ଘରେ ପଇସା ରହୁ ନଥିଲେ ୨୪ ଘଣ୍ଟା ମଧ୍ୟରେ ଆସିବ ପଇସା । ବାସ ନିମ ଗଛର ଚେରକୁ ନେଇ କରି ଦିଅନ୍ତୁ ଏହି ଉପାୟ ।
ନିମ ଗଛ କୌଣସି ସାଧାରଣ ଗଛ ନୁହେଁ ବରଂ ଏହା ଅତ୍ୟନ୍ତ ଚମତ୍କାରୀ ଗଛ ଅଟେ । ଏହାଦ୍ବାରା ହଠାତ ଧନପ୍ରାପ୍ତି ମଧ୍ୟ ହୋଇପାରେ । ଏହି ଗଛରେ ଅନେକ ଔଷଧୀୟ ଗୁଣ ରହିଥାଏ ଯାହାକି ଅନେକ ସଂକ୍ରମଣ ରୋଗକୁ ରୋକିଥାଏ । ଏହାର ଅନେକ ବୈଦିକ ଏବଂ ଜ୍ୟୋତିଷ ମହତ୍ତ୍ୱ ମଧ୍ୟ ରହିଛି । ନିମ ଗଛ ମାତା ଦୁର୍ଗାଙ୍କ ସ୍ୱରୂପ ହୋଇଥାଏ ତେଣୁ ନବରାତ୍ରୀ ସମୟରେ ନିମ ପତ୍ର ଦ୍ୱାରା ମାତାଙ୍କୁ ଜଳ ସିଞ୍ଚନ କରାଯାଇଥାଏ । ଘରର ଆଖପାଖରେ ନିମ ଗଛ ଲଗାଇଲେ ଏହା ଏକାଧିକ ସଂକ୍ରମଣ ରୋଗକୁ ରୋକିଥାଏ । ଜ୍ୟୋତିଷ ଶାସ୍ତ୍ରରେ ନିମ ଗଛର ସମ୍ବନ୍ଧ ଶନି ଦେବଙ୍କ ସହିତ ରହିଛି ବୋଲି ମାନ୍ୟତା ରହିଛି ।
ରାହୁ ଏବଂ କେତୁ ଠାରୁ ମୁକ୍ତି ପାଇଁ ଏହି ଗଛ ରାମବାଣ ସଦୃଶ ହୋଇଥାଏ । ନିମ ଗଛ ମୂଳରେ ମନ୍ତ୍ର ଜପ କଲେ ସେହି ମନ୍ତ୍ର ସିଦ୍ଧ ହୋଇଥାଏ ବୋଲି କୁହାଯାଏ । ନିମ୍ବ ଡାଳକୁ ହୋମରେ ବ୍ୟବହାର କଲେ ସବୁ ପ୍ରକାରର ଶନି ଦୋଷ ଦୂର ହୋଇଥାଏ । ଶନିଙ୍କର ସାଢ଼େସାତି ଥିଲେ ଶନିବାର ଦିନ ନିମ ଗଛର ଶାଖାକୁ ଖଣ୍ଡ ଖଣ୍ଡ କାଟି ସୂତାରେ ଗୁନ୍ଥି ଧୂପ ଦୀପ ଦେଖାଇ ଶନି ଦେବଙ୍କୁ ସ୍ମରଣ କରି ଧାରଣ କରନ୍ତୁ ।
ଏହାଦ୍ବାରା ଆପଣଙ୍କର ସବୁ ପ୍ରକାରର ସମସ୍ୟା ଏବଂ ଦୁର୍ଘଟଣା ମାନ ସମ୍ମାନ ହାନୀ ଭୟ ଦୂର ହୋଇଯିବ । ଯଦି ଆପଣ ନିମ କାଠରେ ନିଜେ ଶ୍ରୀଯନ୍ତ୍ର ବନାଇ ଘରେ ସ୍ଥାପିତ କରନ୍ତି ତେବେ ମାତା ଲକ୍ଷ୍ମୀ ଘରକୁ ପ୍ରସନ୍ନ ହୋଇ ପ୍ରବେଶ କରନ୍ତି ଏବଂ ଆପଣଙ୍କର ଉନ୍ନତି ଆରମ୍ଭ ହୋଇଯାଏ ।ଘରେ ବାହାରେ ଏକ ନିମ ଗଛ ରଖି ତାହାକୁ ପ୍ରତ୍ୟେକ ଦିନ ପୂଜା କଲେ ଘର ଉପରେ କୌଣସି ବିପଦ ଆସିବ ନାହିଁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ବଜାୟ ରହିବ ।
ନିମ ଗଛ ମାତା ଦୁର୍ଗାଙ୍କ ସ୍ୱରୂପ ହୋଇଥାଏ ଏବଂ ଏହା ୫୦୦ ଫୁଟ ଦୂର ପର୍ଯ୍ୟନ୍ତ କୌଣସି ନକରାତ୍ମକ ଶକ୍ତି ଆସିବାକୁ ଦିଏନାହିଁ । ପାଣିରେ ନିମ ପତ୍ର ପକାଇ ତାହାକୁ ଫୁଟାଇ ସ୍ନାନ କଲେ ବହୁତ ଜଲଦି ରାହୁ ଦୋଷ ଦୂର ହୋଇଥାଏ । ଏକ ଗୁପ୍ତ ଉପାୟ ଅନୁଯାୟୀ ଶନିବାର ଦିନ କୌଣସି ମନ୍ଦିର ପାଖରେ ଏକ ନିମ ଗଛ ଲଗାଇ ଦିଅନ୍ତୁ । ଏଭଳି କୁହାଯାଏ ଯେ ଏହି ନିମ ଗଛର ଛାଇ ଯେତେ ମନ୍ଦିର ଉପରେ ପଡ଼ିବ ସେତେ ସେତେ ଆପଣଙ୍କ ଜୀବନରେ ଉନ୍ନତି ଆସିବ ଏବଂ ମାତା ଦୁର୍ଗା ଆପଣଙ୍କ ଉପରେ ସେତେ ପ୍ରସନ୍ନ ହେବେ ।