Excuse Me Odisha

ଯାହା କହିବୁ ସତ କହିବୁ

ଏହି ୯ ଟି ସଙ୍କେତ କହିଥାଏ ଯେ , ଆପଣ ସାଧାରଣ ନୁହଁନ୍ତି । ଜାଣନ୍ତୁ ଆପଣଙ୍କ ଭିତରେ ଏହିସବୁ ସ୍ଵଭାବ ଅଛି କି ??

ସେୟାର୍ କରନ୍ତୁ

ମନୁଷ୍ୟର ଜନ୍ମ କୌଣସି କାରଣ ଯୋଗୁଁ ହୋଇଛି । ସେହି କାରଣରୁ ମନୁଷ୍ୟର ଜନ୍ମ ସାର୍ଥକ ବୋଲି କୁହାଯାଏ । ତେବେ ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମନୁଷ୍ୟ ଦୁଇ ପ୍ରକାରର ହୋଇଥାନ୍ତି । କିଛି ମନୁଷ୍ୟ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି ଯେଉଁମାନଙ୍କ ସହିତ ଏପରି ଏକ ଅଲୌକିକ ଶକ୍ତି କାମ କରିଥାଏ ଯାହାଦ୍ୱାରା ବ୍ୟକ୍ତି ଖୁବ ସ୍ୱତନ୍ତ୍ର ହୋଇଥାଏ । ନିଜେ ଧର୍ମର ରାସ୍ତାରେ ଚାଲିବା ସହିତ ଅନ୍ୟର ମଧ୍ୟ ଭଲ ପଥ ପ୍ରଦର୍ଶନ କରାଇଥାଏ । ଆଜି ଆମେ ଏହିଭଳି ୯ ଟି ସଙ୍କେତ ବିଷୟରେ କହିବୁ ଯାହା ଆପଣଙ୍କୁ ଅସାଧାରଣ ପ୍ରମାଣିତ କରିବ ।

୧ . ଯେଉଁ ବ୍ୟକ୍ତି କୌଣସିବି ଭଲ କିମ୍ବା ଖରାପ ପରିସ୍ଥିତିରେ ନିଜର କର୍ମରୁ ବିଚ୍ୟୁତ ହୋଇ ନଥାଏ ଏବଂ କର୍ମ ଜାରି ରଖିଥାଏ ସେହି ବ୍ୟକ୍ତି ଖୁବ ସ୍ୱତନ୍ତ୍ର ହୋଇଥାଏ । ସେହି ବ୍ୟକ୍ତି ନିଷ୍ଠାର ସହିତ ନିଜ କାର୍ଯ୍ୟ କରିଥାଏ କାରଣ ତାର ନିଜ ଉପରେ ବିଶ୍ୱାସ ଥାଏ । ଏଭଳି ବ୍ୟକ୍ତି ନିଶ୍ଚୟ ସଫଳ ହୋଇଥାନ୍ତି ।

୨ . ଦ୍ୱିତୀୟ ବ୍ୟକ୍ତି ହେଉଛି ଯିଏ କେବେ ଅନ୍ୟର ଖରାପ ଚିନ୍ତା କରେ ନାହିଁ ଏବଂ ସବୁବେଳେ ଅନ୍ୟର ମଙ୍ଗଳ କାମନା କରିଥାଏ । ସେହି ବ୍ୟକ୍ତି ସର୍ବଶ୍ରେଷ୍ଠ ହୋଇଥାଏ । କିନ୍ତୁ ଆଜିକାଲି ଏଭଳି ବ୍ୟକ୍ତି ଖୁବ କମ ଅଛନ୍ତି ।

୩ . ଯେଉଁ ବ୍ୟକ୍ତି ନିଜର ଦୈନନ୍ଦିନ କାମ କରିବା ପରେ ବଳକା ସମୟରେ କିମ୍ବା ନିଜର ମହତ୍ତ୍ୱପୂର୍ଣ୍ଣ ସମୟରୁ ଅଳ୍ପ ସମୟ ବାହାର କରି ଭଗବାନଙ୍କୁ ପ୍ରାର୍ଥନା କରିବାରେ ବ୍ୟତୀତ କରିଥାଏ ସେହି ବ୍ୟକ୍ତି ସର୍ବଶ୍ରେଷ୍ଠ ହୋଇଥାଏ । ସେହି ବ୍ୟକ୍ତିଙ୍କ ଉପରେ ଭଗବାନଙ୍କ କୃପାଦୃଷ୍ଟି ରହିଥାଏ । ଏଭଳି ବ୍ୟକ୍ତି କେବେବି ନିଜର ସମୟ ନଷ୍ଟ କରନ୍ତି ନାହିଁ ।

୪ . ଯେଉଁ ବ୍ୟକ୍ତି ଅନ୍ୟର ସାହାଯ୍ୟ କରିଥାଏ , ଦୁଃଖୀ ଗରିବଙ୍କୁ ଦାନ ଏବଂ ଆପଦ ସମୟରେ ପଶୁ ପକ୍ଷୀଙ୍କୁ ସାହାଯ୍ୟ କରିଥାଏ ସେହି ବ୍ୟକ୍ତି ସର୍ବଶ୍ରେଷ୍ଠ ହୋଇଥାଏ । ଏଭଳି ବ୍ୟକ୍ତି ଭଗବାନଙ୍କର ପ୍ରିୟ ହୋଇଥାନ୍ତି । ଏଭଳି ବ୍ୟକ୍ତି ଅନ୍ୟକୁ ସାହାଯ୍ୟ କରିବାକୁ ନିଜ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଧର୍ମ ମାନି ନିଅନ୍ତି ।

୫ . ଯେଉଁ ବ୍ୟକ୍ତି ଅନ୍ୟ ସହିତ କେବେ ଅନ୍ୟାୟ ଅଧର୍ମ କରେ ନାହିଁ , ସେହି ବ୍ୟକ୍ତି ସର୍ବଶ୍ରେଷ୍ଠ ହୋଇଥାଏ । ଯେଉଁ ବ୍ୟକ୍ତି କେବେବି ଗର୍ବ କରି ଅନ୍ୟକୁ ତିରସ୍କାର କରେ ନାହିଁ ସେ ଭଗବାନଙ୍କର ପ୍ରିୟ ଏବଂ ଅସାଧାରଣ ବ୍ୟକ୍ତିତ୍ୱ ହୋଇଥାଏ ।

୬ . କିଛି ଲୋକ ଏପରି ଅଛନ୍ତି ଯେଉଁମାବେ ଭବିଷ୍ୟତ ବିଷୟରେ ଆଭାସ କରି ପାରନ୍ତି । ଅର୍ଥାତ ଆଗକୁ ଯଦି କୌଣସି ଭଲ ସମୟ କିମ୍ବା ଖରାପ ସମୟ ଆସୁଛି ତେବେ ଏହି ବ୍ୟକ୍ତି ମାନଙ୍କୁ ପୂର୍ବରୁ ଆଭାସ ହୋଇଯାଏ । ଏହାସହିତ ଆଗାମୀ ସମୟରେ ହେବାକୁ ଯାଉଥିବା ଶୁଭ ଘଟଣା ବିଷୟରେ ମଧ୍ୟ ଏମାନଙ୍କୁ ଇଙ୍ଗିତ ମିଳିଥାଏ ।

୭ . କିଛି ବ୍ୟକ୍ତିଙ୍କୁ ଭଗବାନ ପାଖରେ ଥିବାର ସଙ୍କେତ ମିଳିଥାଏ । ଯେମିତିକି ସବୁବେଳେ ଧୂପ ଦୀପ ଫୁଲ ଚନ୍ଦନ ମୋହକ ଅନୁଭୂତ ହେଉଥିଲେ ଏହା ଭଗବାନଙ୍କର ପାଖରେ ଉପସ୍ଥିତ ରହିବାର ସଙ୍କେତ ଅଟେ । କିନ୍ତୁ ଏଭଳି ଅନୁଭବ ଖୁବ କମ ଲୋକଙ୍କୁ ପ୍ରାପ୍ତ ହୋଇଥାଏ , ଯିଏକି ଅସାଧାରଣ ହୋଇଥାନ୍ତି ।

୮ . ଶାସ୍ତ୍ରରେ ସକାଳୁ ଉଠିବାର ଉପଯୁକ୍ତ ସମୟ ହେଉଛି ବ୍ରହ୍ମ ମୁହୂର୍ତ୍ତ । ଏହି ମୁହୂର୍ତ୍ତରେ ଉଠୁଥିବା ଲୋକ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । କିନ୍ତୁ ଯେଉଁ ବ୍ୟକ୍ତିଙ୍କର ନିଜ ବ୍ରହ୍ମ ମୁହୂର୍ତ୍ତରେ ଭାଙ୍ଗିଯାଏ ସେମାନେ ଅଲୌକିକ ହୋଇଥାନ୍ତି ଏବଂ ଖୁବ ସ୍ୱତନ୍ତ୍ର ହୋଇଥାନ୍ତି । ଏହି ସମୟରେ ଉଠୁଥିବା ଲୋକ ଖୁବ ଜ୍ଞାନୀ ହୋଇଥାନ୍ତି ଏବଂ ଏମାନଙ୍କ ଉପରେ ସର୍ବଦା ଭଗବାନଙ୍କ ଆଶୀର୍ବାଦ ରହିଥାଏ ।

୯ . ଅନେକ ସମୟରେ ଲୋକେ ଭୋଜନ କୀର୍ତ୍ତନ ସମୟରେ କିମ୍ବା ପୂଜା କରିବା ସମୟରେ ଅନ୍ୟମନସ୍କ ହୋଇଥାନ୍ତି । ଯେଉଁ କାରଣରୁ ପୂଜା ବାଧାପ୍ରାପ୍ତ ହୋଇଥାଏ । କିନ୍ତୁ ଆଉ କିଛି ଲୋକ ଏହିସବୁ କାମରେ ଏତେ ଲିପ୍ତ ହୋଇ ଯାଆନ୍ତି ଯେ ଏମାନଙ୍କୁ ଆଖପାଖରେ କଣ କାମ ହେଉଛି ତାହା ଜଣା ପଡ଼ି ନଥାଏ । ଏମାନଙ୍କୁ ଭଗବାନଙ୍କ ଠାରୁ ବିଶେଷ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *