Excuse Me Odisha

ଯାହା କହିବୁ ସତ କହିବୁ

ନାଗପଞ୍ଚମୀ ଦିନ କେବଳ ଏହି ଗଛକୁ ସ୍ପର୍ଶ କଲେ ଦୂର ହୋଇଯିବ ଦାରିଦ୍ର୍ୟତା । ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ବ୍ରହ୍ମ ବୈବର୍ତ ପୁରାଣରେ ଦେବୀ ମନୀଷାଙ୍କ ଚରିତ୍ର ବର୍ଣ୍ଣନା କରିବା ସମୟରେ ଭଗବାନ ଶ୍ରୀକୃଷ୍ଣ ଯେପରି ଏଭଳି ଏକ ଗଛ ବିଷୟରେ କହିଛନ୍ତି ଯାହାକୁ ସ୍ପର୍ଶ କରିବା ମାତ୍ରେ ହିଁ ମନୁଷ୍ୟର ଦାରିଦ୍ର୍ୟତା ନଷ୍ଟ ହୋଇଯାଏ । ନାଗପଞ୍ଚମୀ ମା ମନୀଷାଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ ଏବଂ ମାତା ମନୀଷାଙ୍କୁ ଏହି ବର ପ୍ରାପ୍ତ ହୋଇଛି ଯେ ଯେଉଁ ବ୍ୟକ୍ତି ମାତା ମନୀଷାଙ୍କୁ ପୂଜା କରିବ ସେ ଦାରିଦ୍ର୍ୟତା ଏବଂ ରୋଗରୁ ମୁକ୍ତ ହେବ । ଦେବୀ ମନୀଷା ଭଗବାନ ବିଷ୍ଣୁଙ୍କର ଅନନ୍ୟ ଭକ୍ତ ଅଟନ୍ତି ଯିଏକି ଯୁଗ ଯୁଗ ଧରି ଭଗବାନ ବିଷ୍ଣୁଙ୍କ ତପସ୍ୟା କରିଥିଲେ । ତେଣୁ ତାଙ୍କୁ ଦେବୀ ବୈଷ୍ଣବୀ ମଧ୍ୟ କୁହାଯାଏ । ମାତା ମନୀଷାଙ୍କୁ ଭଗବାନ ଶିବ ଏବଂ ମାତା ପାର୍ବତୀ ନିଜ ପୁତ୍ରୀ ଭାବରେ ସ୍ୱୀକାର କରିଥିଲେ ଏବଂ ଭଗବାନ ଶିବ ତାଙ୍କୁ ଶିକ୍ଷା ଦେଇଥିଲେ ।

ଦେବୀ ମନୀଷାଙ୍କ ସ୍ୱାମୀ ଜରତକାରୁ ଏବଂ ପୁତ୍ର ଆସ୍ତିକ । ଯିଏକି ସମ୍ପୂର୍ଣ୍ଣ ନାଗଲୋକର ରକ୍ଷା କରିଥିଲେ । ସେ ନିଜ ପୁତ୍ରଙ୍କୁ ଏଥିପାଇଁ ନିଜେ ହିଁ ପଠାଇ ଥିଲେ । ନାଗପଞ୍ଚମୀ ଦିନ ଯେଉଁ ବ୍ୟକ୍ତି ଦେବୀଙ୍କ ଆରାଧନା କରିଥାଏ ମାତା ତାଙ୍କୁ ଆଶୀର୍ବାଦ ଦିଅନ୍ତି । ସେହି ମନୁଷ୍ୟର ଦାରିଦ୍ର୍ୟତା ନଷ୍ଟ ହେବା ସହିତ ଜୀବନରୁ ସର୍ପ ଭୟ ମଧ୍ୟ ଦୂର ହୋଇଯାଏ । ହିନ୍ଦୁ ପାଞ୍ଜି ଅନୁଯାୟୀ ନାଗପଞ୍ଚମୀ ଶ୍ରାବଣ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳିତ ହୋଇଥାଏ । ନାଗପଞ୍ଚମୀ ପୂଜା ୨୧ ଅଗଷ୍ଟ ରାତି ୧୨ ରୁ ଅଗଷ୍ଟ ୨୨ ରାତି ୨ ପର୍ଯ୍ୟନ୍ତ ରହିବ ଏବଂ ପୂଜା ସମୟ ସକାଳ ୫.୫୫ ରୁ ୮.୨୩ ପର୍ଯ୍ୟନ୍ତ ରହିବ । ଏହିଦିନ ନାଗ ଦେବତାଙ୍କ ମୂର୍ତ୍ତି ବନାଇ ପୂଜା କରିହେବ । ଏହିଦିନ ଅଷ୍ଟ ନାଗଙ୍କୁ ପୂଜା କରିବାର ନିୟମ ରହିଛି ।

ପୂଜା ପାଇଁ ଚୌକି ଉପରେ ନାଗ ମୂର୍ତ୍ତିକୁ ରଖାଯାଇ ହଳଦୀ , ରୋଲି , ଚାଉଳ ଏବଂ ଫୁଲ ଅର୍ପିତ କରି ନାଗ ଦେବତାଙ୍କ ପୂଜା କରାଯାଏ । ଏହାପରେ କଞ୍ଚା କ୍ଷୀର ମିଶାଇ ମାଟି ନିର୍ମିତ ସର୍ପ ଦେବତାଙ୍କୁ ଅର୍ପିତ କରାଯାଏ । ଏହାପରେ ଆରତୀ କରନ୍ତୁ । ଘରର ଦ୍ୱାରର ଦୁଇ ପାର୍ଶ୍ଵରେ ମାଟିର ନାଗ ତିଆରି କରି କ୍ଷୀର ଅର୍ପିତ କରି ପୂଜା କଲେ ବାସୁକି ନାଗ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ବ୍ୟକ୍ତିକୁ ନାଗଲୋକ , ସୁଖ , ସମ୍ପତ୍ତି ପ୍ରାପ୍ତ ହୋଇଥାଏ । ଏହିଦିନ ପୂଜା ପରେ ‘ ଓଁ କୂରକୁଲେ ଫଟ ସ୍ୱାହା ‘ ଏହି ମନ୍ତ୍ରର ଜପ କରିବା ଦ୍ୱାରା ଜୀବନରୁ ସର୍ପ ଭୟ ଦୂର ହୋଇଥାଏ । ସେହି ସ୍ଥାନକୁ କେବେ ନାଗ ଆସନ୍ତି ନାହିଁ । କାରଣ ଏହା ନାଗ ଦେବତାଙ୍କର ପ୍ରତିଜ୍ଞା ଅଟେ ।

ପଞ୍ଚମୀ ଦିନ ନାଗ ଦେବତାଙ୍କ ସହିତ ଦେବୀ ମନୀଷାଙ୍କ ପୂଜା ମଧ୍ୟ କରିବା ଉଚିତ । ଏହାବ୍ୟତୀତ ‘ ଓଁ ହ୍ରୀଂ ଶ୍ରୀଙ୍ଗ କ୍ଲିଙ୍ଗ ଓଁ ମନୀଷା ଦେବୀୟ ସ୍ୱାହା । ‘ ଦେବୀ ମନୀଷାଙ୍କୁ କପା ଗଛ ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ ଏହିଦିନ ଯେଉଁ ସ୍ଥାନରେ ବି ଏହି ଗଛ ଥିବ ତାହାକୁ ସ୍ପର୍ଶ କରିବା ନିତାନ୍ତ ଜରୁରୀ ଅଟେ । ଏହାପରେ ଦେବୀ ମନୀଷାଙ୍କୁ ନିଶ୍ଚୟ ସ୍ମରଣ କରନ୍ତୁ । ଏହିଦିନ କପା ଗଛକୁ ପୂଜା କରି ଜଳ ଚଢ଼ାଇଲେ ଦେବୀ ମନୀଷା ପ୍ରସନ୍ନ ହୁଅନ୍ତି । ଏହିଦିନ ଅଳ୍ପ କଞ୍ଚା କ୍ଷୀର ଚଢ଼ାଇ ଦେବୀ ମନୀଷାଙ୍କୁ ସ୍ମରଣ କରି ପାରିବେ । ଏହାଦ୍ବାରା ଆପଣଙ୍କ ଜୀବନର ସବୁ ସମସ୍ୟା ଏବଂ ଦାରିଦ୍ର୍ୟତା ଦୂର ହୋଇଯିବ । ଏହି ଗଛରେ ମାତା ମନୀଷାଙ୍କ ବାସ ହୋଇଥାଏ ତେଣୁ ଏହି ଗଛକୁ କାଟିବା ଉଚିତ ନୁହେଁ କିମ୍ବା କୌଣସି ପ୍ରକାରର କଷ୍ଟ ଦେବା ମଧ୍ୟ ଉଚିତ ନୁହେଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *