Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରୀରେ ଘରକୁ ଉପାଡ଼ି ନେଇ ଆସନ୍ତୁ ଏହି ଗଛର ମୂଳ । ଏହି ଖାସ ଉପାୟ ଦ୍ୱାରା ମାତା ଲକ୍ଷ୍ମୀ ହେବେ ପ୍ରସନ୍ନ ଏବଂ ଶତ୍ରୁ ହେବ ଶାନ୍ତ ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ନବରାତ୍ରୀର ଅନେକ ମହତ୍ତ୍ୱ ରହିଛି ଏବଂ ଶାସ୍ତ୍ର ଅନୁଯାୟୀ ଏହି ନବରାତ୍ରୀରେ ଗୋଟିଏ ଅତି ସ୍ୱତନ୍ତ୍ର ଗଛର ଚେର ଧାରଣ କରିବା ଦ୍ୱାରା ମନୁଷ୍ୟର ଭାଗ୍ୟ ବଦଳି ପାରିବ । ଏପରି ଅନେକ ଗଛ ରହିଛି ଯାହାକୁ ଆମ ହିନ୍ଦୁ ଧର୍ମରେ ଭଗବାନଙ୍କ ଭାବରେ ପୂଜା କରାଯାଏ । ତେବେ ଆଜିକାର ଲେଖାରେ ଆମେ ଆପଣଙ୍କୁ ସେହି ଖାସ ଗଛ ବିଷୟରେ କହିବୁ ଯାହାକୁ ଯଦି ଆପଣ ତାବିଜରେ ପୁରାଇ ଧାରଣ କରନ୍ତି ତେବେ ଆପଣଙ୍କ ଭାଗ୍ୟ ବଦଳି ଯିବ । କହିରଖିବୁ ଯେ ଏହି ଗଛର ନାମ ହେଉଛି ଅପାମାର୍ଗ ଗଛ ଯାହାକୁ ନେଇ ଯଦି ଆପଣ କିଛି ସହଜ ଉପାୟ କରି ଦିଅନ୍ତି ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ ।

ବନସ୍ପତି ଗ୍ରନ୍ଥରେ ଏହା ଉଲ୍ଲେଖ ରହୁଛି ଯେ ପୂର୍ବରୁ ମୁନି ଋଷି ମାନେ ଏହି ଗଛର ବିଜକୁ ରାନ୍ଧି ସେବନ କରୁଥିଲେ । ଯାହାକି ଅଧିକ ସମୟ ପର୍ଯ୍ୟନ୍ତ ଭୋକ ଅନୁଭୂତ ହେବାକୁ ଦେଉ ନଥିଲା ଏବଂ ସେମାନେ ଅଧିକ ସମୟ ପର୍ଯ୍ୟନ୍ତ ଧ୍ୟାନ କରି ପାରୁଥିଲେ । ପ୍ରୋଟିନ ମାମଲାରେ ଏହି ଗଛ ଅତ୍ୟନ୍ତ ଭଲ ଅଟେ । ଏହାବ୍ୟତୀତ ଦାନ୍ତ ଜନିତ କୌଣସି ସମସ୍ୟା ଯେମିତିକି ଦାନ୍ତ ବିନ୍ଧା ଏବଂ ପୋକ ଲାଗିବା ଏଭଳି ସମସ୍ୟା ଏହି ଅପାମାର୍ଗ ଗଛ ଦ୍ୱାରା ଦୂର ହୋଇଯାଇ ପାରିବ । ତେଣୁ ଏହି ଗଛର ମୂଳକୁ ଆଣି ପନ୍ଦର ଦିନ ପର୍ଯ୍ୟନ୍ତ ଦାନ୍ତରେ ଘଷି ଦିଅନ୍ତୁ । ଦେଖିବେ ଆପଣଙ୍କର ଦାନ୍ତ ଜନିତ ସମସ୍ୟା ଦୂର ହୋଇଯିବ ।

ଏହାଦ୍ବାରା ଆଣ୍ଠୁ ଗଣ୍ଠି ସମସ୍ୟା ଏବଂ ଦାନ୍ତ ହଳଦିଆ ପଡ଼ିବା ଭଳି ସମସ୍ୟା ଦୂର ହୋଇଯିବ । ଏଥିପାଇଁ ଅପାମାର୍ଗ ଗଛର ଚେରକୁ ଆଣି ଖରାରେ ଶୁଖାଇ ଗ୍ରାଇଣ୍ଡିଙ୍ଗ କରନ୍ତୁ ଏବଂ ଗରମ ସୋରିଷ ତେଲରେ ମିଶାଇ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ସ୍ଥାନରେ ମାଲିସ କରନ୍ତୁ । ଏହି ଉପାୟକୁ ମାତ୍ର ୨ ମାସ ପର୍ଯ୍ୟନ୍ତ କରି ନିଅନ୍ତୁ । ଏହା ନିଶ୍ଚୟ କାମ କରିବ । ତାନ୍ତ୍ରିକ ଫାଇଦା ଅନୁଯାୟୀ ଶତ୍ରୁ ଶକ୍ତି ଆପଣଙ୍କର କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଥିଲେ ତେବେ ଶନିବାର ଦିନ ଏହାର ମଞ୍ଜିକୁ ଛିଡ଼ାଇ ଶନି ମନ୍ଦିରରେ ଶନିଙ୍କ ସାମ୍ନାରେ ବସି ଶନି ଚାଳିଶା ୫୧ ଥର ପାଠ କରିବା ପରେ ସେହି ମୂଳକୁ ଏକ ନାଲି କପଡ଼ାରେ ଗୁଡ଼ାଇ ଏପରି ଏକ ସ୍ଥାନରେ ରଖି ଦିଅନ୍ତୁ ଯେଉଁ ସ୍ଥାନକୁ କେହିବି ଯାଆସ କରୁ ନଥିବେ ।

ବ୍ୟାପାରରେ ଉନ୍ନତି ଚାହୁଁଥିଲେ ଶୁକ୍ରବାର ଦିନ ଏହି ଗଛର ମୂଳକୁ ଛିଡ଼ାଇ ଆଣି ଏକ ନାଲି କପଡ଼ା ଉପରେ ରଖି ତାହା ଉପରେ ଅଳ୍ପ ସିନ୍ଦୁର ପକାଇ ବାନ୍ଧି ଦିଅନ୍ତୁ ଏବଂ ବ୍ୟବସାୟ ସ୍ଥାନରେ ରଖି ଦିଅନ୍ତୁ । ଯଦି ଆପଣଙ୍କ ଉପରେ କୌଣସି ତନ୍ତ୍ର ମନ୍ତ୍ର କ୍ରିୟା ହୋଇଛି ତେବେ ସୋମବାର ଦିନ ଏହି ଗଛର ମୂଳକୁ ସମ୍ପୂର୍ଣ୍ଣ ଛିଡ଼ାଇ ଆଣି ଧୋଇ ମହାଦେବଙ୍କ ସାମ୍ନାରେ ବସି ୧୦୦୧ ଥର ଓଁ ନମଃ ଶିବାୟ ମନ୍ତ୍ରର ଜପ କର ସେହି ମୂଳକୁ ଏକ ତାବିଜରେ ପୁରାଇ ବାହୁରେ କିମ୍ବା ବେକରେ ଧାରଣ କରନ୍ତୁ । ମଙ୍ଗଳବାର ଦିନଟି ହନୁମାନଙ୍କ ପ୍ରିୟ ତେଣୁ ଏହି ଦିନ ଏହି ଗଛକୁ ଉପାଡ଼ି ଆଣି ଏହାର ମୂଳକୁ ଧୋଇ ଶୁଖାଇବା ପରେ ପାଉଡ଼ର କରି ନିଜର ତିଳକ ଧାରଣ କରୁଥିବା ସିନ୍ଦୁରରେ ମିଶାଇ ଧାରଣ କରନ୍ତୁ । ଏହାଦ୍ବାରା ଆପଣଙ୍କ ମଙ୍ଗଳ ଦୃଢ଼ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *