ତୁଳସୀ ଗଛରେ ବାନ୍ଧନ୍ତୁ ଏହି ଗୋଟିଏ ଜିନିଷ , ଦେଖିବେ ହେବ ଆରମ୍ଭ ହେବ ଧନ ବର୍ଷା
ନବରାତ୍ରି ଆରମ୍ଭ ହୋଇ ସାରିଛି । ହିନ୍ଦୁ ଧର୍ମରେ ଏହି ନବରାତ୍ରିର ବିଶେଷ ମହତ୍ତ୍ଵ ରହିଛି ଆଉ ଏହାକୁ ହିନ୍ଦୁ ଧର୍ମରେ ବହୁତ ଧୁମଧାମ୍ ର ସହିତ ପାଳନ କରାଯାଏ । ବିଶ୍ୱାସ କରାଯାଏ ଯେ , ଏହି ଦିନ ଯେଉଁ ମାନେ ପୂଜାର୍ଚ୍ଚନା କରିଥାନ୍ତି , ଉପବାସ କରିଥାନ୍ତି , ସେମାନଙ୍କ ସବୁ ମନୋସ୍କାମନା ପୁରଣ ହୋଇଥାଏ । କାହିଁକି ନା ଏହି ନଅ ଦିନ ମାଆ ଧରାପୃଷ୍ଠକୁ ଆସି ଥାଆନ୍ତି । ହିନ୍ଦୁ ଧର୍ମରେ ଏପରି ଅନେକ ବୃକ୍ଷ ବିଷୟରେ କୁହାଯାଇଛି , ଯାହାକୁ ମାଆଙ୍କର ସ୍ୱରୂପ ଭାବରେ ବିବେଚନା କରାଯାଏ ।
ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ବୃକ୍ଷ ବିଷୟରେ କହିବାକୁ ଯାଉଛୁ , ଯେଉଁଥିରେ ଆପଣ କେବଳ ଗୋଟିଏ ଜିନିଷ ବାନ୍ଧି ହେଲେ ଆପଣଙ୍କ ସବୁ ମନୋସ୍କାମନା ପୁରଣ ହୋଇଯିବ । ତେବେ ତାହା ହେଉଛି ତୁଳସୀ ଗଛ । ନବରାତ୍ରିରେ ତୁଳସୀ ଗଛରେ ଏହି ଜିନିଷ ବାନ୍ଧି ଦେଲେ ବ୍ୟକ୍ତିଙ୍କ ଭାଗ୍ୟ ଚମକି ଉଠିଥାଏ ଆଉ ସମସ୍ତଙ୍କ ଭାଗ୍ୟ ଉଜ୍ଜଳ ହୋଇ ଉଠିଥାଏ । ତୁଳସୀ ଗଛ ଯଦି ଆପଣଙ୍କ ଘରେ ଅଛି ତେବେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
ନିୟମିତ ଭାବେ ତୁଳସୀ ପୂଜା କଲେ ଆପଣଙ୍କୁ ଲାଭ ମିଳିଥାଏ । କିନ୍ତୁ ତୁଳସୀ ଗଛରେ ଏହି ଜିନିଷ ବାନ୍ଧିଲେ ଆପଣଙ୍କୁ ସବୁ ଖୁସି ମିଳିଥାଏ । ଅନେକ ଧାର୍ମିକ ପରମ୍ପରାରେ ତୁଳସୀକୁ ବ୍ୟବହାର କରା ଯାଇଥାଏ । ଅନେକ ଔଷଧୀୟ ଗୁଣରେ ଏହାକୁ ବ୍ୟବହାର କରାଯାଏ । ପୁରାଣରେ ତୁଳସୀକୁ ଭଗବାନ ବିଷ୍ଣୁଙ୍କ ପତ୍ନୀ ହେବାର ଆସିର୍ବାଦ ପ୍ରାପ୍ତ ହୋଇଛି । ତୁଳସୀ ଲାଗିଥିବା ସ୍ଥାନରେ ବ୍ରହ୍ମା , ବିଷ୍ଣୁ ଏବଂ ଶଙ୍କର ମଧ୍ୟ ବାସ କରିଥାନ୍ତି । ତୁଳସୀ ପୂଜା କରିବା ଦ୍ୱାରା ପାପ ନଷ୍ଟ ହୋଇ ଯାଇଥାଏ ।
ତୁଳସୀ ମାଆଙ୍କୁ ପୂଜା କରିବା ସମୟରେ ଚୁନରି ଅବଶ୍ୟ ଚଢ଼ାନ୍ତୁ । ତୁଳସୀ ଏବଂ ଶାଳଗ୍ରାମ ବିବାହ କରାଇବା ଫଳରେ ଦୁଃଖ ଏବଂ ପାପ ସବୁ ନଷ୍ଟ ହୋଇ ଯାଇଥାଏ । ସକାଳେ ଉଠି ଗାଧୋଇ ସାରି ତୁଳସୀ ଗଛରେ ନାଲି ସୂତା ବାନ୍ଧି ଦିଅନ୍ତୁ । ଏହାପରେ ଗୋଟିଏ ମାଟି ହାଣ୍ଡିରେ ଚାଉଳ ଭର୍ତି କରି ତା ଉପରେ ସିନ୍ଦୂର , ଗୋଟିଏ ଟଙ୍କା ମୁଦ୍ରା ଆଉ ତିନୋଟି ତୁଳସୀ ପକାଇ ଦେବେ । ଏବେ ଏହା ଉପରେ ଗୋଟିଏ ଚୁନି ଘୋଡାଇ ମାତା ଲକ୍ଷ୍ମୀଙ୍କ ପାଖକୁ ଯାଇ ପ୍ରାର୍ଥନା କରିବେ କି ମାତା ଲକ୍ଷ୍ମୀ ମୋ ଜୀବନରେ ଧନର ଅଭାବ ଦୂର କରନ୍ତୁ । ଦେଖିବେ ନିଶ୍ଚିତ ଭାବରେ ମାତା ଆପଣଙ୍କ ମନୋସ୍କାମନା ପୁରା କରିବେ ।
ଆଉ ଗୋଟିଏ କଥା ମନେ ରଖନ୍ତୁ , ଏହି ଭୁଲ ଗୁଡ଼ିକ କେବେ କରନ୍ତୁ ନାହିଁ । କେବେ ବି ନିଜ ଘରେ ଗୋଟିଏରୁ ଅଧିକ ତୁଳସୀ ରଖନ୍ତୁ ନାହିଁ । ଏହାକୁ ନିଜ ପଡ଼ିଶା ଘରକୁ ଆପଣ ଦେଇପାରିବେ । ଅନ୍ୟ ପକ୍ଷରେ ତୁଳସୀ ଗଛ ପାଖରେ କେବେ ଶିବ ଲିଙ୍ଗ ରଖନ୍ତୁ ନାହିଁ କି ଗଣେଶ ରଖନ୍ତୁ ନାହିଁ । ଏହା ବିନାଶର କାରଣ ହୋଇଥାଏ । ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ କରିବାକୁ ଚାହୁଁଥିଲେ ତୁଳସୀ ଗଛ ପାଖରେ କଦଳୀ ଗଛ ନିଶ୍ଚିତ ଭାବରେ ଲଗାନ୍ତୁ । ଯେଉଁ ଘରେ ତୁଳସୀ ପାଖରେ ଏହି ଜିନିଷ ରଖା ଯାଇନଥାଏ , ସେହି ଘରୁ ଲକ୍ଷ୍ମୀ କୋଷ ଦୂରରେ ରହିଥାନ୍ତି ।