ଅକ୍ଟୋବର ୨୮ ଶରତ ପୂର୍ଣ୍ଣିମା ଚନ୍ଦ୍ରଗ୍ରହଣ , ଗୋମାତାଙ୍କୁ ଖୁଆଇ ଦିଅନ୍ତୁ ଏହି କେତୋଟି ଛୋଟ ଜିନିଷ । ସାତ ପିଢ଼ି ପର୍ଯ୍ୟନ୍ତ ବଢ଼ି ଚାଲିବ ବ୍ୟାଙ୍କ ବାଲାନ୍ସ ।
ସମ୍ପୂର୍ଣ୍ଣ ୫୦୦ ବର୍ଷ ପରେ ଦିବ୍ୟ ଦୁର୍ଲଭ ଦିନ ବନୁଛି । ଯେଉଁଦିନ ଗୋମାତାଙ୍କୁ ଏହି ଗୋଟିଏ ଜିନିଷ ଖୁଆଇ ଦେଲେ ମନୁଷ୍ୟର ଭାଗ୍ୟ ବଦଳିଯିବ । ଅକ୍ଟୋବର ୨୮ ତାରିଖ ଶରତ ପୂର୍ଣ୍ଣିମା ମଧ୍ୟ ପଡ଼ୁଛି । ଏହିଦିନ କିଛି ଉପାୟ କଲେ ମୃତ୍ୟୁ ଦଣ୍ଡ , ପିତୃ ଦୋଷରୁ ମଧ୍ୟ ମୁକ୍ତି ମିଳି ପାରିବ । ଏହାବ୍ୟତୀତ ମାତା ଲକ୍ଷ୍ମୀଙ୍କ କୃପାରୁ ସାତ ପିଢ଼ି ପର୍ଯ୍ୟନ୍ତ ବ୍ୟାଙ୍କ ବାଲାନ୍ସ ମଧ୍ୟ ବୃଦ୍ଧି ହେବ । ଏହି ଶରତ ପୁର୍ଣିମା ଦିନ ଯଦି ଆପଣ ଗାଈକୁ କିଛି ଖାସ ଜିନିଷ ଖୁଆଇ ଦିଅନ୍ତି ତେବେ ବ୍ୟକ୍ତିକୁ ଅପାର ଧନ ସମ୍ପତ୍ତି ପ୍ରାପ୍ତ ହୋଇଥାଏ । ପ୍ରାୟ ସବୁ ହିନ୍ଦୁ ଘରେ ଗୋମାତାଙ୍କ ପାଳନ କୌଣସି ବୃହତ ପୁଣ୍ୟ ଠାରୁ କମ ନୁହେଁ ।
କହିରଖିବୁ ଯେ ଗୋମାତାଙ୍କ ପାଳନ ସମ୍ଭବପର ନହେଲେ ଅତିକମରେ ଗୋମାତାଙ୍କୁ ପ୍ରତ୍ୟେକ ଦିନ ରୋଟି ଖୁଆନ୍ତୁ । କିନ୍ତୁ ଏହି ସମୟରେ କିଛି ଭୁଲ ଯେମିତିକି ବାସୀ ରୁଟି , ଅନ୍ୟାନ୍ୟ ବାସୀ ଖାଦ୍ୟ , ପଚା ସଢ଼ା ଖାଦ୍ୟ , କ୍ଷୀର , ଘିଅ ଇତ୍ୟାଦି ଜିନିଷ ଖାଇବାକୁ ଦେବା ଉଚିତ ନୁହେଁ । ଗୋମାତାଙ୍କ ମଧ୍ୟରେ ସବୁ ଦେବଦେବୀଙ୍କ ବାସ ରହିଛି ଏବଂ ଗୋମାତାଙ୍କୁ ଗୁରୁ ଗ୍ରହ ସହିତ ତୁଳନା କରାଯାଇଛି । ଜାତକରେ ଗୁରୁ ଗ୍ରହ ଦୁର୍ବଳ ଥିଲେ ରୋଟିରେ ହଳଦୀ ଲଗାଇ , ମାନସିକ ଚିନ୍ତା ଥିଲେ ରୋଟିରେ ଗୁଡ଼ ଲଗାଇ ଏବଂ ଗ୍ରହ ଦୁର୍ବଳ ଥିଲେ ପ୍ରତ୍ୟେକ ଦିନ ଘରର ପ୍ରଥମ ରୋଟି ଗାଈକୁ ଖାଇବାକୁ ଦିଅନ୍ତୁ ।
ଗାଈ ଖୁବ ଶୁଭ ହୋଇଥାଏ । ତେଣୁ ଯେଉଁଠି ଆପଣ ଘର ବନାଇବାକୁ ଚାହୁଁଛନ୍ତି ସେହି ସ୍ଥାନକୁ ନେଇ କୌଣସି ଦ୍ୱନ୍ଦ ଥିଲେ ସେଠାରେ ଦଶ ଦିନ ପର୍ଯ୍ୟନ୍ତ ଗାଈ ଏବଂ ବାଛୁରୀକୁ ଏକାଠି ବାନ୍ଧି ରଖନ୍ତୁ । ଏହାଦ୍ବାରା ସେହି ସ୍ଥାନ ସମ୍ପୂର୍ଣ୍ଣ ପବିତ୍ର ହେବା ସହିତ କୌଣସି ନକରାତ୍ମକ ଶକ୍ତି ସେଠାରେ ରହିବ ନାହିଁ । ଗାଈ ଏବଂ ବାଛୁରୀର ଦର୍ଶନ ଏକାସହିତ ହେଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଆପଣଙ୍କ ଘରକୁ କୌଣସି ଗାଈ ଆସୁଛି ତେବେ ତାହାକୁ ନିଶ୍ଚୟ ଖୁଆନ୍ତୁ ଏବଂ ଆଶୀର୍ବାଦ ମଧ୍ୟ ନିଅନ୍ତୁ । ଘର ଚାରି ପାଖରେ ଗାଈ ଘୁରି ବୁଲିଲେ ତାହା ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ ।
ରାସ୍ତାରେ ଯାଉଥିବା ସମୟରେ ଗାଈ ବାଟ କାଟିଲେ ତାହାର ଅର୍ଥ ଆପଣ ଯେଉଁ କାମରେ ବାହାରକୁ ଯାଉଥିବେ ତାହା ନିଶ୍ଚୟ ସଫଳ ହେବ । ଗାଈକୁ ପାଳନ କରିବାରେ ସମ୍ଭବ ନହେଲେ ଅତିକମରେ ଗାଈ ନାମରେ ପ୍ରତ୍ୟକ ଦିନ ଟଙ୍କା ସଞ୍ଚୟ କରି ରଖନ୍ତୁ ଏବଂ କୌଣସି ଗୋଶାଳାକୁ ଦାନ କରି ଦିଅନ୍ତୁ । ରାମାୟଣ କାଳରୁ ଗୋମାତାଙ୍କୁ ମିଳିଥିବା ଏକ ଅଭିଶାପ ଅନୁଯାୟୀ ହିଁ ଗୋମାତା ଅଇଁଠା ଖାଇଥାନ୍ତି । ବାସ୍ତବରେ ରାମାୟଣ ଯୁଗରେ ଗୋମାତା ମାତା ସୀତାଙ୍କୁ ଦେଇଥିବା ପ୍ରତିଶୃତିକୁ ଭୁଲି ମିଛ କହିଥିଲେ ।
ଯେଉଁ କାରଣରୁ ମାତା ସୀତା ତାଙ୍କୁ ଅଭିଶାପ ଦେଇଥିଲେ ଯେ କଳିଯୁଗରେ ଗୋମାତା ପୂଜ୍ୟ ହୋଇଥିଲେବି ତାଙ୍କୁ ଅଇଁଠା ସେବନ କରିବାକୁ ପଡ଼ିବ । ସେହିଭଳି ସେହି ସମୟରେ ମାତା ସୀତା କେତକୀ ଫୁଲକୁ ଅଭିଶାପ ଦେଇଥିବାରୁ ବର୍ତ୍ତମାନ କେତକୀ ଫୁଲର ବାସ୍ନା ଥିବା ସତ୍ତ୍ୱେବି ତାହା ପୂଜାରେ ନିଷିଦ୍ଧ ଥାଏ ଏବଂ ଫାଲ୍ଗୁ ନଦୀ ସବୁବେଳେ ଶୁଖିଲା ରହେ । ଯଦି ଆପଣ ରୋଷେଇ ଘରେ ତିଆରି ହେଉଥିବା ପ୍ରଥମ ରୋଟି ଗାଈକୁ ଖାଇବାକୁ ଦିଅନ୍ତି ତେବେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ ଏବଂ କୌଣସି ପ୍ରକାରର ଅଭାବ ରହିବ ନାହିଁ ।