Excuse Me Odisha

ଯାହା କହିବୁ ସତ କହିବୁ

ଲାଜକୁଳୀ ଲତାକୁ ପିନ୍ଧିବା ଦ୍ୱାରା କଣ ହୋଇଥାଏ । ନିଶ୍ଚୟ ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ଭାରତରେ ଆଜିବି ଅନେକ ଲୋକେ ବୃକ୍ଷଲତା ଉପରେ ନିର୍ଭର କରି ବଞ୍ଚନ୍ତି । ଲୋକେ ଅନେକ ରୋଗର ଉପଚାର ପାଇଁ ଆୟୁର୍ବେଦିକ ଔଷଧକୁ ବ୍ୟବହାର କରନ୍ତି । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏହିପରି ଏକ ଜରୁରୀ ଗଛ ବିଷୟରେ କହିବୁ । ସେହି ଗଛର ତାନ୍ତ୍ରିକ , ଆୟୁର୍ବେଦିକ ଏବଂ ଧାର୍ମିକ ତତ୍ତ୍ୱ ବିଷୟରେ ଆମେ ଆପଣଙ୍କୁ କହିବୁ । ସେହି ଗଛର ନାମ ହେଉଛି ଲାଜକୁଳୀ ଲତା । ଏହି ଗଛକୁ ଘରେ ଲଗାଇଲେ ତନ୍ତ୍ର ବାଧା ଦୂର ହୋଇଥାଏ । ଯଦି ଘର ଉପରେ କୌଣସି ଖରାପ ନଜର ପଡ଼େ ତେବେ ଘରେ ଏହି ଗଛ ଲଗାଇଲେ ଏହି ଗଛ ସେହି ନକରାତ୍ମକତାକୁ ନିଜେ ଶୋଷି ମରିଯାଏ । ତେଣୁ ଏହି ଗଛକୁ ଘରେ ନିହାତି ଲଗାନ୍ତୁ । ଏହା ଘରର ବାସ୍ତୁ ଦୋଷକୁ ମଧ୍ୟ ଦୂର କରିଥାଏ ।

ଯଦି ଆପଣଙ୍କର କଣ୍ଠ ଜନିତ କୌଣସି ସମସ୍ୟା ରହିଛି କିମ୍ବା କାଶ ଜନିତ କୌଣସି ସମସ୍ୟା ରହିଛି ତେବେ ଏହି ଗଛର ଚେରକୁ ଆଣି ନାଲି କପଡ଼ାରେ ବାନ୍ଧି ଶରୀରରେ ତାବିଜ ଦ୍ୱାରା ଧାରଣ କଲେ କଣ୍ଠ ଜନିତ ସମସ୍ୟା ଏବଂ କାଶ ଜନିତ ସମସ୍ୟା ଦୂର ହୋଇଯିବ । ଯଦି ଆପଣଙ୍କ ଉପରେ କୌଣସି ଖରାପ ନଜର ରହିଛି ଏବଂ କଳା ଶକ୍ତିର ନଜର ପଡ଼ିଛି ବୋଲି ଭାବୁଛନ୍ତି ତେବେ ଏକ ମୌଲି ସୂତା ଆଣି ସାତ ଥର ଶରୀର ଚାରିପଟେ ବୁଲାଇ ତାହାକୁ ନେଇ ଏହି ଲାଜକୁଳୀ ଲତା ଗଛରେ ବାନ୍ଧି ଦିଅନ୍ତୁ । କୌଣସିବି ଖରାପ ନଜର ଦୂରେଇ ଯିବ । ବନସ୍ପତି ଶାସ୍ତ୍ର ଅନୁଯାୟୀ କିଛି ଗଛ ଏପରି ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ଧନ ଆକର୍ଷିତ ହୋଇଥାଏ ।

ଯଦି ଆପଣ ମନୀ ପ୍ଲାଣ୍ଟ ବଦଳରେ ଲାଜକୁଳୀ ଲତା ଗଛକୁ ଆଣି ଘରେ ଲଗାନ୍ତି ତେବେ ଘରକୁ ସେହିଦିନ ଠାରୁ ଟଙ୍କା ଆଗମନ ଆରମ୍ଭ ହୋଇଯିବ । ଯଦି ଆପଣଙ୍କର ଅର୍ସ କିମ୍ବା ମଳକଣ୍ଟକ ଭଳି ସମସ୍ୟା ରହିଛି ତେବେ ଲାଜକୁଳୀ ଲତାର ଚୂର୍ଣ୍ଣ ଦିନରେ ଥରେ ନିହାତି ସେବନ କରନ୍ତୁ । ଦେଖିବେ ଆପଣଙ୍କର ସେହି ସମସ୍ୟା ଦୂର ହୋଇଯିବ । ପ୍ରତିଦିନ ଏହି ଗଛର ପତ୍ରର ୧୦ ମିଳିଲିଟର ରସ ପିଇଲେ ଗଳା ଯନ୍ତ୍ରଣା ସମସ୍ୟା ଦୂର ହୋଇଯିବ । ଜଣ୍ଡିସ କିମ୍ବା ଦୀର୍ଘ ଦିନ ଧରି ଜ୍ୱର ସମସ୍ୟା ଥିଲେ ପାଞ୍ଚ ଦିନ ପର୍ଯ୍ୟନ୍ତ ଏହି ପତ୍ରର ରସ ପାଞ୍ଚ ମିଳିଲିଟର ପିଇଲେ ସମସ୍ୟା ଦୂର ହୋଇଯିବ । ଯଦି କାହାକୁ ବିଛା କାମୁଡ଼ି ଥାଏ ତେବେ ଏହି ଗଛର ପତ୍ରକୁ ଗ୍ରାଇଣ୍ଡିଙ୍ଗ କରି ତାହାକୁ ସେହି ସ୍ଥାନରେ ଲଗାଇ କପଡ଼ା ବାନ୍ଧି ଦିଅନ୍ତୁ ।

ଅନେକ ସମୟରେ ସୁଗାର ରୋଗୀଙ୍କର କୌଣସି ସ୍ଥାନରେ ଘା ହୋଇଗଲେ ତାହା ଆଦୌ ଠିକ ହୋଇ ନଥାଏ କିମ୍ବା ଠିକ ହେବାକୁ ବିଳମ୍ବ ହୋଇଥାଏ । ତେବେ ଏଭଳି ପରିସ୍ଥିତିରେ ଏହି ଗଛର ମଞ୍ଜିକୁ ଗ୍ରାଇଣ୍ଡିଙ୍ଗ କରି ସେହି ଘା ଉପରେ ଲଗାଇ ଦିଅନ୍ତୁ । ଦେଖିବେ ସେହି ଘା ଜଲଦି ଠିକ ହୋଇଯିବ । ଡାଇବେଟିସ ଭଳି ଗମ୍ଭୀର ସମସ୍ୟା ଥିଲେ ନିମ ମଞ୍ଜି , ବେଲ ପତ୍ର , ଲାଜକୁଳୀ ଲତାର ପତ୍ର ଏବଂ ଚେରର ଚୁର୍ଣ୍ଣ ମିଶାଇ ସକାଳ ଏବଂ ସନ୍ଧ୍ୟାରେ ଖାଲି ପେଟରେ ଏକ ଚାମଚ ପାଣିରେ ମିଶାଇ ସେବନ କରନ୍ତୁ । ଦେଖିବେ ଧୀରେ ଧୀରେ ସୁଗାର ଭଳି ସମସ୍ୟା ଦୂର ହୋଇଯିବ । ଏହାର ଚେରକୁ ଧାରଣ କରିବା ଦ୍ୱାରା ସମ୍ମୋହନ ଶକ୍ତିର ବିକାଶ ହୋଇଥାଏ ଏବଂ ଲୋକମାନେ ଆପଣଙ୍କ ଆଡ଼କୁ ଆକର୍ଷିତ ହୋଇଥାନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *