ଶ୍ରାବଣରେ ବେଲଗଛର ଚେର ପିନ୍ଧିବା ଦ୍ୱାରା ମିଳିଥାଏ ଏହି ଲାଭ । ହୋଇଥାଏ ଧନ ପ୍ରାପ୍ତି ।
ଶାସ୍ତ୍ର ଅନୁଯାୟୀ ବେଲଗଛ ରୁଦ୍ରାକ୍ଷ ଏବଂ ତୁଳସୀ ଠାରୁ ମଧ୍ୟ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ବେଳଗଛର ଚେରକୁ ଧାରଣ କରିବା ଦ୍ୱାରା ମଧ୍ୟ ଅନେକ ଫାଇଦା ମିଳିଥାଏ । ଯାହା ଆଜି ଆମେ ଆପଣଙ୍କୁ କହିବୁ । ଏଭଳି ମାନ୍ୟତା ରହିଛି ଯେ ବେଲଗଛର ଦର୍ଶନ ମାତ୍ରକେ ସବୁ ଦୁଃଖ କଷ୍ଟ ଦୂର ହୋଇଯାଏ ଏବଂ ତାହାକୁ ସ୍ପର୍ଶ କରିବା ଅର୍ଥ ମହାଦେବଙ୍କୁ ସ୍ପର୍ଶ କରିବା ହୋଇଥାଏ। ତେଣୁ ଜୀବନର ସବୁ କଷ୍ଟ ଦୂର ହୋଇଯାଏ । ଏଭଳି ମାନ୍ୟତା ରହିଛି ଯେ ମାତା ପାର୍ବତୀଙ୍କ ଝାଳରୁ ଏହି ବୃକ୍ଷ ସୃଷ୍ଟି ହୋଇଥିବା ବେଳେ ଏହାର ମୂଳରେ ଭଗବାନ ବ୍ରହ୍ମା , ମଧ୍ୟରେ ବିଷ୍ଣୁ ଏବଂ ଉପରେ ମହାଦେବ ବାସ କରନ୍ତି । ସୋମବାର ଦିନ ବେଲଗଛରେ ମହାଦେବ ସ୍ଥାୟୀ ବାସ କରୁ ଥିବାରୁ ଏହି ଦିନ ଏହାର ପତ୍ର ଛିଡ଼ାଇବା ବର୍ଜିତ ଅଟେ ।
ବେଲଗଛରେ ମାତା ଲକ୍ଷ୍ମୀଙ୍କ ବାସ ହେଉଥିବାରୁ ସୋମବାର ସନ୍ଧ୍ୟାରେ ଏହାର ମୂଳରେ ଗଙ୍ଗା ଜଳ ଢ଼ାଳିଲେ ମନୁଷ୍ୟର ଜୀବନରେ କୌଣସିବି ସମସ୍ୟା ତାହା ଦୂର ହୋଇଯାଏ । ମନୁଷ୍ୟକୁ ସୁଖ ସମୃଦ୍ଧି ବୈଭବ ପ୍ରାପ୍ତି ହୋଇଥାଏ । ସକାଳ ଏବଂ ସନ୍ଧ୍ୟାରେ ବେଲ ଗଛର ଦର୍ଶନ କଲେ ତାହା ଉତ୍ତମ ଏବଂ ଘରେ ବେଲଗଛ ଲଗାଇଲେ ଭଗବାନ ଶିବ ପ୍ରସନ୍ନ ରହନ୍ତି । ବେଲପତ୍ର ମଧ୍ୟରେ ଥଣ୍ଡା ରଖିବାର ଏବଂ ବିଷକୁ ନଷ୍ଟ କରିବାର ଗୁଣ ରହିଛି । ତେଣୁ ମହାଦେବ ବିଷ ପାନ କରିବା ପରେ ବିଷକୁ ନଷ୍ଟ କରିବା କରିବା ପାଇଁ ଉପଚାର ସଦୃଶ୍ୟ ବେଲପତ୍ର ସେବନ କରିଥିଲେ ଏବଂ ତାଙ୍କ ମୁଣ୍ଡ ଉପରେ ମଧ୍ୟ ବେଲପତ୍ର ରଖାଯାଇଥିଲା ।
ବେଲପତ୍ର ସେବନ ଦ୍ୱାରା ମନ ଶାନ୍ତ ରହିଥାଏ । ବେଲପତ୍ରର ଚେରକୁ ଧାରଣ କରିବାର ଅନେକ କାରଣ ରହିଛି । ଯଦି ଘରେ କଳି ଝଗଡ଼ା ହେଉଛି ଏବଂ କୌଣସି କାର୍ଯ୍ୟ ଏବଂ ଅନେକ ପରିଶ୍ରମ କରିବା ସତ୍ତ୍ୱେବି ଭଲ ପରିଣାମ ମିଳିପାରୁ ନାହିଁ ଏହାସବୁ ଶନି ଦୋଷର ଲକ୍ଷଣ ହୋଇଥାଏ । ଶନି ଦୋଷ କାରଣରୁ ମନୁଷ୍ୟ ଜୀବନରେ ଏକାଧିକ ସମସ୍ୟା ଆସିଥାଏ । ତେଣୁ ଏପରି ବ୍ୟକ୍ତି ମାନେ ବେଲଗଛରେ ଚେରକୁ ଧାରଣ କରିବା ଉଚିତ । କାର୍ଯ୍ୟରେ ଅସଫଳ ହେଉଥିବା ବ୍ୟକ୍ତି ବେଲଗଛର ଚେର ଧାରଣ କଲେ ମଧ୍ୟ ସଫଳ ହୋଇଥାଏ । ଶୁକ୍ରବାର ସନ୍ଧ୍ୟାରେ ବେଳଗଛର ଚେର ଧାରଣ କଲେ ଧନର ପ୍ରାପ୍ତି ହୋଇଥାଏ ।
ଶୁକ୍ର ମହାଦେବଙ୍କ ଭକ୍ତ ଅଟନ୍ତି ଏବଂ ସୁଖ ସମୃଦ୍ଧି ଖୁସିର ପ୍ରତୀକ ଅଟନ୍ତି ।ତେଣୁ ବେଲଗଛର ଚେରକୁ ଧାରଣ କଲେ ସୁଖ ସମୃଦ୍ଧି ଧନ ପ୍ରାପ୍ତ ହୋଇଥାଏ । ବେଲଗଛର ଚେରକୁ ଧାରଣ କଲେ ସବୁ ପ୍ରକାରର ଉନ୍ନତି ହୋଇଥାଏ ଏବଂ ଏହା ନବଗ୍ରହ ପୀଡ଼ା ସହିତ ଦୁର୍ଘଟଣାର ଠାରୁ ମଧ୍ୟ ରକ୍ଷା କରିଥାଏ । କିନ୍ତୁ ବେଲଗଛର ପତ୍ରକୁ ଧାରଣ କରିବାର ଅନେକ ନିୟମ ରହିଛି । ଏହାକୁ ସାଧରଣତଃ ରୁପାର ତାବିଜରେ ଧାରଣ କରିବା ଉଚିତ ହୋଇଥାଏ । କାରଣ ଉଭୟ ବେଲଗଛ ଏବଂ ରୁପା ମାତା ପାର୍ବତୀଙ୍କ ସ୍ୱରୂପ ଅଟେ । ଏହାକୁ ଧାରଣ କରିବା ପୂର୍ବରୁ ପ୍ରଥମେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଗଙ୍ଗା ଜଳରେ ବୁଡ଼ାଇ ରଖନ୍ତୁ ଏବଂ ତାପରେ ରୁପାର ତାବିଜରେ ପୁରାଇ ଧାରଣ କରନ୍ତୁ । ଏହାଦ୍ବାରା ସବୁ କ୍ଷେତ୍ରରେ ଆପଣଙ୍କର ଉନ୍ନତି ହୋଇଥାଏ ।