ଅକ୍ଟୋବର ୨୪ ଦଶହରାରେ ଘରକୁ ଆଣନ୍ତୁ ଏହି ଗୋଟିଏ ଜିନିଷ । ଘରକୁ ଆସିବ ଅପାର ଧନ ।
ହିନ୍ଦୁ ଧର୍ମରେ ନବରାତ୍ରୀ ଅତ୍ୟନ୍ତ ଖାସ ହୋଇଥାଏ । ଏହା କେବଳ ଭାରତରେ ନୁହେଁ କି ବରଂ ଭାରତ ବାହାରେ ମଧ୍ୟ । ଏଭଳି ମାନ୍ୟତା ରହିଛି ଯେ ଏହି ନବରାତ୍ରୀରେ ମାତାଙ୍କ କୃପା ପ୍ରାପ୍ତ କରିବା ପାଇଁ କିଛି ଏପରି ଜିନିଷ ଅଛି ଯାହାକୁ ଘରକୁ ନେଇ ଆସିବା ଉଚିତ । ଯାହାଦ୍ୱାରା ଘରେ କେବେ ଅଭାବ ରହିବ ନାହିଁ ଏବଂ ମାତାଙ୍କ କୃପା ମଧ୍ୟ ପ୍ରାପ୍ତ ହେବ ।
୧ . ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନବରାତ୍ରୀ ସମୟରେ କୌଣସି ରୁପାର ବସ୍ତୁ ଆଣି ନାଲି କପଡ଼ାରେ ବାନ୍ଧି ମାତାଙ୍କୁ ଅର୍ପିତ କରି ଦିଅନ୍ତୁ ଏବଂ ଦଶମୀ ଦିନ ତାହାକୁ ବାହାର କରି ଗଙ୍ଗା ଜଳରେ ଧୋଇ ତାହା ସହିତ ଚାରି ପାଞ୍ଚଟି ଚାଉଳ ଦାନା , ଗୋମତି ଚକ୍ର ଏବଂ କଉଡ଼ି ନେଇ ସିନ୍ଧୁକ କିମ୍ବା ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ ।
୨ . ରୋଗରୁ ମୁକ୍ତି ପାଇବା ପାଇଁ ନବରାତ୍ରୀର କୌଣସି ଦିନ ଶୁଦ୍ଧ ଗାଈ ଘିଅ ଆଣି ଘରେ ରଖନ୍ତୁ ଏବଂ ମାତାଙ୍କୁ ଅର୍ପିତ କରନ୍ତୁ । ଏହାବ୍ୟତୀତ ମାତାଙ୍କ ପାଖରେ ଶୁଦ୍ଧ ଗାଈ ଘିଅରେ ଦୀପ ଜାଳି ମାତାଙ୍କ ବିଜ ମନ୍ତ୍ର ‘ ଯାଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣ ସଂଶ୍ଚିତା , ନମଃ ତସୈ ନମଃ ତସୈ ନମଃ ତସୈ ନମୁ ନମଃ ‘ ଜପ କରନ୍ତୁ । ଏହାଦ୍ବାରା କୌଣସି ପ୍ରକାରର ଗମ୍ଭୀର ରୋଗ ଦୂରେଇ ଯିବ ।
୩ . ଯଦି ଆପଣ ଏକ ସ୍ବପ୍ନର ଘର ଇଚ୍ଛା କରୁଛନ୍ତି ତେବେ ଏକ ଛୋଟ ଘର କିଣି ମାତାଙ୍କୁ ଅର୍ପିତ କରି ପ୍ରାର୍ଥନା କରନ୍ତୁ । ଦେଖିବେ କିଛିଦିନ ପରେ ଆପଣଙ୍କୁ ନିଜର ସ୍ବପ୍ନର ଘର ପ୍ରାପ୍ତ ହେବ ।
୪ . ଯଦି ଆପଣ ଚାକିରୀରେ ପ୍ରମୋଶନ ପାଇବାକୁ ଚାହୁଁଛନ୍ତି ତେବେ ତିନୋଟି ନଡ଼ିଆ ଆଣି ମାତାଙ୍କୁ ଅର୍ପିତ କରନ୍ତୁ ଏବଂ ନବମୀ ଦିନ ତାହାକୁ ନେଇ କୌଣସି ମନ୍ଦିରରେ ଅର୍ପିତ କରି ଦେଇ ଆସନ୍ତୁ । ଏହାଦ୍ବାରା ଆପଣଙ୍କୁ ଚାକିରୀରେ ନିଶ୍ଚିତ ପ୍ରମୋଶନ ମିଳିବ ।
୫ . ଯଦି ଆପଣ ନିଜର ଆକର୍ଷଣ ବଢ଼ାଇବାକୁ ଚାହୁଁଛନ୍ତି ତେବେ ଅତର , ସୁଗନ୍ଧିତ ଫୁଲ , ଧୂପ ଇତ୍ୟାଦି ଆଣି ମାତାଙ୍କୁ ଅର୍ପିତ କରି ପାରିବେ ।
୬ . ଅପାର ଧନ ସମ୍ପତ୍ତି ପାଇବାକୁ ଚାହୁଁଥିଲେ ନବରାତ୍ରୀର ନଅ ଦିନରେ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ କୋଏନ ଭିନ୍ନ ଭିନ୍ନ ନଅ ଜଣ କିନ୍ନରଙ୍କ ଠାରୁ ଆଣି ମାତାଙ୍କୁ ଅର୍ପିତ କରନ୍ତୁ । ଏହାବ୍ୟତୀତ ଆପଣ ମୌଲି ସୂତା କିଣି ନଅଟି ଗଣ୍ଠି ପକାଇ ଭିନ୍ନ ଭିନ୍ନ ନଅଟି ମନସ୍କାମନା କହି ମଧ୍ୟ ମାତାଙ୍କୁ ଅର୍ପିତ କରି ପାରିବେ । ଏହାଦ୍ବାରା ଧନ ସମ୍ପତ୍ତିରେ ଅବିବୃଦ୍ଧି ହୋଇଥାଏ ।
୭ . ନିଜ ଜୀବନରେ ଥରେବି ଯଦି ଆପଣ ମାତାଙ୍କୁ ଷୋହଳ ଶୃଙ୍ଗାର ଚଢ଼ାଇ ଦିଅନ୍ତି ତେବେ ମାତା ଅତ୍ୟନ୍ତ ପ୍ରସନ୍ନ ହେବେ । ଏହାଦ୍ବାରା ସୁଖ ସମୃଦ୍ଧି ଏବଂ ସୌଭଗ୍ୟ ପ୍ରାପ୍ତ ହୋଇଥାଏ । ପାରିବାରିକ ଅଶାନ୍ତି ଦୂର ହୋଇଥାଏ ।
୮ . ନବରାତ୍ରୀରେ ମୟୁର ପର ଘରକୁ ଆଣି ସ୍ଥାପିତ କଲେ ଘରେ ସବୁ ବିଦ୍ୟାର୍ଥୀଙ୍କର ଉନ୍ନତି ହୋଇଥାଏ । ମୟୁର ପର ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ସକାରାତ୍ମକ ଶକ୍ତିର ଭଣ୍ଡାର ହୋଇଥାଏ ।
୯ . ନବରାତ୍ରୀ ସମୟରେ କଦଳୀ ଗଛ ଆଣି ଘରେ ଲଗାଇଲେ ମଧ୍ୟ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ପ୍ରତ୍ୟେକ ଦିନ ସେହି ଗଛରେ ଜଳ ଚଢ଼ାଇଲେ ସେହି ବ୍ୟକ୍ତିକୁ ଧନବାନ ହେବାରୁ କେହିବି ଅଟକାଇ ପାରିବେ ନାହିଁ ।
୧୦ . ନବରାତ୍ରୀ ସମୟରେ ରୁପାର କଇଁଛ ଆଣି ଘରେ ରଖିଲେ ସୁଖ ଶାନ୍ତି ଧନ ବୈଭବ ପ୍ରାପ୍ତ ହୋଇଥାଏ ଏବଂ ଆର୍ଥିକ ସମୃଦ୍ଧି ମଧ୍ୟ ହୋଇଥାଏ ।