ପ୍ରତ୍ୟେକ ଦିନ ସକାଳୁ କହି ଦିଅନ୍ତୁ ଏହି ଚାରୋଟି ଶବ୍ଦ । ଦାରିଦ୍ର୍ୟତା ହୋଇଯିବ ଦୂର ।
ପ୍ରାଚୀନ କାଳରୁ ହିଁ ମନ୍ତ୍ରର ଅନେକ ମାହାତ୍ମ୍ୟ ରହିଛି । ଋଷି ମୁନି ଠାରୁ ଆରମ୍ଭ କରି ସମ୍ରାଟ ମାନେ ମଧ୍ୟ ପ୍ରତ୍ୟେକ କାମ କରିବା ସମୟରେ ମନ୍ତ୍ର ଜପ କରୁଥିଲେ । ଯାହାର ଅନେକ ଲାଭ ମିଳିଥାଏ ବୋଲି ମଧ୍ୟ କୁହାଯାଏ । ସେହିସବୁ ମନ୍ତ୍ର ଅତ୍ୟନ୍ତ ଶକ୍ତିଶାଳୀ ମଧ୍ୟ ହୋଇଥାଏ । ପ୍ରତ୍ୟେକ କାମ ସମୟରେ ଭିନ୍ନ ଭିନ୍ନ ମନ୍ତ୍ର ରହିଛି ଯାହାକୁ ଆପଣ ଶିକ୍ଷା କରି ନିଜ ଜୀବନରେ ଉପଯୋଗ କରିବା ଉଚିତ । ସ୍ନାନ , ସନ୍ଧ୍ୟା , ଦୀପ , ପୂଜନ , ପରିବେଶ ଶୁଦ୍ଧି ଏବଂ ଅତିଥି ସତ୍କାର ଏହି ଛଅଟି କାମ ନିହାତି କରିବା ଉଚିତ । କିନ୍ତୁ ସ୍ନାନ ଏବଂ ସନ୍ଧ୍ୟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ ।
ଏହି କାମ ପ୍ରତ୍ୟେକ ଦିନ କରିବା ଦ୍ୱାରା ମନୁଷ୍ୟ ତିନୋଟି କରଜ ଯଥା ଦେବ ସମ୍ବନ୍ଧୀ , ପିତୃ ସମ୍ବନ୍ଧୀ ଏବଂ ମନୁଷ୍ୟ ସମ୍ବନ୍ଧୀ କରଜରୁ ମୁକ୍ତି ପାଇଥାଏ । ପ୍ରତ୍ୟେକ ମନୁଷ୍ୟ ସକାଳୁ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଉଚିତ । ସକାଳୁ ବିଳମ୍ବରେ ଉଠିବା ନିଷିଦ୍ଧ ମାନା ଯାଇଛି । ବ୍ରହ୍ମ ମୁହୂର୍ତ୍ତରେ ଉଠି ସର୍ବପ୍ରଥମେ ହାତ ପାପୁଲି ଯୋଡ଼ି ପାପୁଲି ଦର୍ଶନ କରି ” କରାଗ୍ରେ ବସତେ ଲକ୍ଷ୍ମୀ , କର ମଧ୍ୟେ ସରସ୍ୱତୀ , କରମୂଳେ ସ୍ଥିତୋ ଗୋବିନ୍ଦ , ପ୍ରଭାତେ କର ଦର୍ଶନମ । ଏପରି କରିବା ଦ୍ୱାରା ଭଗବାନ ବିଷ୍ଣୁ ଏବଂ ମାତା ସରସ୍ୱତୀ ଏବଂ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହାପରେ ଭୂଇଁରେ ପାଦ ଦେବା ଆଗକୁ ଭୂଇଁ ମାତାଙ୍କୁ ଅଭିବାଦନ ଜଣାଇ ” ସମୁଦ୍ର ବସତେ ଦେବୀ , ପର୍ବତ ସ୍ତନ ମଣ୍ଡିତେ , ବିଷ୍ଣୁପତ୍ନୀ ନମସ୍ତୁଭ୍ୟଂ , ପାଦ ସ୍ପର୍ଶମ କ୍ଷମସ୍ଵ ମେ ।। ” ଏହି ମନ୍ତ୍ରର ଜପ କରନ୍ତୁ ।
ଏହି ମନ୍ତ୍ର ପ୍ରତ୍ୟେକ ଦିନ ଜପ କରିବା ଦ୍ୱାରା କେବେ କୌଣସି ଦୁର୍ଘଟଣା ହୁଏନାହିଁ । ଏହାପରେ ସବୁ ମାଙ୍ଗଳିକ ଜିନିଷର ଦର୍ଶନ କରି ପାରିବେ । ବ୍ରସ କରିବା ପାଇଁ ଐଶାନ୍ୟ ଏବଂ ପୂର୍ବ ଦିଗ ଉତ୍ତମ ହୋଇଥାଏ ବ୍ରସ କରିବା ସମୟରେ ” ଆୟୁର୍ବଳଃ ଯଶୋ ବର୍ଚହ , ପ୍ରଜାହା ପଶୁବସୁନି ଚ , ବ୍ରହ୍ମ ପ୍ରଜ୍ଞାମ ଚ ମେଘାମ ଚ , ତ୍ୱମ ନ ଦେହୀ ବନସ୍ପତେ । ” ଏହାଦ୍ବାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ହୁଏନାହିଁ । ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବା ସର୍ବୋତ୍ତମ ସମୟ ଅଟେ ଏବଂ ସ୍ନାନ କରିବା ସମୟରେ ” ଗଙ୍ଗେ ଚ ଯମୁନେ ଚୈବ , ଗୋଦାବରୀ ସରସ୍ଵତୀ , ନର୍ମଦେ ସିନ୍ଧୁ କାବେରୀ , ଜଳେ ଅସୀମନ ସନ୍ନଧି କୁରୁ ” ଏହି ମନ୍ତ୍ରର ଜପ କରିବା ଉଚିତ ।
ସ୍ନାନ ପରେ ବସ୍ତ୍ର ପରିଧାନ ପୂର୍ବରୁ ” ଅପବିତ୍ର ପବିତ୍ର ବା , ସର୍ବ ଅବସ୍ଥା ଗତୋ ଅପିବା , ୟହ ସ୍ମରେତ ପୁଣ୍ଡରୀକାକ୍ଷ , ସ ବାହୟ ଅଭ୍ୟନ୍ତର ଶୁଚି ” ମନ୍ତ୍ରର ଜପ କରନ୍ତୁ । ଏହାଦ୍ବାରା ଶରୀର ଏବଂ ମନର ଶୁଦ୍ଧି ହୋଇଥାଏ । ପାଣି ପିଇବା ସମୟରେ ” ଅକାଳ ମୃତ୍ୟୁ ହରଣମ , ସର୍ବବ୍ୟାଧି ବିନାଶନମ , ଦେବ ପାଦୋଦକମ ପିତ୍ଵା , ପୁନର୍ଜନ୍ମ ନ ବିଧତେ ” । ଏହାଦ୍ବାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୁଏନାହିଁ । ଶାସ୍ତ୍ର ଅନୁଯାୟୀ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ଏବଂ ଭୂଇଁରେ ବସି ଭୋଜନ କରିବା ଉଚିତ । ଭୋଜନ କରିବା ପୂର୍ବରୁ ” ଓଁ ବ୍ରହ୍ମଣେ ନମଃ , ଓଁ ପ୍ରଜାପତୟେ ନମଃ , ଓଁ ଗୃହାଭ୍ୟୟ ନମଃ , ଓଁ ଅନୁମତୟେ ନମଃ । ” ଏହାଦ୍ବାରା ଶାରୀରିକ ସମସ୍ୟା ଦୂର ହୋଇଥାଏ ।
ସନ୍ଧ୍ୟା ପୂଜନରେ ଦୀପ ଜାଳିବା ସମୟରେ ଦୀପ ଜ୍ୟୋତି ପରଂବ୍ରହ୍ମ , ଦୀପ ଜ୍ୟୋତି ଜନାର୍ଦନ , ଦୀପୋ ହରତୁ ମେ ପାପମ , ସନ୍ଧ୍ୟା ଦୀପ ନମସ୍ତୁତେ । ରାତିରେ ଶୋଇବା ସମୟରେ ” ଓଁ ନମଃ ନନ୍ଦୀଶ୍ବରାୟ , ଜଳେ ରକ୍ଷତୁ ବାରାହ , ସ୍ଥଳେ ରକ୍ଷତୁ ବାମନ । ” ଏହି ମନ୍ତ୍ରର ଜପ କରିବା ଉଚିତ । ଏହାଦ୍ବାରା ନିଦ ଆସୁ ନଥିଲେ ନକରାତ୍ମକ ଶକ୍ତି ନଷ୍ଟ ହୋଇ ଭଲଭାବରେ ନିଦ ଆସିବ । ଔଷଧ ସେବନ କରିବା ସମୟରେ ” ଅଚ୍ୟୁତାନନ୍ଦ ଗୋବିନ୍ଦ , ନାମୋଚ୍ଚାରଣ ଭେଷଜତ , ନଶ୍ୟତି ସଫଳା ରୋଗାହେ , ସତ୍ୟମ ସତ୍ୟମ ବଦାମ୍ୟହମ ” ଏହି ମାତ୍ର ଜପ କଲେ ସ୍ୱାସ୍ଥ୍ୟ ଭଲ ରହେ ।