ଅକ୍ଟୋବର ୧୫ ରୁ ୨୪ , ଶାରଦୀୟ ନବରାତ୍ରୀର କୌଣସି ଦିନ କରି ନିଅନ୍ତୁ ଏହି ଗୋଟିଏ ସହଜ ଉପାୟ । ଘରକୁ ଆସିବେ ମାତା ଲକ୍ଷ୍ମୀ ଏବଂ ଆପଣ ହୋଇଯିବେ ମହାଧନୀ ।
ନଅ ଦିନର ନବରାତ୍ରୀ ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଚଳିତ ବର୍ଷ ମଧ୍ୟ ନଅ ଦିନ ମାତା ଦେବୀଙ୍କ ପୂଜା କରାଯିବ । ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୫ ରବିବାର ଠାରୁ ଅକ୍ଟୋବର ୨୩ ସୋମବାର ପର୍ଯ୍ୟନ୍ତ ରହିବ । ଅର୍ଥାତ ଦୁର୍ଗା ଅଷ୍ଟମୀ ଅକ୍ଟୋବର ୨୨ ରବିବାର ଦିନ ଏବଂ ଅକ୍ଟୋବର ୨୩ ରେ ନବମୀ ରହିବ । ତେବେ ଏହି ଅଷ୍ଟମୀ ଏବଂ ନବମୀ ଦିନ କନ୍ୟା ପୂଜନ କରିବା ଉଚିତ । ଶାରଦୀୟ ନବରାତ୍ରୀ କଳସ ସ୍ଥାପନା ସମୟ ଅକ୍ଟୋବର ୧୫ ରବିବାର ସକାଳ ୧୧.୪୮ ରୁ ଦ୍ୱିପ୍ରହର ୧୨.୩୬ ପର୍ଯ୍ୟନ୍ତ । ତେଣୁ ଚଳିତ ବର୍ଷ କଳସ ସ୍ଥାପନା ପାଇଁ ଶୁଭ ମୁହୂର୍ତ୍ତ ୪୦ ମିନିଟ ରହିବ ।
ତେଣୁ ଆଜି ଆମେ ଆପଣଙ୍କୁ ନବରାତ୍ରୀର କୌଣସିବି ଦିନ କରାଯାଉଥିବା ଉପାୟ ବିଷୟରେ କହିବୁ । ଯାହାଦ୍ୱାରା ଆପଣଙ୍କ ଜୀବନର କୌଣସିବି ସମସ୍ୟା ଏବଂ ଦୁଃଖ ଦାରିଦ୍ର୍ୟତା ଦୂରେଇ ଯିବ । ନବରାତ୍ରୀର ନଅ ଦିନରେ ମାତା ରାଣୀ ସମସ୍ତଙ୍କ ଘରେ ବାସ କରନ୍ତି ତେଣୁ ଏହି ସମୟ ମାତାଙ୍କ କୃପା ପ୍ରାପ୍ତ କରିବାକୁ ଉପଯୁକ୍ତ ସମୟ ବୋଲି ବିବେଚନା କରାଯାଏ ।
୧ . ପ୍ରଥମ ଉପାୟ ଅନୁଯାୟୀ ଅଶ୍ୱତ୍ଥ ବୃକ୍ଷର ଏକ ପତ୍ରରେ କୌଣସିବି ପାଞ୍ଚ ପ୍ରକାରର ମିଠାଇ ଏବଂ ଏକ ଲୋଟା ଜଳ ନେଇ ସନ୍ଧ୍ୟା ସମୟରେ ଅଶ୍ୱତ୍ଥ ବୃକ୍ଷ ନିକଟକୁ ଯାଆନ୍ତୁ ଏବଂ ସର୍ବପ୍ରଥମେ ଅଶ୍ୱତ୍ଥ ବୃକ୍ଷକୁ ପ୍ରଣାମ କରି ନିଜର ସମସ୍ୟା ଏବଂ ବ୍ୟବସାୟରେ ହେଉଥିବା ସମସ୍ୟା , ଆପଣ କେଉଁ ଲାଭ ଏବଂ ସହାୟତା ଚାହୁଁଛନ୍ତି ସେହି ସବୁ ବିଷୟରେ ପ୍ରାର୍ଥନା ଆକାରରେ କହି ଦିଅନ୍ତୁ । ଏହାବ୍ୟତୀତ ଅଶ୍ୱତ୍ଥ ବୃକ୍ଷରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ବାସ ହେଉ ଥିବାରୁ ଆପଣ ଲକ୍ଷ୍ମୀନାରାୟଣଙ୍କୁ ଆରାଧନା କରି ଘରକୁ ଆମନ୍ତ୍ରଣ କରି ପାରିବେ ।
ନବରାତ୍ରୀ ସମୟରେ ଲକ୍ଷ୍ମୀନାରାୟଣ ଜାଗ୍ରତ ଅବସ୍ଥାରେ ସବୁବେଳେ ରହିଥାନ୍ତି । ତେଣୁ ନବରାତ୍ରୀକୁ ଜାଗରଣ ମଧ୍ୟ କୁହାଯାଏ । ଏହାପରେ ଏକ ଲୋଟା ଜଳ ଅଶ୍ୱତ୍ଥ ବୃକ୍ଷ ମୂଳରେ ଅର୍ପିତ କରି ଭଗବାନଙ୍କୁ ପ୍ରାର୍ଥନା କରି ଘରକୁ ଆମନ୍ତ୍ରଣ କରନ୍ତୁ । ଏହାପରେ ଅଶ୍ୱତ୍ଥ ବୃକ୍ଷର ପତ୍ରରେ ପାଞ୍ଚ ପ୍ରକାରର ମିଠାଇକୁ ରଖି ମାତା ଲକ୍ଷ୍ମୀଙ୍କୁ ଅର୍ପିତ କରି ଦିଅନ୍ତୁ । କିନ୍ତୁ ଏହି ଉପାୟ ସମୟରେ ବିଶ୍ୱାସ ଏବଂ ନିଷ୍ଠା ରଖିବା ଅତ୍ୟନ୍ତ ଜରୁରୀ ଅଟେ ।ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ସେବୀକା ତୁରନ୍ତ ଆପଣଙ୍କ ଘରକୁ ଆସିବେ ଏବଂ ଏହାପରେ ମାତା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଘରକୁ ପ୍ରବେଶ କରିବେ । ଏହି ଉପାୟ ଦ୍ୱାରା ଆପଣଙ୍କର ଅର୍ଥ ସମ୍ବନ୍ଧୀୟ କୌଣସି ସମସ୍ୟା କିମ୍ବା ଶତ୍ରୁ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଯିବ ।