Excuse Me Odisha

ଯାହା କହିବୁ ସତ କହିବୁ

ଅଧିକ ଅର୍ଥ ରୋଜଗାର କରିବାକୁ ଚାହୁଁଥିଲେ କାହାକୁ କୁହନ୍ତୁ ନାହିଁ ଏହି ଗୋଟିଏ କଥା । ଆଚାର୍ଯ୍ୟ ଚାଣକ୍ୟ ନୀତି….

ସେୟାର୍ କରନ୍ତୁ

ଆଚାର୍ଯ୍ୟ ଚାଣକ୍ୟଙ୍କୁ ଜଣେ କୁଶଳ ଅର୍ଥଶାସ୍ତ୍ରୀ ମାନା ଯାଇଛି । ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିକୁ ମାନୁଥିବା ବ୍ୟକ୍ତି ଜୀବନରେ କେବେ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ନଥାଏ । ଆଚାର୍ଯ୍ୟ ଚାଣକ୍ୟ ଧର୍ମ , ସଂସ୍କୃତି ଏବଂ ନ୍ୟାୟ ଉପରେ ନିଜର ବିଚାର ରଖିଛନ୍ତି । ମଣିଷ ଏହାକୁ ମାନିଲେ ନିଜ ଜୀବନରେ ନିହାତି ସଫଳତା ପାଇ ପାରିବ ।

ଚାଣକ୍ୟ ଟଙ୍କାକୁ ସୁରକ୍ଷିତ ରଖିବା ଏବଂ ଖର୍ଚ୍ଚ କରିବା ବିଷୟରେ ଅନେକ କଥା କହିଛନ୍ତି । ଆଚାର୍ଯ୍ୟଙ୍କ ଅନୁଯାୟୀ ଧନ ସଞ୍ଚୟ ନିହାତି ଜରୁରୀ ଅଟେ । ଯେଉଁ ବ୍ୟକ୍ତି ଟଙ୍କାକୁ ଖରାପ ସମୟ ପାଇଁ ସଞ୍ଚୟ କରି ରଖେ ସେ ବୁଦ୍ଧିମାନ ହୋଇଥାଏ । ଯେଉଁ କାରଣରୁ ତାକୁ ଖରାପ ସମୟରେ ଟଙ୍କା ଜନିତ ସମସ୍ୟାର ସାମ୍ନା କରିବାକୁ ପଡ଼ି ନଥାଏ । ଲକ୍ଷ୍ମୀ ଚଞ୍ଚଳ ହୋଇଥାଏ ତେଣୁ ଧନ ସଞ୍ଚୟ କରିବା ଜରୁରୀ ଅଟେ ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ମଣିଷକ ସଠିକ ଉପାୟରେ ଧନ ଅର୍ଜନ କରିବା ଉଚିତ । ଧନ ଅର୍ଜନ ପାଇଁ ଯଦି ଶତ୍ରୁର ଆଗରେ ପଛରେ ବୁଲିବା ଉଚିତ ନୁହେଁ । କାରଣ ଏହାଦ୍ବାରା ଅର୍ଥର ମହତ୍ତ୍ୱ ରହେ ନାହିଁ । ଯେଉଁଠି ମନୁଷ୍ୟକୁ ସମ୍ନାନ ମିଳେ ନାହିଁ ଏବଂ ଯେଉଁଠି ମନୁଷ୍ୟର ବଞ୍ଚିବାର ଠିକଣା ଏବଂ ରୋଜଗାରର ପନ୍ଥା ନାହିଁ ସେଠାରେ ରହିବା ନିରର୍ଥକ ଅଟେ ।

ଅନାଦର ସହିତ ଜୀବନ ବଞ୍ଚିବା ମୃତ୍ୟୁ ସହିତ ସମାନ ହୋଇଥାଏ । ଯେଉଁ ସ୍ଥାନରେ ଶିକ୍ଷା ବ୍ୟବସ୍ଥା ନାହିଁ । ସେହି ସ୍ଥାନକୁ ମଧ୍ୟ ଛାଡ଼ି ଦେବା ଉଚିତ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଧନ ଅର୍ଜନ କରିବା ପାଇଁ ମନୁଷ୍ୟର ଲକ୍ଷ ରହିବା ଆବଶ୍ୟକ । ଏହାବ୍ୟତୀତ କେବେବି ମନୁଷ୍ୟକୁ ନିଜ ଲକ୍ଷ ସମ୍ବନ୍ଧରେ ଅନ୍ୟ ସାମ୍ନାରେ ବଖାଣିବା ଉଚିତ ନୁହେଁ ।

ସର୍ବଦା ନିଜ ଜୀବନର ଏକ ଲକ୍ଷ ଠିକ କରି ଚାଲିବା ଉଚିତ । ନଚେତ ସଫଳତା କୋଷ ଦୂରକୁ ଚାଲିଯିବ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ବ୍ୟବହାରରେ ଲାଗୁ ନଥିବା ଧନ କୌଣସି ଏକ ସମୟରେ ନିରର୍ଥକ ହୋଇଯାଏ । ସେହିପରି ଧନ ସଞ୍ଚୟ କରିବା ଜରୁରୀ ଏବଂ ଉଚିତ ସ୍ଥାନରେ ଖର୍ଚ୍ଚ କରିବା ମଧ୍ୟ ଜରୁରୀ ହୋଇଥାଏ । ଏହାସହିତ କିଛି ଦାନ କରିବା ମଧ୍ୟ ଉତ୍ତମ ଅଟେ । ଏହି ଚାରୋଟି ଜିନିଷ ଅର୍ଥାତ ଧନ , ଭୋଜନ , କାମନା ଏବଂ ବାସନା ଉପରେ ମନୁଷ୍ୟ କେବେବି ବିଜୟ କରି ପାରେ ନାହିଁ କାରଣ ଏହି ଚାରୋଟି ଜିନିଷ ଯେତେ ମିଳିଲେ ବି ମନୁଷ୍ୟ ସନ୍ତୁଷ୍ଟ ହୁଏନାହିଁ ।

ମନୁଷ୍ୟ ନିଜ ଜୀବନରେ କେବେବି ଅଧିକ ଭଲ ଏବଂ ସଚ୍ଚଟ ହେବା ଉଚିତ ନୁହେଁ । କାରଣ ଏପରି ବ୍ୟକ୍ତି ଉପରେ ଲୋକେ ଅଧିକ ଅତ୍ୟାଚାର କରନ୍ତି । ଜୀବନରେ ସବୁ ନିଷ୍ପତ୍ତି ନେବା ଆଗରୁ ଥରୁଟିଏ ନିଶ୍ଚିତ ଚିନ୍ତା କରିବା ଉଚିତ । ଦୁନିଆରେ ତିନୋଟି ବଡ଼ ରତ୍ନ ହେଉଛି ଅନ୍ନ , ପାଣି ଏବଂ ଜ୍ଞାନ । ଏହି ତିନୋଟି ଦ୍ୱାରା ହିଁ ମଣିଷ ଦୁନିଆରେ ସର୍ବଶ୍ରେଷ୍ଠ ହୋଇ ପାରିବ ଏବଂ ମହାନ ହୋଇ ପାରିବ । ମଣିଷକୁ ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ନିଜର ଲାଭ କିମ୍ବା କ୍ଷତି ହେବ ଏହି ସମ୍ବନ୍ଧରେ ଚିନ୍ତା କରି କାର୍ଯ୍ୟ କରିବା ଉଚିତ । ମନୁଷ୍ୟକୁ ଉପଯୁକ୍ତ ସମୟରେ ସବୁ କାମ କରିବା ଉଚିତ ନଚେତ ସମୟ ସହିତ ତାଳ ଦେଇ ଚାଲି ପାରିବ ନାହିଁ ଏବଂ ପଛରେ ରହିଯିବ ଯାହାକି କେବେବି କର୍ମଠ ଲୋକଙ୍କ ଉଦାହରଣ ନୁହେଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *