Excuse Me Odisha

ଯାହା କହିବୁ ସତ କହିବୁ

ଦୁର୍ଗା ପୂଜାରେ ଏହି ୧୦ଟି କାମ କରନ୍ତୁ ନାହିଁ , ସବୁ ବର୍ବାଦ ହୋଇ ଯିବ ।

ସେୟାର୍ କରନ୍ତୁ

ବନ୍ଧୁଗଣ ମାତାରାଣୀଙ୍କର ଆଗମନ ହୋଇସାରିଛି ଅର୍ଥାତ ନବରାତ୍ରୀର ଆରମ୍ଭ ହୋଇସାରିଛି। ଏହି ବର୍ଷ ନବରାତ୍ରୀ ୧୭ ଅକ୍ଟୋବର ଶନିବାର ଠାରୁ ଆରମ୍ଭ ହୋଇସାରିଛି। ଏବଂ ଏହା ଆସନ୍ତା ୨୫ ତାରିଖ ସୋମବାର ପର୍ଯ୍ୟନ୍ତ ପାଳନ କରାଯିବ। ହିନ୍ଦୁ ଧର୍ମରେ ଏହି ସମୟକୁ ଅତ୍ୟନ୍ତ ଖାସ କରି କୁହାଯାଇ ଥାଏ। କେବଳ ଏତିକି ନୁହେଁ ଭକ୍ତମାନେ ମଧ୍ୟ ଏହି ଦିନକୁ ଚାତକ ଭଳି ଚାହିଁ ବସିଥାନ୍ତି। କୁହାଯାଏ କି ନବରାତ୍ରୀର ଏହି ୯ ଦିନରେ ମାଙ୍କୁ ପ୍ରସନ୍ନ କରିଥାନ୍ତି ଏବଂ ମା ପ୍ରସନ୍ନ ହୋଇ ତାଙ୍କର ସମସ୍ତ ଇଚ୍ଛାକୁ ପୂରଣ କରିଥାନ୍ତି। ଏହି ୯ ଦିନରେ ମାଆଙ୍କର ୯ ଟି ରୂପକୁ ପୂଜା କରାଯାଇଥାଏ। ଏବଂ ଦଶମୀ ଦିନ ଦଶହରା ନାମରେ ପ୍ରସିଦ୍ଧ ହୋଇଥାଏ। ନବରାତ୍ରୀ ବର୍ଷକୁ ୪ ଥର ଆସିଥାଏ।

ପୌଷ, ଚୈତ୍ର, ଆଷାଢ଼, ଆଶ୍ଵିନ ମାସର ପ୍ରତିପଦରୁ ଆରମ୍ଭ ହୋଇଥାଏ। ଏହା ନବମୀ ଯାଏଁ ପାଳନ କରାଯାଇଥାଏ। ନବରାତ୍ରୀର ଏହି ୯ ଟି ରାତିରେ ୩ ଟି ଦେବୀଙ୍କୁ ଯଥା ମା ମହା ଲକ୍ଷ୍ମୀ, ମା ସ୍ୱରସ୍ୱତୀ ଏବଂ ମା ଦୁର୍ଗାଙ୍କର ୯ ଟି ସ୍ୱରୂପକୁ ପୂଜା କରାଯାଇଥାଏ। ଯାହାକୁ ନବଦୁର୍ଗା କୁହାଯାଇଥାଏ। କୁହାଯାଏ ଯେ ମା ଦୁର୍ଗା ଭଗବାନ ଶିବଙ୍କୁ ସ୍ବାମୀଙ୍କ ରୂପରେ ପାଇବା ପାଇଁ ଯେଉଁଭଳି ଭାବରେ କଠିନ ତପସ୍ୟା କରିଥିଲେ ଠିକ ସେହିଭଳି ଯେଉଁ ମହିଳାମାନେ ୯ ଦିନରେ ମା ଦୁର୍ଗାଙ୍କୁ ପୂଜା କରିଥାନ୍ତି ମା ଦୁର୍ଗା ସେମାନଙ୍କୁ ବିଶେଷ ବରଦାନ ପ୍ରଦାନ କରିଥାନ୍ତି। କିନ୍ତୁ ଅନେକ ଥର ଅଜାଣତରେ ଏପରି କିଛି ଭୁଲ ହୋଇଯାଇଥାଏ ଯାହା ଦ୍ୱାରା ମା ଦୁର୍ଗା ଆମର ପୂଜାରେ ଅସନ୍ତୁଷ୍ଟ ହୋଇଥାଆନ୍ତି। ତେଣୁ ସେହି ସବୁ ଭୁଲ ଠାରୁ ଦୂରେଇ ରହିବା ଉଚିତ। ତେବେ ଆସନ୍ତୁ ଜାଣିବା ନବରାତ୍ରୀ ସମୟରେ ମହିଳା ଏବଂ ପୁରୁଷ ମାନେ କଣ କଣ ସତର୍କତା ଅବଲମ୍ବନ କରିବା ଉଚିତ।

Google

ମା ଆପଣଙ୍କୁ ବ୍ରତ ପୂଜାପାଠ କରିବାକୁ ବାଧ୍ୟ କରିନଥାନ୍ତି। କିନ୍ତୁ ଯଦି ଆପଣ କରୁଛନ୍ତି ତ ଆପଣମାନେ ସମ୍ପୂର୍ଣ୍ଣ ଶ୍ରଦ୍ଧା, ଭକ୍ତି ଏବଂ ବିଶ୍ୱାସର ସହିତ କରନ୍ତୁ। ମାଙ୍କର ଆରୋଧନା କରିବା ସମୟରେ ମନରେ କୌଣସି ପ୍ରକାରର ଆଶଙ୍କା କିମ୍ବା ଦୁର୍ଭାବନା ବିଲକୁଲ ବି କରନ୍ତୁ ନାହିଁ। କାରଣ ଯାହାର ମନରେ ଆଶଙ୍କା କିମ୍ବା ଦୁର୍ଭାବନା ଥାଏ ସେହି ମନ ଶାନ୍ତ ହୋଇପାରେ ନାହିଁ। ଅଶାନ୍ତ ମନରେ ପୂଜା କରିବା ଦ୍ୱାରା କୌଣସି ବି ଫଳ ମିଳିନଥାଏ। ମନରେ ମାଙ୍କ ପ୍ରତି ସବୁବେଳେ ସମାନର ଭାବନା ରଖନ୍ତୁ।

ନବରାତ୍ରୀରେ କୌଣସି ବି ପ୍ରକାରର ଅପଶବ୍ଦର ପ୍ରୟୋଗ ଅଥବା ଗାଳି ଦେବା, ମିଛ କହିବା କିମ୍ବା ଚୁଗୁଲି କରିବା ଇତ୍ୟାଦି ଖରାପ ଶବ୍ଦ ମୁହଁରୁ ବାହାର କରନ୍ତୁ ନାହିଁ। କାରଣ ମୁହଁରେ ଆମେ ମାତାଙ୍କର ପବିତ୍ର ନାଁ ସ୍ମରଣ, ମନ୍ତ୍ର ଜପ ଏବଂ ଆଚରଣ ଇତ୍ୟାଦି କରିଥାଉ। ତେଣୁ ସେଥିପାଇଁ ମୁହଁରୁ ବାହାରୁ ଥିବା ପ୍ରତ୍ୟେକ ଶବ୍ଦ ପବିତ୍ର ହେବା ଦରକାର।

ନବରାତ୍ରୀରେ କୌଣସି ପ୍ରକାରର ନିଶା ଦ୍ରବ୍ୟ କିମ୍ବା ଆମିଷ ସେବନ କରିବା ଅନୁଚିତ ହୋଇଥାଏ। କାରଣ ଏହା ଦ୍ବାରା ମନୁଷ୍ୟର ତାର ମନ ଏବଂ ମସ୍ତିଷ୍କ ଉପରେ ନିୟନ୍ତ୍ରଣ ରହିନଥାଏ। ସେଥିପାଇଁ ଆପଣ ଯେତେ ସମ୍ଭବ ସତିକ ଆହାର ଖାଇବା ପାଇଁ ଚେଷ୍ଟା କରନ୍ତୁ ଏବଂ ଖଟା ଜାତୀୟ ଜିନିଷ ଜମାବି ସେବନ କରନ୍ତୁ ନାହିଁ।

କୌଣସି ଅସହାୟ ଲୋକ ଏବଂ କନ୍ୟାଙ୍କୁ ଆପଣ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ। କାହାରିକୁ ସାହାର୍ଯ୍ୟ କରିବା ଦ୍ୱାରା ମା ଦୁର୍ଗା ବହୁତ ପ୍ରସନ୍ନ ହୋଇଥାଆନ୍ତି। ତେଣୁ କୌଣସି ଅସହାୟ ଲୋକଙ୍କୁ ସାହାର୍ଯ୍ୟ କଲେ ମାଙ୍କର କୃପା ଆପଣଙ୍କୁ ନିଶ୍ଚିତ ପ୍ରାପ୍ତ ହେବ। ଏବଂ କନ୍ୟା ତ ମାଙ୍କର ସ୍ୱରୂପ ହୋଇଥାନ୍ତି ଏହି ଦିନ ମାନଙ୍କରେ ମା କନ୍ୟାଙ୍କ ରୂପରେ ବିଚରଣ କରିଥାନ୍ତି। ଏଣୁ ଯଦି କୌଣସି କନ୍ୟା ଆମ ଘରୁ ଖାଲି ହାତରେ ଚାଲିଯାଏ ତ ବୁଝିଯାନ୍ତୁ କି ମାଆଙ୍କୁ ବି ଆମେ ଖାଲି ହାତରେ ଯିବାକୁ ଦେଲୁ। ଏଣୁ ଆପଣ ନିଜ ସାମର୍ଥ୍ୟ ଅନୁସାରେ ଗରିବ ଲୋକମାନଙ୍କୁ ସାହାର୍ଯ୍ୟ କରନ୍ତୁ।

ଏହି ଦିନ ମାନଙ୍କରେ ବାଳ କାଟିବା, ନଖ କାଟିବା ଅନୁଚିତ ହୋଇଥାଏ। କାରଣ ବାଳ ଏବଂ ନଖକୁ ବଢାଇବାରେ ଆମ ଶରୀରରେ ଉର୍ଜାର ପ୍ରୟୋଗ ହୋଇଥାଏ। ଏଣୁ ଏହି ସମୟରେ ଉପବାସ କରୁଥିବା ଲୋକମାନଙ୍କୁ ଶକ୍ତିର ବହୁତ ଆବଶ୍ୟକତା ହୋଇଥାଏ।

ଚମଡାର ବସ୍ତୁ ଯେପରି ବେଲ୍ଟ, ପର୍ସ ଇତ୍ୟାଦିର ବ୍ୟବହାର କରନ୍ତୁ ନାହିଁ। କାରଣ ଏହା ସବୁ ପଶୁ ପକ୍ଷୀ ମାନଙ୍କୁ ହତ୍ୟା କରି କରାଯାଇଥାଏ। ଯାହା ମାଆଙ୍କୁ କେବେବି ଭଲ ଲାଗି ନଥାଏ।

କଳସ କିମ୍ବା ଅଖଣ୍ଡ ଦୀପକୁ ଯଦି ଘରେ ରଖୁଛନ୍ତି ତାକୁ ଛାଡି କରି ଘରକୁ ବନ୍ଦ କରି କୁଆଡେ ଯାଆନ୍ତୁ ନାହିଁ। କଳସ ଯିଏକି ଆମର ଆସ୍ଥା। ଏବଂ ମାଙ୍କର ସମ୍ମାନ ପ୍ରତୀକ ହୋଇଥାଏ। ଯଦି କୌଣସି ବି ପଶୁ ପକ୍ଷୀର ଧକାରେ ଏହା ପଡ଼ିଯାଏ ତ ଏହା ଆପଣଙ୍କ ପାଇଁ ବହୁତ ବଡ଼ ବିପଦ ଆଣି ପାରେ। କାରଣ ଏଥିରେ ସ୍ୱୟଂ ମା ବିରାଜମାନ କରିଥାନ୍ତି।

Google

ମାଙ୍କର ନାମ ସ୍ମରଣ କରିବା, ପାଠ କରିବା ଏବଂ ମନ୍ତ୍ର ଜପ ଆଦି ପୁରା ଭକ୍ତି ଏବଂ ନିୟମର ସହିତ କରିବା ଉଚିତ। ଯଦି ଅତି ଆବଶ୍ୟକ ନପଡ଼େ ତ ମଝିରେ କେବେବି ଉଠିବେ ନାହିଁ। ଏବଂ କାହା ସହିତ ବି କଥା ବାର୍ତା କରିବା ଅନୁଚିତ ହୋଇଥାଏ।

ଦିନରେ କେବେବି ଶୁଅନ୍ତୁ ନାହିଁ। କାରଣ ଶ୍ରୀ ବିଷ୍ଣୁପୁରାଣ ଅନୁସାରେ ନବରାତ୍ରୀ ସମୟରେ ଦିନରେ ଶୋଇବା ବର୍ଜିତ ଅଟେ।

ମାସିକ ଧର୍ମ ସମୟରେ ମନ୍ଦିର ଯଥା ଧର୍ମ ସ୍ଥାନକୁ ଯିବା ଅନୁଚିତ ହୋଇଥାଏ। ବନ୍ଧୁଗଣ ସମ୍ପୂର୍ଣ୍ଣ ନାରୀ ଜାତି ମାଙ୍କର ସ୍ୱୟଂ ରୂପ ହୋଇଥାଆନ୍ତି। ସେଥିପାଇଁ ସର୍ବଦା ନାରୀମାନଙ୍କର ସମ୍ମାନ କରିବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଦୁର୍ଗା ” ଅବଶ୍ୟ ଲେଖି ଦିଅନ୍ତୁ।  ମା ଦୁର୍ଗାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *