ଜାଣି ନିଅନ୍ତୁ ପାଦରେ କଳା ସୂତା ବାନ୍ଧିବାର ଫାଇଦା ଏବଂ କିପରି ବାନ୍ଧିବେ । ଦୂର ହୋଇଥାଏ ଏହିସବୁ ନକରାତ୍ମକତା ।
ଅନେକ ସମୟରେ ମନୁଷ୍ୟ ଜୀବନରେ ଏତେ ସମସ୍ୟା ଆସିଥାଏ ଯେ ତାହାକୁ ସାମ୍ନା କରିବାକୁ ମନୁଷ୍ୟର କ୍ଷମତା ନଥାଏ । ତେବେ ତାହା ଘରେ ରଖାଯାଉଥିବା ପ୍ରତ୍ୟେକ ଆସବାବପତ୍ରର ସ୍ଥାନ ପାଇଁ ମଧ୍ୟ ହୋଇପାରେ । ସର୍ବପରେ କହିବାକୁ ଗଲେ ଜୀବନରେ ଏହିସବୁ ସମସ୍ୟା ନକରାତ୍ମକତା କାରଣରୁ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ ବିଷୟରେ କହିବୁ ଯାହାଦ୍ୱାରା ଆପଣଙ୍କ ଜୀବନର ସମସ୍ୟା , ଦାରିଦ୍ର୍ୟତା ସବୁକିଛି ଦୂର ହୋଇଯିବ ଏବଂ ସବୁ ସମସ୍ୟାର ସମାଧାନ ହୋଇଯିବ । ତେବେ ଏହି ଉପାୟକୁ କରିବା ପାଇଁ ରେଶମୀ କଳା ସୂତାର ଆବଶ୍ୟକତା ରହିଛି ।
ମନୁଷ୍ୟର ଶରୀର ପଞ୍ଚତତ୍ୱରେ ତିଆରି ଯାହାକି ପ୍ରତ୍ୟେକ ସମୟରେ ମନୁଷ୍ୟକୁ ଶକ୍ତି ପ୍ରଦାନ କରିଥାଏ । କିନ୍ତୁ ନଜର ଦୋଷ ଏବଂ ଅନ୍ୟାନ୍ୟ ନକରାତ୍ମକତା କାରଣରୁ ସେହି ଶକ୍ତି ମନୁଷ୍ୟ ପାଖରେ ପହଞ୍ଚି ପାରେ ନାହିଁ । କିନ୍ତୁ ନଜର ସମସ୍ୟା କଳା ସୂତା ଦ୍ୱାରା ଦୂର ହୋଇ ପାରିବ । ଅନେକ ପୁରା କାଳରୁ ହିଁ କଳା ସୂତା ମନୁଷ୍ୟ ନିଜର ଭିନ୍ନ ଭିନ୍ନ ଅଙ୍ଗରେ ବାନ୍ଧି ଆସୁଛି । ଯାହାଦ୍ୱାରା ନଜର ଦୋଷ ଏବଂ ନକରାତ୍ମକତା ଦୂର ହୋଇ ପାରିବ । ତେବେ ଉପାୟ କରିବା ପାଇଁ ଏକ ଲମ୍ବା କଳା ସୂତା ନେଇ ଶନିବାର ଦିନ କୌଣସି ଶନି ମନ୍ଦିର କିମ୍ବା ହନୁମାନ ମନ୍ଦିରକୁ ଯାଇ ଶନିଙ୍କୁ ଏବଂ ହନୁମାନଙ୍କୁ ଅର୍ପିତ କରିଥିବା ସୋରିଷ ତେଲରେ ତାହାକୁ ସାମାନ୍ୟ ବୁଡାଇ ନିଜର ପ୍ରତ୍ୟେକ ସମସ୍ୟା ସ୍ମରଣ କରି ଗୋଟିଏ ଗୋଟିଏ ଗଣ୍ଠି ପକାଇ ଯାଆନ୍ତୁ ।
ଏହିପରି ସାତୋଟି ଗଣ୍ଠି ଲଗାଇ ଶନିଦେଵ କିମ୍ବା ଶ୍ରୀହନୁମାନଙ୍କ ସାମ୍ନାରେ ରଖି ପ୍ରଣାମ କରି ଦୀପ ଜଳାନ୍ତୁ ଏବଂ ଓଁ ଶନିଶ୍ଚରାୟ ନମଃ ମନ୍ତ୍ରର ୨୧ ଥର ଜପ କରି କିମ୍ବା ହନୁମାନ ମନ୍ଦିର ଯାଇଥିଲେ ହନୁମାନ ଚାଳିଶା ପାଠ କରି ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ଘରକୁ ନେଇ ଆସନ୍ତୁ । ଘରର ପୂଜଘରେ ତାହାକୁ ଗୋଟିଏ ରାତି ପାଇଁ ରଖି ଦିଅନ୍ତୁ । ଆଗାମୀ ଦିନ ତାହାକୁ ନିଜ ହାତରେ କିମ୍ବା ବେକରେ କିମ୍ବା ଘରର ଅନ୍ୟ ସଦସ୍ୟଙ୍କ ଅଙ୍ଗରେ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ସବୁ ପ୍ରକାରର ସମସ୍ୟା ଏବଂ ନକରାତ୍ମକତା ଦୂର ହୋଇଯିବ । କିନ୍ତୁ ଏହି ସୂତାର କୌଣସି ଗଣ୍ଠିରେ ଯେମିତି ବ୍ଲେଡ଼ ନଲାଗେ କିମ୍ବା ଖୋଲି ନଯାଏ ।
ଏହି ସୂତା ସହିତ ଶରୀରରେ ଅନ୍ୟ କୌଣସି ସୂତା ଯେମିତି ନରହେ । ଆପଣ କଳା ସୂତା ଶରୀରର ନବାନ୍ଧିଲେ ତାହାକୁ ଘରର ମୁଖ୍ୟଦ୍ୱାରରେ ବାନ୍ଧି ପାରିବେ । ଏହାଦ୍ବାରା କଳା ସୂତା ବାହାର ନକରାତ୍ମକତାକୁ ଅବଶୋଷିତ କରି ଘରକୁ ଠିକ ରଖିଥାଏ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଉଥିଲେ ଶୋଇବା ବିଛଣା ତଳେ ମଧ୍ୟ ଏକ କଳା ସୂତା ଅଭିମନ୍ତ୍ରିତ କରି ରଖି ପାରିବେ । ମନେ ରଖନ୍ତୁ ଆପଣ ଧାରଣ କରିଥିବା କଳା ସୂତାକୁ ମଝିରେ ମଝିରେ ଅଭିମନ୍ତ୍ରିତ କରି ନିଅନ୍ତୁ । ଘରେ କୌଣସି ବ୍ୟକ୍ତିକୁ ନଜର ଦୋଷ ଲାଗିଥିଲେ ସେହି ବ୍ୟକ୍ତିର ହାତରେ ନିଶ୍ଚିତ ଭାବରେ ଏହି କଳା ସୂତା ବାନ୍ଧିବା ଉଚିତ । ଏହାଦ୍ବାରା ଗ୍ରହ ପୀଡ଼ା , ବାସ୍ତୁ ଦୋଷ ଏବଂ ସବୁ ପ୍ରକାରର ନକରାତ୍ମକତା ଦୂର ହୋଇଥାଏ ।