ଭଗବାନ ବିଷ୍ଣୁଙ୍କ ଅନୁଯାୟୀ ମୃତ ବ୍ୟକ୍ତିଙ୍କ ଫୋଟ ଘରର ଏହି ସ୍ଥାନରେ ଲଗାଇବା ଦ୍ୱାରା ଆସିଥାଏ ବିପଦ ।
ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଶାସ୍ତ୍ର କହେ ଯେ ମନୁଷ୍ୟ ନିଜର ଉନ୍ନତି ପାଇଁ ପୂର୍ବଜଙ୍କ ଆଶୀର୍ବାଦ ନେବା ଜରୁରୀ ଅଟେ । ତେଣୁ ପରିବାର ପରିଜନ ଆଶୀର୍ବାଦ ପାଇଁ ପୂର୍ବଜଙ୍କୁ ଶ୍ରାଦ୍ଧ ତର୍ପଣ ଦିଅନ୍ତି । ଏହାଦ୍ବାରା ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ସେହିଭଳି ଘରେ ପୂର୍ବଜଙ୍କ ଫୋଟ ମଧ୍ୟ ଲଗାଇବା ଉଚିତ କିନ୍ତୁ ସେଥିରେ କିଛି ନିର୍ଦିଷ୍ଟ ନିୟମ ରହିଛି ଯାହାକୁ ନିଶ୍ଚୟ ମାନିବା ଉଚିତ । ଆଜିକାର ଲେଖାରେ ଆମେ ସେହି ବିଷୟରେ କହିବାକୁ ଯାଉଛୁ । ମୃତ୍ୟୁ ପରେ ମନୁଷ୍ୟର ରାସ୍ତା ସିଧା ଯମଲୋକକୁ ଯାଇଥାଏ ଏବଂ ଯେଉଁ ମାର୍ଗ ଅତ୍ୟନ୍ତ କଷ୍ଟକର ହୋଇଥାଏ ।
କିନ୍ତୁ ପରିବାର ଲୋକେ ଚାହିଁଲେ ତାହା ସହଜ ହୋଇପାରେ । ଶ୍ରାଦ୍ଧ ତର୍ପଣ ଦ୍ୱାରା ମାର୍ଗ ସହଜ ହୋଇଯାଏ ଏବଂ ପୂର୍ବଜଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ । ଶାସ୍ତ୍ର ଅନୁଯାୟୀ ମୃତ ବ୍ୟକ୍ତିଙ୍କର ଫୋଟ ଲଗାଇବାର ଏକ ନିର୍ଦିଷ୍ଟ ଦିଗ ରହିଛି ନଚେତ ଘରେ ଅନେକ ସମସ୍ୟା ସୃଷ୍ଟି ହେବା ସହିତ ପୂର୍ବଜଙ୍କ ଯମଲୋକ ରାସ୍ତା କଡରେ ମଧ୍ୟ କଠିନ ହୋଇପାରେ । ଏମିତିରେବି ବାସ୍ତୁ ଅନୁଜ5ପ୍ରତ୍ୟେକ ଜିନିଷ ରହିବାର ଉଚିତ ସ୍ଥାନ ରହିଛି । ନଚେତ ବାସ୍ତୁ ଦୋଷ ଉତ୍ପନ ହୋଇପାରେ । ପୂର୍ବଜଙ୍କ ଫୋଟ ଠିକ ସ୍ଥାନ ଏବଂ ଦିଗରେ ରଖିଲେ ସୁଖ ଶାନ୍ତି ବଜାୟ ହୋଇଥାଏ । ଘରେ ରଖିଥିବା ଫୋଟରେ ପୂର୍ବଜ ପ୍ରସନ୍ନ ମୁଦ୍ରାରେ ଥିବା ଜରୁରୀ ଅଟେ ।
କ୍ରୋଧିତ ମୁଦ୍ରାରେ ଥିବା ଫୋଟ ରଖିଲେ ଛୋଟ ପିଲା ଭୟଭୀତ ହେବେ । ଯାହାକି ନକରାତ୍ମକର କାରଣ ହେବ । ପୂର୍ବଜଙ୍କ ସାମ୍ନାରେ କେବେବି ନିଜର ଦୁଃଖ କିମ୍ବା କ୍ରୋଧ ପ୍ରକାଶ କରିବା ଉଚିତ ନୁହେଁ ନଚେତ ସେହି ଅନୁଯାୟୀ ପୂର୍ବଜ ମଧ୍ୟ ଦୁଃଖୀ ହୁଅନ୍ତି । ଯାହାଦ୍ୱାରା ପୂର୍ବଜଙ୍କ ଆତ୍ମା ଶାନ୍ତି ପାଇ ନଥାଏ । ପିତୃ ପକ୍ଷ ହିଁ ଆତ୍ମା ଆବାହନ ପାଇଁ ଉଚିତ ଦିନ , ନଚେତ ଅନ୍ୟ ଦିନରେ ଅତୃପ୍ତ ଆତ୍ମା ଘରକୁ ପ୍ରବେଶ କରିଥାଏ । ତେଣୁ ଏହି ଭୁଲ ଆଦୋୖ କରନ୍ତୁ ନାହିଁ । ପିତୃ ପକ୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ବ୍ୟକ୍ତିକୁ ପିତୃ ପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ ହେଲେ ସେହି ବ୍ୟକ୍ତିର ଉନ୍ନତି ହୋଇଥାଏ ।
ପିତୃ ପୁରୁଷଙ୍କ ଫୋଟ ଘରର ମନ୍ଦିରରେ ରଖିବା ପୂର୍ବରୁ କିଛି ଜରୁରୀ କଥା ଜାଣି ନିଅନ୍ତୁ । କହିବାକୁ ଗଲେ ପୂଜାଘର ଦେବଦେବୀଙ୍କ ସ୍ଥାନ ଅଟେ । ସେଠାରେ କୌଣସି ମୃତ ପରିଜନ କିମ୍ବା ସାଧୁ ମହାତ୍ମାଙ୍କ ଫୋଟ ରଖିବା ଦେବଦେବୀଙ୍କୁ ଅପମାନ ହୋଇଥାଏ । ନିଶ୍ଚିତ ଭାବରେ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ସେମାନେ ଭଗବାନଙ୍କ ସମକକ୍ଷ ନୁହଁନ୍ତି । ତେଣୁ ଆପଣ ସେହିସବୁ ଫୋଟକୁ ପୂଜା ଘରକୁ ଛାଡ଼ି ଏବଂ ଶୋଇବା କକ୍ଷକୁ ଛାଡ଼ି ଅନ୍ୟ ସ୍ଥାନରେ କାନ୍ଥରେ ଲଗାଇ ପାରିବେ । ପୂଜା ଘରେ ସେହି ଫୋଟ ରଖିଲେ ଅକାଳ ମୃତ୍ୟୁ ମଧ୍ୟ ହୋଇପାରେ । କିନ୍ତୁ ନାରାୟଣବଳି ପୂଜା କଲେ ସେହି ଫୋଟକୁ ଘରେ ଲଗାଇ ପାରିବେ । ପିତୃ ପୁରୁଷଙ୍କ ଫୋଟ ସବୁବେଳେ ଉତ୍ତର ଦିଗରେ ଲଗାଇବା ଉଚିତ । ଖାସକରି ଐଶାନ୍ୟ କୋଣରେ ପିତୃ ପୁରୁଷଙ୍କ ଫୋଟ ଲଗାଇବା ଉଚିତ ନୁହେଁ ।