Excuse Me Odisha

ଯାହା କହିବୁ ସତ କହିବୁ

ମୃତ୍ୟୁର ୪୦ ଦିନ ପୂର୍ବରୁ ଆସିଥାଏ ଏଭଳି ଭୟଙ୍କର ସ୍ୱପ୍ନ । ନିଶ୍ଚିତ ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଆତ୍ମାକୁ ଅସ୍ତ୍ର କାଟି ପାରିବ ନାହିଁ , ନିଆଁ ଜାଳି ପାରିବ ନାହିଁ , ଜଳ ଓଦା କରି ପାରିବ ନାହିଁ ଏବଂ ବାୟୁ ଶୁଖାଇ ପାରିବ ନାହିଁ । ଅର୍ଥାତ ମନୁଷ୍ୟର ଶରୀରରେ ଥିବା ଆତ୍ମା ଅମର ଅଟେ ଏବଂ ଆତ୍ମା କେବେ ନଷ୍ଟ ହୁଏନାହିଁ । ପୃଥିବୀରେ ମଣିଷ ଯେଉଁ ଦିନ ଜନ୍ମ ହୁଏ ସେହିଦିନ ହିଁ ମୃତ୍ୟୁର ଦିନ ନିଶ୍ଚିତ ହୋଇଯାଏ । ଅର୍ଥାତ ଜନ୍ମ ହେଲେ ମୃତ୍ୟୁ ମଧ୍ୟ ସୁନିଶ୍ଚିତ ଅଟେ । ତେବେ ଭଗବାନ ମଧ୍ୟ ମଣିଷ ରୂପରେ ଜନ୍ମ ହୋଇ ମୃତ୍ୟୁ ବରଣ କରିଥିଲେ । ତେଣୁ ମୃତ୍ୟୁର ରହସ୍ୟ ସମ୍ବନ୍ଧୀୟ ପ୍ରଶ୍ନ ସବୁବେଳେ ଲୋକଙ୍କ ମନରେ ପ୍ରଶ୍ନ ଉଠେ ଯେ ମୃତ୍ୟୁ ପରେ ଆତ୍ମାର କଣ ହୁଏ କିମ୍ବା ମୃତ୍ୟୁ ହେବା ପୂର୍ବରୁ କଣ ସବୁ ସଙ୍କେତ ମିଳିଥାଏ ।

ତେବେ ଏହି ବିଷୟରେ ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି । ତେବେ ମୃତ୍ୟୁ ପୂର୍ବରୁ କଣ ସଙ୍କେତ ମିଳିଥାଏ ତାହା ଗରୁଡ଼ ପୁରାଣରେ ବର୍ଣ୍ଣିତ ହୋଇଛି ଯାହାକୁ ସମସ୍ତେ ଜାଣି ରଖିବା ଉଚିତ । ଗରୁଡ଼ ପୁରାଣ ଅନୁଯାୟୀ ଯେତେବେଳେ ମନୁଷ୍ୟର ମୃତ୍ୟୁ ନିକଟ ହୁଏ ସେତେବେଳେ ତାର ଛାୟା ତାର ସାଥ ଛାଡ଼ି ଦିଏ । ସେତେବେଳେ ପାଣି କିମ୍ବା ତେଲରେ ଛାଇ ଦେଖାଯାଏ ନାହିଁ ଏବଂ ସବୁ ଇନ୍ଦ୍ରିୟ ଦୁର୍ବଳ ହେବା ସହିତ ଆଖପାଖରେ କେହିବି ନଜର ଆସି ନଥାଏ । ସେତେବେଳେ କେବଳ ପିତୃ ହିଁ ଦୃଶ୍ୟମାନ ହୁଅନ୍ତି । ଏହାବ୍ୟତୀତ ମୃତ୍ୟୁ ପୂର୍ବରୁ ମନୁଷ୍ୟର ଶରୀରରୁ ଏକ ପ୍ରକାରର ଗନ୍ଧ ଆସିଥାଏ ଯାହାକି ମୃତ୍ୟର ଗନ୍ଧ ହୋଇଥାଏ ।

ମନୁଷ୍ୟର ମୃତ୍ୟୁ ନିକଟ ହେଲେ ସୂର୍ଯ୍ୟ ଚନ୍ଦ୍ରମା ନଜର ଆସିବା ବନ୍ଦ ହୋଇଯାଏ ଏବଂ ଚନ୍ଦ୍ରମାର ବିଘଟନ ନଜର ଆସିଥାଏ । ଏହାବ୍ୟତୀତ ସେ ଧ୍ୟାନ ଯୋଗ ଅବସ୍ଥାରେ ପହଞ୍ଚି ନିଜ ଦ୍ୱାରା ହୋଇଥିବା ଖରାପ ଏବଂ ଭଲ କର୍ମ ବିଷୟରେ ସନ୍ତୁଳନ ବନାଇବାରେ ଲାଗିଥାଏ । କିନ୍ତୁ ତାକୁ ଏହା ଜଣା ନଥାଏ ଯେ ଏସବୁ କେଉଁ କାରଣରୁ ହେଉଛି । ଆଉ କିଛି ସମୟ ପରେ ସ୍ୱତନ୍ତ୍ର ଅବସ୍ଥାକୁ ଆସି ମନୁଷ୍ୟ ସବୁକିଛି ଭୁଲିଯାଏ । ଯଦି କୌଣସି ବ୍ୟକ୍ତିକୁ ସ୍ୱପ୍ନରେ ଏକ ଦିବ୍ୟ କବାଟ ନିଆଁରେ କିମ୍ବା ଦିବ୍ୟ ଆଲୋକରେ ନଜର ଆସେ ତେବେ ସେହି ବ୍ୟକ୍ତିର ମୃତ୍ୟୁ ଗୋଟିଏ ଦିନ ମଧ୍ୟରେ ହୋଇଯାଏ ।

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଯେଉଁ ବ୍ୟକ୍ତିର ମୃତ୍ୟୁର ଶେଷ ପ୍ରହର ଆସିଯାଏ ସେତେବେଳେ ତାକୁ ଯମରାଜଙ୍କ ଦୂତ ପାଖକୁ ଆସିବାର ଆଭାସ ହୋଇଯାଏ । କିନ୍ତୁ ମୃତ୍ୟୁର ମାତ୍ର ୨୧ ମିନିଟ ପୂର୍ବରୁ ହିଁ ସାମ୍ନାରେ ଯମଦୂତ ପ୍ରତ୍ୟକ୍ଷ ନଜର ଆସିଥାଏ । ଯାହାକୁ ଦେଖି ସେ ହଠାତ ନିଜର ମାନସିକ ସନ୍ତୁଳନ ହରାଇ ବସେ । ସେ କାନ୍ଦିବାରେ ଲାଗିଥାଏ ଏବଂ ଭୟଭୀତ ହୋଇଯାଏ । କିନ୍ତୁ ତାର ପରିବାର ଲୋକ କିଛି ବୁଝି ପାରନ୍ତି ନାହିଁ । ଏହାର କିଛି ସମୟ ପରେ ହିଁ ତାର ମୃତ୍ୟୁ ହୋଇଯାଏ । ଯଦି କେହି ବ୍ୟକ୍ତିକୁ ସ୍ୱପ୍ନରେ ନିଜର ପୂର୍ବ ପୁରୁଷ ଦୁଃଖରେ କିମ୍ବା କାନ୍ଦୁ ଥିବାର ନଜର ଆସେ ତେବେ ସେ ଜାଣିଯିବା ଉଚିତ ଯେ ଖୁବଶୀଘ୍ର ତାର ମୃତ୍ୟୁ ହେବାକୁ ଯାଉଛି । ଗରୁଡ଼ ପୁରାଣ ଅନୁଯାୟୀ ଯଦି ପେଚା ଘରକୁ ଆସି ବାରମ୍ବାର ରାବିଥାଏ ତେବେ ଏହା ମଧ୍ୟ ମୃତ୍ୟୁର ସଙ୍କେତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *