Excuse Me Odisha

ଯାହା କହିବୁ ସତ କହିବୁ

ଏହି ଦିନରେ ଋତୁସ୍ରାବ ହେଲେ , ବିଧବା ଯୋଗ ହୋଇଥାଏ ସୁନିଶ୍ଚିତ , ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ନାରୀ ମାନଙ୍କର ପ୍ରଥମ ରଜ ଦର୍ଶନ କଣ , ଯେତେବେଳେ ଜଣେ ନାରୀ ପ୍ରଥମେ ରଜସ୍ୱଳା ହୁଏ ସେତେବେଳେ କେଉଁ ସମୟ ଏବଂ କେଉଁ ନକ୍ଷତ୍ର ଚାଲିଥାଏ ସେହି ବିଷୟରେ ଆଜିକାର ଆଜି ଲେଖାରେ ଆମେ କହିବୁ । ଶାସ୍ତ୍ରରେ କୁହାଯାଇଛି ଯେ ଜଣେ ଝିଅ ୮ ବର୍ଷ ପର୍ଯ୍ୟନ୍ତ ଗୌରୀ ଅବସ୍ଥାରେ ଥାଆନ୍ତି , ନଅ ବର୍ଷରୁ ରୋହିଣୀ , ୧୦ ବର୍ଷରୁ ବାଳା ଏବଂ ୧୧ ବର୍ଷରୁ ଉର୍ଦ୍ଧ୍ବ ରଜସ୍ୱଳା ହୋଇଥାନ୍ତି । ଅର୍ଥାତ ଯେତେବେଳେ ଜଣେ ନାରୀ ପ୍ରଥମେ ରଜସ୍ୱଳା ହୁଅନ୍ତି ସେହି ଦିନର ତିଥିକୁ ନେଇ ଏବଂ ନକ୍ଷତ୍ରକୁ ନେଇ ଭବିଷ୍ୟତ ବିଷୟରେ ବିଚାର କରାଯାଏ ।

ମୁହୂର୍ତ୍ତଚିନ୍ତାମଣିରେ ଲେଖା ଯାଇଛି ଯେ ମାଗ , ମାର୍ଗଶିର , ବୈଶାଖ , ଫାଲ୍ଗୁନ , ଜ୍ୟେଷ୍ଠ , ଶ୍ରାବଣ ଆଦି ଏହି ମାସର ଶୁକ୍ଳ ପକ୍ଷରେ ପ୍ରଥମ ରଜ ଦର୍ଶନ କଲେ ଉକ୍ତ କନ୍ୟା ପାଇଁ ଶୁଭ ହୋଇଥାଏ । ପ୍ରାତଃ ଏବଂ ସନ୍ଧ୍ୟା ସମୟରେ ଯଦି ପ୍ରଥମ ରଜ ଦର୍ଶନ ହୁଏ , ତେବେ ତାହା ମଧ୍ୟ ଶୁଭ ଦର୍ଶନ ହୋଇଥାଏ । ପ୍ରାତଃ ଏବଂ ସନ୍ଧ୍ୟା ସମୟକୁ ଛାଡ଼ିଦେଲେ ଆଉ ସମୟ ଉକ୍ତ କନ୍ୟା ପାଇଁ ଅଶୁଭ ହୋଇଥାଏ ।

ଯଦି ନକ୍ଷତ୍ରରେ ଶ୍ରବଣ , ଘନିଷ୍ଠା , ଶତବିଛା , ଚିତ୍ରା , ଅନୁରାଧା , ମୃଗଶିରା , ରେବତୀ , ଅଶୁଣି , କୁଷ୍ୟା , ହସ୍ୟା , ରୋହିଣୀ , ଉତ୍ତର ଫାଲ୍ଗୁନି , ଉତ୍ତରଷାଢ଼ା , ଉତ୍ତର ଭାଦ୍ରପଦା , ଶ୍ବାତି ଆଦି ଏହି ନକ୍ଷତ୍ର ଚଳନ ସମୟରେ କନ୍ୟା ରଜବତୀ ହେଲେ ତେବେ ଏହା ତା ପାଇଁ ନିଶ୍ଚିତ ଶୁଭ ଫଳ ପ୍ରଦାନ କରିଥାଏ ।

ଅନ୍ୟ ନକ୍ଷତ୍ର ମାନଙ୍କର ସଞ୍ଚାର ସମୟ ଚାଲିଥିବ , ସେତେବେଳେ ନାରୀଟିଏ ରଜବତୀ ହେଲେ ତେବେ ଜୀବନରେ ଅନେକ ଦୁଃଖ କଷ୍ଟ ସହିବାକୁ ପଡ଼ିଥାଏ । ଯେମିତିକି ସନ୍ତାନ ଦୁଃଖ , ସ୍ୱାମୀ ଦୁଃଖ , ଶାଶୁଘର ଦୁଃଖ ସବୁ ପ୍ରକାରର ଦୁଃଖ ତାଙ୍କ ପାଇଁ ସୃଷ୍ଟି ହୋଇଥାଏ । ନାରୀ ନୂଆ ବସ୍ତ୍ର , ନୂଆ ଧଳା କିମ୍ବା ଶ୍ୱେତ ବସ୍ତ୍ର ଧାରଣ କରିବା ସମୟରେ ରଜସ୍ୱଳା ହେଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ବିଛଣାରେ ଶୋଇବା ସମୟରେ ରଜସ୍ୱଳା ହେଲେ ତାହା ମଧ୍ୟ ଶୁଭ ହୋଇଥାଏ । ଶୁଭ କାର୍ଯ୍ୟ ସମୟରେ ଯଦି ରଜସ୍ୱଳା ହୁଏ ତେବେ ମଧ୍ୟ ତାହା ପାଇଁ ଶୁଭ ହୋଇଥାଏ । ଏହିସବୁ ପ୍ରଥମ ରଜ ଦର୍ଶନର ଶୁଭ ପରିଣାମ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *