Excuse Me Odisha

ଯାହା କହିବୁ ସତ କହିବୁ

ଅକ୍ଟୋବର ୧୪ ସୂର୍ଯ୍ୟ ପରାଗ । ଜାଣି ନିଅନ୍ତୁ ସୂତକ ଏବଂ ହାଣ୍ଡି ଛାଡ଼ ସମୟ ଏବଂ କେଉଁ ରାଶି ମାନେ ହେବେ ପ୍ରଭାବିତ ।

ସେୟାର୍ କରନ୍ତୁ

ଆସନ୍ତା ୧୪ ତାରିଖ ବର୍ଷର ଶେଷ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଆଜି ଆମେ ଏହି ସୂର୍ଯ୍ୟ ପରାଗର ସଠିକ ସମୟ ଏବଂ ଏହା ସହିତ ଜଡ଼ିତ ସବୁ ପ୍ରକାରର ନିୟମ ଏବଂ ସତର୍କତା ବିଷୟରେ ମଧ୍ୟ କହିବୁ । ଆଶ୍ୱିନ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପଡୁଥିବା ଏହି ସୂର୍ଯ୍ୟ ପରାଗ ଏକ ଖଣ୍ଡଗ୍ରାସ ସୂର୍ଯ୍ୟ ପରାଗ ହେବାପାଇଁ ଯାଉଛି । ସାଧରଣତଃ ଭାରତରେ ଏହି ସୂର୍ଯ୍ୟ ପରାଗ ପୂର୍ବରୁ ସୂତକ କାଳ ପାଳନ କରାଯାଇ ଥାଏ । ଯେଉଁ ସମୟରେ ଭୋଜନ କିମ୍ବା ପୂଜା ପାଠ ସବୁକିଛି ବର୍ଜିତ ଅଟେ । ତେବେ ସେହି କାର୍ଯ୍ୟ ଗୁଡ଼ିକ ହେଉଛି :-

୧ . ପରାଗ ସମୟରେ କୌଣସି ଶୁଭ କାର୍ଯ୍ୟ ଯେମିତିକି ନୂତନ ବ୍ୟବସାୟ ଏବଂ ବିବାହ ଭଳି କାମ ବର୍ଜିତ ଅଟେ । କାରଣ ବାୟୁମଣ୍ଡଳରେ ଥିବା ନକରାତ୍ମକ ଶକ୍ତି ଦ୍ୱାରା ଏହା ପ୍ରଭାବିତ ହୋଇପାରେ ।

୨ . ପରାଗ ସମୟରେ ଭୋଜନ ଗ୍ରହଣ କିମ୍ବା ଅନ୍ୟାନ୍ୟ ଜଳ ଗ୍ରହଣ କରିବା ଉଚିତ ନୁହେଁ । ବରଂ ସୂତକ କାଳ ପୂର୍ବରୁ ଭୋଜନ ପ୍ରସ୍ତୁତ କରି ତୁଳସୀ ପତ୍ର ପକାଇ ରଖନ୍ତୁ ଏବଂ ପରାଗ ପରେ ତାହାକୁ ଗ୍ରହଣ କରନ୍ତୁ ।

୩ . ତୁଳସୀ ପତ୍ର ଛିଡ଼ାନ୍ତୁ ନାହିଁ । ସୂତକ କାଳ ପୂର୍ବରୁ ହିଁ ତାକୁ ଛିଡ଼ାଇ ରଖି ଦିଅନ୍ତୁ ଏବଂ ଖାଦ୍ୟରେ ପକାଇ ରଖନ୍ତୁ ।

୪ . ସୂତକ କାଳ ସମୟରେ ସ୍ନାନ ବର୍ଜିତ ଅଟେ । ତେଣୁ ଗ୍ରହଣ ପରେ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ପାରିବେ ।

୫ . ଶାସ୍ତ୍ର ଅନୁଯାୟୀ ଗ୍ରହଣ କିମ୍ବା ପରାଗ ସମୟରେ କୌଣସି ପ୍ରକାରର ପୂଜାକୁ ବର୍ଜିତ ମାନା ଯାଇଛି । କାରଣ ଏହା ଫଳପ୍ରଦ ହୁଏନାହିଁ । ତେଣୁ ପରାଗ ସମୟରେ ପୂଜା ପାଠ ସହିତ ମନ୍ଦିର ଏବଂ ଠାକୁର ଘରକୁ ମଧ୍ୟ ବନ୍ଦ ରଖିବା ଉଚିତ ।

୬ . ପରାଗ ସମୟରେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିବା ଉଚିତ ନୁହେଁ ଏବଂ ଖାସ କରି ଗର୍ଭବତୀ ମହିଳା ମାନେ ଏହି ସମୟରେ ବାହାରକୁ ଯିବା ଉଚିତ ନୁହେଁ । ନଚେତ ଏହାଦ୍ୱାରା ସନ୍ତାନ ଉପରେ ଖରାପ ପ୍ରଭାବ ପଡ଼ିଥାଏ ।

୭ . ପରାଗ ସମୟରେ ଶାରୀରିକ ସମ୍ପର୍କ ସ୍ଥାପନ ବର୍ଜିତ ଅଟେ । ଏହି ସମୟରେ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ । ନଚେତ ଆଗାମୀ ସୂର୍ଯ୍ୟ ପରାଗ ଆପଣଙ୍କ ପାଇଁ ଅଶୁଭ ରହିବ ।

ଗର୍ଭବତୀ ମହିଳା କିପରି ରହିବେ ସାବଧାନ:-

ପରାଗ ସମୟରେ ଗର୍ଭବତୀ ମହିଳା ମାନେ ଖାସ ସାବଧାନ ରହିବା ଉଚିତ । ନଚେତ ହେବାକୁ ଯାଉଥିବା ସନ୍ତାନ ଉପରେ ତାହାର ଖରାପ ପ୍ରଭାବ ପଡ଼ିଥାଏ । ଗର୍ଭବତୀ ମହିଳାଙ୍କୁ ପରାଗ ସମୟରେ କୁଆଡ଼େ ବାହାରକୁ ଯିବା ଉଚିତ ନୁହେଁ ଏବଂ ଏହି ସମୟରେ କୌଣସି ଧାରୁଆ ଅସ୍ତ୍ରର ବ୍ୟବହାର ମଧ୍ୟ ବର୍ଜିତ ଅଟେ । ଏହି ସମୟରେ କୌଣସି ଗର୍ଭବତୀ ମହିଳା ଶୋଇ ରହିବା ଉଚିତ ନୁହେଁ ନଚେତ ଶିଶୁ ଖଣ୍ଡିଆ ହୋଇଥାଏ ବୋଲି କୁହାଯାଏ । ପରାଗ ପରେ ଗର୍ଭବତୀ ମହିଳା ସ୍ନାନ କରିବା ଉଚିତ ନଚେତ ଶିଶୁର ଶରୀର ସବୁବେଳେ ଖରାପ ରହିଥାଏ ।

ପରାଗ ଲାଗିବାର ୪ ଘଣ୍ଟା ପୂର୍ବରୁ ଏବଂ ଗ୍ରହଣ ଲାଗିବାର ୩ ଘଣ୍ଟା ପୂର୍ବରୁ ପାଖ ନିଷେଧର ନିୟମ ରହିଛି । ତେଣୁ ପରାଗର ୧୨ ଘଣ୍ଟା ପୂର୍ବରୁ ହିଁ ହାଣ୍ଡି ଛାଡ଼ କରାଯାଏ । ଅକ୍ଟୋବର ୧୪ ତାରିଖ ଶନିବାର ରାତି ୮.୩୩ ରେ ପରାଗ ଲାଗିବ ଏବଂ ୨.୨୫ ରେ ଶେଷ ହେବ । ମଧୁକାଳ ୧୧.୨୯ ରେ ରହିବ । ମହାକାଶରେ ପରାଗ ପ୍ରାୟ ପାଞ୍ଚ ଘଣ୍ଟା ୫୨ ମିନିଟ ଲାଗି ରହିବ । କିନ୍ତୁ ଏହା ଭାରତରେ ଦୃଶ୍ୟମାନ ନହୋଇ ପାଶ୍ଚାତ୍ୟ ଦେଶ ମାନଙ୍କରେ ଦୃଶ୍ୟମାନ ହେବ । ତେଣୁ ପାଖ ନିଷେଧ ନିୟମ ଏବଂ ସମୟ ମଧ୍ୟ ମାନ୍ୟ ହେବ ନାହିଁ । ତେବେ ଏହି ପରାଗ କାରଣରୁ ମେଷ , ବୃଷ , କର୍କଟ , ତୁଳା , ବିଛା , ଧନୁ , କୁମ୍ଭ ଏବଂ ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *