Excuse Me Odisha

ଯାହା କହିବୁ ସତ କହିବୁ

ତିତିରା ପକ୍ଷୀର ଏହି ଆଠଟି ଜ୍ଞାନବର୍ଦ୍ଧକ କଥା ନିଜ ପିଲାଙ୍କୁ ନିଶ୍ଚୟ ଶିଖାନ୍ତୁ । ନଚେତ ……

ସେୟାର୍ କରନ୍ତୁ

ତିତରା ପକ୍ଷୀ ଅନୁଯାୟୀ ସଫଳତା ପାଇବାକୁ ଚାହୁଁଥିବା ବ୍ୟକ୍ତି କିଛି କଥା ନିଶ୍ଚୟ ଜାଣି ରଖିବା ଉଚିତ । ଏହାବ୍ୟତୀତ ଏହି ଆଠଟି କଥାକୁ ନିଜର ପିଲାଙ୍କୁ ମଧ୍ୟ ଶିଖାଇବା ଉଚିତ । ତେବେ ଏକ କାହାଣୀ ଅନୁଯାୟୀ ଏକ ଜଙ୍ଗଲରେ ଏକ ତିତିରା ପକ୍ଷୀ ନିଜ ପତ୍ନୀ ଏବଂ ଦୁଇ ଛୁଆଙ୍କ ସହିତ ରହୁଥିଲା । ତେବେ ତିତିରା ପକ୍ଷୀ ପ୍ରତ୍ୟେକ ଦିନ ଖାଦ୍ୟ ସଂଗ୍ରହ କରି ଆଣିଲେ ପୁରା ପରିବାର ଚଳୁଥିଲେ । କିନ୍ତୁ ତିତିରା ପକ୍ଷୀର ସ୍ତ୍ରୀ ଖୁବ ସରଳ , ଯିଏକି କିଛିବି ରହସ୍ୟ କଥାକୁ ଲୁଚାଇ ରଖିପାରେ ନାହିଁ ଏବଂ ଘରର ସବୁ କଥା ସବୁଠି କହି ଦେଉଥିଲା । ଯେଉଁ କାରଣରୁ ତାର ଏହି ଦୁର୍ବଳତା ସବୁ ପଡ଼ୋଶୀଙ୍କୁ ମଧ୍ୟ ଜଣା ଥିଲା ।

ସେହି ଜଙ୍ଗଲରେ ଗୋଟିଏ କାଉ ମଧ୍ୟ ରହୁଥିଲା । ତିତିରା ପକ୍ଷୀ ନିଜ ଶିକାର ଶିକାର କରିବା ସ୍ଥାନ ବିଷୟରେ ନିଜ ସ୍ତ୍ରୀକୁ ମଧ୍ୟ କହୁଥିଲା । ମାତ୍ର ସ୍ତ୍ରୀର ସ୍ଵଭାବ ଅନ୍ୟ ଜାଗାରେ କହିବା ତେଣୁ ସେ ସବୁଠି ବଖାଣି ଦେଉଥିଲା । କିନ୍ତୁ କାଉ ଦିନେ ସ୍ତ୍ରୀ ତିତିରା ପକ୍ଷୀକୁ ଶିକାର କରିବାର ସ୍ଥାନ ବିଷୟରେ ପଚାରିବାରୁ ତିତିରା ପକ୍ଷୀ ନିଜେ ମନା କରିବା ସହିତ ନିଜ ସ୍ତ୍ରୀକୁ ମଧ୍ୟ ବୁଝାଇ ସୁଝାଇ ଏ ସମ୍ବନ୍ଧରେ କେଉଁଠିବି କହିବାକୁ ବାରଣ କରିଥିଲା । କିନ୍ତୁ କାଉ ତାକୁ ପଚାରିବା ମାତ୍ରେ ସେ ସବୁକିଛି କହି ଦେଉଥିଲା । ସେହି କାରଣରୁ ହିଁ ସେମାନଙ୍କୁ ଭୋକିଲା ରହିବାକୁ ପଡ଼ିଲା । ଆଉ ଏଥିପାଇଁ ତିତିରା ପକ୍ଷୀ ଦୁଃଖିତ ହେଲା ।

ତେଣୁ ସେ ଜଣେ ସାଧୁଙ୍କ ନିକଟକୁ ଗଲା । ତିତିରା ପକ୍ଷୀ ନିଜ ସ୍ତ୍ରୀର ଦୁର୍ବଳତା ବିଷୟରେ ଜଣାଇଲା । ଏହା ଶୁଣି ସାଧୁ ତିତିରା ପକ୍ଷୀକୁ କହିଲେ ଯେ ଏହା କେବଳ ତିତିରା ପକ୍ଷୀର ଭୁଲ ।

୧ . ଅର୍ଥାତ ଯେଉଁ କଥା ଅନ୍ୟ କାହାକୁ କହିଲେ ନିଜର ଅସନ୍ତୁଷ୍ଟ କିମ୍ବା କ୍ଷତି ହେବ ସେହି କଥାକୁ କାହାକୁବି କହିବା ଉଚିତ ନୁହେଁ । ଏହାବ୍ୟତୀତ ସାଧୁ ଆଉ ସାତୋଟି କଥା ତିତିରା ପକ୍ଷୀକୁ କହିଛନ୍ତି ଯାହାକୁ ଜୀବନରେ ମାନିବା ଦ୍ୱାରା ସମସ୍ୟା ଦେଖା ଦିଏ ନାହିଁ ।

୨ . କେବେବି ନିଜର ଦୁର୍ବଳତା ଅନ୍ୟ କାହା ସାମ୍ନାରେ କହିବା ଉଚିତ ନୁହେଁ । ତେବେ ସେ ସ୍ତ୍ରୀ ହେଉ କିମ୍ବା ସାଙ୍ଗ ହେଉ । କାରଣ ଦୁର୍ବଳତା ବିଷୟରେ ଅନ୍ୟ କେହି ଜାଣିଲେ ଫାଇଦା ଉଠାଇ ଥାନ୍ତି କିମ୍ବା ଅପମାନ କରିଥାନ୍ତି । ତେଣୁ ନିଜ ଦୁର୍ବଳତା ବିଷୟରେ କେବେ କାହାକୁ କହିବା ଉଚିତ ନୁହେଁ ।

୩ . ନିଜର ଅତୀତର ଭୁଲ ବିଷୟରେ କାହାକୁ କହିବା ଉଚିତ ନୁହେଁ । ନଚେତ ସାମ୍ନା ଲୋକ ଆପଣଙ୍କ ଅତୀତର ଭୁଲକୁ ଧରି ନିଚ୍ଚା ଦେଖିବାକୁ ଚେଷ୍ଟା କରିବ । ଯାହାଦ୍ୱାରା ଉନ୍ନତି ଅସମ୍ଭବ ।

୪ . ଏହାବ୍ୟତୀତ ଯଦି ଆପଣ ନିଜ ଭବିଷ୍ୟତର ରଣନୀତି କାହା ସାମ୍ନାରେ କୁହନ୍ତି ତେବେ ସାମ୍ନା ଲୋକ କେବେବି ଆପଣଙ୍କୁ ଆଗକୁ ବଢ଼ିବାକୁ ଦେବ ନାହିଁ । ମନୁଷ୍ୟକୁ ନିଜ ଘର କଥା କାହାକୁ କହିବା ଉଚିତ ନୁହେଁ । ଯାହାଦ୍ୱାରା ଆପଣ ସମାଜରେ ମାନ ସମ୍ମାନ ହରାଇ ବସିବେ । ତେଣୁ ଏହି କିଛି କଥା ମନୁଷ୍ୟକୁ କାହାକୁବି କହିବା ଉଚିତ ନୁହେଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *