Excuse Me Odisha

ଯାହା କହିବୁ ସତ କହିବୁ

ମୃତ୍ୟୁ ପରେ ଆତ୍ମାର ବୈତରଣୀ ନଦୀ ଯାତ୍ରା ହୋଇଥାଏ ଏହିଭଳି କଷ୍ଟଦାୟକ । ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମର ପ୍ରାଚୀନ ଗ୍ରନ୍ଥ ମଧ୍ୟରେ ଗରୁଡ଼ ପୁରାଣ । ଯେଉଁଥିରେ ଭଗବାନ ବିଷ୍ଣୁ ଗରୁଡ଼ଙ୍କୁ ଜନ୍ମ ମୃତ୍ୟୁ ରହସ୍ୟ ବିଷୟରେ କହିଛନ୍ତି । ଯେମିତିକି ମନୁଷ୍ୟର ମୃତ୍ୟୁ ପରେ ଆତ୍ମା କେଉଁଠି ରହିଥାଏ , କେଉଁ କେଉଁ ସ୍ଥାନ ଦେଇ ଆତ୍ମାକୁ ଯିବାକୁ ପଡ଼ିଥାଏ ଇତ୍ୟାଦି । ଭଗବାନ ବିଷ୍ଣୁଙ୍କ ଅନୁଯାୟୀ ମୃତ୍ୟୁ ପରେ ଆତ୍ମାକୁ ନର୍କକୁ ଯିବା ରାସ୍ତାରେ ଦୁଇଟି ନଦୀ ପାର ହେବାକୁ ପଡ଼ିଥାଏ । ସେଗୁଡ଼ିକ ହେଉଛି ବୈତରଣୀ ନଦୀ ଏବଂ କୁଶଭଦ୍ରା ନଦୀ । ମୃତ୍ୟୁ ପରେ ନର୍କରେ ଆତ୍ମାକୁ ୧୨ ଲକ୍ଷ କିଲୋମିଟର ପାଦରେ ଚାଲି ଚାଲି ଯିବାକୁ ପଡ଼ିଥାଏ । ଦୁଇଟି ନଦୀ ମଧ୍ୟରୁ ବୈତରଣୀରେ ଖୁବ ବିପଦପୂର୍ଣ୍ଣ ହୋଇଥାଏ । ମାତ୍ର ପୁଷ୍ପଭଦ୍ରାରେ ଆତ୍ମାକୁ ମୋକ୍ଷ ପ୍ରାପ୍ତ ହୋଇଥାଏ ।

ଗରୁଡ଼ ପୁରାଣ ଅନୁଯାୟୀ ମୃତ୍ୟୁ ହୋଇଥିଲା ପରେ ଆତ୍ମାକୁ ନର୍କରେ ଅମେକ ନଗର ଦେଇ ଯିବାକୁ ପଡ଼ିଥାଏ । ସେଥିମଧ୍ୟରୁ ବିଚିତ୍ର ନଗର ପାଖରେ ବୈତରଣୀ ନଦୀ ପ୍ରବାହିତ ହୋଇଥାଏ । ସେଥିରେ ସୁନାର ନୌକାରେ ମଲ୍ଳାର ବସିଥାନ୍ତି ଯେଉଁମାନେ ନଦୀରେ ପଡ଼ି ଯାଇଥିବା ବ୍ୟକ୍ତିଙ୍କୁ ଗାଈର ସେବା କରିଥିଲେ ନୌକାରେ ବସାନ୍ତି ନଚେତ ନଦୀକୁ ଠେଲି ଦିଅନ୍ତି । ମୃତ୍ୟୁ ପରେ ପାପୀ ମାନଙ୍କୁ ଦେଖି ହିଁ ଏହି ବୈତରଣୀ ନଦୀ ନିଜର ବିକଟାଳ ରୂପ ଧାରଣ କରିଥାଏ । ତାହା ଦୁର୍ଗନ୍ଧରେ ମଧ୍ୟ ପୂର୍ଣ୍ଣ ହୋଇଥାଏ । ପାପୀକୁ ଏହି ନଦୀରେ ଯମଦୂତ ମାନେ ଧକ୍କା ଦେବା ମାତ୍ରେ ହିଁ ତାହା ଗରମ ତେଲ ଭଳି ଫୁଟିବା ଆରମ୍ଭ କରିଥାଏ । ସେଥିରେ ଭୟଙ୍କର ଘଡ଼ିଆଳ କୁମ୍ଭୀର ଭଳି ଜୀବ ରହିଥାଏ ।

ସେହି ସମୟରେ ବ୍ୟକ୍ତି ମୁହଁରୁ ଯେତେ ପୂର୍ବ ପୁରୁଷଙ୍କ ନାମ ମୁହଁରୁ ବାହାରିଲେ ବି ସୁଦ୍ଧା କେହିବି ରକ୍ଷା କରିବାକୁ ଆସନ୍ତି ନାହିଁ । ପୁଣି ଉପରେ ସୂର୍ଯ୍ୟଙ୍କର ପ୍ରଖର କିରଣ କାରଣରୁ ହନ୍ତସନ୍ତ ହୋଇ ଜଳରେ ବୁଡ଼ି ଯାଆନ୍ତି । ସେଥିରେ ମଧ୍ୟ ରକ୍ଷା ପାଆନ୍ତି ନାହିଁ । କିନ୍ତୁ କିଛି ଆତ୍ମା ଏପରି ଅଛନ୍ତି ଯେଉଁମାନେ ଏହି ନଦୀରେ ପଡ଼ିବା ମାତ୍ରେ ତୃପ୍ତ ହୁଅନ୍ତି ଏବଂ ଗାଈ ସାନ କରିଥିଲେ ନୌକାରେ ବସି ଆରାମରେ ନଦୀ ପାର ହୁଅନ୍ତି ।

ଯେଉଁ ବ୍ୟକ୍ତି ନିଜ ଗୁରୁଜନ ବାପା ମା’ଙ୍କ ନିନ୍ଦା , ଯେଉଁ ବ୍ୟକ୍ତି ନିଜର ସୁଶୀଳ ସ୍ତ୍ରୀର ପରିତ୍ୟାଗ ଏବଂ ଯେଉଁ ବ୍ୟକ୍ତି ହତ୍ୟା କରିଥାଏ ସେହି ବ୍ୟକ୍ତି ବୈତରଣୀ ନଦୀରେ କଷ୍ଟ ଭୋଗିଥାଏ । ଯେଉଁ ବ୍ୟକ୍ତି ମାନେ ଭଲ କର୍ମ କରିଥାନ୍ତି ଏବଂ ଜୀବିତ ଥିବା ସମୟରେ ନିଜର ପିତୃ ପୁରୁଷଙ୍କୁ ପିଣ୍ଡ ଦିଅନ୍ତି ସେମାନଙ୍କ ବୈତରଣୀ ଯାତ୍ରା ସୁନାର ନୌକାରେ ହୋଇଥାଏ । ଅନ୍ୟକୁ କଷ୍ଟ ଦେଇଥିବା , ଅନ୍ୟାୟ କରିଥିବା , ମିଥ୍ୟା ବଚନ କହିଥିବା ଏବଂ ପିତୃଙ୍କୁ ଅପମାନ କରିଥିବା ବ୍ୟକ୍ତିକୁ ରାକ୍ଷସ ବୈତରଣିରେ ବୁଡ଼ାଇ ଥାଏ ।

ଏହାବ୍ୟତୀତ ଯେଉଁ ପୁରୁଷ ପର ସ୍ତ୍ରୀ ସହିତ ଖରାପ ସମ୍ପର୍କ ରଖେ , ଛୋଟ ପିଲାଙ୍କ ସହିତ ବ୍ୟଭିଚାର , ମାଂସ ଭକ୍ଷଣ କରିଥାଏ ଏବଂ ଗାଈକୁ କଷ୍ଟ ଦେଇଥାଏ ସେ ମଧ୍ୟ ବୈତରଣୀ ନଦୀରେ ପଡ଼ିଥାଏ । କିନ୍ତୁ ଯେଉଁ ବ୍ୟକ୍ତିର ପାପ ପୁଣ୍ୟ ବିଷୟରେ କିଛି ଲେଖା ନଥାଏ ସେହି ବ୍ୟକ୍ତିକୁ କଣ୍ଟାରେ ଫସାଇ ଯମରାଜ ଘୋଷାରି ଘୋଷାରି ତାକୁ ନେଇ ଯାଆନ୍ତି । ସେଥିପାଇଁ ହିନ୍ଦୁ ଧର୍ମରେ ଗାଈର ଦାନ ଏବଂ ସେବାର ମହତ୍ତ୍ୱ ସମ୍ପର୍କରେ କୁହାଯାଇଛି । ୧୮ ଦିନ ପରେ ଆତ୍ମା ପୁଷ୍ପଭଦ୍ରା ନଦୀରେ ପହଞ୍ଚିଥାଏ । ଯେଉଁଠି ଥିବା ବରଗଛ ତଳେ ଆତ୍ମା ବିଶ୍ରାମ କରନ୍ତି । ମାତ୍ର ପାପି ବ୍ୟକ୍ତିଙ୍କୁ ବିଶ୍ରାମ କରିବାକୁ ଦିଆଯାଏ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *