ନବରାତ୍ରୀରେ ଖାଆନ୍ତୁ ନାହିଁ ଏହି ଦୁଇଟି ପରିବା । ନଚେତ ବ୍ରତ ହୋଇଯିବ ଖଣ୍ଡନ । ମାତା ଦୁର୍ଗା ହେବେ କ୍ରୋଧିତ ।
ବର୍ଷର ଆରମ୍ଭରୁ ହିଁ ଭକ୍ତ ମାନେ ନବରାତ୍ରୀର ପର୍ବକୁ ଏବଂ ମାତାଙ୍କ ଆଗମନକୁ ଅପେକ୍ଷା କରି ରହିଥାନ୍ତି । ଏହି ନଅ ଦିନ ଅତ୍ୟନ୍ତ ଅଦ୍ଭୁତ ହୋଇଥାଏ ଏବଂ ଏହିଦିନ ମାନଙ୍କରେ ଲୋକେ ମାତାଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଉପାୟ ମଧ୍ୟ କରିଥାନ୍ତି । ଭିନ୍ନ ଭିନ୍ନ ଭକ୍ତ ମାତାଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରଦ୍ଧା ଏବଂ ନିଷ୍ଠାରେ ଭିନ୍ନ ଭିନ୍ନ ଉପାୟ କରିଥାନ୍ତି । ଏଭଳି ମାନ୍ୟତା ରହିଛି ଯେ ଯେଉଁ ବ୍ୟକ୍ତି ସଚ୍ଚା ମନରେ ମାତାଙ୍କୁ ଆରାଧନା କରିଥାଏ ସେହି ବ୍ୟକ୍ତିର ସବୁ ମନସ୍କାମନା ପୂରଣ ହୋଇଥାଏ । ଏହି ନଅ ଦିନରେ ବ୍ରତ କଟି ଭକ୍ତ ଯାହା କିଛିବି ପ୍ରାର୍ଥନା କରିଥାଏ ତାହା ନିଶ୍ଚିତ ପ୍ରାପ୍ତ ହୋଇଥାଏ ।
ନବରାତ୍ରୀରେ କୌଣସି ଗୋଟିଏ ଦିନ ଜାଗରଣ କରିବା ଜରୁରୀ ହୋଇଥାଏ ଏବଂ ଏହାର ଅନେକ ଫାଇଦା ମଧ୍ୟ ମିଳିଥାଏ । ଚଳିତ ବର୍ଷ ନବରାତ୍ରୀରେ ମାତା ଦୁର୍ଗା ହାତୀ ଉପରେ ବିରାଜିତ ହୋଇ ଆସୁଛନ୍ତି । ଯାହାଦ୍ୱାରା ଭକ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ଏହାବ୍ୟତୀତ ଏଭଳି ମାନ୍ୟତା ରହିଛି ତାହା ଯେ ହାତୀ ଉପରେ ମାତା ଆସିଲେ ବର୍ଷା ନେଇ ଆସନ୍ତି ବୋଲି କୁହାଯାଏ । ତେଣୁ ଚଳିତ ବର୍ଷ ନବରାତ୍ରୀରେ ବ୍ରତ କରିବା ଜରୁରୀ ଅଟେ । କିନ୍ତୁ ଏହି ସମୟରେ ଶାସ୍ତ୍ରରେ ବର୍ଣ୍ଣିତ କିଛି ନିୟମର ପ୍ରଣୟନ କରିବା ନିତାନ୍ତ ଜରୁରୀ ଅଟେ । କିଛି ଏପରି ଜିନିଷ ଅଛି ଯାହାକୁ ଯଦି ଆପଣ ନବରାତ୍ରୀ ସମୟରେ ଭୋଜନ ଆକାରରେ ଗ୍ରହଣ କରନ୍ତି ତେବେ ବ୍ରତ ଖଣ୍ଡିତ ହୋଇଥାଏ ।
ବ୍ରତ ରଖିବାର କେବଳ ଧାର୍ମିକ ନୁହେଁ ବରଂ ବୈଜ୍ଞାନିକ ମାନ୍ୟତା ମଧ୍ୟ ରହିଛି । କାରଣ ଏହି ସମୟରେ ଋତୁ ପରିବର୍ତ୍ତନ ହେତୁ ଲୋକଙ୍କ ଖାଦ୍ୟଭ୍ୟାସ ଏବଂ ରୋଗ ପ୍ରତିରୋଧକ କ୍ଷମତାରେ ପରିବର୍ତ୍ତନ ହୋଇଥାଏ ।
୧ . ଯଦି ଆପଣ ନବରାତ୍ରୀର ବ୍ରତ ରଖିଛନ୍ତି ତେବେ ଆପଣ ଅନ୍ନ ସେବନ କରିବା ଉଚିତ ନୁହେଁ । ଯେମିତିକି ଗରମ , ଚାଉଳ , ବାଜରା ଏବଂ ମକାର ଅଟାରେ ତିଆରି କୌଣସି ଭୋଜନ ଗ୍ରହଣ କଲେ ବ୍ରତ ଖଣ୍ଡିତ ହୋଇଯାଏ ।
୨ . ଯଦି ଆପଣ ନବରାତ୍ରୀ ବ୍ରତ ରଖିଛନ୍ତି ତେବେ ଧଳା ଲୁଣର ସେବନ କରନ୍ତୁ ନାହିଁ । ଏହା ବଦଳରେ ଆପଣ ସିନ୍ଧା ଲୁଣର ବ୍ୟବହାର କରି ପାରିବେ । ଏଥିରେ ଥିବା ସୋଡିୟମ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ହୋଇଥାଏ ।
୩ . ନବରାତ୍ରୀରେ ପିଆଜ ରସୁଣର ସେବନ ନଅ ଦିନ ପର୍ଯ୍ୟନ୍ତ କରନ୍ତୁ ନାହିଁ । ଏହି ପଦାର୍ଥ ତାମସିକ ଶ୍ରେଣୀରେ ଆସିଥାଏ । ଯେଉଁ କାରଣରୁ ମନରେ କାମ କ୍ରୋଧ ଜାଗ୍ରତ ହୋଇଥାଏ । ଏହାବ୍ୟତୀତ ନବରାତ୍ରୀରେ ପାଳଙ୍ଗ , ଶାଗ ଇତ୍ୟାଦି ଜିନିଷର ସେବନ କରିବା ଉଚିତ ନୁହେଁ ।