମଶା-ମାଛିଙ୍କ ଠାରୁ ମୁକ୍ତି:-

ରାତିରେ ଶୋଇଥିବା ସମୟରେ ମଶା, ମାଛି କିମ୍ବା ଅନ୍ୟ କୀଟ-ପତଙ୍ଗ ବିରକ୍ତ କରାନ୍ତି, ସେହି ସମୟରେ ଲେମ୍ବୁକୁ ଚାରି ଭାଗ କରି ଘରର ଚାରି କୋଣରେ ରଖିଦିଅନ୍ତୁ। ଏହା ସହିତ କିଛି ଲେମ୍ବୁର ଖଣ୍ଡକୁ ବିଛୁଣା ପାଖରେ ରଖିଦିଅନ୍ତୁ। ଆପଣ ବିନା କୌଣସି ଚିନ୍ତାରେ ଶୋଇପାରିବେ।

Google

ଅନିଦ୍ରାର ରୋଗରେ ଆରମ:-

ଯଦି ଆପଣ ଇନସୋମୋନିୟା ଅର୍ଥାତ ଅନିଦ୍ରା କିମ୍ବା କମ ନିଦର ରୋଗରେ ପୀଡିତ ଅଛନ୍ତି ତେବେ ରାତିରେ ଲେମ୍ବୁର ଖଣ୍ଡକୁ ନେଇ ଶୋଇବା ଦ୍ଵାରା ସମସ୍ଯା ସମାଧାନ ହୋଇଯାଏ। ଲେମ୍ବୁର ବାସ୍ନା ଆପଣଙ୍କର ଥକା ଓ ଚିନ୍ତାକୁ କମ କରିଥାଏ ଓ ନିଦ ଭଲ ହୋଇଥାଏ।

Google

ଆସ୍ଥାମା କିମ୍ବା ଥଣ୍ଡାରୁ ଆରାମ:-

ଲେମ୍ବୁ ଭିତରେ ଆଣ୍ଟିବ୍ୟକ୍ଟେରିୟାଲ ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ। ଏମିତିରେ ଯଦି ଆପଣଙ୍କୁ ଆସ୍ଥାମା କିମ୍ବା ଥଣ୍ଡା ଯୋଗୁଁ ନିଃଶ୍ଵାସ-ପ୍ରଶ୍ଵାସରେ ସମସ୍ଯା ଦେଖାଯାଏ ତେବେ ବିଛୁଣାରେ ଲେମ୍ବୁ ରଖି ଶୋଇବା ଦ୍ଵାରା ଶରୀରର ବାୟୁମାର୍ଗ ଖୋଲିଯାଏ। ଏହାଦ୍ବାରା ଆପଣଙ୍କୁ ନିଃଶ୍ଵାସ-ପ୍ରଶ୍ଵାସର ସମସ୍ୟା ଦୂର ହୋଇପାରେ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *