Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରୀରେ ଭୁଲରେ ବି କରନ୍ତୁ ନାହିଁ ଏହି ଦଶଟି କାମ । ନଚେତ ଆପଣ ହୋଇଯିବେ ବର୍ବାଦ ।

ସେୟାର୍ କରନ୍ତୁ

ମାତା ଦୁର୍ଗା ନିଜ ଭକ୍ତଙ୍କ ଉପରେ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ମାତ୍ର କିଛି ଏଭଳି କାମ ରହିଛି ଯାହାକୁ ଯଦି ମନୁଷ୍ୟ କରିଥାଏ , ବିଶେଷ କରି ନବରାତ୍ରୀରେ , ତେବେ ମାତା ଖୁବ କ୍ରୋଧିତ ହୁଅନ୍ତି ।

୧ . ପ୍ରଥମତଃ ମନୁଷ୍ୟକୁ ବାର ବ୍ରତ କିମ୍ବା ଆରାଧନା କରିବାକୁ ମାତା ବାଧ୍ୟ କରି ନାହାଁନ୍ତି । କିନ୍ତୁ ଯଦି ଆପଣ ମାତାଙ୍କୁ ପୂଜା ଆରାଧନା ଏବଂ ବ୍ରତ କରୁଛନ୍ତି ତେବେ ମନରେ ସନ୍ଦେହ ନରଖି ଶ୍ରଦ୍ଧା ଏବଂ ନିଷ୍ଠାରେ ପୂଜା କରିବା ଉଚିତ । ମାତାଙ୍କ ପ୍ରତି ସର୍ବଦା ସମ୍ମାନ ରଖିବା ଉଚିତ । ଏହାବ୍ୟତୀତ ନବରାତ୍ରୀରେ କୌଣସି ପ୍ରକାରର ଅପଶବ୍ଦ , ଅନ୍ୟ କାହା ବିଷୟରେ ଖରାପ ଚିନ୍ତାଧାରା କରିବା ଉଚିତ ନୁହେଁ ।

୨ . ନବରାତ୍ରୀ ସମୟରେ ମନୁଷ୍ୟ କୌଣସି ପ୍ରକାରର ନିଶା ଦ୍ରବ୍ୟ , ତାମସିକ ଭୋଜନ କରିବା ଉଚିତ ନୁହେଁ । ଯାହାଦ୍ୱାରା ମନ ଶାନ୍ତ ରହେନାହିଁ ଏବଂ ମସ୍ତିଷ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ । ବିଶେଷ କରି ଏହି ସମୟରେ ଖଟା ଜିନିଷ ସେବନ ଠାରୁ ଦୂରେଇ ରୁହନ୍ତୁ ।

୩ . ଘର ବାହାରୁ କାହାକୁବି ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ ଏବଂ କନ୍ୟାଙ୍କୁ ଭୋଜନ କରାନ୍ତୁ । ନବରାତ୍ରୀ ସମୟରେ ଦିନ ଦୁଃଖୀ ଦରିଦ୍ରଙ୍କୁ ସାହାଯ୍ୟ କରନ୍ତୁ ।

୪ . ଏହି ଦିନ ମାନଙ୍କରେ କେଶ , ଦାଢ଼ି କିମ୍ବା ନଖ କାଟିବା ଉଚିତ ନୁହେଁ । କାରଣ ଏହିସବୁ ବଢ଼ିବା ପାଇଁ ଅନେକ ଶକ୍ତି ଆବଶ୍ୟକ ହୋଇଥାଏ । କାରଣ ଏହି ସମୟରେ ଆପଣ ବାର ବ୍ରତ କରିବାରେ ନିଜର ଉର୍ଜା ଲଗାଇବା ଉଚିତ ।

୫ . ଚମଡ଼ାରେ ତିଆରି ବସ୍ତୁର ବ୍ୟବହାର ଠାରୁ ଦୂରେଇ ରୁହନ୍ତୁ । କାରଣ ଏହି ସବୁ ଜିନିଷ ପଶୁ ମାନଙ୍କ ଚମଡ଼ାରୁ ପ୍ରସ୍ତୁତ ହୋଇଥାଏ ଯାହାକି ମାତାଙ୍କୁ କ୍ରୋଧିତ କରିଥାଏ ।

୬ . ଘରେ କଳସ ସ୍ଥାପନ କରିଥିଲେ ଏବଂ ଅଖଣ୍ଡ ଦୀପ ଜାଲିଥିଲେ ତାହାକୁ ଛାଡ଼ି ଘର ବାହାରୁ ତାଲା ଲଗାଇ କୁଆଡ଼େ ଯାଆନ୍ତୁ ନାହିଁ । କାରଣ ଏହାଦ୍ବାରା ଅନିଷ୍ଟ ହୋଇପାରେ । ଦୀପରୁ ନିଆଁ ଘରେ ଲାଗି ଯାଇପାରେ ।

୮ . ନବରାତ୍ରୀ ସମୟରେ ମନୁଷ୍ୟ ଦିନରେ ଶୋଇବା ଉଚିତ ନୁହେଁ । ଯାହାକି ନିୟମରେ ବର୍ଣ୍ଣନା କରାଯାଇଛି ।

୯ . ମାସିକ ଧର୍ମ ସମୟରେ ମହିଳା ମାନେ ମନ୍ଦିର ଯିବା ଉଚିତ ନୁହେଁ ।

୧୦ . ନବରାତ୍ରୀ ସମୟରେ ଘରକୁ ପରିଷ୍କାର ରଖିବା ସହିତ ରୋଲିରେ ପ୍ରତ୍ୟେକ ଦିନ ସ୍ୱସ୍ତିକ ଚିହ୍ନ ବନାଇବା ଉଚିତ । ମନ୍ଦିରର ଆଖ ପାଖରେ ପରିଷ୍କାର ରଖନ୍ତୁ । ନବରାତ୍ରୀ ପୂର୍ବରୁ କଳସ ସ୍ଥାପନା କରି ଘର ଫାଙ୍କା କରି ଘରୁ ଚାଲିଗଲେ ପୂଜାର ଫଳ ପ୍ରାପ୍ତ ହୁଏନାହିଁ । ତେଣୁ ଘରେ କେହି ନା କେହି ନିଶ୍ଚୟ ରହିବା ଉଚିତ ।

୧୧ . ଅଖଣ୍ଡ ବାତି ଜଳିବାର ପ୍ରଣ କରିଥିଲେ ତାହାର ସବୁ ନିୟମକୁ ମାନନ୍ତୁ । ଅର୍ଥାତ ଏହାର ଜ୍ୟୋତି ଯେମିତି କେବେ ଲିଭି ନଯାଏ , ସେଥିପାଇଁ ସମୟ ସମୟରେ ବତୀକୁ ଠିକ କରିବା ପୂର୍ବରୁ ପାଖରେ ସେହି ଜ୍ୟୋତିରୁ ଆଉ ଏକ ଦିଅ ଜଳାଇ ରଖନ୍ତୁ ।

୧୨ . ନବରାତ୍ରୀରେ ବ୍ରତ ଧାରିଙ୍କୁ ନଅ ଦିନ ପର୍ଯ୍ୟନ୍ତ ଧାର୍ମିକ ଗ୍ରନ୍ଥର ଅଧ୍ୟୟନ କରିବା ନିତାନ୍ତ ଜରୁରୀ ଅଟେ । ଏହାଦ୍ବାରା ମାତା ଦୁର୍ଗା ବହୁତ ଜଲଦି ପ୍ରସନ୍ନ ହୁଅନ୍ତି ।

୧୩ . ନବରାତ୍ରୀରେ କନ୍ୟା ପୂଜନର ଅନେକ ମହତ୍ତ୍ୱ ରହିଛି । ତେଣୁ ନବରାତ୍ରୀ ସମୟରେ ଘରକୁ କନ୍ୟାଙ୍କୁ ଡାକି ମନ ପସନ୍ଦର ଭୋଜନ ବନାଇବା ସହିତ କିଛି ଉପହାର ନିଶ୍ଚୟ ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *