Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ଶୋଇବା ସମୟରେ ରଖି ଦିଅନ୍ତୁ ପାଣି ଭର୍ତ୍ତି ଏକ ବାଲ୍ଟି । ସକାଳୁ ଦେଖିବେ ଚମତ୍କାର ।

ସେୟାର୍ କରନ୍ତୁ

ବାସ୍ତୁ ଶାସ୍ତ୍ର ଆମ ଘର ପରିବାର ଏବଂ ବାତାବରଣକୁ ସକାରାତ୍ମକ ରଖିବା କାମ କରିଥାଏ । ଯାହାଦ୍ୱାରା ବ୍ୟକ୍ତିର ଜୀବନ ଶାନ୍ତିପୂର୍ଣ୍ଣ ହୋଇଥାଏ । ଶୁଭ ଫଳ ପାଇବା ନିମନ୍ତେ ଘରେ ରଖା ଯାଉଥିବା ପ୍ରତ୍ୟେକ ଜିନିଷକୁ ସଠିକ ସ୍ଥାନରେ ରଖାଯିବା ଉଚିତ । ଜୀବନରେ ଘଟୁଥିବା କୌଣସି ସକାରାତ୍ମକ ଏବଂ ନକରାତ୍ମକ ପରିସ୍ଥିତି ଘରର ଶୌଚାଳୟ ଏବଂ ବାଥରୁମ ଦ୍ୱାରା ପ୍ରଭାବିତ ହୋଇଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ ବାଥରୁମ ଏବଂ ଶୌଚାଳୟ ସହିତ ଜଡ଼ିତ କିଛି ନିୟମ ବିଷୟରେ କହିବୁ ଯାହା ଅନୁଯାୟୀ ଆପଣଙ୍କୁ ନିଜ ଘରର ବାଥରୁମ ଏବଂ ଶୌଚାଳୟ ରଖିବା ଆବଶ୍ୟକ । ଘରେ ଶୌଚାଳୟ ଏବଂ ସ୍ନାନଘର ଗୋଟିଏ ସ୍ଥାନରେ ହେବା ଉଚିତ ନୁହେଁ ନଚେତ ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ।

ଏହାଦ୍ବାରା ଘରର ସଦସ୍ୟଙ୍କୁ ଶାରୀରିକ ଏବଂ ମାନସିକ ସମସ୍ୟା ଭୋଗିବାକୁ ପଡ଼ିଥାଏ । ଘରର କୌଣସି ଟ୍ୟାପରୁ ବିନା ବ୍ୟବହାର ସତ୍ତ୍ୱେ ଜଳ ଝରୁଥିଲେ ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ତେଣୁ ଏଭଳି ସମସ୍ୟା ଥିଲେ ତାହାକୁ ତୁରନ୍ତ ଠିକ କରାଇ ନିଅନ୍ତୁ । ବିଶେଷ କରି ଏହାଦ୍ବାରା ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ସେହିଭଳି ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଥିଲେ ତାହାକୁ ତୁରନ୍ତ ଠିକ କରାଇ ନିଅନ୍ତୁ ।

ସପ୍ତାହରେ ଅତିକମରେ ନିହାତି ଥରେ ଘରର ବାଥରୁମକୁ ଭଲ ଭାବରେ ସଫା କରିବା ଆବଶ୍ୟକ । ବାଥରୁମରେ ଜଳ ପ୍ରବାହ ଉତ୍ତର ଦିଗକୁ ହେବା ଭଲ ହୋଇଥାଏ । ଯଦି ବେଡ଼ରୁମ ସହିତ ବାଥରୁମ ସଂଯୁକ୍ତ ରହିଥାଏ ତେବେ ପରଦା ପକାଇ ଦିଅନ୍ତୁ ଏବଂ ବାଥରୁମରେ କ୍ରିଷ୍ଟାଲ ସଲଟ ମଧ୍ୟ ରଖି ପାରିବେ ।

ବାଥରୁମରେ ଗାଢ଼ ରଙ୍ଗର ଟାଇଲ ଆଦୋୖ ଲଗାନ୍ତୁ ନାହିଁ । ବାସ୍ତୁ ଅନୁଯାୟୀ ବାଥରୁମରେ ନୀଳ ରଙ୍ଗର ଟାଇଲ ଲଗାଇଲେ ଘରକୁ ଶୁଭ ସମାଚାର ଆସିଥାଏ । ବାଥରୁମରେ ଏକ କାଚ ପାତ୍ରରେ ସାଧାରଣ ଲୁଣ ନେଇ ରଖିଲେ ନକରାତ୍ମକତା ଦୂର ହୋଇଯିବ ଏବଂ ତାହାକୁ ସମୟ ସମୟରେ ବଦଳାଇ ଦିଅନ୍ତୁ । ପୁଣି ଗାଧୋଇବା ସମୟରେ ହଳଦିଆ ବାଲ୍ଟି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥାଏ । ବାଲ୍ଟି ଖାଲି ରଖିଲେ ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । କରଜ ଜନିତ ସମସ୍ୟା ଥିଲେ ନୀଳ ବାଲ୍ଟିରେ ପାଣି ଭରି ଗୋଟିଏ ଦିନ ରଖିବା ପରେ ସକାଳୁ ତାହାକୁ ଫିଙ୍ଗି ଦିଅନ୍ତୁ । ଭୁଲରେବି ବାଥରୁମର କବାଟ ସାମ୍ନାରେ ହିଁ ଆଇନା ରଖନ୍ତୁ ନାହିଁ ନଚେତ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *