Excuse Me Odisha

ଯାହା କହିବୁ ସତ କହିବୁ

ଗାଈକୁ ଏହି ସମୟରେ ଖୁଆଇ ଦିଅନ୍ତୁ ହଳଦୀ ରୋଟି । ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଗାଈକୁ ହଳଦୀ ରୋଟି ଖୁଆଇବାର ଉଚିତ ଉପାୟ । ଯେଉଁ ସଠିକ ଉପାୟ ଦ୍ୱାରା ଆପଣ ମାଲାମାଲ ମଧ୍ୟ ହୋଇ ପାରିବେ । ଏହାବ୍ୟତୀତ ଆମେ ଗାଈ ସହିତ ଜଡ଼ିତ ଶୁଭ ଏବଂ ଅଶୁଭ ସଙ୍କେତ ବିଷୟରେ ମଧ୍ୟ କହିବୁ । ଶାସ୍ତ୍ରରେ ପଶୁପକ୍ଷୀଙ୍କୁ ଅନ୍ନ ଖୁଆଇବାର ପରମ୍ପରା ରହିଛି । ଗାଈ ଶରୀରରେ ତେତିଶ କୋଟି ଦେବଦେବୀଙ୍କ ବାସ ହୋଇଥାଏ । ଗାଈର ସେବା କରିବା ଦ୍ୱାରା ତେତିଶ କୋଟି ଦେବଦେବୀଙ୍କ ସେବା ହୋଇଯାଏ । ଗାଈକୁ ରୋଟି ଖୁଆଇବା ସମୟରେ ଯଦି ଆପଣ ସେଥିରେ ଗୁଡ଼ ମିଶାଇ ଖାଇବାକୁ ଦିଅନ୍ତି ତେବେ ବଡ଼ ପୁଣ୍ୟ ମିଳିଥାଏ । ଧ୍ୟାନ ଦେବେ ଯେମିତି ଗାଈକୁ ରୋଟି ଖୁଆଇବା ସମୟରେ ଗାଈ ବସିଥିବା ଉଚିତ । ଗରମ ଦିନରେ ଗାଈକୁ ଗୁଡ଼ ରୋଟି ନଦେଇ ହଳଦୀ ରୋଟି ଦେବା ଭଲ ହେବ ।

ସେହିଭଳି ଗାଈକୁ ସୋମବାର ଦିନ ମହାଦେବଙ୍କ ପୂଜା ପରେ କିଛି ଧଳା ଜିନିଷ , ମଙ୍ଗଳବାର ଦିନ ବେସନ ତିଆରି ଜିନିଷ , ବୁଧବାର ଦିନ ସବୁଜ ଚାରା , ଗୁରୁବାର ଦିନ ରୋଟିରେ ହଳଦୀ ମିଶାଇ , ଶୁକ୍ରବାର ଦିନ ଖିରି , ଶନିବାର ଦିନ କଳା ତିଳ କିମ୍ବା ମୁଗ ମିଶା ରୋଟି ଗାଈକୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ସବୁ ଗ୍ରହ ଏବଂ ଦେବଦେବୀ ମଧ୍ୟ ପ୍ରସନ୍ନ ରହିବେ ।

ରବିବାର ଦିନ ଗାଈକୁ ରୋଟିରେ ଗୁଡ଼ ମିଶାଇ ଖୁଆଇଲେ ସୂର୍ଯ୍ୟଙ୍କ ମହାଦଶା ଠିକ ହୋଇଯାଏ । ଗାଈକୁ ସବୁବେଳେ ନିଜ ଇଚ୍ଛାରେ ଏବଂ ନିଜ ମନରୁ ହିଁ ପୂଜା କରନ୍ତୁ ଏବଂ ଭୋଜନ କରାନ୍ତୁ । କାରଣ ଏହାକୁ ନେଇ ଏକ ପ୍ରଚଳିତ କଥା ରହିଛି । ଥରେ ଜଣେ ମହିଳା ପୁଣ୍ୟ ଅର୍ଜନ କରିବା ପାଇଁ ଗାଈକୁ ଜୋର ଜବରଦସ୍ତ କଦଳୀ ଖୁଆଇବାକୁ ଚାହୁଁଥିଲେ କିନ୍ତୁ ଗାଈ ତାହା ଖାଇଲା ନାହିଁ ।

ପାଖରେ ଥିବା ଷଣ୍ଢ ଏହାର କାରଣ ବିଷୟରେ ପଚାରିବାରୁ ଗୋମାତା ଏହି ବୃତ୍ତାନ୍ତ ଶୁଣାଇଥିଲେ । ତେଣୁ ଗୋମାତାଙ୍କ ସେବା ସ୍ୱଇଚ୍ଛାରେ ଏବଂ ହୃଦୟରୁ କରିବା ଉଚିତ । ରୋଟିରେ ଅଳ୍ପ ଘିଅ ଏବଂ ହଳଦୀ ଲଗାଇ ଗାଈକୁ ଖାଇବାକୁ ଦେବା ଉଚିତ । ଏହାଦ୍ବାରା ଘରର ସବୁପିଢ଼ିଙ୍କୁ ପୁଣ୍ୟ ମିଳିଥାଏ । ଘରେ ସମସ୍ତେ ଖାଇବା ପୂର୍ବରୁ ହିଁ ଗାଈକୁ ଖାଇବାକୁ ଦିଅନ୍ତୁ ଏବଂ ବାସୀ ରୋଟି ନଦେଇ ଘରର ପ୍ରଥମ ରୋଟି ହିଁ ଖାଇବାକୁ ଦିଅନ୍ତୁ । ଯଦି ଆପଣଙ୍କୁ ଚାକିରୀ ମିଳୁନାହିଁ ତେବେ ଇଣ୍ଟରଭିଉ ଦେବାକୁ ଯିବା ସମୟରେ ରାସ୍ତାରେ କୌଣସି ଗାଈକୁ ଅଟା ଏବଂ ଗୁଡ଼ ଖୁଆଇ ଯାଆନ୍ତୁ । ଦେଖିବେ ଆପଣଙ୍କୁ ନିଶ୍ଚିତ ସଫଳତା ମିଳିବ । ଯଦି ଆପଣ ନିଜ ଘର କିମ୍ବା ଦୋକାନ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଶୁକ୍ରବାର କୌଣସି ଭୋକିଲାଙ୍କୁ ଭୋଜନ କରାନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *