ଅକ୍ଟୋବର ୧୪ , ବର୍ଷର ସବୁଠାରୁ ଭୟଙ୍କର ସୂର୍ଯ୍ୟ ପରାଗ । ଚୁପ ଚାପ ଏହି ସ୍ଥାନରେ ରଖି ଦିଅନ୍ତୁ ଦୁଇଟି ଲବଙ୍ଗ । ମିଳିବ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ।
ଅକ୍ଟୋବର ୧୪ , ୨୦୨୩ ରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ହେବାକୁ ଯାଉଛି । ତେଣୁ ଏହି ଦିନ କିଛି ଖାସ ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ ଏବଂ କୌଣସି ଅଭାବ ମଧ୍ୟ ରହିବ ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୪୧୨ ବର୍ଷ ପରେ ଏଭଳି ଏକ ଅଦ୍ଭୁତ ସୂର୍ଯ୍ୟ ପରାଗ ହେବାକୁ ଯାଉଛି । କହିରଖିବୁ ଯେ ଏହି ସୂର୍ଯ୍ୟ ପରାଗର ପ୍ରଭାବ ଅନେକ ରାଶି ଉପରେ ପଡ଼ିବାକୁ ଯାଉଛି । ଏହି ସୂର୍ଯ୍ୟ ପରାଗ ଚନ୍ଦ୍ର ଗ୍ରହଣ ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ମଧ୍ୟ ହେବାକୁ ଯାଉଛି । ଏଥରର ସୂର୍ଯ୍ୟ ପରାଗ ଚିତ୍ରା ନକ୍ଷତ୍ରରେ ହେବାକୁ ଯାଉଛି ଏବଂ ଏହି ଦିନ କିଛି ଏପରି କାମ ଅଛି ଯାହାକୁ କରିବା ଉଚିତ ନୁହେଁ ।
ଅକ୍ଟୋବର ୧୪ ରାତି ୮.୩୪ ରେ ପରାଗ ଏବଂ ଅମାବାସ୍ୟା ଉଭୟ ରାତି ୨.୫୪ ରେ ଶେଷ ହେବ । ଏଥରର ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ ଏବଂ ସୂତକ କାଳ ମଧ୍ୟ ମାନ୍ୟ ହେବ ନାହିଁ । ମାତ୍ର ଏହି ସମୟରେ କିଛି ଉପାୟ କଲେ ତାହା ନିଶ୍ଚିତ ଭାବରେ ପ୍ରଭାବୀ ହେବ ।
୧ . ମାତା ଲକ୍ଷ୍ମୀଙ୍କ କୃପାରୁ ଧନ ଲାଭ କରିବା ପାଇଁ ଅକ୍ଟୋବର ୧୪ ରାତି ୮ ପୂର୍ବରୁ ଏବଂ ସନ୍ଧ୍ୟା ସମୟରେ ଏକ ପିତ୍ତଳ ଥାଳିରେ ୨୧ ଟି ଲବଙ୍ଗ ନେଇ ଛାତ ଉପରେ ଖୋଲା ଭାବରେ ରଖି ଦିଅନ୍ତୁ ଏବଂ ଆଗାମୀ ଦିନ ସକାଳୁ ୨୧ ଟି ଲବଙ୍ଗକୁ ଏକ ନାଲି କପଡ଼ାରେ ବାନ୍ଧି ଘରର ଆଲମାରୀ କିମ୍ବା ସିନ୍ଧୁକରେ ରଖି ଦିଅନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ଆଗମନରୁ ଘରକୁ ଧନର ଆଗମନ ହେବ ।
୨ . କରଜ ସମସ୍ୟା ରହିଥିଲେ ତାହାର କାରଣ ଶୁକ୍ର ଗ୍ରହ କାରଣରୁ ହୋଇଥାଏ । ତେବେ ଆଉ ଏକ ଉପାୟ ଅନୁଯାୟୀ ଅକ୍ଟୋବର ୧୪ ସନ୍ଧ୍ୟା ସମୟରେ ଦୁଇଟି ଗୁଜୁରାତି କିମ୍ବା ଅଳେଇଚ ନେଇ ପୂଜା ଘରକୁ ଯାଇ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ବସି ବୀଜ ମନ୍ତ୍ର ଓଁ ମହାଲକ୍ଷ୍ମୈ ନମଃ ଜପ କରନ୍ତୁ । ଏହି ମନ୍ତ୍ରକୁ ୨୧ ଥର ଜପ କରି ଗୋଟିଏ ଗୁଜୁରାତିକୁ ସିନ୍ଧୁକରେ ଏବଂ ଅନ୍ୟଟିକୁ ପର୍ସରେ ରଖି ଦିଅନ୍ତୁ । ଏହାଦ୍ବାରା କରଜ ସମସ୍ୟା ଦୂର ହୋଇଯିବ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହେବେ । ଅଳେଇଚ ଶୁକ୍ର ଗ୍ରହଙ୍କୁ ମଜବୁତ କରିଥାଏ।
୩ . ଶନି ଏବଂ ରାହୁ କେତୁ ଦୋଷରୁ ମୁକ୍ତି ପାଇଁ ଅକ୍ଟୋବର ୧୪ ରେ ସନ୍ଧ୍ୟା ସମୟରେ ଏକ ପରିଷ୍କାର କପଡ଼ାରେ ଦୁଇ ମୁଠା ଚାଉଳ ନେଇ ଘରର ପୂଜା ଘରେ ରଖି ଦିଅନ୍ତୁ ଏବଂ ଆଗାମୀ ଦିନ ତାହାକୁ ସକାଳୁ ନେଇ କୌଣସି ମନ୍ଦିରର ପୂଜାରୀଙ୍କୁ ଦାନ କରି ଦିଅନ୍ତୁ । ଏହାଦ୍ବାରା ଶନି ସାଢ଼େ ସାତି କିମ୍ବା ଅନ୍ୟ କୌଣସି ସମସ୍ୟା ମଧ୍ୟ ଦୂରେଇ ଯିବ ।