Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରୀରେ କୌଣସି ଦିନ କରି ଦିଅନ୍ତୁ କନ୍ୟା ପୂଜନ ଏବଂ ଅର୍ପିତ କରନ୍ତୁ ଏହି ଗୋଟିଏ ଜିନିଷ । ମାତା ଦୁର୍ଗା ହେବେ ପ୍ରସନ୍ନ ।

ସେୟାର୍ କରନ୍ତୁ

ଶାରଦୀୟ ନବରାତ୍ରୀରେ ମାତା ଦୁର୍ଗାଙ୍କର ପୂଜା ଅର୍ଚ୍ଚନା କରାଯାଏ । ଏହି ସମୟରେ ବ୍ରହ୍ମାଣ୍ଡରେ ସବୁ ଗ୍ରହ ଏକତ୍ରିତ ହେବା ଦ୍ୱାରା ସବୁ ଜୀବଜନ୍ତୁଙ୍କ ଉପରେ ଏହାର ଅନେକ ପ୍ରଭାବ ପଡ଼ିଥାଏ । ସେଥିରୁ ବର୍ତ୍ତିବା ପାଇଁ ମାତା ଦୁର୍ଗାଙ୍କର ପୂଜା କରାଯାଏ । ନବରାତ୍ରୀରେ ମାତାଙ୍କର ନଅଟି ଭିନ୍ନ ଭିନ୍ନ ରୂପର ପୂଜା କରାଯାଏ । ନବରାତ୍ରୀରେ ବାର ଏବଂ ବ୍ରତ କରିବାର ବିଧାନ ରହିଛି କିନ୍ତୁ ଏହି ସମୟରେ କନ୍ୟା ପୂଜନର ଅଧିକ ମହତ୍ତ୍ୱ ରହିଛି । କନ୍ୟା ପୂଜନ ସମୟରେ କନ୍ୟାଙ୍କୁ ପ୍ରସନ୍ନ କରିବା ପାଇଁ ଉପହାର ଦିଆଯାଇ ଥାଏ । ଏହାଦ୍ବାରା ମାତା କନ୍ୟା ରୂପରେ ଆସି ପୂଜା ଗ୍ରହଣ କରିବା ସହିତ ଆଶୀର୍ବାଦ ମଧ୍ୟ ଦିଅନ୍ତି ।

ଯେଉଁ ବ୍ୟକ୍ତି ଉପରେ କନ୍ୟା ପ୍ରସନ୍ନ ହୁଅନ୍ତି ସେହି ବ୍ୟକ୍ତି ଉପରେ ମାତା ରାଣୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ନବରାତ୍ରୀରେ ଦୁଇ ବର୍ଷରୁ ଦଶ ବର୍ଷର ହୋଇଥିବା କନ୍ୟାଙ୍କ ପୂଜନ ହୋଇଥାଏ । ସେମିତି ଭିନ୍ନ ଭିନ୍ନ ବୟସର କନ୍ୟାଙ୍କୁ ଭିନ୍ନ ଭିନ୍ନ ଦେବୀଙ୍କ ରୂପ ମାନା ଯାଇଥାଏ ଏବଂ ପୂଜନ କରିବା ଦ୍ୱାରା ଭିନ୍ନ ଭିନ୍ନ ଲାଭ ମିଳିଥାଏ ।

ତେଣୁ ନବମୀ ଦିନ କନ୍ୟାଙ୍କ ପୂଜନ କରି ଭୋଜନ କରାଇବା ସହିତ ବାଳକର ପୂଜା ମଧ୍ୟ କରିବା ଉଚିତ । କାରଣ ବିନା ହନୁମାନ ପୂଜନରେ ଏହି ପୂଜନ ସଫଳ ହେବ ନାହିଁ । ଏହିଦିନ ସକାଳୁ ଉଠି ସ୍ନାନ କରି ଏକ ସ୍ୱଚ୍ଛ ବସ୍ତ୍ର ଧାରଣ କରି ଏକ ଜଟା ଥିବା ନଡ଼ିଆ ନେଇ ସେଥିରେ ଏକ ସ୍ୱସ୍ତିକ ଚିହ୍ନ ବନାଇ ଦିଅନ୍ତୁ ।

ଏହାପରେ ଏକ ଶୁଦ୍ଧ ଘିଅ ଦୀପ ଜାଳି ଏବଂ ଧୂପ ଜାଳି , କୁମକୁମ ଲଗାଇ ମାତାଙ୍କୁ ନିଜର ମନସ୍କାମନା କହି ଏକ ମନ୍ତ୍ର ଜପ କରି ଦିଅନ୍ତୁ । ମନ୍ତ୍ରଟି ହେଉଛି ” ଓଁ ସର୍ବ ମଙ୍ଗଲ୍ୟ ମା କାଳୀ , ଶିବେ ସର୍ବା ତାଶାଧିକେ ସରନ୍ୟେ ପ୍ରେୟମବକେ ଗୋରୀ ନାରାୟଣୀ ନମସ୍ତୁତେ । ” ଏହାପରେ ଓଁ ଏଂ ହ୍ରୀଂ କ୍ଲିଙ୍ଗ ଚାମୁଣ୍ଡାୟ ବିଜେ ” ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ ।

ଏହାଦ୍ବାରା କେବେବି ଆପଣଙ୍କର କୌଣସି ଅନିଷ୍ଟ ହେବ ନାହିଁ । ନବରାତ୍ରୀ ସମୟରେ ଏହି ମନ୍ତ୍ରକୁ ସବୁ ଭକ୍ତ ଜପ କରିବା ଉଚିତ ଏବଂ ଜପ କରିବା ପରେ ନଡ଼ିଆକୁ ନେଇ ମାତାଙ୍କୁ ପ୍ରାର୍ଥନା କରି କନ୍ୟାଙ୍କୁ ଅର୍ପଣ କରି ଦିଅନ୍ତୁ । ଦଶ ବର୍ଷ ପର୍ଯ୍ୟନ୍ତ ବୟସ ଥିବା କନ୍ୟାକୁ ହିଁ ମାତାଙ୍କ ରୂପ ମାନା ଯାଏ । ନବରାତ୍ରୀରେ କନ୍ୟାଙ୍କୁ ଶ୍ରୀଫଳ ଦେଲେ ମାତା ଖୁବ ପ୍ରସନ୍ନ ହୁଅନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *