Excuse Me Odisha

ଯାହା କହିବୁ ସତ କହିବୁ

ରବିବାର ଦିନ ଭୁଲରେବି ସେବନ କରନ୍ତୁ ନାହିଁ ଏହି ଜିନିଷ । ନଚେତ ଆସିଥାଏ ଦାରିଦ୍ର୍ୟତା । ମାତା ଲକ୍ଷ୍ମୀ ହୁଅନ୍ତି କ୍ରୋଧିତ ।

ସେୟାର୍ କରନ୍ତୁ

ସପ୍ତାହର ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ଦେବଦେବୀଙ୍କ ଆରାଧନା କରିବାର ନିୟମ ରହିଛି । ହଜାର ହଜାର ବର୍ଷ ପୂର୍ବେ ସେହିଭଳି ସମସ୍ତ ଗ୍ରହ ନକ୍ଷତ୍ର ଚଳନ ଏବଂ ଉପସ୍ଥିତିକୁ ଦୃଷ୍ଟିରେ ରଖି ହିନ୍ଦୁ ପଞ୍ଚାଙ୍ଗର ରଚନା ହୋଇଥିଲା । ତେବେ ସମସ୍ତ ଗ୍ରହ କିମ୍ବା ନକ୍ଷତ୍ରର ଏକ ଭିନ୍ନ ମହତ୍ତ୍ୱ ରହିଛି । ସୂର୍ଯ୍ୟଙ୍କୁ ସବୁ ଗ୍ରହ ଏବଂ ନକ୍ଷତ୍ରର ଅଧିପତି କୁହାଯାଇଛି । ତେଣୁ ଏହି ନକ୍ଷତ୍ରକୁ ମୁଖ୍ୟ ମାନାଯାଇ ସପ୍ତାହର ରବିବାର ସୂର୍ଯ୍ୟଙ୍କୁ ସମର୍ପିତ କରାଯାଇଛି । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ସୂର୍ଯ୍ୟ ଦେବତା ହିଁ ଏକମାତ୍ର ଦେବତା ଅଟନ୍ତି ଯାହାକୁ ପ୍ରତ୍ୟେକ ମଣିଷ ସାକ୍ଷାତ ଦର୍ଶନ କରି ପାରିବେ । ସୂର୍ଯ୍ୟ ଦେବଙ୍କୁ ଭଗବାନ ବିଷ୍ଣୁହିଁ ଏଭଳି ପ୍ରକାଶ ଦେଇଛନ୍ତି । ଯାହାଦ୍ୱାରା ସବୁ ମନୁଷ୍ୟ ସୂର୍ଯ୍ୟଙ୍କ କାରଣରୁ ହିଁ ଜୀବିତ ଅଛନ୍ତି ।

ସୂର୍ଯ୍ୟ ଦେବତାଙ୍କ ଆରାଧନା କଲେ ବ୍ୟକ୍ତିକୁ ପ୍ରତିଷ୍ଠା ପ୍ରାପ୍ତ ହୋଇଥାଏ ଏବଂ ଜୀବନ ସାର୍ଥକ ହୋଇଥାଏ । ସୂର୍ଯ୍ୟ ଦେବତାଙ୍କୁ ଆରାଧନା କଲେ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଯେଉଁ ବ୍ୟକ୍ତିକୁ ଧନ ସମ୍ପତ୍ତି ଯଶ ଏବଂ କୀର୍ତ୍ତିର କାମନା କରିଥାଏ ତାକୁ ରବିବାର ଦିନ ଉପବାସ କରି ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ନିଶ୍ଚୟ ଦେବା ଉଚିତ । ଏହାଦ୍ବାରା ମନୁଷ୍ୟର ସବୁ ବଡ଼ ବଡ଼ କାର୍ଯ୍ୟ ସିଦ୍ଧ ହୋଇଥାଏ । ମନୁଷ୍ୟର ଜାତକରେ ସୂର୍ଯ୍ୟ ଦୁର୍ବଳ ଥିଲେ ଶାସ୍ତ୍ରରେ ବର୍ଣ୍ଣିତ କିଛି ନିୟମ ମାନିବା ଉଚିତ । ଜାତକରେ ସୂର୍ଯ୍ୟ ଦୁର୍ବଳ ଥିଲେ ନାନା ପ୍ରକାରର ସମସ୍ୟା ଜୀବନରେ ଉପୁଜିଥାଏ । ଏମିତିକି ବ୍ୟବସାୟରେ କ୍ଷତି ଏବଂ ଘରେ ସଦସ୍ୟଙ୍କ ସପୋର୍ଟ ମଧ୍ୟ ମିଳି ନଥାଏ ।

