Excuse Me Odisha

ଯାହା କହିବୁ ସତ କହିବୁ

ପର୍ସ ଏବଂ ଭ୍ୟାନିଟିରେ କେବଳ ଦୁଇ ମିନିଟରେ ବାହାର କରି ରଖି ଦିଅନ୍ତୁ ଏହି ଜିନିଷ । ବର୍ଷ ସାରା ହୋଇ ରହିବେ ମାଲାମାଲ ।

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ଆପଣଙ୍କୁ ଏପରି ଦଶଟି ଜିନିଷ ବିଷୟରେ କହିବୁ ଯାହାକୁ ଯଦି ଆପଣ ନିଜ ପର୍ସ କିମ୍ବା ଭ୍ୟାନିଟିରେ ରଖି ଦିଅନ୍ତି ତେବେ ଆପଣ ସବୁବେଳେ ଧନୀ ହୋଇ ରହିବେ । ଟଙ୍କା ରୋଜଗାର କରିବାକୁ ସମସ୍ତେ ଚାହାଁନ୍ତି । କିନ୍ତୁ କିଛି ବାସ୍ତୁ କାରଣରୁ ଲୋକେ ରୋଜଗାର କରିବାରେ ସକ୍ଷମ ହୁଅନ୍ତି ନାହିଁ । କିନ୍ତୁ ଆଜିକାର ଲେଖାରେ ଯେଉଁ ସବୁ ଜିନିଷକୁ ପର୍ସରେ ରଖିବା କଥା କହିବୁ ତାହାକୁ ରଖିବା ମାତ୍ରେ ବାସ୍ତୁ ଦୃଢ଼ ହେବ ଏବଂ ଆପଣଙ୍କ ଅଭାବ ସମସ୍ୟା ମଧ୍ୟ ଦୂର ହୋଇଯିବ । ଆପଣ ଏକ ନାଲି ରଙ୍ଗର କାଗଜ ନେଇ ସେଥିରେ ଧଳା ରଙ୍ଗରେ ସ୍ୱସ୍ତିକ ଚିହ୍ନ କିମ୍ବା ଓଁ ଚିହ୍ନ କରି ନିଜ ପର୍ସରେ ରଖି ପାରିବେ ।

ନାଲି ରଙ୍ଗ ପ୍ରତି ମାତା ଲକ୍ଷ୍ମୀ ଆକର୍ଷିତ ହୁଅନ୍ତି ଏବଂ ଏହା ଧନକୁ ଆକର୍ଷିତ କରିଥାଏ । ଏହାଦ୍ବାରା ବାସ୍ତୁ ମଧ୍ୟ ଭଲ ରହେ । କିନ୍ତୁ ଏହାକୁ ପର୍ସରେ ରଖିବା ପୂର୍ବରୁ ଧୂପ ଦୀପ ଦେଖାଇବାକୁ ଭୁଲନ୍ତୁ ନାହିଁ ଏବଂ ମାତା ଲକ୍ଷ୍ମୀ କିମ୍ବା ମାତା ଦୁର୍ଗାଙ୍କୁ ନିଶ୍ଚୟ ଭେଟ କରି ଦିଅନ୍ତୁ । ଏହାଦ୍ୱାରା ପର୍ସ କେବେ ଖାଲି ହେବ ନାହିଁ । ଯଦି ଆପଣ ପର୍ସରେ ସୁନା କିମ୍ବା ରୂପାର କୋଏନ ଆଣି ରଖନ୍ତି ତେବେ ମଧ୍ୟ ପର୍ସ କେବେ ଖାଲି ହେବ ନାହିଁ ଏବଂ ଦୁଇଗୁଣା ଟଙ୍କା ରୋଜଗାର ହେବ । କିନ୍ତୁ ଏହାକୁ ପର୍ସରେ ରଖିବା ପୂର୍ବରୁ ୨୪ ଘଣ୍ଟା ପାଇଁ ଗୋମୂତ୍ରରେ ବୁଡ଼ାଇ ରଖନ୍ତୁ କିମ୍ବା ତୁଳସୀ ମୂଳ ମାଟିରେ ରଖନ୍ତୁ । ଏହାପରେ କ୍ଷୀରରେ ବୁଡ଼ାଇବା ପରେ ତାହାକୁ ପର୍ସରେ ରଖି ଦିଅନ୍ତୁ ।

ଏହାବ୍ୟତୀତ ବାସ୍ତବ ରୁଦ୍ରାକ୍ଷକୁ ଆଣି ୨୪ ଘଣ୍ଟା ପାଇଁ ଶିବଲିଙ୍ଗରେ ସ୍ପର୍ଶ କରାଇ ରଖି ଦିଅନ୍ତୁ ଏବଂ ୨୪ ଘଣ୍ଟା ପରେ ତାହାକୁ ସାଧାରଣ ଜଳରେ ବୁଡ଼ାଇ ନିଜ ପର୍ସରେ ରଖି ଦିଅନ୍ତୁ । ଏହି ଉପାୟ ଦ୍ୱାରା ଆପଣଙ୍କ ପର୍ସ କେବେ ଖାଲି ହେବ ନାହିଁ । ଏହାଦ୍ବାରା ମହାଦେବଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ । ଆପଣ ରୁଦ୍ରାକ୍ଷକୁ ନିଜ ବେକରେ ଧାରଣ କରି ପାରିବେ । ଯାହାଦ୍ୱାରା ଆଧ୍ୟାତ୍ମିକ ଉନ୍ନତି ହୋଇଥାଏ । ମାତା ଲକ୍ଷ୍ମୀଙ୍କର ପ୍ରିୟ ସ୍ଫଟିକ ଅଟେ । ସ୍ଫଟିକରେ ନିର୍ମିତ ଅନେକ ଜିନିଷ ଆସିଥାଏ , ଯାହା ଘରର ବାସ୍ତୁ ଦୋଷକୁ ଦୂର କରିଥାଏ । ଯଦି ଆପଣ ସ୍ଫଟିକର ମାଳା ନିଜେ ଧାରଣ କରନ୍ତି କିମ୍ବା ନିଜ ପର୍ସରେ ରଖନ୍ତି କିମ୍ବା ସ୍ଫଟିକ ନିର୍ମିତ କୌଣସି ଅନ୍ୟ ବସ୍ତୁ ନିଜ ପର୍ସ କିମ୍ବା ଭ୍ୟାନିଟିରେ ରଖି ଦିଅନ୍ତି ତେବେ ଆପଣଙ୍କୁ ତାହାର ବଡ଼ ଫାଇଦା ମିଳିବ ।

ସ୍ଫଟିକରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ତେଣୁ ଏହାକୁ ନିଜ ପର୍ସରେ ରଖିଲେ କେବେ ଟଙ୍କାର ଅଭାବ ରହେ ନାହିଁ ଏବଂ ପର୍ସ କେବେ ଖାଲି ରହେନାହିଁ । ତୁଳସୀ ଚେରରେ ଅନେକ ଦେବଦେବୀଙ୍କ ବାସ ହୋଇଥାଏ । ତେଣୁ ଯଦି ଆପଣ ଏହାକୁ ଆଣି ନିଜ ପର୍ସରେ ରଖନ୍ତି ତେବେ ମନରେ ଶାନ୍ତି ରହିଥାଏ , ଟଙ୍କାର ଅଭାବ ରହି ନଥାଏ ଏବଂ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଗୁରୁଜନ ମାନେ ଦେଇଥିବା ଟଙ୍କାକୁ ମଧ୍ୟ ଯଦି ଆପଣ ନିଜ ପର୍ସରେ ରଖନ୍ତି ତେବେ ମଧ୍ୟ ପର୍ସ ଖାଲି ହୁଏନାହିଁ । ଏସବୁ ବ୍ୟତୀତ ଆପଣ ରାସ୍ତାରୁ ପାଇଥିବା ଟଙ୍କାକୁ ମାତା ଲକ୍ଷ୍ମୀଙ୍କୁ ସମର୍ପିତ କରି ଏବଂ ବିନା ଖର୍ଚ୍ଚରେ ରଖି ପାରିବେ କିମ୍ବା ବେଲ ପତ୍ର , ଅଶ୍ୱତ୍ଥ ପତ୍ର , ଅରଖ ଗଛର ପତ୍ରରେ ସ୍ୱସ୍ତିକ ଚିହ୍ନ ବନାଇ କିମ୍ବା କଉଡ଼ି ମଧ୍ୟ ରଖି ପାରିବେ । ଯାହାଦ୍ୱାରା ପର୍ସରେ କେବେବି ଟଙ୍କାର ଅଭାବ ହେବ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *