Excuse Me Odisha

ଯାହା କହିବୁ ସତ କହିବୁ

ମନ୍ଦିରରେ ରଖିଥିବା ଏକ ଲୋଟା ଜଳ ଏପରି ଭୁଲରେ ରଖନ୍ତୁ ନାହିଁ । ଜାଣି ନିଅନ୍ତୁ କେଉଁ ଭଳି ଜିନିଷ ପୂଜଘରେ ରଖିବା ଉଚିତ ନୁହେଁ ।

ସେୟାର୍ କରନ୍ତୁ

ଘରେ ପୂଜାଘର ରଖିବାର ଏକ ବିଶେଷ ମହତ୍ତ୍ୱ ରହିଛି । ତେଣୁ ଲୋକେ ଘରେ ନିଶ୍ଚିତ ଭାବରେ ଛୋଟ ହେଉ କିମ୍ବା ବଡ଼ ହେଉ ଏକ ପୂଜା ଘର ରଖନ୍ତି । ସେହି ଘରେ ନାନା ପ୍ରକାରର ଦେବଦେବୀଙ୍କ ଫୋଟ ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀ ରଖା ଯାଇଥାଏ । ମାତ୍ର କିଛି ଜିନିଷ ଅଛି ଯାହାକୁ ପୂଜା ଘରେ ରଖିବା ଦ୍ୱାରା ଘରେ ନକରାତ୍ମକତା ସୃଷ୍ଟି ହୋଇଥାଏ । ପୂଜଘରେ ନିଶ୍ଚିତ ଭାବରେ ଏକ ପାରମ୍ପରିକ ମାଟି ଦୀପ ଏବଂ ଧୂପଦାନୀ ରହିବା ଉଚିତ । କିନ୍ତୁ ମାଟି ବଦଳରେ ଆପଣ ଧାତୁର ଦୀପ ମଧ୍ୟ ରଖି ପାରିବେ । ପ୍ରତ୍ୟେକ ଦିନ ସକାଳ ସନ୍ଧ୍ୟାରେ ଦୀପ ଜାଳିଲେ ଘରେ ସକାରାତ୍ମକତା ସୃଷ୍ଟି ହୋଇଥାଏ ।

ଘରର ମନ୍ଦିରରେ ସ୍ୱସ୍ତିକ ରହିବା ନିତାନ୍ତ ଜରୁରୀ ଅଟେ । ସ୍ୱସ୍ତିକ ଘରର ସୁଖ ସମୃଦ୍ଧି ଏବଂ ଶୁଭତାର ପ୍ରତୀକ ହୋଇଥାଏ । ପୂଜାଘରେ କଳସ ରଖିବା ମଧ୍ୟ ଜରୁରୀ ଅଟେ । ପୂଜଘରେ ସ୍ୱସ୍ତିକ ବନାଇ ତାହା ଉପରେ କଳସ ରଖନ୍ତୁ । ଏହାଦ୍ବାରା ଘରେ ସର୍ବଦା ସମୃଦ୍ଧି ବଜାୟ ରହିଥାଏ ଏବଂ ଐଶ୍ୱର୍ଯ୍ୟର ପ୍ରାପ୍ତି ହୋଇଥାଏ । ଶଙ୍ଖ ମାତା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ଅଟେ ଏବଂ ଏହା ମଧ୍ୟ ସମୁଦ୍ର ମନ୍ଥନ ସମୟରେ ଉତ୍ପତ୍ତି ହୋଇଥିଲା। ଶଙ୍ଖ ଧ୍ୱନି ଦ୍ୱାରା ନକରାତ୍ମକତା ନଷ୍ଟ ହୋଇଥାଏ । ପୂଜଘରେ ଘଣ୍ଟି ରଖିବା ଅତ୍ୟନ୍ତ ଜରୁରୀ ଅଟେ । ଯେଉଁ ଘରର ପୂଜଘରେ ଘଣ୍ଟି ଶବ୍ଦ ହୋଇଥାଏ ସେଠାକାର ବାତାବରଣ ଶୁଦ୍ଧ ହୋଇଥାଏ ।

ପୂଜଘରେ ଭଗବାନ ଶ୍ରୀଗଣେଶଙ୍କର ବିଷମ ସଂଖ୍ୟାରେ ମୂର୍ତ୍ତି ରଖିବା ଉଚିତ ନୁହେଁ । ସର୍ବଦା ଦୁଇଟି ମୂର୍ତ୍ତି ହିଁ ରଖନ୍ତୁ । ଆପଣ ଘରର ମଙ୍ଗଳ ଚାହୁଁଥିଲେ ଘରର ଭିତର ପଟକୁ ମୁହଁ କରି ଦ୍ୱାରରେ ଗଣେଶଙ୍କ ମୂର୍ତ୍ତି ଲଗାଇ ଦିଅନ୍ତୁ । କିନ୍ତୁ ବାହାର ଦିଗକୁ ମୁହଁ କରନ୍ତୁ ନାହିଁ କାରଣ ଶ୍ରୀଗଣେଶଙ୍କ ପିଠିରେ ଦାରିଦ୍ର୍ୟତା ରହିଥାଏ । ପୂଜଘରେ ଭଙ୍ଗା ଚାଉଳ ଭୁଲରେ ରଖନ୍ତୁ ନାହିଁ । ମନ୍ଦିରରେ ବ୍ୟବହାର କରୁଥିବା ଚାଉଳକୁ ହଳଦୀ ଲଗାଇ କଲେ ଅଧିକ ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ । ପୂଜଘରେ ପୂର୍ବଜଙ୍କ ଫୋଟ ରଖିବା ଅଶୁଭ ହୋଇଥାଏ । ଏହାଦ୍ବାରା ପୂଜା ଘରର ବାତାବରଣ ଅଶୁଦ୍ଧ ହୋଇଥାଏ ଏବଂ ଭଗବାନଙ୍କୁ ଅପମାନ ହୋଇଥାଏ ।

ପୂଜା ଘରେ ଶନିଦେବ , ଭୈରବ କିମ୍ବା ମାତା କାଳୀଙ୍କ ଫୋଟ ଭୁଲରେବି ରଖନ୍ତୁ ନାହିଁ । ଏହାସହିତ ମାତା ଲକ୍ଷ୍ମୀଙ୍କର ଛିଡ଼ା ହୋଇଥିବା ଫୋଟ କିମ୍ବା ମୂର୍ତ୍ତିକୁ ମଧ୍ୟ ପୂଜା କରିବା ଉଚିତ ନୁହେଁ । ପୂଜା ଘରେ ଗଙ୍ଗା ଜଳ ରଖିବା ଅତ୍ୟନ୍ତ ଜରୁରୀ ଅଟେ । ପୂଜଘରେ ଏକ ତମ୍ବା ପାତ୍ରରେ ଗଙ୍ଗା ଜଳ ଭରି ରଖିଲେ ପୂଜାଘରର ଶୁଦ୍ଧତା ବଜାୟ ରହିଥାଏ । ପୂଜଘରେ କଳସ ନିଶ୍ଚୟ ରଖନ୍ତୁ । ଭଗବାନଙ୍କ ପୂଜା ସମୟରେ ତମ୍ବା କଳସରେ ପାଣି ଭରି ରଖିଲେ ତାହାର ଚମତ୍କାର ଫଳ ପ୍ରାପ୍ତି ହୋଇଥାଏ । ପ୍ଲାଷ୍ଟିକ କିମ୍ବା କୌଣସି ଅପବିତ୍ର ଧାତୁ ପାତ୍ରରେ ଗଙ୍ଗା ଜଳ ଭରି ରଖନ୍ତୁ ନାହିଁ । ଗଙ୍ଗା ଜଳ ତମ୍ବା ପାତ୍ରରେ ରଖିବା ଶୁଭ ହୋଇଥାଏ । କେବେବି ଗୋଟିଏ ଦୀପରୁ ଆଉ ଗୋଟିଏ ଦୀପ ଜାଳିବା ଉଚିତ ନୁହେଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *