ଅକ୍ଟୋବର ୧୫ ରୁ ୨୫ ନବରାତ୍ରୀରେ ଘରକୁ ନେଇ ଆସନ୍ତୁ ଏହି ପତ୍ର ଏବଂ ଫୁଲ । ଦୂର ହୋଇଯିବ ଦାରିଦ୍ର୍ୟତା ।
ଚଳିତ ବର୍ଷ ନବରାତ୍ରୀ ଆରମ୍ଭ ହୋଇ ସାରିଛି ଏବଂ ଏହା କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ବେଶ ଧୂମଧାମରେ ପାଳିତ ହୋଇଥାଏ । ନବରାତ୍ରୀରେ ମାତା ଦୁର୍ଗାଙ୍କର ନଅଟି ସ୍ୱରୂପକୁ ପୂଜା କରାଯାଏ । ତେବେ ଯଦି ଆପଣ ନଅ ଦିନରେ ଗୋଟିଏ ଜିନିଷ ଘରକୁ ନେଇ ଆସନ୍ତି ତେବେ ଜନ୍ମ ଜନ୍ମାନ୍ତରର ଦାରିଦ୍ର୍ୟତା ଦୂର ହୋଇଯିବ ।
୧ . ଯଦି ଅନେକ ପରିଶ୍ରମ କରିବା ସତ୍ତ୍ୱେବି ଆପଣଙ୍କ ମନସ୍କାମନା ଅର୍ଥାତ ବିଦେଶ କିମ୍ବା ଚାରି ଧାମ ଯାତ୍ରା ପୂରଣ ହୋଇପାରୁ ନାହିଁ ତେବେ ଧ୍ୱଜା ଘରକୁ ନେଇ ଆସନ୍ତୁ ଏବଂ ନବମୀ ଦିନ କୌଣସି ଦେବୀ ମନ୍ଦିର ଯାଇ ତାହାକୁ ଅର୍ପିତ କରି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କର ଚାରି ଧାମ କିମ୍ବା ବିଦେଶ ଯାତ୍ରାର ଇଚ୍ଛା ନିଶ୍ଚୟ ପୂରଣ ହୋଇଯିବ ।
୨ . ଯଦି ଆପଣ ଆର୍ଥିକ ସମୃଦ୍ଧି ପାଇବାକୁ ଚାହୁଁଛନ୍ତି ଏବଂ ମନ ଇଚ୍ଛା ଧନ ଲାଭ କରିବାକୁ ଚାହୁଁଛନ୍ତି ତେବେ ନବରାତ୍ରୀ ସମୟରେ ରୁପାର ତିଆରି କୌଣସି ବସ୍ତୁ କିଣି ଘରକୁ ନେଇ ଆସନ୍ତୁ । ଏହାପରେ ମାତାଙ୍କ ପାଖରେ ଅର୍ପିତ କରିବା ପରେ ଦଶମୀ ଦିନ ନାଲି କପଡ଼ାରେ ବାନ୍ଧି ଚାଉଳ ଏବଂ କଉଡ଼ି ସହିତ କିମ୍ବା ଘରେ ଧନ ରଖା ଯାଉଥିବା ସ୍ଥାନରେ ରଖି ପାରିବେ । ଏହାଦ୍ବାରା ଆପଣଙ୍କର ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ ।
୩ . ଯଦି ଆପଣ ରୋଗରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ନବରାତ୍ରୀର ଆରମ୍ଭ ଠାରୁ ଦଶମୀ ପର୍ଯ୍ୟନ୍ତ ଗାଈ ଘିଅ ଘରକୁ ଆଣି ସେଥିରେ ଦୀପ ଜାଳି ମାତା ରାଣୀଙ୍କ ବିଜ ମନ୍ତ୍ର ଜପ କରନ୍ତୁ । ଏହାଦ୍ବାରା ଅତି ପୁରୁଣାରୁ ପୁରୁଣା ରୋଗ ମଧ୍ୟ ଦୂର ହୋଇଯିବ ।
୪ . ଯଦି ଆପଣଙ୍କର ଏକ ସ୍ବପ୍ନର ଘର କରିବାର ଇଚ୍ଛା ଅଛି ତେବେ ନବରାତ୍ରୀରେ ଏକ ଛୋଟ ଘର ଆଣି ମାତାଙ୍କୁ ଅର୍ପିତ କରନ୍ତୁ । ଦେଖିବେ କିଛି ଦିନ ପରେ ହିଁ ଆପଣଙ୍କ ପାଖରେ ଏକ ସୁନ୍ଦର ଘର ଥିବ ।
୫ . ଚାକିରୀରେ ପଦୋନ୍ନତି ଚାହୁଁଥିଲେ ତିନୋଟି ନଡ଼ିଆ ଆଣି ଘରେ ରଖନ୍ତୁ ଏବଂ ନବମୀ ଦିନ ମାତାଙ୍କୁ ଅର୍ପିତ କରନ୍ତୁ । ଦେଖିବେ ମାତା ପ୍ରସନ୍ନ ହେବେ ଏବଂ ଚାକିରୀରେ ପଦୋନ୍ନତି ମଧ୍ୟ ମିଳିବ ।
୬ . ଧନ ଲାଭ କରିବାକୁ ଚାହୁଁଥିଲେ ନବରାତ୍ରୀରେ ନଅ ଦିନରେ ନଅ ଜଣ ଭିନ୍ନ ଭିନ୍ନ କିନ୍ନର ମାନଙ୍କ ପାଖରୁ ଆଶୀର୍ବାଦ ଭାବରେ ନଅଟି କୋଏନ ଆଣନ୍ତୁ ଏବଂ ତାହାକୁ ଗଙ୍ଗା ଜଳରେ ଧୋଇ ନିଜର ପର୍ସ କିମ୍ବା ଘରେ ଧନ ରଖା ଯାଉଥିବା ସ୍ଥାନରେ ରଖି ପାରିବେ । ଦେଖିବେ ଆଜୀବନ ଆପଣଙ୍କ ଘରେ ଟଙ୍କାର ଅଭାବ ହେବ ନାହିଁ ।
୭ . ଆର୍ଥିକ ଲାଭ ପାଇଁ ଆଉ ଏକ ଉପାୟ ଅନୁଯାୟୀ ନବରାତ୍ରୀରେ ଏକ ନାଲି ମୌଲି ସୂତା କିଣି ନିଜର ନଅଟି ମନସ୍କାମନା କହି ନଅଟି ଗଣ୍ଠି ପକାଇ ଦିଅନ୍ତୁ ଏବଂ ମାତାଙ୍କୁ ଅର୍ପିତ କରନ୍ତୁ । ଏହାଦ୍ବାରା ଘରେ ଧନ ଏବଂ ସମୃଦ୍ଧି ବୃଦ୍ଧି ହୋଇଥାଏ ।
୮ . ଯଦି ଆପଣ ନବରାତ୍ରୀରେ ମାତାଙ୍କ ନିମନ୍ତେ ଷୋହଳ ଶୃଙ୍ଗାର ଆଣି ମାତାଙ୍କୁ ଅର୍ପିତ କରନ୍ତି ତେବେ ପରିବାରରେ ଆଉ କେବେ ବାଦ ବିବାଦ ସୃଷ୍ଟି ହୁଏନାହିଁ ଏବଂ ପରିବାରରେ ଶାନ୍ତିର ବାତାବରଣ ରହେ । କୋର୍ଟ କଚେରୀର ମାମଲା ଚାଲିଥିଲେ ତାହା ମଧ୍ୟ ଦୂର ହୋଇଥାଏ ।
୯ . ଆପଣ ଚାହିଁଲେ ଏହିଦିନ ମାତା ଲକ୍ଷ୍ମୀଙ୍କ ଛୋଟ ଫୋଟ ଆଣି ଘରେ ଧନ ରଖାଯାଉଥିବା ସ୍ଥାନରେ କିମ୍ବା ନିଜ ପର୍ସରେ ରଖି ପାରିବେ । ଏହାଦ୍ବାରା ମଧ୍ୟ ଧନରେ ଅବିବୃଦ୍ଧି ହୋଇଥାଏ ।
୧୦ . ନବରାତ୍ରୀରେ ଯଦି ଆପଣ ମୟୁର ପର ଘରକୁ ଆଣି ସ୍ଥାପିତ କରନ୍ତି ତେବେ ଘରେ ଥିବା ସମସ୍ତ ବିଦ୍ୟାର୍ଥୀଙ୍କର ପାଠ ପଢ଼ାରେ ଉନ୍ନତି ଆସିବ ଏବଂ ଘରେ ଶାନ୍ତିର ବାତାବରଣ ବଜାୟ ରହିବ ।
୧୧ . ନବରାତ୍ରୀ ଦିନ ଆପଣ ଖାସ କରି ସପ୍ତମୀରେ ନାଲି ମନ୍ଦାର ଫୁଲ ଆଣି ମାଳା ବନାଇ ମାତାଙ୍କୁ ଅର୍ପିତ କରି ପାରିବେ । ଏହାଦ୍ବାରା ମାତା ଖୁବ ପ୍ରସନ୍ନ ହୁଅନ୍ତି ।