ଶରୀରର ଏହି ପାଞ୍ଚଟି ଅଙ୍ଗରେ କଳାଜାଇ ରହିବା ବ୍ୟକ୍ତିକୁ କରିଥାଏ ଭାଗ୍ୟବାନ । ଜାଣନ୍ତୁ ।
ହିନ୍ଦୁ ଧର୍ମର ସମୁଦ୍ର ଶାସ୍ତ୍ରରେ ବ୍ୟକ୍ତିର ପ୍ରତ୍ୟେକ ଅଙ୍ଗର ଗଠନ ଏବଂ ଗୁରୁତ୍ୱ ବିଷୟରେ ଅନେକ କିଛି ବର୍ଣ୍ଣନା କରାଯାଇଛି ଯାହା ବିଷୟରେ ପ୍ରାୟତଃ ଅଧିକାଂଶ ଲୋକ ଜାଣି ନଥିବେ । ପ୍ରାଚୀନ ଋଷିଙ୍କ ଅନୁଯାୟୀ ଗ୍ରହ ମାନଙ୍କର ସ୍ଥିତି ଅନୁଯାୟୀ ହିଁ ପ୍ରତ୍ୟେକ ମନୁଷ୍ୟର ଶରୀରରେ କଳାଜାଇ ସୃଷ୍ଟି ହୋଇଥାଏ । ଆଉ ତାହା ଦ୍ୱାରା ହିଁ ସେହି ବ୍ୟକ୍ତିର ଭବିଷ୍ୟ ବିଷୟରରେ ମଧ୍ୟ ଜାଣିହୁଏ । ତେବେ ଚାଲନ୍ତୁ ଜାଣିନେବା ।
୧ . ମଥାରେ କଳାଜାଇ:-
ସମୁଦ୍ର ଶାସ୍ତ୍ର ଅନୁଯାୟୀ ମଥାରେ କଳାଜାଇ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ ମଥାରେ କେଉଁ ସ୍ଥାନରେ ତିଳ ଅଛି ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ମଥାରେ ବାମ ପଟେ କଳାଜାଇ ଥିଲେ ଏହାର ଅର୍ଥ ଆପଣଙ୍କ ବୟସ ବୃଦ୍ଧି ସହିତ ଧନ ବୃଦ୍ଧି ହେବ । କିନ୍ତୁ ଡାହାଣ ପଟେ କଳାଜାଇ ଥିଲେ ଆପଣ କୃପଣ ହେବେ । ଆପଣ ଧନ ଅର୍ଜନ କରିବେ ସତ କିନ୍ତୁ ତାହାକୁ ଖାଲି ସଞ୍ଚୟ କରିବେ କିନ୍ତୁ ଖର୍ଚ୍ଚ କରିବେ ନାହିଁ । ଯଦି ମଥାର ମଧ୍ୟ ଭାଗରେ କଳାଜାଇ ରହିଛି ତେବେ ଆପଣ ଜଣେ ମହାନ ବ୍ୟକ୍ତି ହେବେ । ଏହାସହିତ ଆପଣଙ୍କୁ ଜଣେ ମହାନ ଜୀବନସାଥୀ ମଧ୍ୟ ମିଳିବ ।
୨ . ଆଖି ପତାରେ କଳାଜାଇ:-
ଯେଉଁ ମହିଳାଙ୍କର ଆଖିପତା ଉପରେ କଳାଜାଇ ରହିଥାଏ ସେମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମହିଳା ବିବାହ କରି ଯେଉଁ ଘରକୁ ଯାଆନ୍ତି ସେଠାରେ ସୁଖ ସମୃଦ୍ଧି ଆଣିଥାନ୍ତି ଏବଂ ସେଠାରେ କେବେବି ଧନର ଅଭାବ ହୁଏନାହିଁ । ଡାହାଣ କିମ୍ବା ବାମ ଆଖିପତା ଉପରେ କଳାଜାଇ ଥିଲେ ବ୍ୟକ୍ତିକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । କିନ୍ତୁ ବିବାହ ପରେ ଭାଗ୍ୟ ବଦଳି ଯାଏ ଏବଂ ଆକସ୍ମିକ ଧନ ପ୍ରାପ୍ତି ହୋଇଥାଏ ।
୩ . ଆଖି ପଲକରେ କଳାଜାଇ:-
ଆଖି ପଲକରେ ଯେଉଁ ମହିଳାଙ୍କର କଳାଜାଇ ଥାଏ ସେମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ତଳ ଆଖି ପଲକରେ ତିଳ ଥିଲେ ସେମାନେ ଖୁବ ଟଙ୍କା ଖର୍ଚ୍ଚ କରନ୍ତି । ଏମାନେ କେବେ ଟଙ୍କା ସଞ୍ଚୟ କରି ପାରନ୍ତି ନାହିଁ ।
୪ . ଛାତିରେ କଳାଜାଇ:-
ଛାତିରେ କଳାଜାଇ ରହିବା ଭାଗ୍ୟର ସଙ୍କେତ ଅଟେ । ଯେଉଁ ମହିଳାଙ୍କ ଛାତିରେ କଳାଜାଇ ରହିଥାଏ ସେମାନଙ୍କ ଭାଗ୍ୟରେ ସରକାରୀ ଚାକିରୀ ରହିଥାଏ । ପୁରୁଷଙ୍କ ଛାତିରେ କଳାଜାଇ ରହିବା ସେମାନଙ୍କୁ ଭାଗ୍ୟଶାଳୀ ଏବଂ ସାମ୍ୟର୍ଥଶାଳୀ କରିଥାଏ । ଏପରି ପୁରୁଷ ଅତ୍ୟନ୍ତ ପରିଶ୍ରମୀ ହୋଇଥାନ୍ତି ।
୫ . କାନରେ କଳାଜାଇ:-
କାନରେ କଳାଜାଇ ଥିବା ଲୋକଙ୍କର ବୁଝିବା ଶକ୍ତି ଅଧିକ ଥାଏ । ଏମାନଙ୍କ ପାଖରେ ଟଙ୍କାର ଅଭାବ ରହେ ନାହିଁ । ଏମାନେ ଟଙ୍କାର ଉଚିତ ଉପଯୋଗ କରିବାକୁ ମଧ୍ୟ ଜାଣନ୍ତି । ଯେଉଁ କାରଣରୁ ଭବିଷ୍ୟରେ ଏମାନଙ୍କୁ ଖୁବ ଲାଭ ମିଳିଥାଏ ।
୬ . ଓଠ ଉପରେ କଳାଜାଇ:-
ସମୁଦ୍ର ଶାସ୍ତ୍ର ଅନୁଯାୟୀ ଓଠ ଉପରେ କଳାଜାଇ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏପରି ଲୋକଙ୍କ ଭାଗ୍ୟ ସବୁବେଳେ ସାଥ ଦେଇଥାଏ । ଖୁବ କମ ପରିଶ୍ରମରେ ମଧ୍ୟ ସଫଳତା ମିଳିଯାଏ ।
୭ . କାନ୍ଧ ଉପରେ ତିଳ:-
ପୁରୁଷଙ୍କ କାନ୍ଧରେ କଳାଜାଇ ରହିଲେ ତାହା ତାଙ୍କୁ ଅଧିକ ପରିଶ୍ରମୀ କରାଇଥାଏ । ଏମାନେ ନିଜ କର୍ତ୍ତବ୍ୟକୁ ଭଲ ଭାବରେ ପାଳନ କରନ୍ତି । ଡାହାଣ କାନ୍ଧରେ କଳାଜାଇ ରହିଲେ ଆପଣ ବହୁତ ଜଲଦି ସଫଳତା ଲାଭ କରିବେ । କିନ୍ତୁ ବାମ କାନ୍ଧରେ କଳାଜାଇ ଥିଲେ ସଫଳତା ମିଳିବାକୁ ସମୟ ଲାଗିପାରେ ।