ସୂର୍ଯ୍ୟ ଦୁର୍ବଳ ହେଲେ ଶନି ରାହୁ କେତୁ ମଧ୍ୟ ପ୍ରଭାବ ପକାନ୍ତି । ଯେଉଁ କାରଣରୁ ଏମାନେ ନକରାତ୍ମକତାର ଶିକାର ହୋଇ ଯାଆନ୍ତି । ଏହି କାରଣରୁ ବ୍ୟକ୍ତିକୁ କିଛି ଜ୍ୟୋତିଷ ଉପାୟ କରିବା ଉଚିତ । ଯାହାଦ୍ୱାରା ସୂର୍ଯ୍ୟ କୃପା ପ୍ରାପ୍ତ ହେବ । ଏହାବ୍ୟତୀତ ରବିବାର ଦିନ କିଛି ଜିନିଷର ସେବନ ସମ୍ପୂର୍ଣ୍ଣ ବର୍ଜିତ ଅଟେ । ସୂର୍ଯ୍ୟ ଦେବଙ୍କ ନିମନ୍ତେ ବ୍ରତ ଧାରଣ କରନ୍ତୁ କିମ୍ବା ନକରନ୍ତୁ , କିନ୍ତୁ ଅର୍ଘ୍ୟ ନିଶ୍ଚୟ ଦିଅନ୍ତୁ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଜ ଯେଉଁ ବ୍ୟକ୍ତି ଏପରି କରିଥାଏ ସେହି ବ୍ୟକ୍ତି ଦୀର୍ଘାୟୁ ହେବା ସହିତ ସୁଖ ସମୃଦ୍ଧି ପ୍ରାପ୍ତ କରିଥାଏ । ଅର୍ଘ୍ୟ ଦେବା ପାଇଁ ତମ୍ବା ପାତ୍ର ସର୍ବଶ୍ରେଷ୍ଠ ଅଟେ । ମାତ୍ର ଜଳରେ ନାଲି ଫୁଲ , ଚାଉଳ , ତିଳ ଏବଂ ମିଠା ବସ୍ତୁ ଦେଇ ଅର୍ଘ୍ୟ ଦେଲେ ତାହା ଅଧିକ ଫଳପ୍ରଦ ହୋଇଥାଏ ।

ଏହି ସମୟରେ ” ହ୍ରାଂ ହ୍ରୀଂ ଶଃ ” ମନ୍ତ୍ରର ଜପ କରନ୍ତୁ । ଯେଉଁ ବ୍ୟକ୍ତି ଏହିପରି ଅର୍ଘ୍ୟ ଦେଇଥାଏ ସେ ସବୁ ପାପରୁ ମୁକ୍ତ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ରବିବାର ଦିନ ମନୁଷ୍ୟ ନିଜ ମସ୍ତକରେ ଚନ୍ଦନ ଟୀକା ନିଶ୍ଚିତ ଲଗାଇବା ଉଚିତ । ଏହାଦ୍ବାରା ବ୍ୟକ୍ତିକୁ ଲକ୍ଷ୍ମୀ ପ୍ରାପ୍ତି ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତି ରବିବାର ଦିନ ମାଛକୁ ଦାନା ଖୁଆଇ ଥାଏ , ତାକୁ ଧନ ଧାନ୍ୟର ପ୍ରାପ୍ତି ହୋଇଥାଏ । ରବିବାର ଦିନ ଅଶ୍ୱତ୍ଥ ଗଛ ମୂଳରେ ଚଉମୁଖା ଦୀପ ଜଳିଲେ ଘରେ ସୁଖ ଶାନ୍ତି ରହିଥାଏ । ରବିବାର ଦିନ ଘରର ମୁଖ୍ୟଦ୍ୱାର ପାଖରେ ଘିଅ ଦୀପ ଜଳିଲେ ଦାରିଦ୍ର୍ୟତା ଦୂର ହୁଏ । ରବିବାର ଦିନ ତିନୋଟି ଝାଡୁ କିଣି ପୂଜା କରି ଆଗାମୀ ଦିନ କୌଣସି ମନ୍ଦିରରେ ଦାନ କଲେ ମାତା ଲକ୍ଷ୍ମୀ ଖୁବ ପ୍ରସନ୍ନ ହୁଅନ୍ତି । ରବିବାର ଦିନ ଲୁଣ , ମସୁର ଡାଲି , ଶାଗ , ମାଛ ଇତ୍ୟାଦି ଜିନିଷର ସେବନ ବର୍ଜିତ ଅଟେ । ରବିବାର ଦିନ ତିଳ ଦାନଟ ମାନ୍ୟତା ରହିଛି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *