ଯଦି ଆପଣଙ୍କ ଜଅ ର ରଙ୍ଗ ଏମିତି ତେବେ ଆପଣ ହେବେ ଅତ୍ୟନ୍ତ ଭାଗ୍ୟଶାଳୀ । ମାତା ଲକ୍ଷ୍ମୀ ମଧ୍ୟ ହେବେ ପ୍ରସନ୍ନ ।
ନବରାତ୍ରୀରେ ଘଟ ସ୍ଥାପନାର ଅନେକ ମହତ୍ତ୍ୱ ରହିଛି । ମାତ୍ର ଏହି ସମୟରେ ଯେଉଁ ଜଅ ଏବଂ ମାଣ୍ଡିଆ ଲଗାଯାଏ ସେହି ଗଛ ଉଠିଲେ ସେଥିରେ ଅନେକ ଉପାୟ ଆପଣ କରି ପାରିବେ । ତାସହିତ ଏହି ଜଅ ଭବିଷ୍ୟତ ସହିତ ଜଡ଼ିତ ଅନେକ ସଙ୍କେତ ମଧ୍ୟ ଦେଇଥାଏ । ଘଟ ସ୍ଥାପନା ସମୟରେ ଜଅ ରୋପଣ କରାଯାଏ ଏବଂ ଜଅ ଖୁବ ପବିତ୍ର ହୋଇଥାଏ । ଯାହାକୁ ଶାସ୍ତ୍ର ଅନୁଯାୟୀ ସୃଷ୍ଟିର ପ୍ରଥମ ଫସଲ ମାନା ଯାଏ । ଏହି ଜଅ ଏବଂ ମାଣ୍ଡିଆକୁ ନେଇ ଆପଣ ନିଜର ବର୍ତ୍ତମାନ ଏବଂ ଭବିଷ୍ୟତ ସମ୍ବନ୍ଧରେ ଅନେକ କଥା ସହଜରେ ଜାଣି ପାରିବେ ।
ନବରାତ୍ରୀ ପରେ ଆପଣ ଏହି ଜଅ ଏବଂ ମାଣ୍ଡିଆକୁ ବିସର୍ଜିତ କରି ପାରିବେ । ମାତ୍ର ବିସର୍ଜିତ କରିବା ପୂର୍ବରୁ ସେଥିରୁ ଅଳ୍ପ ବାହାର କରି ରଖନ୍ତୁ । ଯଦି ଜଅ ଏବଂ ମାଣ୍ଡିଆ ଗଛ ମୂଳରୁ ଅଳ୍ପ ହଳଦିଆ ଏବଂ ଉପରେ ସବୁଜ ଥାଏ ତେବେ ଏହାର ଅର୍ଥ ଅଧା ବର୍ଷ ଆପଣଙ୍କ ସମୟ ଭଲ ରହିବ ଏବଂ ଅଧା ଖରାପ ରହିବ ।
ମାତ୍ର ମୂଳରୁ ସବୁଜ ଏବଂ ଉପର ଅଂଶରେ ହଳଦିଆ ହୋଇଥାଏ ତେବେ ପ୍ରଥମରେ ସମୟ ଭଲ ରହିବ ଏବଂ ଆଗାମୀ ସମୟରେ କିଛି ସମସ୍ୟା ଆସିପାରେ । ମାତ୍ର ଏହି ଗଛ ସମ୍ପୂର୍ଣ୍ଣ ସବୁଜ ହେଲେ ତାହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ । ତେଣୁ ଆପଣଙ୍କ ଜୀବନରେ କୌଣସି ସମସ୍ୟା ଆସିବାର ଥିଲେ ବିଜ ମନ୍ତ୍ର ୧୦୮ ଥର ଜପ କରି ପାରିବେ ।
ଏହାଦ୍ବାରା ଆପଣଙ୍କୁ ଅତ୍ୟନ୍ତ ଲାଭ ପ୍ରାପ୍ତ ହେବ । ଦଶହରାରେ ଏହି ଗଛକୁ ବିସର୍ଜିତ କରିବା ଉଚିତ ମାତ୍ର ସେଥିରୁ ଅଳ୍ପ ବାହାର କରି ସେହି ଗଛ ପାଖରେ ଦୀପ ଜାଳି ପାରିବେ । ଏହାଦ୍ବାରା ଏକ ଚମତ୍କାର ଶକ୍ତି ଆପଣଙ୍କୁ ସବୁ ଦିଗରୁ ରକ୍ଷା କରିବ । ମାଣ୍ଡିଆକୁ ବିସର୍ଜିତ କରିବା ସମୟରେ ଅଳ୍ପ ଧୋଇ ତାହାକୁ ନିଜ ସହିତ ଘରକୁ ନେଇ ଆସନ୍ତୁ । ଏହାକୁ ଶକ୍ତିର ପ୍ରତୀକ ମାନା ଯାଏ ।
ଏହାକୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଏ । ଏହାକୁ ସର୍ବଦା ବ୍ୟାପାର ସ୍ଥାନରେ ରଖାଯିବା ଉଚିତ । ଏହାଦ୍ବାରା ଧନରେ ଏବଂ କାରବାରରେ ବୃଦ୍ଧି ହୋଇଥାଏ । ଯଦି ଏହାକୁ ହଳଦିଆ କିମ୍ବା ନାଲି ବସ୍ତ୍ରରେ ଘୋଡ଼ାଇ ମୌଲି ସୂତା ଗୁଡ଼ାଇ ଦିଅନ୍ତି ତେବେ ଧନ ରଖା ଯାଉଥିବା ସ୍ଥାନରେ ରଖିଲେ କେବେ ଧନର ଅଭାବ ହୁଏନାହିଁ ।