Excuse Me Odisha

ଯାହା କହିବୁ ସତ କହିବୁ

ପିଲାମାନଙ୍କ ପେଟରେ କୃମି ହେବାର ଏହି ୫ଟି ସଂକେତ , ଜାଣନ୍ତୁ

ସେୟାର୍ କରନ୍ତୁ

ବର୍ତ୍ତମାନ ସମୟରେ ଭୁଲ ଖାଦ୍ୟପେୟ ଯୋଗୁଁ ପିଲାମାନଙ୍କର ପେଟରେ କୃମିର ସମସ୍ୟା ହୋଇଥାଏ। ଏହି ସମସ୍ୟା ଯୋଗୁଁ ପିଲାମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହାଦ୍ୱାରା ପିଲା ନିଜକୁ ଅସୁସ୍ଥ ମନେ କରିଥାଏ। ଆଜି ଶରୀରର କିଛି ଏଭଳି ସଂକେତ ବିଷୟରେ ଜାଣିବାକୁ ଚେଷ୍ଟା କରିବୁ , ଯେଉଁ ସଂକେତ ପିଲାମାନଙ୍କ ପେଟରେ କୃମି ହେବା ଯୋଗୁଁ ହୋଇଥାଏ। ଏହି ସଂକେତକୁ ଅଣଦେଖା କରନ୍ତୁ ନାହିଁ। ତେବେ ଆସନ୍ତୁ ପିଲାମାନଙ୍କ ପେଟରେ କୃମି ହେବାର ୫ଟି ସଂକେତ ବିଷୟରେ ବିସ୍ତୃତ ଭାବରେ ଜାଣିବା।

୧) ପେଟ ଯନ୍ତ୍ରଣା:-

ଯେତେବେଳେ କୌଣସି ପିଲାର ପେଟରେ କୃମି ସମସ୍ୟା ହୋଇଥାଏ , ସେତେବେଳେ ସର୍ବପ୍ରଥମେ ତାର ପେଟରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଯାଏ। ଏହି କାରଣରୁ ପିଲାମାନଙ୍କୁ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିଥାଏ। ଏହି କାରଣରୁ ପିଲାମାନଙ୍କ ପେଟରେ ଅନେକ ସମସ୍ୟା ଉତ୍ପନ୍ନ ହୋଇଯାଏ। ଏହି ସଂକେତକୁ ଭୁଲରେ ମଧ୍ୟ ଅଣଦେଖା କରନ୍ତୁ ନାହିଁ , ଏବଂ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ , ଯାହାଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ।

Google

୨) ଭୋକ ନ ଲାଗିବା:-

ଯଦି କୌଣସି ପିଲାକୁ ଭୋକ ଲାଗେ ନାହିଁ , ତେବେ ଏହି ସଂକେତ ପେଟରେ ଥିବା କୃମି ଯୋଗୁଁ ହୋଇପାରେ। କାରଣ ଯେତେବେଳେ ପିଲା ପେଟରେ କୃମି ଜାତ ହୋଇଯାଏ , ସେତେବେଳେ ଏହା ହଜମ ପ୍ରକ୍ରିୟାକୁ ଅଧିକ ପ୍ରଭାବିତ କରିଥାଏ। ଏହାଦ୍ୱରା ପିଲାମାନଙ୍କୁ ଭୋକ ଲାଗେ ନାହିଁ। ଯଦି ଆପଣଙ୍କ ପିଲା ମାନଙ୍କ ସହିତ ଏହିଭଳି ହେଉଛି , ତେବେ ଆପଣ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ ଏବଂ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

୩) ଥକାପଣ:-

ଯେତେବେଳେ ପିଲାମାନଙ୍କର ପେଟରେ କୃମି ସମସ୍ୟା ଜନ୍ମ ହୋଇଯାଏ , ସେତେବେଳେ ଶରୀରରେ ଧୀରେ ଧୀରେ ଶକ୍ତି ହ୍ରାସ ହେବାକୁ ଲାଗିଥାଏ। ଏହାଦ୍ୱାରା ଶରୀରରେ ଥକାପଣର ସମସ୍ୟା ଲାଗି ରହିଥାଏ ଏବଂ ପିଲାମାନଙ୍କର ଶରୀର ଦୁର୍ବଳ ହୋଇଯାଏ। ଯଦି ଆପଣଙ୍କ ପିଲା ମଧ୍ୟ ଥକାପଣ ଅନୁଭବ କରୁଛି , ତେବେ ଏହାର ଅର୍ଥ ଆପଣଙ୍କ ପିଲାର ପେଟରେ ପୋକର ସମସ୍ୟା ଉତ୍ପନ୍ନ ହୋଇସାରିଛି। ଏହାକୁ ଅଣଦେଖା କରନ୍ତୁ ନାହିଁ।

୪) ବିରକ୍ତଭାବ:-

ଯେତେବେଳେ ପିଲାର ପେଟରେ କୃମି ସମସ୍ୟା ଉତ୍ପନ୍ନ ହୋଇଥାଏ , ସେତେବେଳେ ପିଲାକୁ ବିରକ୍ତଭାବ ଅନୁଭବ ହୋଇଥାଏ। କାରଣ ପେଟରେ କୃମି ହେବା ହେତୁ ଶରୀରର ରକ୍ତ ସଞ୍ଚାଳନ ଅନିୟନ୍ତ୍ରିତ ହେବାକୁ ଲାଗିଥାଏ। ଯାହାର ପ୍ରଭାବ ମନ ଉପରେ ମଧ୍ୟ ପଡ଼ିଥାଏ। ଯଦି ଆପଣଙ୍କ ପିଲା ମଧ୍ୟରେ ବିରକ୍ତଭାବ ଦେଖାଯାଉଛି , ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ପେଟର କୃମି ଯୋଗୁଁ ଏଗୁଡିକ ହୋଇପାରେ। ତେଣୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ଭାବରେ ନିଅନ୍ତୁ।

Google

୫) ଶକ୍ତିର ଅଭାବ:-

ଯେତେବେଳେ ପିଲାର ପେଟରେ କୃମି ସମସ୍ୟା ହୋଇଥାଏ , ସେତେବେଳେ ଶରୀରରେ ଶକ୍ତିର ଅଭାବ ହେବା ଆରମ୍ଭ ହୋଇଥାଏ। ଯେଉଁ କାରଣରୁ ପିଲା ନିଜକୁ ଶକ୍ତିହୀନ ଅନୁଭବ କରିଥାଏ। ତାକୁ କୌଣସି ପ୍ରକାରର କାମରେ ମନ ଲାଗି ନଥାଏ ଏବଂ ଏହାସହିତ ତାର ଶରୀର ଅସୁସ୍ଥ ହୋଇଯାଏ। ତେଣୁ ଯଦି କୌଣସି ପିଲା ଠାରେ ଏଭଳି ସଂକେତ ଦେଖାଯାଉଛି , ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ ଏବଂ ତୁରନ୍ତ ଡାକ୍ତରଙ୍କ ସାହାଯ୍ୟ ନିଅନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *