Excuse Me Odisha

ଯାହା କହିବୁ ସତ କହିବୁ

ଏହି ତିନି ପ୍ରକାରର ମହିଳା ସମୟ ପୂର୍ବରୁ ହୋଇ ଯାଆନ୍ତି ବିଧବା । କହିଛନ୍ତି ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ।

ସେୟାର୍ କରନ୍ତୁ

କିଛି ଏପରି ଭୁଲ ରହିଛି ଯାହାକୁ ଯଦି ମହିଳା କରନ୍ତି ତେବେ ସମୟ ପୂର୍ବରୁ ହିଁ ବିଧବା ହୋଇଯିବେ । ଏହାବ୍ୟତୀତ ତିନୋଟି ଜିନିଷ ଅଛି ଯାହାକୁ ମହିଳା ଦାନ କଲେ କେବେବି ବିଧବା ହେବେ ନାହିଁ । ଏହି ବିଷୟରେ ସ୍ବୟଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି । ଭଗବାନ ଶ୍ରୀକୃଷ୍ଣ ଗରୁଡ଼ ପୁରାଣରେ ଦାନର ଅନେକ ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରିଛନ୍ତି । ଦାନ ଦ୍ୱାରା ହିଁ ଧନରେ ବୃଦ୍ଧି ହୋଇଥାଏ ଏବଂ ଅନ୍ୟର କଲ୍ୟାଣ ମଧ୍ୟ ହୋଇଥାଏ । ଦାନ ଦ୍ୱାରା ମନୁଷ୍ୟର ସାଂସାରିକ ମୋହ ଏବଂ ବିକାର ଦୂର ହୋଇଥାଏ । ଦାନ ଦ୍ୱାରା ଆସୁଥିବା ଆଗାମୀ ସମସ୍ୟା ମଧ୍ୟ ନଷ୍ଟ ହୋଇଯାଏ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରକୁ ଆସୁଥିବା ସମସ୍ୟା ବିଷୟରେ ପୂର୍ବରୁ ହିଁ ଜଣା ପଡ଼ିଯାଏ । ଘରେ ସାଧରଣତଃ କଳହ କ୍ଳେଶ ହେଲେ ତାହାର ଅର୍ଥ ଏହା ଯେ ଜୀବନରେ ଘୋର ଦୁର୍ଭାଗ୍ୟ ଆସିବାକୁ ଯାଉଛି । ତେଣୁ ଏପରି ପରିସ୍ଥିତିରେ ଦାନ ଧର୍ମ କରିବା ଜରୁରୀ ଅଟେ । ଏହାବ୍ୟତୀତ କିଛି ଏପରି ଜିନିଷ ଅଛି ଯାହାକୁ ମନୁଷ୍ୟ ଦାନ କରିବା ଜରୁରୀ ଅଟେ ଏବଂ ବିବାହିତା ମହିଳା ତିନୋଟି ଜିନିଷ ଦାନ କରିବା ଦ୍ୱାରା ତାଙ୍କ ସ୍ୱାମୀର କେବେ ଅକାଳ ମୃତ୍ୟୁ ହୋଇ ନଥାଏ ।

୧ . ଅନେକ ସମୟରେ ମନୁଷ୍ୟକୁ ତାର ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତ ନହେଲେ ସେ ଭାଗ୍ୟକୁ ଦାୟୀ କରିଥାଏ ଏବଂ ପରିଶ୍ରମ କରିବା ଛାଡ଼ି ଦେଇଥାଏ । କିନ୍ତୁ ଏଭଳି ସମସ୍ୟା ଗ୍ରହ ଦୋଷ କାରଣରୁ ମଧ୍ୟ ହୋଇପାରେ । ତେଣୁ ଏହି ସମୟରେ ଲୁଣ ଦାନ ମହତ୍ତ୍ୱପୂର୍ଣ୍ଣ ଅଟେ । ବ୍ରାହ୍ମଣ କିମ୍ବା କୌଣସି ମନ୍ଦିରରେ ଭଗବାନଙ୍କ ମୂର୍ତ୍ତି ସାମ୍ନାରେ ଲୁଣ ଦାନ କଲେ ଦୁର୍ଭାଗ୍ୟ ଦୂର ହୋଇଥାଏ । କିନ୍ତୁ ଲୁଣ କାହାକୁ ସିଧା ହାତରେ ଦେବା ବର୍ଜିତ ଅଟେ । ଏହାଦ୍ବାରା ପିତୃ ପୁରୁଷ ପ୍ରସନ୍ନ ହୁଅନ୍ତି ଏବଂ ପିତୃ ଦୋଷ ଦୂର ହୋଇଥାଏ ।

୨ . ଯଦି ଆପଣଙ୍କୁ ଦୀର୍ଘ ସମୟ ଧରି କୌଣସି ଗମ୍ଭୀର ରୋଗ କିମ୍ବା କୌଣସି ଶତ୍ରୁର ଭୟ ଭୟଭୀତ କରୁଛି ତେବେ ମଙ୍ଗଳବାର ଦିନ ଗରିବଙ୍କୁ ନାଲି ବସ୍ତ୍ର ଦାନ କରନ୍ତୁ ।

୩ . ଅନେକ ବ୍ୟକ୍ତି ଦୁଃଖରେ ରହିବା କାରଣରୁ ରାତିରେ ନିଦ ହୋଇ ନଥାଏ ଏବଂ ଗଭୀର ଭାବରେ ମାନସିକ ସମସ୍ୟାରେ ପୀଡ଼ିତ ଥାଆନ୍ତି ତେବେ ସେମାନେ ଧଳା କିମ୍ବା କଳା ତିଳ ଦାନ କରିବା ଉଚିତ । ଧଳା ତିଳ ଦାନ କଲେ ବ୍ୟକ୍ତିକୁ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ଏବଂ କେବେ ଅଧୋଗତି ହୁଏନାହିଁ । ଶନିବାର ଦିନ ଶନି ମନ୍ଦିର ଯାଇ କଳା ତିଳ ଦାନ କଲେ ଶନିଦେବ ପ୍ରସନ୍ନ ହୁଅନ୍ତି ଏବଂ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ।

୪ . ବିବାହିତା ମହିଳା ସୋମବାର ଦିନ ମହାଦେବଙ୍କୁ କଞ୍ଚା କ୍ଷୀର , ଚାଉଳ ଏବଂ ଚିନି ଦାନ କରିବା ଉଚିତ । ଶିବ ପୁରାଣ ଅନୁଯାୟୀ ଯେଉଁ ବିବାହିତା ମହିଳା ଏହି ତିନୋଟି ଜିନିଷ ଦାନ କରିଥାଏ ସେ କେବେବି ବିଧବା ହୁଏନାହିଁ । ଏହାଦ୍ବାରା ସେହି ମହିଳାଙ୍କ ଘରେ ସୁଖ ସମୃଦ୍ଧି ମଧ୍ୟ ବଜାୟ ରହେ ।

୫ . ଗରୁଡ଼ ପୁରାଣ ଅନୁଯାୟୀ ଗୁଡ଼ ଏବଂ ଘିଅ ଦାନ କରିବା ଦ୍ୱାରା ବ୍ୟକ୍ତିକୁ କେବେ ଦୁର୍ଭାଗ୍ୟର ସାମ୍ନା କରିବାକୁ ପଡ଼େ ନାହିଁ । ଏହାଦ୍ବାରା ବ୍ୟକ୍ତିର ଜାତକରେ ସୂର୍ଯ୍ୟ ଦୃଢ଼ ହୋଇଥାଏ ଏବଂ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ । ଏହାବ୍ୟତୀତ ଜାତକରେ ଶନିଙ୍କ ପ୍ରଭାବ ମଧ୍ୟ କମ ହୋଇଥାଏ । ଯାହାଦ୍ୱାରା ସେହି ବ୍ୟକ୍ତିକୁ ଶାରୀରିକ , ମାନସିକ ଏବଂ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *