Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ଦିନ ଘରକୁ ଆଣିବେ ଏହି ପତ୍ର , ହୋଇଯିବେ କୋଟିପତି । ଧନୀ ହେବାରୁ କେହି ଅଟାକଇ ପାରିବେ ନାହିଁ ।

ସେୟାର୍ କରନ୍ତୁ

ଆଜି ଆମେ ବରକୋଳି ଗଛର ମହତ୍ତ୍ୱ ବିଷୟରେ କହିବୁ ଯାହାର ତନ୍ତ୍ର ସାଧନାରେ ଅନେକ ଗୁରୁତ୍ୱ ରହିଛି । ଧାର୍ମିକ ଦୃଷ୍ଟିରୁ ମଧ୍ୟ ଏହାର ତିନୋଟି ପ୍ରୟୋଗ ରହିଛି । ଯାହାକି ଘରେ ସୁଖ ଶାନ୍ତି ଧନ ଏବଂ ବୈଭବ ବଢ଼ାଇ ଥାଏ । ବରକୋଳିରେ ଅନେକ ଦୈବିକ ଶକ୍ତିର ବାସ ହୋଇଥାଏ । ବରକୋଳିରେ ଭିଟାମିନ , ମିନେରାଲସ ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ରହିଥାଏ । ତେଣୁ ଏହାକୁ ସ୍ୱାସ୍ଥ୍ୟ ବର୍ଦ୍ଧକ ମଧ୍ୟ କୁହାଯାଏ । ମୁଣ୍ଡ ବ୍ୟଥା ପାଇଁ ଏହା ଏକ ରାମବାଣ ସଦୃଶ୍ୟ ଅଟେ । ଆଖି ଜନିତ ଯନ୍ତ୍ରଣାକୁ ମଧ୍ୟ ଏହା ରୋକିବାର କାମ କରିଥାଏ । ସାଧରଣତଃ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକେ ଅନେକ କାରଣରୁ ଆଖି ଜନିତ ସମାସ୍ୟାର ସମ୍ମୁଖୀନ ହେଉଛନ୍ତି ।

ତେଣୁ ଏହି ପରିସ୍ଥିତିରେ ବରକୋଳି ଗଛ ଛାଲି ନେଇ ତାହାକୁ ପେଶୀ ଆଖି ଚାରି ପାଖରେ ଲଗାଇବାକୁ ପଡ଼ିଥାଏ । ଏହାଦ୍ବାରା ଆଖି ଜନିତ ସମସ୍ୟା ଦୂର ହୋଇଯାଏ । ଗରମରେ ଅନେକ ଲୋକଙ୍କ ନାକରୁ ରକ୍ତ ଝରିଥାଏ । ତେଣୁ ବରକୋଳି ଗଛର ପତ୍ରକୁ ନେଇ ପେଶୀ ଦିଅନ୍ତୁ ଏବଂ କର୍ଣ୍ଣ ମୂଳରେ ତାହାକୁ ଲଗାଇ ଦିଅନ୍ତୁ ।

ଏହାଦ୍ବାରା ନାକରୁ ରକ୍ତ ଝରିବା ବନ୍ଦ ହୋଇଯିବ । ମୁହଁରେ ଯନ୍ତ୍ରଣା କିମ୍ୱା ଘା ହୋଇଥିଲେ ଏହାର ଛାଲିକୁ ପେଶୀ ପାଣି ମିଶାଇ ତାହାକୁ କୁଳି କଲେ ଏହି ସବୁ ସମସ୍ୟା ଦୂର ହୋଇଯିବ । ଯଦି ଅମାବାସ୍ୟା ଦିନ ଏହି ଗଛର ୨୧ଟି କଣ୍ଟା ନିଆଯାଏ ଶତ୍ରୁ ଘର ବାହାରେ ରାତି ୯.୩୦ ପରେ ଫିଙ୍ଗି ଦିଅନ୍ତି ତେବେ ଏହାଦ୍ବାରା ଶତ୍ରୁର ସର୍ବନାଶ ହୋଇଯିବ ।

ଯଦି କାହାକୁ ମୂତ୍ର ସମ୍ବନ୍ଧୀ ସମସ୍ୟା ରହିଥାଏ ଅର୍ଥାତ ପରିସ୍ରା ସମୟରେ ଯନ୍ତ୍ରଣା କିମ୍ବା ଠିକ ଭାବରେ ପରିସ୍ରା ନହୁଏ ତେବେ ଏହି ବରକୋଳି ଗଛର ପତ୍ର ଆଣି ପେଶୀ ନାଭିରେ ଲଗାଇ ଦିଅନ୍ତୁ । ଏହି ପ୍ରୟୋଗ ଦ୍ୱାରା ପରିସ୍ରା ସମୟରେ ଆସୁଥିବା ସମସ୍ୟାରୁ ମୁକ୍ତି ମିଳିଯିବ । ରାମାୟଣରେ ଉଲ୍ଲେଖ ଅଛି ଯେ ଶବରୀ ରାମଚନ୍ଦ୍ରଙ୍କୁ ଭେଟ ସ୍ୱରୂପ ବରକୋଳି ଖାଇବାକୁ ଦେଇଥିଲେ । ତେଣୁ ଯଦି ଆପଣ ରାମଚନ୍ଦ୍ରଙ୍କୁ ରାମନବମୀ ଦିନ ଏହି ବରକୋଳି ଭେଟ ସଦୃଶ୍ୟ ଦିଅନ୍ତି ତେବେ ଇଚ୍ଛା କରୁଥିବା ଜିନିଷ ତତ୍କାଳ ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ସବୁ ପ୍ରକାରର ଭୌତିକ ସୁଖ ଏବଂ ଶାନ୍ତି ପ୍ରାପ୍ତ ହୋଇଥାଏ । ଯଦି ମଙ୍ଗଳବାର ଦିନ ଶ୍ରୀହନୁମାନଙ୍କୁ ବରକୋଳି ଭୋଗ ଲଗାଯାଏ ତେବେ ଭୌତିକ ସୁଖର ପ୍ରାପ୍ତି ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *