Excuse Me Odisha

ଯାହା କହିବୁ ସତ କହିବୁ

ଶୋଇବା ସମୟରେ କେଉଁ ଦିଗକୁ ମୁଣ୍ଡ ରହିବା ଶୁଭ । ଜାଣି ନିଅନ୍ତୁ କିଛି ଖାସ ଟିପ୍ସ ।

ସେୟାର୍ କରନ୍ତୁ

ଶରୀରକୁ ଆରାମ ଦେବା ପାଇଁ ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଦିନ ଶୋଇବା ଖୁବ ଜରୁରୀ ହୋଇଥାଏ । ଭଲ ସ୍ୱାସ୍ଥ୍ୟ ପାଇଁ ଶୋଇବା ଅତ୍ୟନ୍ତ ଜରୁରୀ ହୋଇଥାଏ । ପୁରାଣ ଏବଂ ବାସ୍ତୁ ଶାସ୍ତ୍ରରେ ଶୋଇବା ବିଷୟରେ ଅନେକ ଖାସ କଥା ଏବଂ ନିୟମ ବିଷୟରେ କୁହାଯାଇଛି । ଏହି ନିୟମ ଗୁଡ଼ିକର ପାଳନ ଦ୍ୱାରା ଘରେ ସୁଖ ସମୃଦ୍ଧି ଏବଂ ଶାନ୍ତି ବଜାୟ ରହିଥାଏ । ବାସ୍ତୁ ଶାସ୍ତ୍ରରେ ଶୋଇବାର ସଠିକ ଦିଗ ବିଷୟରେ କୁହାଯାଇଛି । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଉତ୍ତରକୁ ମୁଣ୍ଡ ଏବଂ ଦକ୍ଷିଣକୁ ଗୋଡ଼ କରି ଶୋଇବା ଉଚିତ ନୁହେଁ । କାରଣ ଉତ୍ତର ଦିଗ ମୃତ୍ୟୁର ଦିଗ ମାନାଯାଇଥାଏ । ଦକ୍ଷିଣ ଦିଗ ଯମରାଜଙ୍କ ସ୍ଥାନ ଅଟେ ତେଣୁ ଏହି ଦିଗକୁ ଗୋଡ଼ କରି ଶୋଇବା ଉଚିତ ନୁହେଁ ।

ତେଣୁ ଯଦି ଆପଣ ଦକ୍ଷିଣ ଦିଗକୁ ଗୋଡ଼ କରି ରଖନ୍ତି ତେବେ ଏହାର ଅର୍ଥ ଆପଣ ଯମଲୋକ ଆଡ଼କୁ ଯାଉଛନ୍ତି । ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଉତ୍ତରକୁ ମୁଣ୍ଡ ଏବଂ ଦକ୍ଷିଣକୁ ଗୋଡ଼ କରି ଶୋଇବା ଉଚିତ ନୁହେଁ । ପୃଥିବୀ ଚାରି ପାଖରେ ଏକ ଚୁମ୍ବକୀୟ ଧାରା ପ୍ରବାହିତ ହୋଇଥାଏ ଯାହାକି ଦକ୍ଷିଣ ଦିଗରୁ ଉତ୍ତର ଦିଗକୁ ପ୍ରବାହିତ ହୋଇଥାଏ ।

ଯଦି ସେହି ଦିଗରେ ମୁଣ୍ଡ କରି ଶୁଅନ୍ତି ତେବେ ପୃଥିବୀର ମ୍ୟାଗ୍ନେଟିକ ଫିଲଡ଼ ସହିତ ସଂଯୋଗ ହୋଇଯାଏ । ଏହାଦ୍ବାରା ଶରୀର ଭଲ ରହିଥାଏ ଏବଂ ସକାଳୁ ଉଠିଲେ ଶରୀରରେ ଫୁର୍ତ୍ତି ଅନୁଭୂତ ହୋଇଥାଏ । ଯାହାକି ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ପ୍ରବାହିତ ହୋଇଥାଏ । କିନ୍ତୁ ଯଦି ଉତ୍ତରକୁ ମୁଣ୍ଡ କରି ଶୁଅନ୍ତି ତେବେ ଏହାଦ୍ବାରା ଅନେକ ମସ୍ତିଷ୍କ ସମସ୍ୟା ଏବଂ ମାନସିକ ଚାପ ସୃଷ୍ଟି ହୋଇଥାଏ ।

ଏହାଦ୍ବାରା ନିଦର କ୍ଷମତା ମଧ୍ୟ କମିଯାଏ । ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ମନରେ କୌଣସି ଖରାପ ଚିନ୍ତାଧାରା ଆସେନାହିଁ ଏବଂ ମସ୍ତିଷ୍କ ମଧ୍ୟ ଶାନ୍ତ ରହିଥାଏ । ଏପରି ବ୍ୟକ୍ତି ଧନବାନ ଗୁଣବାନ ପ୍ରାପ୍ତ କରିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇବାକୁ ଲାଭ ଦାୟକ ମାନା ଯାଇଥାଏ । ଏହାଦ୍ବାରା ଉଠିବା ସମୟରେ ମୁହଁ ପୂର୍ବ ଦିଗକୁ ରହିଥାଏ । ଏହି ଦିଗରେ ସୂର୍ଯ୍ୟ ଉଦୟ ହୁଅନ୍ତି । ସୂର୍ଯ୍ୟ ଦେବ ଜ୍ଞାନ ଏବଂ ଉନ୍ନତିର କାରକ ଅଟନ୍ତି । ଏହି ଦିଗରେ ସକାରାତ୍ମକ ଶକ୍ତି ବହାରିଥାଏ ଯାହାକି ସବୁବେଳେ ଶାନ୍ତି ଦେଇଥାଏ । ଏହି ଦିଗକୁ ମୁଣ୍ଡ କରି ଶୋଇଲେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ ଏବଂ ଶରୀରରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *